ଧରାପୃଷ୍ଟରେ ନିଲାମ ହେବ ଚାନ୍ଦର ଟୁକୁଡ଼ା ।

ନୂଆଦିଲ୍ଲୀ,୫/୫: ନିଲାମ ହେବାକୁ ଯାଉଛି ଚାନ୍ଦର ଟୁକୁଡ଼ା । ଆପଣ ବି ଏହାକୁ ହାସଲ କରିପାରିବେ । ହେଲେ ଏଥିପାଇଁ ଆପଣଙ୍କୁ ବ୍ୟୟ କରିବାକୁ ପଡ଼ିବ ବେଶ୍ ମୋଟାଅଙ୍କର ଅର୍ଥ । ସୂଚନା ଅନୁଯାୟୀ, ଲଣ୍ଡନରେ ଜହ୍ନର ଏକ ଖଣ୍ଡ  ନିଲାମ ହେବାକୁ ଯାଉଛି । ଉଚିତ ମୂଲ୍ୟ ଦେଇ ଆପଣ ତାକୁ କିଣିପାରିବେ । ତେବେ ଜାଣନ୍ତୁ ଚାନ୍ଦର ଏହି ସୁନ୍ଦର ଖଣ୍ଡ ବିଷୟରେ ।

newstrend

ବୈଜ୍ଞାନିକମାନଙ୍କ ଅନୁସାରେ ଚାନ୍ଦର ଏହି ଖଣ୍ଡର ଉତ୍ପତି କୌଣସି ଏକ ଧୁମକେତୁ କିମ୍ବା ଉଲକାପିଣ୍ଡ ସହ ଧକ୍କା ହେବାପରେ ହୋଇଛି । ଏହାପରେ ଚାନ୍ଦର ଏହି ଅଂଶ ଅନ୍ତରୀକ୍ଷରୁ ତୀବ୍ରଗତିରେ ବାହରି ଆସି ଆଫ୍ରିକାର ମରୁଭୂମିରେ ପଡ଼ିଛି । ଚନ୍ଦ୍ରମାର ଏହି ଖଣ୍ଡଟିର ଓଜନ ପ୍ରାୟ ୧୩.୫ କିଲୋଗ୍ରାମ ହେବ । ବ୍ରିଟିସର ନିଲାମଘର କ୍ରିଷ୍ଟିରେ ଏହାର ନିଲାମ କରାଯାଉଛି । ଏହାର ପ୍ରାରମ୍ଭିକ ନିଲାମ ମୂଲ୍ୟ ୨.୫ ମିଲିୟନ ଡଲାର ଅର୍ଥାତ୍ ୧୯ କୋଟି ଟଙ୍କା ରହିଛି । ଏହି ଖଣ୍ଡଟିର ନାଁ ରହିଛି ଏନଡବ୍ଲ୍ୟୁଏ-୧୨୬୯୧ ରଖାଯାଇଛି । ଏହା ପୃଥିବୀରୁ ମିଳିଥିବା ଚାନ୍ଦର ପଞ୍ଚମ ବଡ଼ ଖଣ୍ଡ । ପୃଥିବୀରେ ଚନ୍ଦ୍ରମାର ମୋଟ ୬୫୦ କିଗ୍ରାର ଖଣ୍ଡ ରହିଛି । ଏଥିର ଏନଡବ୍ଲ୍ୟୁଏ-୧୨୬୯୧ ମଧ୍ୟ ସାମିଲ ଅଛି । ଚାନ୍ଦର ଏହି ଖଣ୍ଡଟି ଆଫ୍ରିକା ମରୁଭୂମିର ଆଲଜେରିଆରେ ପଡ଼ିଥିଲା ।

newstrend

ଚନ୍ଦ୍ରମାର ଖଣ୍ଡ ଏନଡବ୍ଲ୍ୟୁଏ-୧୨୬୯୧ର ଆକାର ଫୁଟବଲ ଭଳି । କ୍ରିଷ୍ଟିର ବୈଜ୍ଞାନିକ ଏବଂ ପ୍ରାକୃତିକ ଇତିହାସର ପ୍ରମୁଖ ଜେମ୍ସ ହିସଲୋପ୍ କହିଛନ୍ତି, ଆପଣଙ୍କ ହାତରେ ଏମିତି ଏକ ପଥର ରଖିବାର ସୁଯୋଗ ରହିଛି ଯାହାକୁ କେବେ ବି ଭୁଲିପାରିବେ ନାହିଁ । ଏହା ଚନ୍ଦ୍ରମାର ଏକ ବାସ୍ତବ ଖଣ୍ଡ । ଏହି ପଥରର ଆକାର ମଣିଷର ମୁଣ୍ଡଠାରୁ ଟିକେ ବଡ଼ । ଏହି ଖଣ୍ଡଟି ଅନ୍ତରୀକ୍ଷ ଇତିହାସ ବା ମୁନ୍ ଏକ୍ସପ୍ଲୋରେସନରେ ରୁଚି ରଖୁଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଅଦ୍ଭୁତ ସଂଗ୍ରହଣୀୟ ବସ୍ତୁ ହେବ । ଅଦ୍ୟାବଧି ୩୦ରୁ ଊର୍ଦ୍ଧ୍ୱ ଏଭଳି ଚାନ୍ଦର ଖଣ୍ଡ ମିଳିପାରିଛି । ଏଥିମଧ୍ୟରୁ ଅଧିକାଂଶ ଖଣ୍ଡର ପରୀକ୍ଷଣ କରାଯାଇ ଏହା ଚାନ୍ଦର ଅଂଶ ବୋଲି ସ୍ପଷ୍ଟ ହୋଇଛି । ଏହି ପଥର ଆମେରିକାର ସ୍ପେସ୍ ଏଜେନ୍ସି ନାସା (ଏନଏଏସଏ)ର ଆପୋଲୋ ମିଶନ ମାଧ୍ୟମରେ ଚନ୍ଦ୍ରମାଠାରୁ ଅଣା ଯାଇଥିବା ପଥର ଠାରୁ ଅଲଗା ଏବଂ ଓଜନଦାର ରହିଛି । ତଥ୍ୟାନୁଯାୟୀ ଯେଉଁ ଉଲକାପିଣ୍ଡ ବା ଚାନ୍ଦର ଖଣ୍ଡ ପୃଥିବୀର ମରୁଭୂମିରେ ପଡ଼ିଛି, ତାହାର ଓଜନ ୨୬ ହଜାର କିଲୋଗ୍ରାମ ଥିଲା । ଏହାର କିଛି ଅଂଶ ସହାରା ଏବଂ ଆଉକିଛି କାଲହାରୀ ମରୁଭୂମିରେ ପଡ଼ିଥିଲା ।

Be the first to comment

Leave a Reply

Your email address will not be published.


*