ମାସିକ ରାଶିଫଳ : ଜୁଲାଇ ମାସରେ ୬ଟି ରାଶିର ବ୍ୟକ୍ତିଙ୍କ ଜାତକରେ ରହିଛି ରାଜଯୋଗ, ଚମକିବ ଉଠିବ ଭାଗ୍ୟ !

ମାସିକ ରାଶିଫଳ : ଜୁଲାଇ ମାସରେ ୬ଟି ରାଶିର ବ୍ୟକ୍ତିଙ୍କ ଜାତକରେ ରହିଛି ରାଜଯୋଗ, ଚମକିବ ଉଠିବ ଭାଗ୍ୟ !

ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ, ଚଳିତ ଜୁଲାଇ ମାସଟି ସେମାନଙ୍କ ପାଇଁ କିପରି ରହିବ ? ଜୁଲାଇ ମାସ ପାଇଁ ଆମେ ଆପଣଙ୍କୁ ରାଶିଫଳ କହିବାକୁ ଯାଉଛୁ । ଏହି ମାସର ରାଶିଫଳରେ ଆପଣଙ୍କର ରାଶି ଅନୁଯାୟୀ, ଆପଣଙ୍କ ପ୍ରେମ, କ୍ୟାରିୟର ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ଚଳିତ ମାସଟି କିପରି ରହିବ ତାହା ଆପଣଙ୍କୁ ଜଣାଇବୁ । ଏହି ମାସରେ ଆପଣଙ୍କ ଜୀବନରେ ଘଟିବାକୁ ଯାଉଥିବା କାର୍ଯ୍ୟକଳାପ ବିଷୟରେ ଆମେ ଆପଣଙ୍କୁ ସଂକ୍ଷେପରେ ଜଣାଇବୁ, ଏହି ମାସିକ ରାଶିଫଳରେ ମାଧ୍ୟମରେ । ତେବେ ଆସନ୍ତୁ ଜାଣିବା ଚଳିତ ମାସର ରାଶିଫଳ :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଜୁଲାଇ ମାସରେ ବ୍ୟବସାୟ ଅନୁକୂଳ ରହିବ । ଆର୍ଥିକ ସ୍ଥିତି ଦୃଢ଼ ରହିବ । ଜୁଲାଇ ମାସରେ ଆପଣଙ୍କୁ ସମସ୍ତ ପ୍ରକାର ସମସ୍ୟାରୁ ମୁକ୍ତି ମିଳିବ । କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଭଲ ଭାବରେ ଭାବିଛିନ୍ତି ପୁଞ୍ଜି ନିବେଶ କରନ୍ତୁ, ଅର୍ଥ ଲାଭର ଯୋଗ ରହିଛି । ତରବାରିଆ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ଆପଣଙ୍କୁ ନିଜ ଆଳସ୍ୟପଣ ତ୍ୟାଗ କରିବାକୁ ପଡ଼ିବ, ନଚେତ କେତେକ ମହତ୍ୱପୂର୍ଣ୍ଣ କାର୍ଯ୍ୟ ଗୁଡ଼ିକରେ ଅଧାରେ ଅଟକି ଯାଇପାରେ । ଆପଣଙ୍କ ଠାରୁ ଦୂରେଇ ଯାଇଥିବା ପ୍ରକୃତ ପ୍ରେମ ବିଷୟରେ ଚିନ୍ତା କରି ଉଦାସ ରହିବେ । କ୍ୟାରିୟର ବିଷୟରେ କହିବାକୁ ଗଲେ ଚଳିତ ଜୁଲାଇ ମାସ ଅଧିକ ପରିଶ୍ରମ କରିବାକୁ ପଡ଼ିବ, ଯେଉଁଥିରେ କାର୍ଯ୍ୟରେ ସଫଳତା ପ୍ରାପ୍ତ ହେବେ । ରୋଗଗ୍ରସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ନୂତନ ଯୋଜନାଗୁଡ଼ିକ ଉପରେ କାର୍ଯ୍ୟ କରିବା ପାଇଁ ଚଳିତ ମାସଟି ଉପଯୁକ୍ତ ସମୟ ଅଟେ । କ୍ୟାରିୟର ସମ୍ବନ୍ଧୀୟ ନୂତନ ଅବସର ଆପଣଙ୍କୁ ପ୍ରାପ୍ତ ହେବ । ଆପଣଙ୍କୁ ନୂଆ ନୂଆ ଲୋକଙ୍କ ସହ ସାକ୍ଷାତ କରିବାର ସୁଯୋଗ ମିଳିପାରେ । ନେଣଦେଣ ମାମଲାରେ ତରବାରିଆ ପଦକ୍ଷେପ ଗ୍ରହଣ କରନ୍ତୁ ନାହିଁ । ଭାଗ୍ୟର ସହଯୋଗ ମିଳିବ । ଆପଣଙ୍କ ପ୍ରୟାସ ଗୁଡ଼ିକରେ ସଫଳତା ମିଳିବାରୁ ଆପଣଙ୍କୁ ଧନ ଲାଭ ହେବ ଏବଂ ମାନସିକ ଶାନ୍ତି ପ୍ରାପ୍ତ କରିବେ । ପାରିବାରିକ ଖର୍ଚ୍ଚ ଉପରେ ଲଗାମ ଦେବାକୁ ଚେଷ୍ଟା କରନ୍ତୁ ଅନ୍ୟଥା ଧାରା ଋଣ କରିବାକୁ ପଡିପାରେ । ପ୍ରେମ ସମ୍ବନ୍ଧକୁ ନେଇ ମାନସିକ ଅଶାନ୍ତି ଅନୁଭବ ହୋଇପାରେ । ଆପଣଙ୍କ ପାଇଁ ଏହି ସମୟଟି ଉପଯୁକ୍ତ ଅଟେ । ସମୟକୁ ଅଯଥା ନଷ୍ଟ କରନ୍ତୁ ନାହିଁ । ବ୍ୟବସାୟରେ ଲାଭର ଯୋଗ ରହିଛ । ଏହି ମାସରେ ପେଟ ସମ୍ବନ୍ଧୀୟ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ରାଶିର ବ୍ୟକ୍ତି ବିଶେଷଙ୍କ ସମାଜରେ ମାନସମ୍ମାନ ବୃଦ୍ଧି ହେବ । ଅଫିସରେ କିଛି ବନ୍ଧୁଙ୍କ ସହଯୋଗରେ ଆପଣଙ୍କ ପ୍ରାଜେକ୍ଟ ପୂରଣ ହୋଇପାରିବ । ନିଜ ମୂଲ୍ୟବାନ ସମୟର ସଠିକ ଉପଯୋଗ କରିବା ଫଳରେ ନିଶ୍ଚିତ ଭାବରେ ଆପଣଙ୍କୁ ସଫଳତା ହାସଲ କରିବାରେ ସାହାଯ୍ୟ ମିଳିବ । ନିଜର ମଧୁର ଭାଷା ଓ ବ୍ୟବହାର ଦ୍ଵାରା ଏହି ମାସରେ ଆପଣ ଶତ୍ରୁକୁ ମଧ୍ୟ ନିଜର କରିପାରିବେ । ସମାଜରେ ଆପଣଙ୍କ ନାମ ଉଚ୍ଚ ହେବ । କିନ୍ତୁ ବାହାନ କିମ୍ବା ଯନ୍ତ୍ରପାତିରେ କୌଣସି ତ୍ରୁଟି ଆସିପାରେ । ଏକ ଛୋଟ ଭୁଲରୁ ସମସ୍ୟା ବଢ଼ିପାରେ । ଏହି ମାସରେ ଆପଣଙ୍କ ଲଭ୍ ଲାଇଫରେ ସତେଜତା ଆସିବ । ଚାକିରୀ କରୁଥିବା ଲୋକଙ୍କ ସ୍ଥାନ ପରିବର୍ତ୍ତନ ହେବା ସଙ୍ଗେ ସଙ୍ଗେ ଉନ୍ନତିର ସୁଯୋଗ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ବହୁତ ଭଲ ରହିବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଆସନ୍ତା ମାସରେ ପ୍ରଭାବଶାଳୀ ବ୍ୟକ୍ତି ଓ ସମାଜର ମହାନୁଭବ ମାନଙ୍କ ସହ ପରିଚୟ ହୋଇପାରେ । ପରିବାରରେ ଆନନ୍ଦମୟ ବାତାବରଣ ରହିବ । ଅଟକି ରହିଥିବା କାର୍ଯ୍ୟ ସମ୍ପାଦନ ହୋଇଯିବ । ଆପଣଙ୍କୁ ନିଜ କାମ ପାଇଁ ପ୍ରଶଂସା ମିଳିବ । ଆସନ୍ତା ମାସ ଜୁଲାଇରେ କୌଣସି ସାମାଜିକ କାର୍ଯ୍ୟରେ ଭାଗ ନେବା ପାଇଁ ଅବସର ପ୍ରାପ୍ତ ହେବ । ଅନ୍ୟର ବ୍ୟକ୍ତିଗତ କାମରେ ମୁଣ୍ଡ ପରନ୍ତୁ ନାହିଁ । କୌଣସି ଏପରି କାର୍ଯ୍ୟ କରନ୍ତୁ ନାହିଁ, ଯେଉଁଥିରୁ ଆପଣଙ୍କ ପ୍ରେମୀ କିମ୍ବା ସ୍ୱାମୀ ଓ ସ୍ତ୍ରୀଙ୍କୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ବ୍ୟବସାୟ ଭଲରେ ଚାଲିବ ଏବଂ ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଆପଣ ତେଲିଆ ଓ ମସଲାଯୁକ୍ତ ଭୋଜନରୁ ଦୁରେଇ ରୁହନ୍ତୁ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଆପଣଙ୍କ ଜୀବନରେ କିଛି ସମସ୍ୟା ଉତ୍ପନ୍ନ ହୋଇପାରେ । ବ୍ୟବସାୟ ବାଣିଜ୍ୟରେ ସ୍ଥିତି ଅନୁକୂଳ ରହିବା ଫଳରେ ମନ ମଧ୍ୟ ପ୍ରସନ୍ନ ରହିବ । ଏହି ମାସ ଆପଣଙ୍କ ପାଇଁ ବହୁତ ଲାଭଦାୟକ ସାବ୍ୟସ୍ତ ହେବ । କର୍ମକ୍ଷେତ୍ରରେ କେତେକ ସମସ୍ୟାକୁ ଦୁଃସାହସିକର ସହ ସମ୍ମୁଖୀନ କରିବେ ଓ କୃତକାର୍ଯ୍ୟ ମଧ୍ୟ ହେବେ । ସାମାଜିକ କାର୍ଯ୍ୟ କରିବା ପାଇଁ ମନରେ ଇଚ୍ଛା ଜାଗ୍ରତ ହେବେ । ଯାହାଫଳରେ ସମାଜରେ ଲୋକ ସମ୍ପର୍କ ବୃଦ୍ଧି ପାଇବ । ଆପଣଙ୍କ କମ୍ୟୁନିକେସନ ସ୍କିଲ୍ କାରଣରୁ ଆପଣଙ୍କୁ ଅନେକ ପ୍ରକାର ଲାଭ ମିଳିବ । ଆପଣଙ୍କ ଜୀବନସାଥୀ ଆପଣଙ୍କ ଠାରୁ ପ୍ରେମ ଓ ସୁଖ ଆଶା କରିବେ । ଚାକିରୀରେ ସମସ୍ତଙ୍କ ସହ ମିଳିମିଶି କାର୍ଯ୍ୟ କରିବେ ଓ ପରସ୍ପର ମଧ୍ୟରେ ସହଯୋଗ ରହିବ । ପେଟ ସମ୍ବନ୍ଧୀୟ ରୋଗ ଆପଣଙ୍କ ଚିନ୍ତାର କାରଣ ହୋଇପାରେ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଆପଣଙ୍କୁ ଜୁଲାଇ ମାସରେ କିଛି ଭଲ ବନ୍ଧୁ ମିଳିବେ ଓ ସେହି ବନ୍ଧୁଙ୍କ ସହଯୋଗରେ ଆପଣ ଉନ୍ନତିର ମାର୍ଗରେ ଅଗ୍ରସର ହୋଇପାରିବେ ଏବଂ କୌଣସି ନୂତନ କର୍ଯ୍ୟାରମ୍ଭ କରିବା ପାଇଁ ମନସ୍ଥ କରିବେ । ଅପରିଚିତ ବ୍ୟକ୍ତିଙ୍କୁ ନିଜ ମନର କଥା କହିବା ଆଦୌ ଉଚିତ ହେବ ନାହିଁ । ପରୋକ୍ଷ ସହତ୍ରୁତା ଯୋଗୁଁ କେତେକ କାର୍ଯ୍ୟରେ ବାଧା ସୃଷ୍ଟି ହୋଇପାରେ । ଆଦାନ ପ୍ରଦାନ ମାମଲାରେ ସାବଧାନତା ଅବଲମ୍ବନ କରନ୍ତୁ । ଅଯଥାରେ କାହାକୁ ପରାମର୍ଶ ଦିଅନ୍ତୁ ନାହିଁ । ବୈବାହିକ ଜୀବନରେ ସୁଖଶାନ୍ତି ବଜାୟ ରହିବ । ବ୍ୟବସାୟକୁ କେନ୍ଦ୍ର କରି ଅଯଥାରେ ଆଇନ ପଛରେ ଦଉଡିବାକୁ ପଡିପାରେ । ବ୍ୟବସାୟରେ ଆର୍ଥିକ ସ୍ଥିତି ଦୃଢ ରହିବ । ଉତ୍ତମ ସ୍ୱାସ୍ଥ୍ୟ ସହିତ, ଜଳାଇ ମାସଟି ଅତ୍ୟନ୍ତ ଖୁସିରେ ଅତିବାହିତ କରିବେ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ରାଶିର ବ୍ୟକ୍ତିମାନେ ଚଳିତ ମାସଟିର ସମସ୍ତ କାର୍ଯ୍ୟକୁ ସଚ୍ଚୋଟ ଓ ନିଷ୍ଠାର ସହ କରିବାକୁ ପଡିବ । ପିତାମାତାଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ । ଯଦି ଆପଣ କୌଣସି ଋଣ ନେଇଛନ୍ତି, ତାହା ମଧ୍ୟ ପରିଶୋଧ କରିବେ । ଚାକିରିରେ ବରିଷ୍ଠ ଅଧିକାରୀ ଆପଣଙ୍କୁ ଗୁରୁ ଦାୟିତ୍ଵ ଅର୍ପଣ କରିବେ । ବ୍ୟବସାୟରେ ଅଂଶୀଦାରମାନଙ୍କ ସହିତ ମତପାର୍ଥକ୍ୟ ସୃଷ୍ଟି ହୋଇପାରେ । ପାରିବାରିକ ଜୀବନ ସାମାନ୍ୟ ତିକ୍ତତା ରହିବ । ଆୟ ସାଧାରଣତଃ ବୃଦ୍ଧି ପାଇବ ଏବଂ ଖର୍ଚ୍ଚ ମଧ୍ୟ କାମ ହେବ । ଏହି ମାସରେ ଆପଣ ନିଜ ସହଧର୍ମୀ ବା ପ୍ରେମିକ / ପ୍ରେମିକାଙ୍କ ସହିତ ଅଧିକ ସମୟ ବିତାଇବେ । କର୍ମକ୍ଷେତ୍ରରେ ଆପଣଙ୍କ ନିଷ୍ଠାପର କାର୍ଯ୍ୟ ଦେଖି ସମସ୍ତେ ଆପଣଙ୍କୁ ପ୍ରଶଂସା କରିବେ । ପିଠି ଯନ୍ତ୍ରଣା ଭୋଗିପାରାନ୍ତି ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ଯେକୌଣସି ମତରେ ଏକ ବଡ ଜିନିଷ କ୍ରୟ କରିବେ ନଚେତ ତିଆରି କରିପାରନ୍ତି । ଅଂଶୀଦାର ବ୍ୟବସାୟରେ ଆପଣ ଅପେକ୍ଷାକୃତ ଅଧିକ ଲାଭବାନ ହେବେ । ଯଦି ଆପଣଙ୍କ ଟଙ୍କା କୌଣସି ସ୍ଥାନରେ ଅଟକିଯିଛି, ତେବେ ସେହି ଟଙ୍କା ଏହିମାସରେ ଆପଣଙ୍କ ହାତକୁ ଆସିପାରେ । କାର୍ଯ୍ୟ କ୍ଷେତ୍ରରେ ପରିସ୍ଥିତି ଆପଣଙ୍କ ସପକ୍ଷରେ ରହିବ ଏବଂ ଆପଣ ନିଜ ପରିଶ୍ରମର ଶକ୍ତି ଉପରେ ଯଥେଷ୍ଟ ଭଲ ପ୍ରଦର୍ଶନ କରିବାକୁ ସମର୍ଥ ହେବେ । ଛାତ୍ରମାନଙ୍କୁ କଠିନ ପରିଶ୍ରମ କରିବାକୁ ପଡିବ । ଏହି ମାସରେ, ଆପଣ ବ୍ୟବସାୟ ବିସ୍ତାର ଯୋଜନା ପ୍ରସ୍ତୁତ କରିପାରିବେ । ଦୂଷିତ ଖାଦ୍ୟ କିମ୍ବା ଜଳ ଯୋଗୁଁ ଆପଣଙ୍କର ସମସ୍ୟା ଦେଖାଦେଇପାରେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଏହି ମାସରେ ପରିବାରରୁ ଏକ ଖୁସି ଖବର ଗ୍ରହଣ କରିବେ । ଆପଣ ସମସ୍ତ କାର୍ଯ୍ୟରେ ସଫଳତା ପାରିବେ । ସମାଜରେ ଆପଣଙ୍କ ସମ୍ମାନ ବୃଦ୍ଧି ପାଇବ । ଆପଣଙ୍କ ନିର୍ଦ୍ଧାରିତ କରିଥିବା କାର୍ଯ୍ୟକୁ ସଂପୂର୍ଣ୍ଣ କରିବାରେ କେହି ବାଧା ସୃଷ୍ଟି କରିପାରିବେ ନାହିଁ । ଅର୍ଥାତ ଆପଣଙ୍କ ପ୍ରୟାସ ସଫଳ ହେବ । କର୍ମକ୍ଷେତ୍ରରେ କୌଣସି ବଡ ସମସ୍ୟା ଦୂର ହେବ । ସମୟ ପିଲାମାନଙ୍କ ପାଇଁ ଅତ୍ୟନ୍ତ ଲାଭଦାୟକ ପ୍ରମାଣିତ ହେବ ଏବଂ ସେମାନେ ଏହି ସମୟରେ ସମ୍ପୂର୍ଣ୍ଣ ସୁଖରେ ରହିବେ । ଏହି ରାଶିର ବ୍ୟକ୍ତିଙ୍କ ପାଇଁ ଚଳିତ ମାସଟି ରୋମାନ୍ସରେ ପରିପୂର୍ଣ୍ଣ ରହିବ । ଏହି ମାସ ଛାତ୍ରମାନଙ୍କ ପାଇଁ ଭଲ ଅଟେ । ବ୍ୟବସାୟ ବାଣିଜ୍ୟରେ ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । ଏହି ମାସଟି ହୃଦ୍ ରୋଗୀ ବ୍ୟକ୍ତିଙ୍କ ପାଇଁ ଭାରୀ ରହିବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଏହି ମାସରେ ଆପଣଙ୍କ ନିଜ କର୍ମକ୍ଷେତ୍ରରେ ସଫଳତା ପାଇବ । ବ୍ୟବସାୟ ବାଣିଜ୍ୟରେ ପ୍ରତିଦ୍ୱନ୍ଦ୍ୱିତା ବୃଦ୍ଧି ପାଇଲେ ଆପଣଙ୍କ ଉନ୍ନତିର ମାର୍ଗ ପ୍ରଶସ୍ତ ହେବ । ମନରେ ଧାର୍ମିକ ଏବଂ ଆଧ୍ୟାତ୍ମିକ କାର୍ଯ୍ୟ ପ୍ରତି ଆଗ୍ରହ ଜନ୍ମିବ । ଆପଣ କିଛି ନୂତନ ଅନୁଭୂତି ପାଇଁ ପ୍ରସ୍ତୁତ ହେବା ଉଚିତ୍ । ଏହି ରାଶିର ଛାତ୍ରମାନଙ୍କ ପାଇଁ ମାସଟି ଲାଭଦାୟକ ରହିବ । ସରକାରୀ କର୍ମଚାରୀମାନେ ଅଧିକାରୀଙ୍କ ଠାରୁ ପ୍ରଶଂସିତ ହେବେ । ଦୁଃଖଦ ଖବର ହେତୁ ମନରେ ନକାରାତ୍ମକତା ବୃଦ୍ଧି ପାଇବ । ବ୍ୟବସାୟରେ ଆର୍ଥିକ ସ୍ଥିତି ମାନ୍ଦା ରହିବ । ଆପଣଙ୍କ ସାଥୀଙ୍କୁ ମନପସନ୍ଦର ଉପହାର ଦେବା ପାଇଁ ଯୋଜନା କରିବେ ଓ ବଳେ କୌଶଳେ ଉପହାର ମଧ୍ୟ ଦେବେ । କର୍ମକ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ । ମନରେ ସରସତା ରହିବ ନାହିଁ । ସ୍ୱାସ୍ଥ୍ୟର ବିଶେଷ ଯତ୍ନ ନେବାକୁ ପଡିବ । ପିଲାମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ମଧ୍ୟ ଚିନ୍ତା କରାଯିବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ମାସରେ ଆପଣ ସାମାଜିକ କ୍ଷେତ୍ରରେ ସଫଳତା ପାଇପାରିବେ । ଏକ ଅନାଥ ଆଶ୍ରମକୁ ଯାଅ ଏବଂ ପିଲାମାନଙ୍କୁ କିଛି ସାହାଯ୍ୟ ସହଯୋଗ କରନ୍ତୁ, ଆପଣଙ୍କ ସମସ୍ତ ସମସ୍ୟାର ସମାଧାନ ହୋଇଯିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ପୈତୃକ ସମ୍ପତ୍ତିରୁ ଯଥେଷ୍ଟ ଲାଭ ପାଇବେ । କର୍ମକ୍ଷେତ୍ରରେ ଦୀର୍ଘ ଦିନରୁ ଚାଲିଆସୁଥିବା ଝାଞ୍ଜଟ କାର୍ଯ୍ୟରୁ ଆଜି ମୁକ୍ତି ପାଇବେ । ଆଜି ଆପଣ ଅତୀତର ପ୍ରେମକୁ ସ୍ମରଣ କରି ଉଦାସୀନ ରହିବେ । କର୍ମକ୍ଷେତ୍ରରେ ପ୍ରତିକୁଳତାର ପରିବେଶ ରହିବ । ପ୍ରୟାସ କରିବା ସତ୍ତ୍ୱେ ମଧ୍ୟ ସଫଳତା ନ ମିଳିବା ଯୋଗୁଁ ଆପଣ ନିରାଶ ହୋଇପାରନ୍ତି । ରକ୍ତଚାପ ଭଳି ସମସ୍ୟା ଦ୍ୱାରା ଆପଣ ପ୍ରଭାବିତ ହୋଇପାରନ୍ତି ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ମାସରେ ଆପଣ ଅତୀତର ସମସ୍ତ ସମସ୍ୟାର ସମାଧାନ କରିବେ । ଆର୍ଥିକ ପରିସ୍ଥିତି ଅସ୍ଥିର ରହିପାରେ । ଯଦି ପୈତୃକ ସମ୍ପତ୍ତିକୁ ନେଇ ଦୀର୍ଘ ଦିନ ଧରି ଲାଗିଥିବା ବିବାଦର ଅବସାନ ଘଟିବ । ମାନସିକତା ସ୍ଥିତିକୁ ନିୟନ୍ତ୍ରଣ ରଖନ୍ତୁ । ସମ୍ପର୍କୀୟମାନେ ହିଁ ପରୋକ୍ଷରେ ଶତ୍ରୁତା କରିପାରନ୍ତି । ପ୍ରିୟତମା ବିନା ସମୟ ବିତାଇବାରେ ଅସୁବିଧା ଅନୁଭବ କରିବେ । କର୍ମକ୍ଷେତ୍ରରେ ଛୋଟ ଛୋଟ ଅସୁବିଧାର ସମ୍ମୁଖୀନ କରିପାରନ୍ତି କିନ୍ତୁ କଠିନ ପରିଶ୍ରମ ଦ୍ଵାରା ସଫଳତା ପାଇବେ । ଏହି ମାସରେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବ ।

Leave a Reply

Your email address will not be published. Required fields are marked *