ଗୋଟିଏ ସମୟରେ ୧୨୦ ଟଙ୍କାରେ ଏପରି କାମ କରୁଥିଲେ ମୋନାଲିସା । ଆଜି ଅଟନ୍ତି ଏତେ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ !

ଗୋଟିଏ ସମୟରେ ୧୨୦ ଟଙ୍କାରେ ଏପରି କାମ କରୁଥିଲେ ମୋନାଲିସା । ଆଜି ଅଟନ୍ତି ଏତେ କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ !

ଭୋଜପୁରୀ ଚଳଚ୍ଚିତ୍ରରୁ ପ୍ରସିଦ୍ଧ ହୋଇଥିବା ବୋଲ୍ଡ ଅଭିନେତ୍ରୀ ମୋନାଲିସା ଆଜିକାର ସମୟରେ ଜଣେ ପରିଚିତ ନାମ ଅଟନ୍ତି । ଅଧିକାଂଶ ସମୟରେ ସୋସିଆଲ ମିଡ଼ିଆରେ ନିଜର ଆକର୍ଷକ ଫଟୋଗୁଡ଼ିକ ସେୟାର କରି ଧମାଲ କରୁଥିବା ମୋନାଲିସା ସର୍ବଦା ଚର୍ଚ୍ଚାରେ ରୁହନ୍ତି । ମୋନାଲିସାଙ୍କ ନାମ ସେହି ଅଭିନେତ୍ରୀ ମାନଙ୍କ ମଧ୍ୟରେ ସାମିଲ ଯିଏକି ନାକେବଳ, ଭୋଜପୁରୀ ବରଂ ବଙ୍ଗାଳୀ, ହିନ୍ଦୀ ଭଳି ଆହୁରି ବହୁ ଭାଷାର ଚଳଚ୍ଚିତ୍ର ମାନଙ୍କରେ ଅଭିନୟ କରିଛନ୍ତି । ବାସ୍ତବରେ ମୋନାଲିସାଙ୍କ ପ୍ରକୃତ ନାମ ଅନ୍ତରା ବିଶ୍ୱାସ ଅଟେ । ତାଙ୍କ ବାଲ୍ୟ କାଳ ଆର୍ଥିକ ସଙ୍କଟ ଦେଇ ଗତି କରିଥିଲା । ଏହା ବିଷୟରେ ମୋନାଲିସା ଏକ ଇଣ୍ଟରଭ୍ୟୁ ସମୟରେ କହିଥିଲେ । ସେ କହିଥିଲେ ଯେ ତାଙ୍କ ପିତାଙ୍କୁ ବ୍ୟବସାୟରେ ଏକ ବହୁତ ବଡ଼ କ୍ଷତି ହୋଇଥିଲା । ଏହି କାରଣ ଯୋଗୁଁ ମୋନାଲିସାଙ୍କୁ ୧୫ ବର୍ଷ ବୟସରେ ଚାକିରୀ କରିବା ନିଷ୍ପତ୍ତି ନେବାକୁ ପଡିଥିଲା ।

୧୨୦ ଟଙ୍କା ପାଇଁ ପୁରା ଦିନ ପରିଶ୍ରମ କରୁଥିଲେ ଅଭିନେତ୍ରୀ

google

ଇଣ୍ଟରଭ୍ୟୁରେ ନିଜ ଚାକିରୀ ସମୟର କଥା ମନେ ପକାଇ ସେ କହିଛନ୍ତି ଯେ ତାଙ୍କୁ କିଭଳି ଭାବେ ସଂଘର୍ଷ କରିବାକୁ ପଡିଥିଲା । ବାସ୍ତବରେ ଚଳଚ୍ଚିତ୍ର ଜଗତରେ ପାଦ ରଖିବା ପୂର୍ବରୁ ମୋନାଲିସା ଏକ ହୋଟେଲରେ କାର୍ଯ୍ୟ କରୁଥିଲେ । ଏହା ସହିତ ଘରର ଆର୍ଥିକ ସହାୟତା କରିବା ପାଇଁ ମୋନାଲିସାଙ୍କୁ ହଷ୍ଟେସ୍ କାମ ମଧ୍ୟ କରିବାକୁ ପଡୁଥିଲା । ଆଶ୍ଚର୍ଯ୍ୟ ଜନକ ବିଷୟ ଏହାଯେ ସେଠାରେ ତାଙ୍କୁ କେବଳ ମାତ୍ର ୧୨୦ ଟଙ୍କା ମିଳୁଥିଲା । ମୋନାଲିସା କହିଛନ୍ତି ଯେ ସେ ଅଲଗା ଅଲଗା ରେଷ୍ଟରେଣ୍ଟ ମାନଙ୍କରେ କାର୍ଯ୍ୟ କରୁଥିଲେ ଏବଂ ଏପରି ଭାବରେ ତିନି ବର୍ଷ ବିତିଗଲା । କିନ୍ତୁ ଯେତେବେଳେ ସେ ଜଣେ ବଙ୍ଗାଳୀ ପ୍ରଯୋଜକଙ୍କୁ ଦେଖାକଲେ ତେବେ ତାଙ୍କ ଜୀବନରେ ଏକ ନୂତନ ପରିବର୍ତ୍ତନ ହେଲା । ସେହି ସମୟରେ ପ୍ରଯୋଜକ ମଡ଼େଲିଙ୍ଗ କରିବା ପାଇଁ କହିଲେ । ଏହାପରେ ମୋନାଲିସା ମଡ଼େଲିଙ୍ଗ କରିବା ଆରମ୍ଭ କଲେ ଓ ସେ ଆଉ କେବେ ପଛକୁ ଫେରି ଚାହିଁ ନାହାଁନ୍ତି ।

ତାଙ୍କ ମାମୁଁ କହିବାରୁ ବଦଳାଇ ଦେଇଥିଲେ ନାମ

google

ମୋନାଲିସାଙ୍କ ଜନ୍ମ ଏକ ବଙ୍ଗାଳୀ ହିନ୍ଦୁ ପରିବାରରେ ହୋଇଥିଲା । ଅନ୍ତରା ବିଶ୍ୱାସ ନାମରେ ମଡେଲିଙ୍ଗ ଜଗତରେ ଚର୍ଚ୍ଚିତ ହେବାପରେ ମୋନାଲିସା କେତୋଟି ମ୍ୟୁଜିକ୍ ଭିଡ଼ିଓ ଏଲବମରେ ମଧ୍ୟ କାମ କଲେ । ସେ ଭୋଜପୁରୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଆଗମନ କରିବା ପୂର୍ବରୁ ତାଙ୍କ ମାମୁଁଙ୍କ କଥା ମାନି ନିଜ ନାମ ଅନ୍ତରାରୁ ମୋନାଲିସା ରଖି ଦେଇଥିଲେ । ବର୍ତ୍ତମାନର ସମୟରେ ଲୋକମାନେ ଅନ୍ତରାଙ୍କୁ ମୋନାଲିସା ନାମରେ ଜାଣନ୍ତି ।

ବିଗ୍ ବୋସ୍ ସିଜନ୍ ୧୦ରେ କରିଥିଲେ ଏଣ୍ଟ୍ରି

google

ଆପଣଙ୍କୁ ମନେ ପକାଇ ଦେଉଛୁ ଯେ କଲର୍ସ ଟିଭିର କଣ୍ଟ୍ରୋଭର୍ସିଆଲ ଚର୍ଚ୍ଚିତ ଧାରାବାହିକ ବିଗ୍ ବୋସ୍ ସିଜନ୍ ୧୦ରେ ମୋନାଲିସା ମଧ୍ୟ ଏଥିର ଏକ ପ୍ରତିଯୋଗୀ ଥିଲେ । ସେ ବିଗ୍ ବୋସ୍ ଘରେ ନିଜ ପ୍ରେମିକ ଓ ଭୋଜପୁରୀ ଅଭିନେତା ବିକ୍ରାନ୍ତ ସିଂହଙ୍କ ସହିତ ବାହା ହୋଇଥିଲେ । ଏହି ଶୋ ଠାରୁ ବାହାରିବା ପରେ ମୋନାଲିସା ଡ୍ୟାନ୍ସ ରିଏଲିଟି ଶୋ “ନଚ ବଲିଏ”ରେ ମଧ୍ୟ ନଜର ଆସିଥିଲେ । ଏକ ସମୟରେ ୧୨୦ ଟଙ୍କାରେ ଚାକିରୀ କରୁଥିବା ଅଭିନେତ୍ରୀ ମୋନାଲିସା ଆଜିକାର ସମୟରେ ଛୋଟ ପରଦାର ଧାରାବାହିକ ମାନଙ୍କରେ କାମ କରିବା ପାଇଁ ଗୋଟିଏ ଏପିଶୋଡ଼କୁ ୫୦ ହଜାର ଟଙ୍କା ନେଇଥାନ୍ତି । ଯେବେକି ଗୋଟିଏ ଚଳଚ୍ଚିତ୍ର ପାଇଁ ସେ ୫ ରୁ ୭ ଲକ୍ଷ ଟଙ୍କା ନିଅନ୍ତି । ସୂଚନା ଅନୁଯାୟୀ ମୋନାଲିସା ଆଜିକାର ସମୟରେ କୋଟି କୋଟି ଟଙ୍କାର ମାଲିକାଣୀ ଅଟନ୍ତି ।

୮ କୋଟି ଟଙ୍କାର ମାଲିକାଣୀ ଅଟନ୍ତି ମୋନାଲିସା

google

ମୋନାଲିସା ମୁମ୍ବାଇରେ ସ୍ୱାମୀ ବିକ୍ରାନ୍ତଙ୍କ ସହିତ ନିଜେ କ୍ରୟ କରିଥିବା ଘରେ ରୁହନ୍ତି । ଆପଣଙ୍କ ସୂଚନା ପାଇଁ ଜଣାଇଦେଉଛୁ ଯେ ୨୦୧୪ରେ ମୋନାଲିସା ମୁମ୍ବାଇରେ ନିଜର ଘର କିଣିଥିଲେ । ମୋନାଲିସାଙ୍କ ଅନୁଯାୟୀ ଆଜିକାର ସମୟରେ ମୁମ୍ବାଇ ଭଳି ବଡ଼ ସହରରେ ନିଜର ଏକ ଘର କିଣିବା କେଉଁ ସ୍ବପ୍ନରୁ କମ୍ ନୁହେଁ । ଏତିକିନୁହେଁ ମୋନାଲିସା ଗତ ବର୍ଷ ଅଡ଼ି କାର ମଧ୍ୟ କିଣିଲେ ।

Leave a Reply

Your email address will not be published. Required fields are marked *