ମାସିକ ରାଶିଫଳ : ଚଳିତ ମାସରେ ଘଟିବାକୁ ଯାଉଛି ଆଶ୍ଚର୍ଯ୍ୟଜନକ ସଂଯୋଗ ! ଏହି ୭ଟି ରାଶିର ବ୍ୟକ୍ତି ପ୍ରଗତିର ପଥରେ

ମାସିକ ରାଶିଫଳ : ଚଳିତ ମାସରେ ଘଟିବାକୁ ଯାଉଛି ଆଶ୍ଚର୍ଯ୍ୟଜନକ ସଂଯୋଗ ! ଏହି ୭ଟି ରାଶିର ବ୍ୟକ୍ତି ପ୍ରଗତିର ପଥରେ

ମାସିକ ରାଶିଫଳ : ଚଳିତ ମାସରେ ଘଟିବାକୁ ଯାଉଛି ଆଶ୍ଚର୍ଯ୍ୟଜନକ ସଂଯୋଗ ! ଏହି ୭ଟି ରାଶିର ବ୍ୟକ୍ତି ପ୍ରଗତିର ପଥରେ ଅଗ୍ରସର ହେବେ । ଜାଣନ୍ତି ଏହି ମାସର ରାଶିଫଳ

ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ, ଆଗାମୀ ମାସ ଆମ ପାଇଁ କିପରି ରହିବ ? ଆମେ ଆପଣଙ୍କୁ ଅଗଷ୍ଟ ମାସର ରାଶିଫଳ କହିବାକୁ ଯାଉଛୁ । ଏହି ମାସିକ ରାଶିଫଳରେ ଆପଣ ନିଜର ରାଶି ଅନୁଯାୟୀ ଜାଣିପାରିବେ ଯେ ଆଗାମୀ ମାସ ଆପଣଙ୍କ ପ୍ରେମ, କ୍ୟାରିୟର ତଥା ସ୍ୱାସ୍ଥ୍ୟ ପାଇଁ କିପରି ରହିବ ! ଏହି ମାସିକ ରାଶିଫଳରେ ଆପଣଙ୍କୁ ଆପଣଙ୍କ ଜୀବନରେ ହେଉଥିବା ଏକ ମାସର ଘଟଣାବଳୀକୁ ସଂକ୍ଷିପ୍ତରେ ପ୍ରକାଶ କରୁଛୁ । ଆସନ୍ତୁ ଜାଣିବା :-

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ମାସରେ ସଂପତ୍ତି ସମ୍ବନ୍ଧୀୟ କାର୍ଯ୍ୟ ପୂର୍ଣ୍ଣତା ଆଡକୁ ଅଗ୍ରସର ହେବେ । ଏହି ମାସରେ ଆପଣ ନିଜ ପରିବାର ସଦସ୍ୟଙ୍କ ଆବଶ୍ୟକତା ବିଷୟରେ ଧ୍ୟାନ ଦେବା ଆପଣଙ୍କ ପ୍ରାଥମିକତା ହେବ । ଆମଦାନୀ ଭଲ ରହିବ । ଜରୁରୀ କାର୍ଯ୍ୟ ଉପରେ ମନ ଖୋଲି ଖର୍ଚ୍ଚ କରନ୍ତୁ । କୌଣସି କଠିନ ପରିସ୍ଥିତିରେ ଆପଣଙ୍କୁ କିଛି ଲୋକଙ୍କ ସାହାଯ୍ୟ ମଧ୍ୟ ମିଳିବ । ଆପଣଙ୍କ ଭୌତିକ ସୁଖ ସାଧନରେ ବୃଦ୍ଧି ହେବ । ଯନ୍ତ୍ରପାତି ଏବଂ ଅଗ୍ନି ଇତ୍ୟାଦି ବ୍ୟବହାରରେ ଅବହେଳା କରନ୍ତୁ ନାହିଁ । ସମ୍ପର୍କରେ ଦୃଢ଼ତା ପାଇଁ ପାରଦର୍ଶିତାର ଆବଶ୍ୟକତା ରହିଛି । ନିଜ ଉପରେ ଟିକିଏ ଧ୍ୟାନ ଦିଅନ୍ତୁ । ନିଜ ଉର୍ଜାକୁ ଉଚିତ ମାର୍ଗରେ ଲଗାନ୍ତୁ ବଡ଼ ସଫଳତା ମିଳିବାର ଯୋଗ ରହିଛି । ମାସ ଶେଷରେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଅସୁବିଧା ଉତ୍ପନ୍ନ ହୋଇପାରେ । ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଲକ୍ଷଣ ଗୁଡ଼ିକୁ ଅଣଦେଖା କରନ୍ତୁ ନାହିଁ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଭବିଷ୍ୟତ ସମ୍ବନ୍ଧୀୟ କିଛି ଚିନ୍ତା ମନ ଉପରେ ପ୍ରଭାବ ପକାଇବ । ଆପଣଙ୍କ ଜିଦ୍ଦି ସ୍ଵଭାବ ଆପଣଙ୍କ ମାତାପିତାଙ୍କ ଶାନ୍ତି ଛଡେଇ ନେଇପାରେ । ନୂତନ ବାସଗୃହ, ଭୂମି କିମ୍ବା ଯାନବାହାନର ସୁଖ ପ୍ରାପ୍ତି ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ବ୍ୟସ୍ତତା ରହିବେ । ଅଫିସ କାର୍ଯ୍ୟରେ ସିନିଅରଙ୍କ ସାହାଯ୍ୟରେ ଆପଣଙ୍କ ଅଟକି ରହିଥିବା କାମ ପୂରଣ ହୋଇଯିବ । କିଛି ସୁଯୋଗ ମିଳିପାରେ ଯେଉଁଥିରେ ଆପଣ ଲାଭବାନ ହୋଇପାରିବେ । ଆପଣଙ୍କ ଯୋଜନା ଅନୁଯାୟୀ ଜରୁରୀ କାର୍ଯ୍ୟଗୁଡିକ ସମ୍ପାଦିତ ହେବାକୁ ଲାଗିବ । ଯଦି ସମ୍ପର୍କକୁ ମଜବୁତ କରିବା ପାଇଁ ଚାହୁଛନ୍ତି ତେବେ ତେବେ ଆପଣଙ୍କ ଏଥିପାଇଁ ସମୟ ବାହାର କରନ୍ତୁ ଓ ନିଜର ପ୍ରାଥମିକତାକୁ ବଦଳି ଦିଅନ୍ତୁ । ଏହି ମାସରେ, ତୁମେ ତୁମର କ୍ୟାରିଅରରେ ନୂତନ ପରିମାଣ ପ୍ରତିଷ୍ଠା କରିବ । ସ୍ୱାସ୍ଥ୍ୟରେ ସାମାନ୍ୟ ଅସୁସ୍ଥତା ଲାଗି ରହିବ । ଯଦି ପିଠି ଓ ଆଣ୍ଠୁ ବ୍ୟଥାରେ ପୀଡ଼ିତ ଅଛନ୍ତି; ତେବେ ଏହା ଅଧିକ ସମସ୍ୟା ଦେଇପାରେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ପ୍ରତିଦ୍ୱନ୍ଦିତା କ୍ଷେତ୍ରରେ କଠିନ ପରିଶ୍ରମ ପାଇଁ ଧ୍ୟାନ ଦିଆଯିବ । ଗୁରୁଜନଙ୍କ ମାର୍ଗଦର୍ଶନରେ କାର୍ଯ୍ୟ କରନ୍ତୁ । ଯଦି ଆପଣ କୌଣସି ବ୍ୟକ୍ତିଙ୍କୁ ଟଙ୍କା କରଜରେ ଦେଇଛନ୍ତି, ତେବେ ସେହି ଟଙ୍କା ଫେରି ପାଇବା ଆଶା ଅଛି । ପୂଜାର୍ଚ୍ଚନାରେ ମନ ଲାଗି ରହିବ । ଜୀବିକା କ୍ଷେତ୍ରରେ ପରିଶ୍ରମର ଲାଭ ମିଳିବ । କୌଣସି କାର୍ଯ୍ୟରେ ଅନୁମାନରୁ ଅଧିକ ପରିଶ୍ରମ ଓ ସମୟ ଲାଗିପାରେ । ଆପଣ ସମ୍ପର୍କରେ ସୁଧାର ଆଣିବା ପାଇଁ ଚେଷ୍ଟା କରିପାରିବେ । ନିଜ ପ୍ରିୟାଙ୍କ ବିନା ସମୟ ଅତିବାହିତ କରିବାକୁ କଷ୍ଟ ଲାଗିପାରେ । ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ଏହି ମାସ ଭଲ ଅଟେ । ମୌସୁମୀ ପରିବର୍ତ୍ତନ ଯୋଗୁଁ ଏଲର୍ଜି କିମ୍ବା ଗଳାର ସମ୍ବନ୍ଧୀୟ ରୋଗର ଶିକାର ହୋଇପାରନ୍ତି ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ମାସରେ ଆପଣଙ୍କୁ ଏକା ସାଙ୍ଗରେ ଅନେକ କାର୍ଯ୍ୟ ସମ୍ଭାଳିବାକୁ ପଡ଼ିବ । ନିଜର କ୍ରିୟାଶୀଳତା ଦ୍ୱାରା ପ୍ରଗତି ଆଡ଼କୁ ଅଗ୍ରସର ହେବେ । ଭାବି ଚିନ୍ତି କିଛି କୁହନ୍ତୁ ଏବଂ କଟୁ ଶବ୍ଦ ଆପଣଙ୍କ ଶାନ୍ତିକୁ ନଷ୍ଟ କରି ଆପଣଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରିପାରେ । ଏହି ମାସରେ ଟିକିଏ ସତର୍କ ରୁହନ୍ତୁ, ନ ଚାହିଁ ମଧ୍ୟ ବିବାଦ ସୃଷ୍ଟି ହୋଇପାରେ । ଉତ୍ସାହର ସହିତ ନୂତନ ଯୋଜନାଗୁଡିକ କାର୍ଯ୍ୟକାରୀ କରିବାକୁ ପ୍ରୟାସ କରିବେ । ଜୀବନ ସାଥୀଙ୍କ ସହିତ କୌଣସି ବିଷୟକୁ ନେଇ କଥାବାର୍ତ୍ତା ହୋଇପାରନ୍ତି । ଆପଣଙ୍କ ସମ୍ପର୍କରେ ଦୃଢ଼ତା ଆସିବ । କ୍ୟାରିୟରର ଚୟନ ପାଇଁ କାହାର ପରାମର୍ଶ ଅବଶ୍ୟ ଗ୍ରହଣ କରନ୍ତୁ । କୌଣସି ନିର୍ଣ୍ଣୟ ନେବା ପୂର୍ବରୁ ବୟସ୍କ ବ୍ୟକ୍ତି କିମ୍ବା ବିରିଷ୍ଠ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ନିଜ ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ, ଏଥିପାଇଁ ନିର୍ଦ୍ଧାରିତ ସମୟରେ ଖାଦ୍ୟପେୟ କରନ୍ତୁ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ମାସରେ ସିଂହ ରାଶିଙ୍କ ଜାତକଙ୍କ ଭବିଷ୍ୟତର ଏକ ନୂତନ ଯୋଜନା ପ୍ରସ୍ତୁତ କରିବେ । ତରବାରିଆ ହୋଇ କୌଣସି କାର୍ଯ୍ୟ ସମ୍ପାଦନ କରନ୍ତୁ ନାହିଁ, ନଚେତ ତ୍ରୁଟି ହେବା ସ୍ଵାଭାବିକ । ଆପଣ ମାତାପିତାଙ୍କୁ ଖୁସି କରିବା ପାଇଁ କଠିନ ପରିଶ୍ରମ କରିବେ । ଆର୍ଥିକ ଦୃଢ଼ତା ରହିବ । କୌଣସି ବଡ଼ ଲାଭ ମିଳିପାରେ । ପ୍ରଭାବଶାଳୀ ବ୍ୟକ୍ତିଙ୍କ ଠାରୁ ସାନ୍ନିଧ୍ୟ ମିଳିବ । କର୍ମକ୍ଷେତ୍ରରେ କିମ୍ବା ଅଫିସରେ ଆପଣଙ୍କୁ ନୂତନ ଦାୟିତ୍ଵ ମିଳିପାରେ, ଯେଉଁଥିରେ ଆପଣଙ୍କୁ ସଫଳତା ମିଳିବ । ଜୀବନସାଥୀଙ୍କ ସହିତ ଭଲରେ ସମୟ ଅତିବାହିତ କରିବେ । କାର୍ଯ୍ୟ କ୍ଷେତ୍ରରେ ନିଜ କାମ କରିବା ଶୈଳୀରେ ଟିକିଏ ପରିବର୍ତ୍ତନ ଆଣିବେ, ଯାହାଫଳରେ କାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ସାମାନ୍ୟ ଜ୍ଵର ହୋଇପାରେ । ନିଜ ଦିନଚର୍ଯ୍ୟାରେ ଯୋଗ, ଧ୍ୟାନକୁ ସାମିଲ କରନ୍ତୁ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ଏହି ମାସରେ କନ୍ୟା ରାଶିର ଲୋକମାନେ ପ୍ରଭୁ ଗଣେଶଙ୍କୁ ଆଶୀର୍ବାଦ ପାଇବେ । ପରିବାର ଏବଂ ଘନିଷ୍ଠ ସମ୍ପର୍କୀୟଙ୍କ ସ୍ନେହ ଏକ ମନୋରମ ଉତ୍ସାହର କାରଣ ହେବ । ମାତାପିତାଙ୍କ ପରାମର୍ଶ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ମାତା ପିତା ସାହାଯ୍ୟରେ ଆପଣ ଆର୍ଥିକ ଅଭାବରୁ ବାହାରିବା ପାଇଁ ସଫଳ ହେବେ । ନିଜର କୌଣସି ବନ୍ଧୁ କାରଣରୁ ବଡ଼ ଅସୁବିଧାରେ ଫଶିବାରୁ ବର୍ତ୍ତି ପାରିବେ । ଯଦି ଆପଣ ପ୍ରେମ ବିଷୟରେ ଚିନ୍ତା କରୁଛନ୍ତି; ତେବେ ଏ ମାସରେ ଆପଣଙ୍କ ଜୀବନରେ ଜୀବନସାଥୀଙ୍କ ଆଗମନ ହୋଇପାରେ । ଏହି ମାସରେ ଆପଣଙ୍କ ସମ୍ପୂର୍ଣ୍ଣ ଧ୍ୟାନ ନିଜ କ୍ୟାରିୟରକୁ ଆଗକୁ ବଢ଼ାଇବା ଉପରେ ରହିବ । ମାନସିକ ଚିନ୍ତାରୁ ଦୁରେଇ ରୁହନ୍ତୁ । ଧ୍ୟାନ, ଯୋଗ ଓ ପ୍ରାଣୟମ ଆପଣଙ୍କ ପାଇଁ ଲାଭଦାୟକ ହେବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ମାସରେ ନୂତନ କାମ ମିଳିବାର ସମ୍ଭାବନା ରହିଛି । ଆପଣଙ୍କ ମନ ଭୌତିକ ପରିବେଶ ସହିତ ତାଳମେଳ ରଖିବାରେ ଅସମର୍ଥ ହେବ । ଧନର ଆବଶ୍ୟକତା କେବେ ମଧ୍ୟ ପଡିପାରେ, ଏଥିପାଇଁ ଏହି ମାସରେ ଯେତିକି ସମ୍ଭବ ନିଜ ଟଙ୍କା ସଞ୍ଚୟ କରିବା ବିଷୟରେ ଚିନ୍ତା କରନ୍ତୁ । ରାଜନୀତିଜ୍ଞଙ୍କୁ ଅନୁକୂଳ ବାତାବରଣର ଲାଭ ମିଳିବ । ପରିବାର ସହ ଉତ୍ତମ ସମୟ କଟିବ । ତୁଳା ରାଶିର ବ୍ୟକ୍ତି ବିଶେଷ ନିଜ ପ୍ରେମିକଙ୍କ ସହିତ ଶାନ୍ତିପୂର୍ବକ ବ୍ୟବହାର କରନ୍ତୁ । କାମରେ ନିଜର ଧ୍ୟାନ କେନ୍ଦ୍ରିତ କରନ୍ତୁ । ଉଚ୍ଚଧିକାରୀ ଓ ସହକର୍ମୀ ମାନଙ୍କ ଠାରୁ ପ୍ରଶଂସା ମିଳିବ । ବାୟୁ ଜନିତ ରୋଗ ଓ ଅପଚ ଖାଦ୍ୟପେୟ ଯୋଗୁଁ ଶାରୀରିକ ଅସୁସ୍ଥତା ଦେଖାଦେଇପାରେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ସାମାଜିକ କାର୍ଯ୍ୟ କିମ୍ବା ସମ୍ବନ୍ଧର ନିର୍ବାହ କରିବା ସକ୍ରିୟତାରେ ଲୋକପ୍ରିୟତା ବଢ଼ିବ । ଆର୍ଥିକ ଜୀବନର ସ୍ଥିତି ଏହି ମାସରେ ଭଲ ରହିବ ନାହିଁ । ଆପଣଙ୍କୁ ଟଙ୍କା ସଞ୍ଚୟ କରିବାରେ ଅସୁବିଧା ଆସିପାରେ । ନୂତନ ଜିନିଷ ଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁ ଓ ନିଜର ସବୁଠାରୁ ଭଲ ବନ୍ଧୁଙ୍କୁ ସାହାଯ୍ୟ ମାଗନ୍ତୁ । କୌଣସି ନୂତନ ବ୍ୟବସାୟରେ ପୁଞ୍ଜି ନିବେଶ ପୂର୍ବରୁ ଅନୁଭବୀ ଲୋକଙ୍କ ପରାମର୍ଶ ନିଅନ୍ତୁ । ଗୋଟିଏ ପକ୍ଷରେ ଭାବିବା (ଚିନ୍ତା) କରିବା ଆପଣଙ୍କୁ ଅସୁବିଧାରେ ପକାଇପାରେ । ଆପଣଙ୍କ ଜୀବନ ସାଥୀଙ୍କ ଉଚିତ ବ୍ୟବହାର ଆପଣଙ୍କ ଖୁସିରେ ରଖିବ । ରୋମାନ୍ସ ଆପଣଙ୍କ ହୃଦୟ ଓ ମସ୍ତିଷ୍କରେ ଛାଇ ରହିବ । ରୋଜଗାରରେ ବୃଦ୍ଧି ହେବ । ଆୟରେ ନୂତନ ସୋତ୍ର ମିଳିବ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ପାଣିପାଗ କାରଣରୁ କୌଣସି ରୋଗ ଆପଣଙ୍କୁ ଚିନ୍ତାରେ ପକାଇପାରେ । ଘରୋଇ ଚିକିତ୍ସାରୁ ଲାଭ ମିଳିବ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଧନୁ ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଏହି ମାସଟି ବହୁତ ଭଲ ରହିବ । ସାବଧାନ ପୂର୍ବକ ବାହାନ ଚଳାନ୍ତୁ । ସୁଖ ସାଧନ ନିମନ୍ତେ ଆବଶ୍ୟକତା ଠାରୁ ଅଧିକ ଖର୍ଚ୍ଚ ହୋଇପାରେ । ବିବାହିତ ବ୍ୟକ୍ତିଙ୍କୁ ଶାଶୂଘରେ ଧନ ଲାଭର ସମ୍ଭାବନା ରହିଛି । ଅଯଥା ବିବାଦ କରିବା ଦ୍ଵାରା ଆପଣ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି । ଭାବି ଥିବା ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ପ୍ରେମ ପ୍ରସଙ୍ଗରେ ଆପଣଙ୍କୁ ସଫଳତା ମିଳିବ । ଆପଣଙ୍କ ଦାମ୍ପତ୍ୟ ଜୀବନ ଉତ୍ତମ ରହିବ । କାର୍ଯ୍ୟ କ୍ଷେତ୍ରରେ ବ୍ୟର୍ଥ କଥାରେ ସମୟ ନଷ୍ଟ କରନ୍ତୁ ନାହିଁ । ସହକର୍ମୀ ଆପଣଙ୍କ କଥାକୁ ସନ୍ଦେହ ଦୃଷ୍ଟିରେ ଦେଖିବେ । ବ୍ୟସ୍ତ ଜୀବନ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ ପରିଲକ୍ଷିତ ହୋଇପାରେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଆପଣଙ୍କୁ ନିଜ ଧନକୁ ବହୁତ ସୁରକ୍ଷିତ ଭାବେ ରଖିବା ଉଚିତ । ମାସ ଶେଷରେ ଏକ ନୂତନ ଆରମ୍ଭ ସମ୍ଭାବନା ହୋଇପାରେ, ଯାହା ଆଗାମୀ ଦିନରେ ଆପଣଙ୍କ ପାଇଁ ଶାନ୍ତି ନେଇ ଆସିବ । ଆପଣଙ୍କ ଅନେକ ଯୋଜନା ସମୟରେ ପୂରଣ ହେବ । ଆପଣଙ୍କ ପରିବାରରେ ଖୁସିର ବାତାବରଣ ରହିବ । କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଜୀବନସାଥୀଙ୍କ ସହିତ କିଛି ବିବାଦ ହୋଇପାରେ । ପ୍ରେମର ଅଭାବ ଦେଖାଦେଇ ପାରେ । ଚାକିରୀ କରୁଥିବା ଲୋକମାନେ କର୍ମକ୍ଷେତ୍ରରେ ସଫଳତା ହାସଲ କରିବେ । ସାର୍ବଜନୀକ କ୍ଷେତ୍ରରେ ପ୍ରସିଦ୍ଧତା ମିଳିବ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ । ଖାଦ୍ୟପେୟ ଓ ବ୍ୟାୟାମରେ କୌଣସି ଅବହେଳା କରନ୍ତୁ ନାହିଁ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏ ମାସରେ ବୁଡ଼ି ଯାଇଥିବା ଧନ ପ୍ରାପ୍ତ ହେବ । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରି ନିଅନ୍ତୁ । ଆପଣ ବୌଦ୍ଧିକ ତଥା ଲେଖନୀ କାର୍ଯ୍ୟରେ ସକ୍ରିୟ ରହିବେ । ଘରେ ଧାର୍ମିକ କାର୍ଯ୍ୟରେ ନିୟୋଜିତ ରହିବେ । ବିଦେଶରେ ରହୁଥିବା କୌଣସି ବନ୍ଧୁ କିମ୍ବା ସ୍ନେହଜନଙ୍କ ସମାଚାର ମିଳିବ । ଆପଣଙ୍କ ଆତ୍ମବିଶ୍ଵାସ ଦୁର୍ବଳ ହୋଇପାରେ, ଏହାର କାରଣ ଆପଣଙ୍କ ଖରାପ ଦିନଚର୍ଯ୍ୟା ଅଟେ, ଏହାକୁ ସୁଧାରି ନିଅନ୍ତୁ । ଯେତେବେଳେ ଯାଏଁ ସମ୍ପର୍କରେ ପାରଦର୍ଶିତା ଆସିବ ନାହିଁ, ସେତେବେଳେ ଯାଏଁ ସେଥିରେ ଗଭୀରତା ଆସିବ ନାହିଁ । ଆର୍ଥିକ ସ୍ଥିତିରେ ସୁଧାର ଆସିବ, ଆପଣଙ୍କୁ ଆୟର ଏକ ଅତିରିକ୍ତ ସ୍ରୋତ ମଧ୍ୟ ମିଳିପାରେ । ସ୍ୱାସ୍ଥ୍ୟର ଧ୍ୟାନ ରଖନ୍ତୁ, ଡାକ୍ତରଙ୍କ ଅନୁସାରେ ନିୟମିତ ଔଷଧ ସେବନ କରିବା ସଙ୍ଗେ ସଙ୍ଗେ ବ୍ୟାୟାମ ମଧ୍ୟ କରନ୍ତୁ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏ ମାସରେ କ୍ରୋଧ କିମ୍ବା ଉତ୍ତେଜନା ଉପରେ ନିୟନ୍ତ୍ରଣ ରଖନ୍ତୁ । କାର୍ଯ୍ୟ କ୍ଷେତ୍ରରେ ଉନ୍ନତି ଆସିବ । ଅନ୍ୟକୁ ସୁଖ ଦୁଃଖ ବାଣ୍ଟିବା ଅଭ୍ୟାସ ବିକଶିତ ହେବ । ସରକାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ । ପରିଜନ ଓ ବନ୍ଧୁଙ୍କ ସହିତ ହସ ଖୁସିରେ ସମୟ ଅତିବାହିତ କରିବାର ଅବସର ପ୍ରାପ୍ତ ହେବ । ଆକସ୍ମିକ ଲାଭ କିମ୍ବା ସଟାବାଜି ଜରିଆରେ ଆର୍ଥିକ ସ୍ଥିତି ସୁଦୃଢ ରହିବ । ଆର୍ଥିକ ମାମଲାରେ ଏହି ମାସ ବ୍ୟୟକାରୀ ରହିବ ଏବଂ ଶିଶୁମାନଙ୍କ ଉପରେ ଅଧିକ ବ୍ୟୟ ହୋଇପାରେ । ଦାମ୍ପତ୍ୟ ଜୀବନ ଅତ୍ୟନ୍ତ ରୋମାଞ୍ଚକର ରହିବ । କାହାର ନିନ୍ଦାରୁ ପ୍ରଭାବିତ ହୁଅନ୍ତୁ ନାହିଁ, ଆପଣଙ୍କ ଯୋଗ୍ୟତା ଓ ପରିଶ୍ରମ ଉପରେ ବିଶ୍ଵାସ ରଖନ୍ତୁ । ସ୍ୱାସ୍ଥ୍ୟର ଚିନ୍ତା ରହିବ । ସ୍ୱାସ୍ଥ୍ୟ ଦୁର୍ବଳ ରହିବ ।

Leave a Reply

Your email address will not be published. Required fields are marked *