ମାସିକ ରାଶିଫଳ (ସେପ୍ଟେମ୍ବର) : ଚଳିତ ମାସରେ ୫ଟି ରାଶିର ବ୍ୟକ୍ତି ଅର୍ଥ ରୋଜଗାରର ନୂତନ ମାର୍ଗ ଅନ୍ଵେଷଣ କରିବେ ଓ

ମାସିକ ରାଶିଫଳ (ସେପ୍ଟେମ୍ବର) : ଚଳିତ ମାସରେ ୫ଟି ରାଶିର ବ୍ୟକ୍ତି ଅର୍ଥ ରୋଜଗାରର ନୂତନ ମାର୍ଗ ଅନ୍ଵେଷଣ କରିବେ ଓ

ମାସିକ ରାଶିଫଳ (ସେପ୍ଟେମ୍ବର) : ଚଳିତ ମାସରେ ୫ଟି ରାଶିର ବ୍ୟକ୍ତି ଅର୍ଥ ରୋଜଗାରର ନୂତନ ମାର୍ଗ ଅନ୍ଵେଷଣ କରିବେ ଓ ଆର୍ଥିକ ସ୍ଥିତିକୁ ମଜବୁତ କରିବେ ।

ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ, ଆଗାମୀ ମାସ ଆମ ପାଇଁ କିପରି ରହିବ ? ଆମେ ଆପଣଙ୍କୁ ଅଗଷ୍ଟ ମାସର ରାଶିଫଳ କହିବାକୁ ଯାଉଛୁ । ଏହି ମାସିକ ରାଶିଫଳରେ ଆପଣ ନିଜର ରାଶି ଅନୁଯାୟୀ ଜାଣିପାରିବେ ଯେ ଆଗାମୀ ମାସ ଆପଣଙ୍କ ପ୍ରେମ, କ୍ୟାରିୟର ତଥା ସ୍ୱାସ୍ଥ୍ୟ ପାଇଁ କିପରି ରହିବ ! ଏହି ମାସିକ ରାଶିଫଳରେ ଆପଣଙ୍କୁ ଆପଣଙ୍କ ଜୀବନରେ ହେଉଥିବା ଏକ ମାସର ଘଟଣାବଳୀକୁ ସଂକ୍ଷିପ୍ତରେ ପ୍ରକାଶ କରୁଛୁ । ଆସନ୍ତୁ ଜାଣିବା :-

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ରାଶିର ଲୋକମାନେ ରୋଜଗାରର ନୂତନ ଉତ୍ସ ପାଇବେ । ଅନ୍ୟମାନଙ୍କୁ ସାହାଯ୍ୟ କରିବ । ମାନସିକ ସ୍ତରରେ ସୁସ୍ଥ ଅନୁଭବ କରିବେ । ବିବାଦୀୟ ପରିସ୍ଥିତି ମଧ୍ୟ ଦେଇ ସଂପତ୍ତି ସମ୍ବନ୍ଧୀୟ କାର୍ଯ୍ୟ ପୂର୍ଣ୍ଣତା ଆଡକୁ ଅଗ୍ରସର ହେବେ । ଦୀର୍ଘଦିନରୁ ଲାଗି ରହିଥିବା ଭୁଲ ବୁଝାମୁଣା ଦୂର ହେବ, ପରିବାର ସହିତ ଭଲ ସମୟ ଅତିବାହିତ କରିବେ । କୌଣସି କଠିନ ପରିସ୍ଥିତିରେ ଆପଣଙ୍କୁ କିଛି ଲୋକଙ୍କ ସାହାଯ୍ୟ ମଧ୍ୟ ନିଅନ୍ତୁ । କିନ୍ତୁ ତରବାରିଆ ହୋଇ କୌଣସି ଭୁଲ ପଦକ୍ଷେପ ନିଅନ୍ତୁ ନାହିଁ, ନଚେତ ପରବର୍ତ୍ତୀ ସମୟରେ ଆପଣଙ୍କୁ ଅନୁତାପ କରିବାକୁ ପଡିବ । ବ୍ୟବସାୟ ଲାଭଦାୟକ ହୋଇପାରିବ ବଡ ଲୋକ ମାନଙ୍କ ସହିତ ସାକ୍ଷାତ କରିବାର ସମ୍ଭାବନା ରହିଛି । ଜୀବନ ସାଥିଙ୍କ ସହଯୋଗରେ କେତେକ ଅଧୁରା କାର୍ଯ୍ୟ ପୂର୍ଣ୍ଣ ହୋଇପାରିବ । ଉଭୟଙ୍କ ମଧ୍ୟରେ ସମ୍ପର୍କ ମଜୁବତ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବ ଏବଂ ଆପଣଙ୍କୁ ଦୀର୍ଘ ଦିନ ଧରି ଚାଲି ଆସୁଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ମାସ ପ୍ରାରମ୍ଭରେ ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବ । ପୁରସ୍କାର, ସମ୍ମାନ, ପଦୋନ୍ନତି ଏବଂ ପ୍ରତିଯୋଗିତାରେ ମଧ୍ୟ ବିଜୟ ଲାଭ କରିପାରିବେ । ଆପଣଙ୍କ କିଛି ବିଶେଷ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ କୌଣସି ଵ୍ୟକ୍ତିଙ୍କ ଠାରୁ ସାହାଯ୍ୟ ନେବାକୁ ପଡିବ ଏବଂ ଆପଣଙ୍କ କାମ ସମ୍ପୂର୍ଣ୍ଣ ମଧ୍ୟ ହୋଇଯିବ । ଏହି ମାସରେ ଆପଣଙ୍କ ମନୋବଳ ଟାଣ ରହିବ । ବ୍ୟବସାୟ ମାଲିକ ଏବଂ ଚାକରୀ ଉଭୟଙ୍କ ନିମନ୍ତେ ଧନ ପ୍ରାପ୍ତର ଉପଯୁକ୍ତ ସମୟ ଅଟେ । ତେଣୁ ସମୟକୁ ଅଯଥା ନଷ୍ଟ କରନ୍ତୁ ନାହିଁ । କିନ୍ତୁ ବ୍ୟବସାୟ କ୍ଷେତ୍ରରେ ଆପଣଙ୍କ ପ୍ରତିଯୋଗୀମାନେ ପ୍ରାଧାନ୍ୟ ବିସ୍ତାର କରିବେ । ଅଫିସ କାର୍ଯ୍ୟରେ ସିନିଅରଙ୍କ ସାହାଯ୍ୟରେ ଆପଣଙ୍କ ଅଟକି ରହିଥିବା କାମ ପୂରଣ ହୋଇଯିବ । ଯଦି ସମ୍ପର୍କକୁ ମଜବୁତ କରିବା ପାଇଁ ଚାହୁଛନ୍ତି ତେବେ ଆପଣଙ୍କ ଏଥିପାଇଁ ସମୟ ବାହାର କରି ଜୀବନସାଥିଙ୍କ ସହ କିଛି ସମୟ ଅତିବାହିତ କରନ୍ତୁ । ଏହି ମାସରେ ସ୍ୱାସ୍ଥ୍ୟ ଭଲ ରହିବା ହେତୁ କାର୍ଯ୍ୟକୁ ଦୃଢତାର ସହ ପୂର୍ଣ୍ଣ କରିବେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଅନ୍ୟର ବିବାଦରେ ମୁଣ୍ଡ ପୁରନ୍ତୁ ନାହିଁ । ଅନାବଶ୍ୟକ ତର୍କବିତର୍କରୁ ଦୂରେଇ ରୁହନ୍ତୁ । ଏହି ମାସରେ ଆପଣ ନିଜ ନିକଟବର୍ତ୍ତୀ ଲୋକଙ୍କ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରିବ । ସହକର୍ମୀମାନଙ୍କ ସହିତ ବିବାଦ କରନ୍ତୁ ନାହିଁ ଅନ୍ୟଥା ଆପଣ ଅସୁବିଧାରେ ପଡ଼ିବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ହେତୁ କଠିନ ପରିଶ୍ରମ କରିବାକୁ ପଡିବ । ଚାକିରୀ କରୁଥିବା ବ୍ୟକ୍ତି ବିଶେଷମାନଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି । ବ୍ୟକ୍ତିଗତ ଜୀବନର ସମସ୍ୟାର ମୁକାବିଲା ପାଇଁ ଆପଣ ଯଥାସମ୍ଭବ ଚେଷ୍ଟା କରନ୍ତୁ । ନିଜର ଆକର୍ଷଣୀୟ ବ୍ୟକ୍ତିତ୍ୱ ହେତୁ ପାରିବାରିକ ସୋମାରୋହରେ ଅନ୍ୟମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ଦମ୍ପତ୍ୟ ଜୀବନରେ ନିଜର ଜୀବନସାଥିଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ । ମାଁଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ରହିବେ । ପୁରୁଣା ରୋଗର ପାଦୁର୍ଭାବ ବଢିପାରେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଚଳିତ ମାସରେ ଭାଗ୍ୟ ବୃଦ୍ଧି ସହିତ ଆକସ୍ମିକ ଧନ ପ୍ରାପ୍ତ ହେବ । ଆପଣଙ୍କ ସମ୍ପର୍କୀୟମାନେ ଆପଣଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କିଛି ଗୁରୁତ୍ୱପୂର୍ଣ୍ଣ ପରାମର୍ଶ ଦେଇପାରନ୍ତି । ପାରିବାରିକ ଜୀବନରେ ଅଯଥାରେ ଟଙ୍କା ଖର୍ଚ୍ଚ କରିବେ, ପରବର୍ତ୍ତୀ ପର୍ଯ୍ୟାୟରେ ଏହା ଆପଣଙ୍କୁ ମାନସିକ ଚାପ ଦେଇପାରେ । କର୍ମକ୍ଷେତ୍ରରେ ଅତୁଳନୀୟ ସଫଳତା ପାଇବାର ଯୋଗ ରହିଛି । ବ୍ୟବସାୟ ଅଗ୍ରଗତି କରିବ । ଅଫିସରେ ଅଟକିଥିବା ଦୀର୍ଘ ଦିନର କାର୍ଯ୍ୟଗୁଡିକ ଚଳିତ ମାସରେ ଧିରେ ଧିରେ ସମ୍ପୁର୍ଣ୍ଣ କରିବେ । ଆର୍ଥିକ ଲାଭ ପାଇଁ ସୁଯୋଗ ମିଳିବ । ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ଘଟିବ । ଏହି ମାସସାରେ କିଛି ନୂତନ ବନ୍ଧୁଙ୍କ ସହ ସମ୍ପକ ଯୋଡିବେ ଯାହା ଭବିଷ୍ୟତରେ ଆପଣଙ୍କ ପାଇଁ ଲାଭଦାୟକ ବୋଲି ସାବ୍ୟସ୍ତ ହେବେ । ବୈବାହିକ ଜୀବନ ବା ପ୍ରେମରେ ମଧୁରତା ଆସିବ । ଆପଣ ନିଜ ସ୍ୱାସ୍ଥ୍ୟର ବିଶେଷ ଯତ୍ନ ରଖିବା ଉଚିତ । ସାଧାରଣ ରୋଗ ଆପଣଙ୍କୁ ଚିନ୍ତାଗ୍ରସ୍ତ କରିପାରେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ମାସରେ ଭଗବାନଙ୍କ ଆଶୀର୍ବାଦରୁ ଭାଗ୍ୟର ପୂର୍ଣ୍ଣ ସହଯୋଗ ପାଇବେ । ସମାଜରେ ପ୍ରଶଂସିତ ହେବେ । ବକେୟା ଅର୍ଥ ଆଦାଯ କରିବାରେ ସକ୍ଷମ ହେବେ । ତଥାପି ଶିଶୁମାନଙ୍କ ପକ୍ଷରୁ କିଛି ସମସ୍ୟାର ସାମ୍ନା କରିବାକୁ ପଡ଼ିପାରେ । କର୍ମକ୍ଷେତ୍ରର ସନ୍ତୁଳିତ ପରିବେଶ ମନକୁ ଆନନ୍ଦ ରଖିବ । ବ୍ୟବସାୟରେ ପ୍ରତିଯୋଗୀତା ମନୋଭାବ ଦେଖାଦେଲେ ମଧ୍ୟ ପ୍ରତିଟି କ୍ଷେତ୍ରରେ ଆପଣ ଧୌର୍ଯ୍ୟ ସହ ପରିସ୍ଥିତିକୁ ସମ୍ମା କରିବେ । ବ୍ୟବସାୟ ସମ୍ବନ୍ଧୀୟ ବିନିଯୋଗରେ ଖୁସି ଖବର ମିଳିବ । ଏହି ମାସରେ ଆପଣଙ୍କ ସାକ୍ଷାତ ଏହିପରି ଜଣେ ବ୍ୟକ୍ତିଙ୍କ ସହିତ ହେବାକୁ ଯାଉଛି, ଯେଉଁ ବ୍ୟକ୍ତି ଭବିଷ୍ୟତରେ ମଧ୍ୟ ଆପଣଙ୍କ ଠାରୁ ଅର୍ଥପୂର୍ଣ୍ଣ ସମ୍ପର୍କର ଆଶା ରଖିବେ । ତେଣୁ ଯଥାସମ୍ଭବ, ଏହି ସମୟରେ କୌଣସି ନୂତନ ସମ୍ପର୍କରେ ଆବଦ୍ଧ ହୁଅନ୍ତୁ ନାହିଁ । ଆପଣ ଯେଉଁଥିପାଇଁ ପ୍ରୟାସ କରିଆସୁଥିଲେ ସେଥିରେ ଆପଣଙ୍କୁ ଆଶାତୀତ ସଫଳତା ମିଳିବ । କୌଣସି କାରଣକୁ ନେଇ ଜୀବନ ସାଥୀଙ୍କ ବିରକ୍ତି ଆପଣଙ୍କୁ ହତାଶ କରିପାରେ । ସ୍ୱାସ୍ଥ୍ୟ ସଂପୂର୍ଣ୍ଣ ଯତ୍ନ ନିଅନ୍ତୁ, ଅବହେଳା କଲେ ପରିଣତି ଅସ୍ଵାଭାବିତ ହୋଇପାରେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ମାସରେ କାର୍ଯ୍ୟରେ ସଫଳତା ଏବଂ ଖ୍ୟାତି ଅର୍ଜନ ହେତୁ ଉତ୍ସାହ ବୃଦ୍ଧି ପାଇବ । ଧନ ସମ୍ବନ୍ଧୀୟ ବିଷୟ ଗୁଡ଼ିକ ପାଇଁ ଏହି ମାସ ଭଲ ହେବାକୁ ଯାଉଛି, ରୋଜଗାର କରିବାର ନୂତନ ମାର୍ଗ ଅନ୍ଵେଷଣ କରିବେ ଯାହାଫଳରେ ଆର୍ଥିକ ସ୍ଥିତି ମଧ୍ୟ ମଜବୁତ ହେବ । ଚାକିରୀରେ ଖୁସିଖବର ମିଳିବ ଏବଂ ସହକର୍ମୀମାନଙ୍କ ସମର୍ଥନ ପାଇବେ । ବେରୋଜଗାର ଥିବା ବ୍ୟକ୍ତିମାନଙ୍କୁ ଏହି ମାସରେ ରୋଜଗାର ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ମନରେ ବିଭିନ୍ନ ପ୍ରକାର ଦୁଶ୍ଚିନ୍ତାର ଆଶଙ୍କା କରିବେ । ମାସର ମଧ୍ୟବର୍ତ୍ତୀ ଭାଗରେ ବନ୍ଧୁ ଓ ପରିଜନଙ୍କ ସହିତ ବୁଝାମୁଣାରେ ମତଭେଦ ହେତୁ ସମ୍ପର୍କରେ ସମ୍ୟକ ଫାଟ ସୃଷ୍ଟି ହୋଇପାରେ । ଆପଣଙ୍କ କାର୍ଯ୍ୟ ଯୋଜନା ଅନୁଯାୟୀ ସମ୍ପୁର୍ଣ୍ଣ ହେବା ଦ୍ୱାରା ଆର୍ଥିକ ଲାଭ ମିଳିବ । ଏହି ମାସରେ ଆପଣ ଜୀବନସାଥୀଙ୍କ ସହିତ ମିଶି କିଛି ନୂଆ କାର୍ଯ୍ୟାରମ୍ଭ କରିପାରନ୍ତି । ପରସ୍ପର ମଧ୍ୟରେ ପ୍ରେମ ସମ୍ପର୍କ ଆହୁରି ମଜବୁତ ହେବ । ସ୍ୱାସ୍ଥ୍ୟକୁ ଉତ୍ତମ ରଖିବା ପାଇଁ ପାଇଁ ଯୋଗସନ, ପ୍ରାଣାୟମ, ବ୍ୟାୟମ କରନ୍ତୁ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ମନରେ ନୂଆ ଆଶା ଓ ନୂଆ ସଂକଳ୍ପ ନେଇ ମାସଟି ଆରମ୍ଭ କରନ୍ତୁ । ବ୍ୟବସାୟ ବାଣିଜ୍ୟ ନିମନ୍ତେ ଏହି ମାସଟି ଆପଣଙ୍କ ପାଇଁ ଅନୁକୂଳ ପରିବେଶ ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଅଫିସରେ ବରିଷ୍ଠ ଅଧିକାରୀଙ୍କ ସହଯୋଗ ପାଇ ଅଟକିଥିବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସାଙ୍ଗମାନଙ୍କ ସହଯୋଗ ପାଇ ଆପଣ ନିଜେ ନିଜେ ଖୁସି ଅନୁଭବ କରିବେ । ପରୋକ୍ଷ ଶତ୍ରୁତା କାରଣରୁ ବିରୋଧୀମାନେ ଆପଣଙ୍କ କ୍ଷତି କରିବାକୁ ଚିନ୍ତା କରିପାରନ୍ତି, କିନ୍ତୁ କେହି ଆପଣଙ୍କ କିଛି କ୍ଷତି କରିପାରିବେ ନାହିଁ । ସାହିତ୍ୟ ଏବଂ କଳା କ୍ଷେତ୍ରରେ ଆଗ୍ରହ ବୃଦ୍ଧି ପାଇବ । ଜୀବନସାଥୀଙ୍କ ସହିତ ଲାଗିଥିବା ଦୈନନ୍ଦିନ ମତଭେଦ ଏହି ମାସରେ ସଂପୂର୍ଣ୍ଣ ହେବ । ସ୍ଵାସ୍ଥ୍ୟକୁ ନେଇ ଅବହେଳା କରନ୍ତୁ ନାହିଁ, ତୁରନ୍ତ ଡାକ୍ତରଙ୍କ ସହିତ ଯୋଗାଯୋଗ କରିବା ଭଲ ହେବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଏହି ମାସରେ ଆପଣ ନିଜ ମନକୁ ଶାନ୍ତ ରଖନ୍ତୁ ଏବଂ ଅଯଥା ଭବିଷ୍ୟତ ବିଷୟରେ ଚିନ୍ତା କରି ବର୍ତ୍ତମାନକୁ ନଷ୍ଟ କରନ୍ତୁ ନାହିଁ । ଭଗବାନଙ୍କୁ ସ୍ମରଣ କରନ୍ତୁ, ସମ୍ଭାବ୍ୟ ସଙ୍କଟ ଦୂର ହେବ । ପରୋକ୍ଷ ଶତ୍ରୁତା ଯୋଗୁଁ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଆପଣଙ୍କୁ ଏହି ମାସ ନିଜ କର୍ମକ୍ଷେତ୍ରରେ ଅଧିକ ରୋଜଗାର କରିବାକୁ ପ୍ରୟାସ କରିବେ । ବ୍ୟବସାୟରେ, ଅତ୍ୟଧିକ ଲାଭ ପାଇଁ ପ୍ରସ୍ତୁତ କରିଥିବା ଯୋଜନାରେ ସଫଳ ହେବ । ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କ୍ଷେତ୍ରରେ ନିଜକୁ ସଙ୍କଳପବୋଧ କରି ନିଜେ ସକ୍ରିୟ ହେବେ । ସହଭାଗୀତା ବ୍ୟବସାୟରେ ଦେଖାଯାଉଥିବା ସମସ୍ୟାର ସମାଧାନ ହୋଇଯିବ । ଆପଣ ନିଜ କ୍ରୋଧକୁ ନିୟନ୍ତ୍ରଣ ରଖିବାକୁ ପ୍ରୟାସ କରନ୍ତୁ, ଆପଣଙ୍କ ପାଇଁ ଶ୍ରେୟସ୍କର ହେବ । ଜୀବନସାଥୀଙ୍କୁ କୌଣସି ପ୍ରତିଜ୍ଞା ଦେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ । କାରଣ ଆପଣଙ୍କ ଏହି ପ୍ରତିଜ୍ଞ ଆଗାମୀ ଦିନରେ ଉଭୟଙ୍କ ମଧ୍ୟରେ ବିବାଦ ସୃଷ୍ଟି କରିପାରେ । ଉଭୟ ଶାରୀରିକ ଏବଂ ମାନସିକ ସ୍ତରରୁ ସୁସ୍ଥସବଳ ରହିବେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ମାସରେ ସମାଜରେ ଆପଣଙ୍କ ମାନସମ୍ମାନ ବୃଦ୍ଧି ହେବାର ଯଥେଷ୍ଟ ସମ୍ଭାବନା ରହିଛି । ପୈତୃକ ସମ୍ପତ୍ତିକୁ ନେଇ ପରସ୍ପର ଭାଇଚାରା ମଧ୍ୟରେ ସଂଘର୍ଷର ବହ୍ନି ଲାଗିପାରେ । ଘରୋଇ କାର୍ଯ୍ୟକୁ ଅନାଦେଖା କରିପାରନ୍ତି । ଏହା ବ୍ୟତୀତ ଜୀବନରେ କିଛି ନୂତଣ ସୁଯୋଗ ମଧ୍ୟ ପାଇବେ । ବୈବାହିକ ଜୀବନ ସୁଖଦ ରହିବ । ବ୍ୟବସାୟରେ ଭଲ ଲାଭ ମିଳିବ । ଅଫିସରେ ସମସ୍ତଙ୍କ ସହ ତାଳମେଳ ରହିବ । କୌଣସି କ୍ଷେତ୍ରରେ ତରବାରିଆ ହୋଇ ନିଷ୍ପତ୍ତି ନେବା ହାନିକରକ ସାବ୍ୟସ୍ତ ହୋଇପାରେ । ନିରାଶାର ବାତାବରଣରୁ ବାହାରିବାରେ ସକ୍ଷମ ହେବେ । ଏହି ମାସରେ, କୌଣସି ଏକ ନିର୍ଦ୍ଧିଷ୍ଟ ବିଷୟକୁ କେନ୍ଦ୍ର କରି ଦାମ୍ପତ୍ୟ ବା ପ୍ରେମ ସମ୍ପର୍କରେ କିଛି ସମୟ ପାଇଁ ଫାଟ ସୃଷ୍ଟି ହୋଇପାରେ । ଶାରୀରିକ ଦୃଷ୍ଟି କୋଣରୁ କହିବାକୁ ଗଲେ ଏହି ମାସରେ ଆପଣ ଶାରୀରିକ ଓ ମାନସିକ ଅସ୍ୱାସ୍ଥ୍ୟ ଅନୁଭବ କରିବେ । ତେଣୁ ବେଳେ ଥାଉଁ ଥାଉଁ ନିଜ ସ୍ଵାସ୍ଥ୍ୟର ଯତ୍ନ ନିଅନ୍ତୁ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ମାସରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ । ଆପଣଙ୍କ ଘରେ ସୁଖ ଓ ଶାନ୍ତିର ବାତାବରଣ ବଜାୟ ରହିବ । ଛାତ୍ରମାନେ ଅଧ୍ୟୟନରେ ଧ୍ୟାନ ଦେବା ଉଚିତ୍ । ମନରେ ଧାର୍ମିକ ଭାବନା ଜାଗ୍ରତ ହେବ । କଠିନ ପରିଶ୍ରମ ଯୋଗୁଁ ଧନ ଲାଭର ଯଥେଷ୍ଟ ସମ୍ଭାବନା ରହିଛି । ଅଫିସରେ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ କିନ୍ତୁ ଅଟକିଥିବା କାର୍ଯ୍ୟ ସକାଶେ କୈଫତ୍ ଦେବାକୁ ପଡିବ । କାର୍ଯ୍ୟଗୁଡିକ ଠିକ୍ ସମୟରେ ଶେଷ ନହେବା ଯୋଗୁଁ ମନରେ ଚିନ୍ତା ଲାଗିରହିବ । ଯଦି ଆପଣଙ୍କର ମନରେ କୌଣସି ପ୍ରକାରର ଦ୍ୱନ୍ଦ୍ୱ ରହିଛି, ତେବେ ଆପଣ ଜୀବନ ସାଥୀଙ୍କ ସହିତ ମନ କଥା ସେୟାର କରନ୍ତୁ । ଏହି ମାସ ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ପାଇବେ, ଯାହାଫଳ ମନୋବଳ ଦୃଢ ରହିବ । ସ୍ୱାସ୍ଥ୍ୟ ଭଲ ହେବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ମାସରେ ଆପଣ ଯାହା ଭାବୁଛନ୍ତି, ସେହି କାର୍ଯ୍ୟ ସଂପୂର୍ଣ୍ଣ କରିବାରେ ସଫଳ ହେବେ । କିନ୍ତୁ କାର୍ଯ୍ୟ ସହଜରେ ହେବ ବୋଲି ଆଶା କରି ଆଳସ୍ୟର ବଶବର୍ତ୍ତୀ ହେଲେ କର୍ମକ୍ଷେତ୍ରରେ ସମାଲୋଚିତ ହେବାକୁ ପଡିବ । ତେଣୁ ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହିତ ପାଳନ କରନ୍ତୁ । ବ୍ୟବସାୟ ବାଣିଜ୍ୟରେ ଧୌର୍ଯ୍ୟ ଧରି କାର୍ଯ୍ୟ କରନ୍ତୁ । ମାସର ପ୍ରଥମାର୍ଦ୍ଧରେ ଟଙ୍କା ପଇସା ନେଣଦେଣ କରନ୍ତୁ ନାହିଁ । ଆର୍ଥିକ ପରିସ୍ଥିତି ସାମାନ୍ୟ ମାନ୍ଦା ରହିବ । କିନ୍ତୁ ଆର୍ଥିକ କ୍ଷେତ୍ରରେ ବୃଦ୍ଧିର ପ୍ରବଳ ଯୋଗ ରହିଛି । ଜମିଜମା ସଙ୍କ୍ରନ୍ତିୟ ମାମଲାର ସମାଧାନ ହେବେ ଓ ନିର୍ମାଣ କାର୍ଯ୍ୟ ପୁନଃବାର ଆରମ୍ଭ କରିବେ । ମାତାର ସ୍ୱାସ୍ଥ୍ୟରେ ଉନ୍ନତି ହୋଇପାରେ । ପିଲାମାନଙ୍କର ଭ୍ୟାବିଷ୍ୟତକୁ ନେଇ ଚିନ୍ତତ ରହିବେ । ଚଳିତ ମାସରେ ଆପଣ ନିଜ ଜୀବନ ସାଥିଙ୍କ ସହିତ ଅଧିକ ସମୟ ବିତାଇବା ପାଇଁ ସୁଯୋଗ ମିଳିବ । ସ୍ୱାସ୍ଥ୍ୟ ପ୍ରତି ଅବହେଳା କରନ୍ତୁ ନାହିଁ, ଅସୁସ୍ଥ ଲୋକଙ୍କର ସ୍ୱାସ୍ଥ୍ୟ ଅବସ୍ଥା ଭଲ ରହିବ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ମାସରେ, ଆପଣ ପ୍ରତ୍ୟେକ କ୍ଷେତ୍ରରେ ଉପଯୁକ୍ତ ପଦକ୍ଷେପ ନେଇ ସମାଜରେ ସମ୍ମାନିତ ହେବେ । ସମସ୍ତଙ୍କ ସମସ୍ୟାକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିଲେ, ଆପଣଙ୍କୁ ମଧ୍ୟ ନିଜ ସମସ୍ୟାଗୁଡିକ ଠିକ୍ ସମୟରେ ନିୟନ୍ତ୍ରିତ କରିପାରିବେ ଓ ସହଜରେ ସମାଧାନ କରିପାରିବେ । ନୂତନ ବ୍ୟବସାୟ ନିମନ୍ତେ ପରିକଳ୍ପିତ ଯୋଜନା ପ୍ରସ୍ତୁତ କରିବେ । ଅଫିସରେ ସହକର୍ମୀଙ୍କ ସହଯୋଗ ମିଳିବ ଓ କାର୍ଯ୍ୟର ଚାପ ଅତ୍ୟଧିକ ରହିବ ନାହିଁ । ମାସର ମଧ୍ୟଭାଗ ଆପଣଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ରହିବ । ମାସର ମଧ୍ୟଭାବରେ ବନ୍ଧୁ ଓ ପରିବାର ସଦସ୍ୟଙ୍କ ସହ ପାରସ୍ପରିକ କ୍ରିୟା, ଚିନ୍ତାଧାରାର ଅଭିବ୍ୟକ୍ତି ଏବଂ ଲୋକଙ୍କ ସହିତ ଯୋଗାଯୋଗ ତ୍ୱରାନ୍ୱିତ ହୋଇପାରିବ । ଆପଣଙ୍କ କଥାବାର୍ତ୍ତା କିମ୍ବା ଆପଣଙ୍କ ବ୍ୟବହାର ନିମନ୍ତେ ନିକଟ ସମ୍ପର୍କୀୟଙ୍କ ସହିତ ସମ୍ପର୍କ ହାନିର ଆଶଙ୍କା ରହିଛି । ଏହି ମାସରେ, ପ୍ରେମିକ କିମ୍ବା ପତି ମଧ୍ୟ ଏକ ଅନୁରୋଧ ରଖିପାରିବେ ଯାହାକୁ ତୁମେ ପୂରଣ କରିବାକୁ ପଡିବ । ଶାରୀରିକ ଦୃଷ୍ଟିକୋଣରୁ କହିବାକୁ ଗଲେ ସ୍ୱାସ୍ଥ୍ୟକୁ ନେଇ ସଚେତନ ରହିବା ଆବଶ୍ୟକ । ପ୍ରତିଦିନ ନିୟମିତ ଭାବରେ ବ୍ୟାୟାମ କରନ୍ତୁ ।

Leave a Reply

Your email address will not be published. Required fields are marked *