ଲକ୍ ଡ଼ାଉନ୍ ସମୟରେ ଲୋକମାନଙ୍କ ସହାୟକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪ଟି ନୂଆ ନିୟମ !

ଲକ୍ ଡ଼ାଉନ୍ ସମୟରେ ଲୋକମାନଙ୍କ ସହାୟକ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୪ଟି ନୂଆ ନିୟମ !

କରୋନାର ସଂକ୍ରମଣରୁ ଦେଶକୁ ବଞ୍ଚାଇବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨୫ ତାରିଖରେ ସମ୍ପୁର୍ଣ୍ଣ ଦେଶବାସୀଙ୍କ ପାଇଁ ଏକ ନିୟମ ଘୋଷଣା କରିଥିଲେ । ଏହି ନିୟମରେ ସେ ୨୫ ତାରିଖ ରାତି ୧୨ଟାରୁ ଆଗାମୀ ୨୧ ଦିନ ପର୍ଯ୍ୟନ୍ତ ସମ୍ପୂର୍ଣ ଦେଶକୁ ଲକ୍ ଡାଉନ୍ କରିବାର ଘୋଷଣା କରିଥିଲେ । ମୋଦିଙ୍କ ଏହି ନିୟମ ଦ୍ୱାରା ସାଧାରଣ ଜନତା ଯଥା : ଦିନ ମଜୁରିଆ, ସ୍ୱଳ୍ପ ପାରିଶ୍ରମିକ ବ୍ୟକ୍ତିମାନଙ୍କୁ ବହୁତ ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଛି । ଏପରିକି ଘର ଚଳାଇବାରେ ଅନେକ ସମସ୍ୟା ସମ୍ମୁଖୀନ ହେବାକୁ ପଡୁଛି । ଏହାର ପ୍ରକୋପ ଫଳରେ କ୍ଷେତରେ ରବି ଫସଲ ଅମଳ ହୋଇପାରୁନାହିଁ, ଯାହାଦ୍ୱାରା କୃଷକମାନେ ବର୍ତ୍ତମାନ ଓ ଆଗାମୀ ଦିନରେ ମଧ୍ୟ ଅନେକ ସମସ୍ୟାର ସମ୍ମୁଖୀନ ହେବେ ଏଥିରେ ତିଳେ ହେଲେ ସନ୍ଦେହ ନାହିଁ ।

newstrend

ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କରୋନା ଭାଇରସ୍ ବିପକ୍ଷରେ କିଛି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ହତିଆର ଭଳି ଆପଣେଇବାକୁ ଯାଉଛନ୍ତି । ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମନ ୧ ଲକ୍ଷ ୭୦ ହଜାର ଟଙ୍କାର ଏକ ରାଶି ଘୋଷଣା କରିଛନ୍ତି । ଏଥିରେ ଗରିବ ଓ ଦିନ ମଜୁରିଆଙ୍କୁ ଭଲ ସହାୟକ ମିଳିବ ।

୧) ଜନଧନ ଖାତାକୁ ପଇସା ପ୍ରଦାନ :

Google

ସମସ୍ତ ଗୁରୁତ୍ୱପୂର୍ଣ୍ଣ ଯୋଜନାମାନଙ୍କ ମଧ୍ୟରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନଧନ ଯୋଜନା ଅନ୍ୟତମ ଅଟେ । ଯେଉଁଥିରେ ସରକାର ଗରିବ ଲୋକମାନଙ୍କ ପାଇଁ ଶୂନ୍ୟ (ଜ଼ୀରୋ) ବଲାନ୍ସରେ ଆକାଉଣ୍ଟ ଖୋଲିଥିଲେ । କାରଣ ସମସ୍ତ ଜନତା ବ୍ୟାଙ୍କର ସୁବିଧାର ଲାଭ ଉଠାଇପାରିବେ । ଏଥିରେ ସରକାର ସମସ୍ତଙ୍କ ତଥ୍ୟ ରଖିଛନ୍ତି, ଯେଉଁ ତଥ୍ୟରେ ସରକାର ଜାଣିପାରିବେ କିଏ କେଉଁ ବର୍ଗର ଲୋକ ଅଟନ୍ତି । ଅର୍ଥ ମନ୍ତ୍ରୀ ଘୋଷଣା କରିଛନ୍ତି ଯେ, ପ୍ରାୟ ୨୦ କୋଟି ମହିଳା ଯେଉଁମାନେ ଜନଧାନରେ ନିଜର ଆକାଉଣ୍ଟ ଖୋଲିଛନ୍ତି; ସେମାନଙ୍କୁ ତିନି ମାସ ପର୍ଯ୍ୟନ୍ତ ସରକାର ପ୍ରତି ମାସରେ ମାସକୁ ମାସ ୫୦୦ ଟଙ୍କା ପଠାଇବେ, ଯାହାଦ୍ଵାରା ସେମାନେ ତାଙ୍କ ଘରର ସମ୍ୟକ ଆବଶ୍ୟକୀୟ ଜିନିଷ କ୍ରୟ କରିପାରିବେ ।

୨) ଉଜ୍ଜ୍ଵଳା ଯୋଜନା :

Google

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୦୧୭ରେ ଉଜ୍ଜ୍ଵଳା ଯୋଜନାର ଶୁଭାରମ୍ଭ କରିଥିଲେ, ଯେଉଁଥିରେ ସେ ଗରିବ ଲୋକମାନଙ୍କୁ LPGର ସୁବିଧା ଦେଇଥିଲେ । ଏହି ଯୋଜନାକୁ କେନ୍ଦ୍ରୀଭୂତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପାର୍ଟି ବିଜେପି ଉତର ପ୍ରଦେଶରେ ବହୁତ ବଡ଼ ବ୍ୟବଧାନରେ ବିପକ୍ଷ ଦଳ ଠାରୁ ଜିତିଥିଲା । ଏହି ଯୋଜନା ମାଧ୍ୟମରେ ନରେନ୍ଦ୍ର ମୋଦିଙ୍କୁ ବହୁତ ଲାଭ ମିଳିଥିଲା । ବର୍ତ୍ତମାନ ୩ ମାସ ପର୍ଯ୍ୟନ୍ତ ଗରିବ ଲୋକମାନଙ୍କୁ ମାଗଣାରେ ସିଲିଣ୍ଡର ଦିଆଯିବ ।

୩) ପ୍ରଧାନମନ୍ତ୍ରୀ କୃଷକ ସମ୍ମିଳନୀ :

Google

ଲୋକସଭା ନିର୍ବାଚନ ୨୦୧୯ର ଠିକ୍ ପୂର୍ବରୁ ଏହି ଯୋଜନା ଆରମ୍ଭ କରାଯାଇଥିଲା । ଏହି ଯୋଜନାର ମୁଖ୍ୟ ଉଦ୍ଦେଶ୍ୟ ଥିଲା କୃଷକ ମାନଙ୍କୁ ବର୍ଷକୁ ଛଅ ହଜାର ଟଙ୍କାର ବାର୍ଷିକ ବୃତ୍ତି ପ୍ରଦାନ କରାଯିବ । କିନ୍ତୁ ଏହି ଯୋଜନା ଅନୁଯାୟୀ, ୨୦୧୯ ନିର୍ବାଚନ ପୂର୍ବରୁ କୃଷକଙ୍କୁ ବାର୍ଷିକ ୨ ହଜାର ଟଙ୍କାର ରାଶି ପ୍ରଦାନ କରାଯାଉଛି । ଏସବୁକୁ ଦୃଷ୍ଟିରେ ରଖି ଅର୍ଥ ମନ୍ତ୍ରୀ କହିଛନ୍ତି, ଏହି ରାଶି ବର୍ତ୍ତମାନ ଏପ୍ରିଲ ମାସରେ ଆରମ୍ଭରୁ ମିଳିବ ଯାହାଫଳରେ ୮ କୋଟି କୃଷକ ଲାଭବାନ ହୋଇପାରିବେ ।

ଆପଣ ମାନଙ୍କୁ ପୁନଶ୍ଚ ଜଣାଇ ଦେଉଛୁ ଯେ, କରୋନା ସମଗ୍ର ବିଶ୍ଵକୁ ଗ୍ରାସ କରିବାକୁ ବସିଛି । କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ଲୋକସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛନ୍ତି । ୨୪ ଘଣ୍ଟା ମଧ୍ୟରେ କରୋନାରେ ସଂକ୍ରମିତ ୧୪୯ ନୂଆ ମାମଲା ସାମନାକୁ ଆସିଛି । ଏବେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତ ସଂଖ୍ୟା ୧୦୦୦ରୁ ଅଧିକ ହୋଇସାରିଛନ୍ତି । ଏହା ସହିତ କରୋନାରୁ ୭୮ ଜଣ ଲୋକ ସୁସ୍ଥ ହୋଇଥିବାର ମଧ୍ୟ ସୂଚନା ହସ୍ତଗତ ହୋଇଛି ଯେତେବଳେ କି ୨୦ ଜଣ ଏଥିରେ ମୃତ୍ୟୁବରଣ କରିସାରିଛନ୍ତି । ଏହି ସମୟରେ ସରକାର ଏହି ମହାମାରୀକୁ ଅଟକାଇବା ପାଇଁ ଯଥାସମ୍ଭବ ପ୍ରୟାସ ଜାରି ରଖିଛନ୍ତି ।

Leave a Reply

Your email address will not be published. Required fields are marked *