ଚୀନ ସୀମା ବିବାଦ ଓ Unlock 2.0 ଉପରେ ଆଜି ମୋଦୀ ବଡ଼ ଘୋଷଣା କରିବେ ଏବଂ ସରକାରଙ୍କ ରଣନୀତିର ସୂଚନା ଦେବେ !

ଚୀନ ସୀମା ବିବାଦ ଓ Unlock 2.0 ଉପରେ ଆଜି ମୋଦୀ ବଡ଼ ଘୋଷଣା କରିବେ ଏବଂ ସରକାରଙ୍କ ରଣନୀତିର ସୂଚନା ଦେବେ !

ଚଳିତ ୨୦୨୦ ମସିହା, ଦେଶକୁ ଗୋଟିଏ ପରେ ଗୋଟିଏ ସମସ୍ୟା ଗ୍ରାସ କରିବାରେ ଲାଗିଛି । ଯେଉଁଠି ଗୋଟିଏ ପକ୍ଷରେ ସମଗ୍ର ଦେଶରେ କରୋନାର ସଂକ୍ରମଣ ବ୍ୟାପିବାରେ ଲାଗିଛି ତ ଅନ୍ୟପକ୍ଷରେ ଚୀନ କାରଣରୁ ସୀମାରେ ବିବାଦ ମଧ୍ୟ ଉଗ୍ର ରୂପ ଧାରଣ କରିଛି । ଯେଉଁଥି କାରଣରୁ ଦେଶର ସ୍ଥିତି ମଧ୍ୟ ବଦଳିବାରେ ଲାଗିଛି କିନ୍ତୁ ଏହି ସମସ୍ୟା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ଅର୍ଥାତ ଆଜି ରେଡ଼ିଓରେ “ମନ କି ବାତ” କହିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ଦେଶର ଜନତାଙ୍କ ସାମ୍ନାରେ Unlock 2.0 ବିଷୟରେ କହିବେ । କେବଳ ଏତିକି ନୁହେଁ, ପ୍ରଧାନମନ୍ତ୍ରୀ ମୋଦୀ ଚୀନ ବିରୋଧରେ ଭାରତର ରଣନୀତି ବିଷୟରେ ଦେଶର ଜନସାଧରଣଙ୍କ ସମ୍ମୁଖରେ ସରକାରଙ୍କ କଥା ରଖିପାରନ୍ତି ।

google

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଦିନ ଏକ ଟ୍ଵିଟ୍ କରିଥିଲେ । ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଲୋକଙ୍କୁ କହିଛନ୍ତି ଯେ, ସେ ପୁଣିଥରେ ରବିବାର ଦିନ ରେଡ଼ିଓରେ “ମନ କି ବାତ” ଜରିଆରେ ଦେଶର ଜନତାଙ୍କୁ ସମ୍ବୋଧିତ କରିବେ । ସୂତ୍ର ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏଥର “ମନ କି ବାତ” କାର୍ଯ୍ୟକ୍ରମରେ ଚୀନ ବିଷୟରେ ଚର୍ଚ୍ଚା କରିପାରନ୍ତି । କାରଣ ଏଥର ବିଜେପି ନିଜର ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଯେକୌଣସି ଉପାୟରେ ଏହି କାର୍ଯ୍ୟକ୍ରମରେ ହେଉଥିବା କଥାକୁ ଦେଶର ଜନତାଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାର ନିର୍ଦ୍ଦେଶ ଦେଇଛନ୍ତି । ଏହି କାରଣରୁ କୁହାଯାଉଛି ଯେ, ଏଥର ଦେଶରେ ବଢ଼ୁଥିବା କରୋନା ମାମଲା ଉପରେ ବିଜୟ ପ୍ରାପ୍ତ କରିବାକୁ ଏବଂ ଚୀନ ସହିତ ଯୁଦ୍ଧର ସ୍ଥିତି ପାଇଁ ପ୍ରସ୍ତୁତିକୁ ନେଇ ପ୍ରଧାନମନ୍ତ୍ରୀ କୌଣସି ମହତ୍ୱପୂର୍ଣ୍ଣ କଥା କହିପାରନ୍ତି ।

ଦେଶରେ କୋରୋନା ମହାମାରୀର ମାମଲା ଦ୍ରୁତ ବେଗରେ ବଢ଼ିବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ କରୋନା ଭୂତାଣୁ ଦ୍ଵାରା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ୫ ଲକ୍ଷରୁ ଉର୍ଦ୍ଧକୁ ପହଞ୍ଚିଛି । ଭାରତରେ କରୋନାର ମାମଲା ସବୁଠାରୁ ଅଧିକ ଦିଲ୍ଲୀ, ମୁମ୍ବାଇ ଏବଂ ଗୁଜରାଟରେ ଆକଳନ କରାଯାଇଛି । ଏହି କାରଣରୁ କେନ୍ଦ୍ର ସରକାରଙ୍କ ଠାରୁ ରାଜ୍ୟ ସରକାର କରୋନା ଭୂତାଣୁକୁ ହରାଇବା ପାଇଁ ଦୃଢ଼ ପଦକ୍ଷେପ ନେଉଛନ୍ତି ।

Leave a Reply

Your email address will not be published. Required fields are marked *