ମାସିକ ରାଶିଫଳ (ନଭେମ୍ବର) : ଏହି ମାସରେ ଏହି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ ଏବଂ ଅନ୍ୟରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡିବ ।

ମାସିକ ରାଶିଫଳ (ନଭେମ୍ବର) : ଏହି ମାସରେ ଏହି ୫ଟି ରାଶିର ବ୍ୟକ୍ତିଙ୍କ ଭାଗ୍ୟ ଚମକି ଉଠିବ ଏବଂ ଅନ୍ୟରାଶିର ବ୍ୟକ୍ତିଙ୍କୁ ସତର୍କ ରହିବାକୁ ପଡିବ ।

ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ, ଆଗାମୀ ମାସ ଆମ ପାଇଁ କିପରି ରହିବ ? ଆମେ ଆପଣଙ୍କୁ ଅଗଷ୍ଟ ମାସର ରାଶିଫଳ କହିବାକୁ ଯାଉଛୁ । ଏହି ମାସିକ ରାଶିଫଳରେ ଆପଣ ନିଜର ରାଶି ଅନୁଯାୟୀ ଜାଣିପାରିବେ ଯେ ଆଗାମୀ ମାସ ଆପଣଙ୍କ ପ୍ରେମ, କ୍ୟାରିୟର ତଥା ସ୍ୱାସ୍ଥ୍ୟ ପାଇଁ କିପରି ରହିବ ! ଏହି ମାସିକ ରାଶିଫଳରେ ଆପଣଙ୍କୁ ଆପଣଙ୍କ ଜୀବନରେ ହେଉଥିବା ଏକ ମାସର ଘଟଣାବଳୀକୁ ସଂକ୍ଷିପ୍ତରେ ପ୍ରକାଶ କରୁଛୁ । ଆସନ୍ତୁ ଜାଣିବା :-

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଜୀବନସାଥିଙ୍କ ବ୍ୟବହାରରେ ଅନୁକୂଳତା ଆସିବ । ଯେଉଁ କାର୍ଯ୍ୟ ହାତକୁ ନେଇଛନ୍ତି, ସେଥିରେ ସଫଳତା ମିଳିବ । ବ୍ୟବସାୟରେ ସହଭାଗିତାଙ୍କ ସହ ସମ୍ପର୍କ ଭଲ ରହିବ । ଆପଣଙ୍କୁ ଅନୈତିକ କାର୍ଯ୍ୟ ପ୍ରତି ନିଜ ଆକର୍ଷଣକୁ ନିୟନ୍ତ୍ରଣ କରିବାର ପରାମର୍ଶ ଦିଆଯାଉଛି । ସହକର୍ମୀ ଆପଣଙ୍କୁ ଅନେକ ସହଯୋଗ କରିବେ ଏବଂ କାର୍ଯ୍ୟକ୍ଷେତ୍ରରେ ବିଶ୍ୱାସର ମୂଳଦୁଆରେ ନୂତନ ସମ୍ପର୍କ ଆରମ୍ଭ ହେବ । ଯଦି ଆପଣ କ୍ରୋଧ ବଶତଃ କୌଣସି ପଦକ୍ଷେପ ଗ୍ରହଣ କରିବେ, ତେବେ ତାହାଦ୍ୱାରା ଆପଣଙ୍କ ସମ୍ପର୍କ ହାନୀ ହୋଇପାରେ । ବ୍ୟବସାୟୀ ଏବଂ ଚାକିରୀ କରୁଥିବା ଲୋକଙ୍କ ପାଇଁ ଏହି ମାସ ଲାଭ ପ୍ରଦାନ କରିବାକୁ ଯାଉଛି । ଖାଦ୍ୟପେୟରେ ଦାୟିତ୍ୱହୀନତା ଯୋଗୁଁ ଆପଣଙ୍କ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ମାସରେ କାମର ଚାପ ଏବଂ ଘରୋଇ ମତଭେଦ ଯୋଗୁଁ ମାନସିକ ବିଷାଦ ଗ୍ରସ୍ତର ସମ୍ମୁଖୀନ ହେବକୁ ପଡିବ । ଏହି ମାସରେ ଆକସ୍ମିକ ଲାଭ ହେବାର ସମ୍ଭାବନା ରହିଛି । କେବଳ ବୁଝାମଣା ଦ୍ୱାରା କରାଯାଇଥିବା ବିନିଯୋଗ ହିଁ ଫଳପ୍ରଦ ସାବ୍ୟସ୍ତ ହେବ । ତେଣୁ ଯେକୌଣସି ପଦକ୍ଷେପ ନେବା ପୂର୍ବରୁ ଭଲ ଭାବରେ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ । ଧାର୍ମିକ କାର୍ଯ୍ୟରେ ଆଗ୍ରହୀ ହେବେ ଏବଂ ଆଧ୍ୟାତ୍ମିକ ସମୃଦ୍ଧ ଆଡକୁ ଗତି କରିବେ । ଅଟକି ରହିଥିବା କାର୍ଯ୍ୟଗୁଡିକ ଏହି ମାସରେ ଶେଷ ହୋଇପାରିବ । ଆପଣ ଏକ ନୂତନ ବ୍ୟବସାୟ ପ୍ରତି ଆକର୍ଷିତ ହେବେ । ଆପଣଙ୍କର ବୈବାହିକ ସମ୍ପର୍କ ମଧ୍ୟରେ ଦୂରତା ସମାପ୍ତ ହେବ । ଏହି ରାଶି ରାଶିର କିଛି ଲୋକ ମାନସିକ ଅଶାନ୍ତି ମଧ୍ୟ ଦେଇ ଗତି କରିବେ, ଥକ୍କା ଏବଂ ଅଳସୁଆପଣ ଅନୁଭବ କରିପାରନ୍ତି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଅନେକ ଦିନ ଧରି ଅଟକି ରହିଥିବା ଟଙ୍କା ଆପଣଙ୍କୁ ଫେରସ୍ତ ମିଳିପାରେ । ଟଙ୍କା ସହ ଜଡିତ ମାମଲା ସମାଧାନ ରୁହନ୍ତୁ । ବିଶ୍ୱସ୍ତ ବ୍ୟକ୍ତିଙ୍କ ସହଯୋଗ ମିଳିବ । ସହଭାଗୀତା ଦ୍ୱାରା କାର୍ଯ୍ୟରେ ଲାଭ ହୋଇପାରେ । ଯାତ୍ରା, ମନୋରଞ୍ଜନ ଏବଂ ଲୋକଙ୍କ ସହିତ ମିଳାମିଶା କରିବେ । ଉପହାର ଏବଂ ସମ୍ମାନର ଲାଭ ମିଳିବ । ଉନ୍ନତିର ପଥରେ ଦେଖାଯାଉଥିବା ସମସ୍ୟାର ମୁକାବିଲା କରିବାରେ ଆପଣଙ୍କ ସମର୍ଥ ହେବ । ଅନାବଶ୍ୟକ କାର୍ଯ୍ୟରେ ସମୟ ନଷ୍ଟ କରନ୍ତୁ ନାହିଁ । ବ୍ୟବସାୟରେ କିଛି ନୂତନ ଆରମ୍ଭ କରିପାରନ୍ତି ଏବଂ ଏହାର ଲାଭ ଆପଣଙ୍କୁ ମିଳିପାରେ । ଆପଣ ଉଚ୍ଚ ସ୍ତରର ଲୋକଙ୍କ ନିକଟତର ହେବେ । ଧାର୍ମିକ କାର୍ଯ୍ୟକଳାପରେ ଖର୍ଚ୍ଚ କରିବେ, ଯାହା ଆପଣଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବ । ପ୍ରେମ ଜୀବନରେ ହଠାତ ପରିବର୍ତ୍ତନର ଯୋଗ ହେଉଅଛି । ପୁରୁଣା ରୋଗରୁ ମୁକ୍ତି ମିଳିପାରେ । ସ୍ୱାସ୍ଥ୍ୟରେ ଉନ୍ନତି ହେବାର ଯୋଗ ରହିଛି ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ପରିବାରରେ ଖୁସିପୂର୍ଣ୍ଣ ରହିବ । କିନ୍ତୁ ଧନ ହାନି ହୋଇପାରେ । ଅଧିକ ଆତ୍ମବିଶ୍ୱାସ କାରଣରୁ କେତେକ କ୍ଷେତ୍ରରେ କ୍ଷତି ହୋଇପାରେ । ବ୍ୟବସାୟରେ ଭୁଲ ନିଷ୍ପତ୍ତି ନେଇ ପରବର୍ତ୍ତୀ ସମୟରେ ଅନୁତାପ କରିପାରନ୍ତି । ବନ୍ଧୁ ଓ ସହକର୍ମୀଙ୍କ ସହାୟତାରେ ଗୁରୁତ୍ୱପୂର୍ଣ୍ଣ ମାମଲା ଗୁଡିକର ସମାଧାନ ହୋଇଯିବ । କୌଣସି ପୁରୁଣା ବ୍ୟକ୍ତିଙ୍କ ସହିତ ହିସାବ ସମାଧାନ କରିବାକୁ ପଡିପାରେ । ସମାଜରେ ବ୍ୟକ୍ତିମାନଙ୍କ ସମ୍ମାନ ବୃଦ୍ଧି ପାଇବ । ପ୍ରେମ ସମ୍ବନ୍ଧୀୟ ମାମଲା ପାଇଁ ଏହି ମାସଟି ଅତ୍ୟନ୍ତ ଭଲ ରହିବ । ଚଳିତ ମାସରେ ନିକଟ ସମ୍ପର୍କୀୟଙ୍କ ସହ ଆପଣଙ୍କ ସମ୍ପର୍କ ଦୃଢତା ରହିବ । ବ୍ୟବସାୟରେ ଧନ ଲାଭର ଯୋଗ ରହିଛି । କାର୍ଯ୍ୟସ୍ଥଳରେ ସହକର୍ମୀ ମାନଙ୍କର ସମର୍ଥନ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ଦୁର୍ବଳ ଅନୁଭବ ହେବ । ରୋଗରେ ପଡିପାରନ୍ତି ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ମାସରେ ଚାକିରି କ୍ଷେତ୍ରରେ ଅତିରିକ୍ତ ଦାୟିତ୍ୱ ମିଳିବ । ଏହି ମାସରେ, ଆପଣଙ୍କର ପ୍ରୟାସ ଫଳପ୍ରଦ ହେବ ଏବଂ ବିକାଶ ପାଇଁ ସୁଯୋଗ ସୃଷ୍ଟି ହେବ । ବ୍ୟବସାୟୀମାନଙ୍କୁ ଅଧିକ ଲାଭ ମିଳିବ । ଆପଣ ନିଜ ଜୀବନସାଥୀଙ୍କ ପୂର୍ଣ୍ଣ ସହଯୋଗ ପାଇବେ । ଜୀବନ ସାଥିଙ୍କ ପରାମର୍ଶ ଗ୍ରହଣ କରି, କର୍ମକ୍ଷେତ୍ରରେ ଦେଖା ଯାଉଥିବା ସମସ୍ୟାର ସମାଧାନ କରିବାରେ ସମର୍ଥ ହେବେ । ଆର୍ଥିକ ସଙ୍କଟ ଦୂର ହୋଇପାରେ । ଅନାବଶ୍ୟକ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ । ଏହି ମାସରେ ଆପଣ କୌଣସି ବଡ଼ ବ୍ୟବସାୟିକ ଡିଲ୍ କରିବେ । ଋଣର କାରବାରରେ ଅଳ୍ପ ସୁବିଧା ହେବ । ଆପଣ କିଛି ଆଧ୍ୟାତ୍ମିକ ଏବଂ ଧାର୍ମିକ କାର୍ଯ୍ୟକଳାପରେ ମଧ୍ୟ ଜଡିତ ହୋଇପାରନ୍ତି । ଆପଣ ନିଜକୁ ନିଜର ପ୍ରିୟର ପ୍ରେମରେ ଭଲ ଅନୁଭବ କରିବେ । ଏହି ମାସରେ କୌଣସି ସାଙ୍ଗଙ୍କ ସହଯୋଗରେ ରୋଜଗାରର ସୁଯୋଗ ମିଳିପାରେ । ଏହି ମାସରେ ଉତ୍ତମ ସ୍ୱାସ୍ଥ୍ୟର ସୂଚନା ମିଳିବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ମାସ ଆର୍ଥିକ ଲାଭର ସମ୍ଭାବନା ଅଛି । ଘରେ ଖୁସିର ପରିବେଶ ରହିବ । ପରିବାର ସହିତ ଧାର୍ମିକ କୌଣସି ଧାର୍ମିକ କାର୍ଯ୍ୟରେ ଯୋଗ ଦେଇପାରନ୍ତି । ଛାତ୍ରଛାତ୍ରୀମାନଙ୍କୁ ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବ । ଆପଣଙ୍କ ସହଯୋଗୀ କିମ୍ବା ସହକର୍ମୀମାନଙ୍କ ସହାୟତା ମିଳିବ । ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି, ସେଥିରେ ଯଥେଷ୍ଟ ଉନ୍ନତି କରିବେ । କ୍ରୋଧ ଏବଂ ନକାରାତ୍ମକ ଚିନ୍ତାଧାରା ଉପରେ ପ୍ରାଧାନ୍ୟ ଦିଅନ୍ତୁ ନାହିଁ । କୌଣସି ବଡ଼ ଯୋଜନା ଏବଂ ବିଚାରର ମାଧ୍ୟମ ଆପଣଙ୍କ ଧ୍ୟାନ ଆକର୍ଷିତ କରିପାରେ । ନିଜର ଉତ୍ସାହକୁ ନିୟନ୍ତ୍ରଣରେ ରଖନ୍ତୁ, ନଚେତ ଏହା ଆପଣଙ୍କ ପ୍ରେମ ସମ୍ପର୍କକୁ ଅସୁବିଧାରେ ପକାଇପାରେ । ବୃତ୍ତିଗତ ସ୍ତରରେ କୌଣସି ଲକ୍ଷ୍ୟକୁ ପୂରଣ କରିବାର ସ୍ଥିତିରେ ରହିବେ । ଶାରୀରିକ ଅସୁସ୍ଥତା ଏବଂ ମାନସିକ ଚିନ୍ତା ଅନୁଭବ ହେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ମାସରେ ରୋଜଗାରରେ ଆପଣଙ୍କୁ ସଫଳତା ମିଳିପାରେ । କୌଣସି ଲୋକ ଆପଣଙ୍କ ଭାବମୂର୍ତ୍ତିକୁ ଖରାପ କରିପାରେ । ଖରାପ ଅଭ୍ୟାସ ଠାରୁ ଦୂରରେ ରହିବା ହିଁ ଭଲ ଅଟେ । ଏହି ମାସରେ କିଛି ନୂଆ କାର୍ଯ୍ୟ ଆରମ୍ଭ କରିପାରନ୍ତି । ଆକସ୍ମିକ ଧନ ଲାଭ ହେବାର ସମ୍ଭାବନା ରହିଛି । ଧାର୍ମିକ କାର୍ଯ୍ୟ କରିବାକୁ ଧନ ଖର୍ଚ୍ଚ କରିପାରନ୍ତି । ଆର୍ଥିକ ଲାଭ ପାଇଁ ଏହି ମାସଟି ଆପଣଙ୍କ ପାଇଁ ଯଥେଷ୍ଟ ଭଲ ରହିବ । ବୈବାହିକ ଜୀବନରେ ଲାଗିରହିଥିବା ତିକ୍ତତାକୁ ଦୂର କରିବା ପାଇଁ ସମାଜର ବନ୍ଧୁ ଓ ନିକଟ ସମ୍ପର୍କୀୟଙ୍କ ସାହାଯ୍ୟ ଲୋଡିବେ । ବାହାର ଲୋକଙ୍କ ହସ୍ତକ୍ଷେପ ଆପଣଙ୍କ ବୈବାହିକ ଜୀବନରେ ଅସୁବିଧା ଉତ୍ପନ୍ନ କରିପାରେ । ନିଜର ଦକ୍ଷତା ବୃଦ୍ଧି କରିବା ପାଇଁ ନୂତନ କୌଶଳ ଆପଣାଇ କାର୍ଯ୍ୟ ହାସଲ କରିବାରେ ସମର୍ଥ ହେବେ । ଆପଣଙ୍କ ସ୍ୱାସ୍ଥ୍ୟ ଅବସ୍ଥାକୁ ନେଇ ସତର୍କ ରୁହନ୍ତୁ । ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଲୋକଙ୍କ ଉପରେ ଆଖିବୁଜି ବିଶ୍ୱାସ କରିବା ବନ୍ଦ କରନ୍ତୁ । ଆଇନଗତ ମାମଲାରେ ସାବଧାନ ରୁହନ୍ତୁ । କୌଣସି ବଡ଼ କାର୍ଯ୍ୟକୁ ସାଧନ କରିବା ପାଇଁ ଆପଣ ସମ୍ପୂର୍ଣ୍ଣ ଭାବରେ ପରିଶ୍ରମ କରିବେ ଏବଂ ଆବଶ୍ୟକୀୟ ସହଯୋଗ ମଧ୍ୟ ମିଳିଯିବ । ଆର୍ଥିକ ପରିସ୍ଥିତିରେ ଉନ୍ନତି ଆସିବ କିନ୍ତୁ ଏହା ସହିତ ଖର୍ଚ୍ଚର ପରିମାଣ ମଧ୍ୟ ବୃଦ୍ଧି ପାଇବ । ଏକାଗ୍ରତାରେ ହ୍ରାସ ହୋଇପାରେ । ନୂତନ ଘର ପାଇଁ କିଛି କିଣିବା ଶୁଭ ହେବ । ସଫଳତା ପାଖରେ ଥିବା ସତ୍ତ୍ୱେ ମଧ୍ୟ ଆପଣଙ୍କ ଶକ୍ତିରେ ହ୍ରାସତା ଆସିବ । ରୋମାନ୍ସ ଆନନ୍ଦମୟ ଏବଂ ବହୁତ ରୋମାଞ୍ଚକ ରହିବ । ପ୍ରେମ ସମ୍ବନ୍ଧୀୟ ଦୃଢ଼ତା ଆସିବ । ଆର୍ଥିକ ମାମଲାକୁ କେନ୍ଦ୍ର କରି ସମ୍ପର୍କୀୟଙ୍କ ସହିତ ମତଭେଦ ଦେଖାଦେଇପାରେ । ବେରୋଜଗାରୀଙ୍କୁ ରୋଜଗାର ମିଳିପାରେ । ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ କାରଣ ଆପଣ ପାଣିପାଗର ପରିବର୍ତ୍ତନ ଯୋଗୁଁ ସଂକ୍ରମଣର ଶିକାର ହୋଇପାରନ୍ତି ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ମାସରେ ଆପଣ ଉନ୍ନତିର ପଥରେ ଅଗ୍ରସର ହେବେ ଏବଂ ସଫଳତାର ନୂତନ କୀର୍ତ୍ତିମାନ ସ୍ଥାପନ କରିବେ । ଆପଣଙ୍କୁ ଜୀବନସାଥୀ ଏବଂ ବ୍ୟବସାୟିକ ସହଯୋଗୀ ମାନଙ୍କ ସହିତ ଧୌର୍ଯ୍ୟ ରଖି କାର୍ଯ୍ୟ କରିବାକୁ ପଡିବ । ସନ୍ତାନ ପକ୍ଷରୁ ଶୁଭ ଖବର ମିଳିବ । ଦୈନିକ ଲାଭର ମାତ୍ରା ବୃଦ୍ଧି ପାଇବ । ଘଟଣାଗୁଡ଼ିକୁ ନିୟନ୍ତ୍ରଣ କରିବାରେ ସଫଳ ହେବେ । ବ୍ୟବସାୟରେ ନୂତନ ଚୁକ୍ତି ହୋଇପାରେ । ଆପଣ ପରିବାର ପାଇଁ ନିଜର ଖୁସିକୁ ବଳିଦାନ ଦେବେ । ଏହି ସପ୍ତାହରେ ଆପଣଙ୍କ ପ୍ରେମ ଜୀବନରେ ସକାରତ୍ମକ ଉନ୍ନତି ହେବ । ଏହି ମାସରେ ପ୍ରଥମାର୍ଦ୍ଧରେ କୌଣସି କ୍ଷେତ୍ରରେ ବିନିଯୋଗ କରନ୍ତୁ ନାହିଁ, ନଚେତ କ୍ଷତି ସହ୍ୟ କରିବାକୁ ପଡିବ । ସ୍ୱାସ୍ଥ୍ୟକୁ ଠିକ ରଖିବା ପାଇଁ ଦୌଡ଼ିବା ଆପଣଙ୍କ ପାଇଁ ଲାଭଦାୟକ ହେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ସାମାଜିକ କ୍ଷେତ୍ରରେ ସକ୍ରିୟ ରହିବେ । ବିଚାରରେ ସ୍ଥିରତା ରହିବ, ଯାହାଫଳରେ ଯେକୌଣସି କାର୍ଯ୍ୟ ଭଲ ଭାବରେ ସଂପୂର୍ଣ୍ଣ କରିପାରିବେ । ଛାତ୍ରମାନଙ୍କୁ ମନୋବାଞ୍ଛିତ ଫଳ ମିଳିପାରେ । ପୈତୃକ ସମ୍ପତ୍ତିରୁ ଲାଭ ମିଳିପାରେ । କଳାକାରମାନେ ନିଜ କଳା ନିମନ୍ତେ ପ୍ରଶଂସିତ ହେବେ । ମାତାଙ୍କ ସହିତ ସମ୍ପର୍କ ଭଲ ରହିବ । କୌଣସି ନୂତନ ପ୍ରକଳ୍ପରେ କାମ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ ଏବଂ ପରେ ବାସ୍ତବିକ ରୂପରେଖା ଦେଖା ପାଇଁ ପ୍ରୟାସ କରନ୍ତୁ । ଯାହାଫଳରେ ଆପଣ ଇଚ୍ଛା କରୁଥିବା ଭଳି ଫଳାଫଳ ମିଳିବ । ଆପଣଙ୍କ ବୈବାହିକ ଜୀବନ ପାଇଁ ଏହା କଠିନ ସମୟ ରହିବ । ମତଭେଦ ଦେଖାଦେଇପାରେ । ବ୍ୟବସାୟ, ବାଣିଜ୍ୟ ନିମନ୍ତେ ଏହି ମାସଟି ଅତ୍ୟନ୍ତ ଲାଭଦାୟକ ରହିବ । ସ୍ୱାସ୍ଥ୍ୟକୁ ଅବହେଳା କରିବା ଦ୍ୱାରା ଚାପ ବୃଦ୍ଧି ପାଇବା ଅବଶ୍ୟମ୍ଭାବୀ, ତେଣୁ ଡାକ୍ତରଙ୍କର ପରାମର୍ଶ ନିଅନ୍ତୁ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ମାସରେ ଧନ ସମ୍ବନ୍ଧୀୟ ଜଡିତ କାର୍ଯ୍ୟରେ ଆପଣଙ୍କୁ ସଫଳତା ହାସଲ କରିବେ । ଚଳିତ ମାସରେ ଆପଣ ନିଜ ଜିଦରେ ଅଟଳ ରହିବେ । ଆଇନଗତ ପ୍ରସଙ୍ଗରେ ପକ୍ଷ ଦୁର୍ବଳ ହୋଇପାରେ । ଭାଇମାନଙ୍କ ସହିତ ବିବାଦ ସୃଷ୍ଟି ହେବାର ସମ୍ଭାବନା ରହିଛି । ପୈତୃକ ସମ୍ପତ୍ତି ସହିତ ଜଡିତ ମାମଲାକୁ ପରିବାରରେ ଅଶାନ୍ତିର ବାତାବରଣ ଦୀର୍ଘ ଦିନ ପର୍ଯ୍ୟନ୍ତ ରହିବ । ଚାକିରୀ କରୁଥିବା କର୍ମଜୀବିମାନେ ସତର୍କତାର ସହିତ ଦିନଚର୍ଯ୍ୟା କରନ୍ତୁ । ଅଫିସରେ ପରିସରରେ ଆୟୋଜିତ ବୈଠକରେ ନୀରବ ରହିବା ଶ୍ରେୟସ୍କର ରହିବ । ବ୍ୟବସାୟରେ ଉତ୍ଥାନ-ପତନ ଲାଗିରହିବ । ଆପଣଙ୍କ ଘର ପରିବାରରେ ସୁଖ ଏବଂ ସମୃଦ୍ଧି ବୃଦ୍ଧି ପାଇବ । ପରୋପକାର ଏବଂ ସାମାଜିକ କାର୍ଯ୍ୟ ଆପଣଙ୍କୁ ଆକର୍ଷିତ କରିବ । ଆପଣଙ୍କ ସମ୍ପର୍କ ଭଲ ରହିବ । କେତେକ ଚ୍ୟାଲେଞ୍ଜ ଆପଣଙ୍କୁ ନିଜ ଲକ୍ଷ୍ୟ ପଥରୁ ବିଚ୍ୟୁତ କରାଇପାରେ କିନ୍ତୁ ଆପଣ ସମ୍ପୂର୍ଣ୍ଣ ଧ୍ୟାନ ନିଜ ଲକ୍ଷ୍ୟ ଉପରେ କେନ୍ଦ୍ରୀଭୂତ କରନ୍ତୁ । ଖାଦ୍ୟପେୟରେ ଏଭଳି ଜିନିଷ ଠାରୁ ଦୂରେଇ ରହିବା ପାଇଁ ଚେଷ୍ଟା କରନ୍ତୁ, ଯେଉଁଥିରେ ଅଧିକ ମାତ୍ରାରେ କୋଲେଷ୍ଟ୍ରଲ ରହିଥିବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ରାଜନୈତିଜ୍ଞମାନଙ୍କ ଅଭିଳାଷର ପୂରଣ ହେବ । ପୁଞ୍ଜି ବିନିଯୋଗରୁ ଦୂରେଇ ରୁହନ୍ତୁ କାରଣ ଏହି ମାସଟି ପୁଞ୍ଜି ବିନିଯୋଗ ନିମନ୍ତେ ପ୍ରତିକୂଳ ରହିବ । କଳା ଏବଂ ସାହିତ୍ୟ କ୍ଷେତ୍ର ପ୍ରତି ମନ ଆକର୍ଷିତ ହେବ । ନିଜର ରଚନାତ୍ମକ ଏବଂ ସୃଜନାତ୍ମକ କଳା ଦ୍ୱାରା ଲୋକମାନଙ୍କ ନିକଟରେ ପରିଚିତ ହେବେ । ବ୍ୟବସାୟୀ ଲୋକମାନଙ୍କୁ ନିଜର ଲକ୍ଷ୍ୟ ପୂରଣ କରିବା ପାଇଁ କେତେକ ବାଧାବିଘ୍ନର ସମ୍ମୁଖୀନ ହେବାକୁ ପଡିବ । ଚାକିରୀରେ ପଦୋନ୍ନତିର ଯୋଗ ରହିଛି । ଆର୍ଥିକ ସମ୍ବନ୍ଧୀୟ କୌଣସି ଭଲ ଖବର ଶୁଣିବାକୁ ମିଳିବ । ଆପଣଙ୍କର ଅତିରିକ୍ତ ଧନକୁ ସୁରକ୍ଷିତ ସ୍ଥାନରେ ରଖନ୍ତୁ, ଯାହାକୁ ଆଗାମୀ ଦିନରେ ଆପଣ ପୁଣିଥରେ ଫେରି ପାଇବେ । ସାଙ୍ଗସାଥି ମାନଙ୍କ ସହିତ ମଜାମଉଜ କରିବେ । ଏହି ମାସରେ ନୂତନ ପ୍ରେମ ପ୍ରସଙ୍ଗ ଆରମ୍ଭ ହେବାର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟ ଅବତନତି ମାନସିକ ଚିନ୍ତାର କାରଣ ହୋଇପାରେ । ସାବଧାନତା ଅବଲମ୍ବନ କରନ୍ତୁ ଏବଂ ବ୍ୟାୟାମ କରନ୍ତୁ ।

Be the first to comment

Leave a Reply

Your email address will not be published.


*