ଲକ୍ଡ଼ାଉନରେ ଚାକିରୀ ଚାଲିଗଲେ ଡରନ୍ତୁ ନାହିଁ ! ମୋଦି ସରକାରଙ୍କ ଏହି ଯୋଜନାରୁ ୨ ବର୍ଷ ପର୍ଯ୍ୟନ୍ତ ମିଳିବ ଦରମା !

କରୋନା ମହାମାରୀ କାରଣରୁ ଦେଶର ଆର୍ଥିକ ଅବସ୍ଥା ଗମ୍ଭୀର ଭାବରେ ପ୍ରଭାବିତ ହୋଇଛି । ଏହି କାରଣରୁ କମ୍ପାନୀମାନେ ମଧ୍ୟ ନିଜର ଅଧିକାଂଶ କର୍ମଚାରୀଙ୍କୁ ଚାକିରୀରୁ ବାହାର କରି ଦେଉଛନ୍ତି ତ ଆଉ କେଉଁଠି ତାଙ୍କ ଦରମା କାଟି ଦିଆଯାଉଛି । ଆପଣଙ୍କୁ ଜଣାଇ ଦେଉଛୁ ଯେ ଏହି ବିପଦ ସମୟରେ ଏପରି କୌଣସି କମ୍ପାନୀ ଅଥବା ଇଣ୍ଡଷ୍ଟ୍ରି ନାହିଁ ଯେଉଁଠାରେ କି କର୍ମଚାରୀନଙ୍କ ଚାକିରୀ ଉପରେ ବିପଦ ନାହିଁ । ସମସ୍ତଙ୍କ ସମ୍ମୁଖରେ ବର୍ତ୍ତମାନ ଚାକିରୀ ସହ ଜଡ଼ିତ ସମସ୍ୟା ଦେଖାଦେଉଛି । ବାସ୍ତବରେ, କେନ୍ଦ୍ର ସରକାରଙ୍କ ଏପରି ଏକ ଯୋଜନା ରହିଛି ଯାହା ଅନୁସାରେ ବେରୋଜଗାର କର୍ମଚାରୀଙ୍କୁ ୨୪ ମାସ ପର୍ଯ୍ୟନ୍ତ ଟଙ୍କା ଦିଆଯିବ । ଆସନ୍ତୁ ଏହି ଯୋଜନା ବିଷୟରେ ବିସ୍ତାର ପୂର୍ବକ ଜାଣିନେବା ।

ଏହା ମଧ୍ୟ ପଢନ୍ତୁ : କରୋନା ପରେ ଏକ ନୂତନ ରହସ୍ୟମୟ ରୋଗ ଯୋଗୁଁ ବଢାଇଲା ଚିନ୍ତା ! ଶିଶୁମାନଙ୍କ ଯାଉଅଛି ଜୀବନ… ଜାଣନ୍ତୁ ଲକ୍ଷଣ

ଦୁଇ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ :

ମୋଦି ସରକାରଙ୍କ ଏହି ଯୋଜନାର ନାମ ହେଉଛି “ଅଟଳ ବୀମା କଲ୍ୟାଣ” ଯୋଜନା । ଏହି ଯୋଜନା ଅନୁଯାୟୀ କୌଣସି ବ୍ୟକ୍ତିର ଚାକିରୀ ଚାଲିଗଲେ, ସରକାର ସେହି ବ୍ୟକ୍ତିଙ୍କୁ ଦୁଇ ବର୍ଷ ପର୍ଯ୍ୟନ୍ତ ଆର୍ଥିକ ସହାୟତା ପ୍ରଦାନ କରିବେ । ଏହି ଆର୍ଥିକ ସହାୟତା ସବୁ ମାସରେ ଦିଆଯିବ । ବେରୋଜଗାର ବ୍ୟକ୍ତିଙ୍କୁ ଏହି ଲାଭ ତାଙ୍କର ଗତ ୯୦ ଦିନର ପରିଶ୍ରମର ଆୟର ୨୫ ପ୍ରତିଶତ ଭାବେ ଦିଆଯିବ । ଏହି ଯୋଜନାର ଲାଭ ସଂଗଠିତ କ୍ଷେତ୍ରର ସେହି କର୍ମଚାରୀ ହିଁ ଉଠାଇ ପାରିବେ ଯିଏ ଇଏସଆଇସି (ESIC) ସହ ଜଡ଼ିତ ଏବଂ ଯେଉଁମାନେ ଦୁଇ ବର୍ଷରୁ ଅଧିକ ସମୟ ପର୍ଯ୍ୟନ୍ତ ଚାକିରୀ କରିଥିବେ । ଏହା ବ୍ୟତୀତ ଆଧାର ଓ ବ୍ୟାଙ୍କ ଆକାଉଣ୍ଟ ମଧ୍ୟ ସମସ୍ତ ତଥ୍ୟ ସହିତ ଜଡ଼ିତ ଥିବା ଦରକାର ।

ଯୋଜନା ପାଇଁ ଏଭଳି ଭାବେ କରାନ୍ତୁ ରେଜିଷ୍ଟ୍ରେସନ :

ଯଦି ଆପଣ ମଧ୍ୟ ଏହି ଯୋଜନାର ଲାଭ ଉଠାଇବା ପାଇଁ ଚାହଁନ୍ତି; ତେବେ ସର୍ବ ପ୍ରଥମେ ESICର ୱେବସାଇଟକୁ ଯାଇ ଅଟଳ ବୀମା ବ୍ୟକ୍ତି କଲ୍ୟାଣ ଯୋଜନା ପାଇଁ ରେଜିଷ୍ଟ୍ରେସନ କରାନ୍ତୁ । ଯୋଜନା ବିଷୟରେ ବିସ୍ତାର ପୂର୍ବକ ଜାଣିବା ପାଇଁ ଏହାର ୱେବସାଇଟରେ ଯାଇ ସଂପୂର୍ଣ୍ଣ ବିଷୟ ଜାଣିପାରିବେ । ୱେବସାଇଟର ଲିଙ୍କ ନିମ୍ନରେ ଦିଆଯାଇଛି ଏହାକୁ କ୍ଲିକ କରି ଦେଖିପାରିବେ । https://www.esic.nic.in/attachments/circularfile/93e904d2e3084d65fdf7793e9098d125.pdf

ଏହିପରି ଭାବରେ ଆବେଦନ କରିପାରିବେ :

– ଫର୍ମ ଡାଉନଲୋଡ କରିବା ପାଇଁ ଉପରେ ଦିଆଯାଇଥିବା ଲିଙ୍କରେ କ୍ଲିକ୍ କରନ୍ତୁ ।

– ଫର୍ମଟିକୁ ପୂରଣ କରି ନିକଟସ୍ଥ ESIC ଶାଖାରେ ଦାଖଲ କରନ୍ତୁ ।

– ଫର୍ମ ଦେବା ସମୟରେ ୨୦ ଟଙ୍କାର ଏକ ନନ୍-ଜୁଡିସିଆଲ ପେପରରେ ନୋଟେରୀରେ ଏଫିଡେଟ୍ ହୋଇଥିବା ଦରକାର ।

– ଏଥିରେ AB-1 ରୁ AB-4 ପର୍ଯ୍ୟନ୍ତ ଫର୍ମ ଦାଖଲ କରାଯିବ ।

– ଅଟଳ ବୀମାଭୁକ୍ତ ବ୍ୟକ୍ତି କଲ୍ୟାଣ ଯୋଜନା ନିମନ୍ତେ ଆବେଦନ କରିବାକୁ ମୋଦୀ ସରକାର ମଧ୍ୟ ଖୁବ୍ ଶୀଘ୍ର ଅନଲାଇନ୍ ସୁବିଧା ଆରମ୍ଭ କରିବାକୁ ଯାଉଛନ୍ତି ।

economictimes

ଏହି ବ୍ୟକ୍ତିମାନେ ନେଇପାରିବେ ନାହିଁ ଯୋଜନାର ଲାଭ :

ଏହି କଥା ଉପରେ ମଧ୍ୟ ଧ୍ୟାନ ଦିଅନ୍ତୁ ଯେ, ସେହି ବ୍ୟକ୍ତି ବିଶେଷମାନେ ଏହି ଯୋଜନାର ଲାଭ ନେଇ ପାରିବେ ନାହିଁ, ଯେଉଁମାନଙ୍କୁ ଅସଦାଚରଣ କାରଣରୁ କମ୍ପାନୀ ଚାକିରୀରୁ ବହିଷ୍କାର କରିଦେଇଛି । ଏହା ବ୍ୟତୀତ ଅପରାଧିକ ମକଦ୍ଦମା ରୁଜୁ କିମ୍ବା ସ୍ଵଇଚ୍ଛାରେ ଅବସର ନେଇଥିବା କର୍ମଚାରୀମାନେ ମଧ୍ୟ ଏହି ଯୋଜନାର ଲାଭ ଉଠାଇ ପାରିବେ ନାହିଁ ।

ଏହା ମଧ୍ୟ ପଢନ୍ତୁ : ପୁଣିଥରେ ଲକ୍ଡ଼ାଉନ୍‌ ଅବଧି ବଢିବ କି ? ଏହି ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ପ୍ରଧାନମନ୍ତ୍ରୀଙ୍କ ନିକଟରେ କରିଛନ୍ତି ଦାବି !

Be the first to comment

Leave a Reply

Your email address will not be published.


*