ମିଥୁନଙ୍କ ପୁଅ ମହାଅକ୍ଷୟଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ: ଜବରଦସ୍ତି ଗର୍ଭପାତ କରିଥିବା କହିଲେ ଅଭିନେତ୍ରୀ…

ମୁମ୍ବାଇ,୧୭/୧୦: ବଲିଉଡର ପ୍ରସିଦ୍ଧ ଅଭିନେତା ତଥା ନୃତ୍ୟ (Dancer) ମିଥୁନ ଚକ୍ରବର୍ତ୍ତୀ ତାଙ୍କ ଡେନ୍ସ (Dance) ପାଇଁ ବଲିଉଡ ଜଗତରେ ଅବିସ୍ମରଣୀୟ ହୋଇରହିଛନ୍ତି । ତାଙ୍କ ପୁଅ ମହାଅକ୍ଷୟ ଚକ୍ରବର୍ତ୍ତୀ ତାଙ୍କ ପରି ବିଶେଷ ମାନ୍ୟତା ହାସଲ କରିପାରିନାହାଁନ୍ତି । ବଲିଉଡ ଷ୍ଟାର ମିଥୁନ ଚକ୍ରବର୍ତ୍ତୀଙ୍କ ପୁଅ ମହାଅକ୍ଷୟଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆସିଛି । ମାମଲାକୁ ଚାପି ଦେବାକୁ ଚେଷ୍ଟା କରୁଥିବା ନେଇ ମିଥୁନଙ୍କ ସ୍ତ୍ରୀ ଯୋଗୀତା ବାଲିଙ୍କ ବିରୋଧରେ ମଧ୍ୟ ସେ ଅଭିଯୋଗ କରିଛନ୍ତି । ପୀଡ଼ିତା ଜଣକ ଉଭୟଙ୍କ ବିରୋଧରେ ମୁମ୍ବାଇର ଓସିୱାରା ପୋଲିସ ଷ୍ଟେସନରେ ବଳାତ୍କାର ଓ ଗର୍ଭପାତ ପାଇଁ ଏକ ମାମଲା ରୁଜୁ ହୋଇଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ କାମ କରୁଥିବା ଜଣେ ଅଭିନେତ୍ରୀ-ମଡେଲ ଏହି ଅଭିଯୋଗ କରିଛନ୍ତି । କୁହାଯାଉଛି ଯେ ପୀଡିତାଜଣକ ମହାଅକ୍ଷୟ ଚକ୍ରବର୍ତ୍ତୀଙ୍କ ପ୍ରତାରଣା, ବଳାତ୍କାର ଏବଂ ବାଧ୍ୟ କରି ଗର୍ଭପାତ କରିଥିବା ଅଭିଯୋଗ କରିଛନ୍ତି । ମହାଅକ୍ଷୟଙ୍କ ବିରୋଧରେ ପୋଲିସ ଏକ ରିପୋର୍ଟ ପଞ୍ଜିକରଣ କରିଛି । ଏହାପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଅଭିଯୋଗ ଅନୁଯାୟୀ, ପୀଡ଼ିତାଙ୍କୁ ୨୦୧୫ରୁ ମିଥୁନଙ୍କ ପୁଅ ମହାଅକ୍ଷୟ ପ୍ରେମ କରୁଥିଲେ । ମହାଅକ୍ଷୟ ବିବାହର ପ୍ରତିଶ୍ରୁତି ଦେଇ ପୀଡ଼ିତାଙ୍କ ସହ ଶାରିରୀକ ସମ୍ପର୍କ ରଖିଥିଲେ । ୨୦୧୫ରେ ମହାଅକ୍ଷୟ ଅଭିନେତ୍ରୀ ଜଣଙ୍କୁ ଘରକୁ ଡକାଇ ତାଙ୍କୁ ଥଣ୍ଡାପାନୀୟରେ କିଛି ନିଶା ଔଷଧ ମିଶାଇ ପିଇବାକୁ ଦେଇଥିଲେ । ସେ ଅଚେତ ହେବା ପରେ ମହାଅକ୍ଷୟ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ଏ ବିଷୟରେ ଜାଣି ପୀଡ଼ିତା ବିରୋଧ କରିବାରୁ ମହାଅକ୍ଷୟ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇଥିଲେ । ପରେ ଦୀର୍ଘ ୪ ବର୍ଷ କାଳ ମହାଅକ୍ଷୟ ପୀଡ଼ିତାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ । ପୀଡ଼ିତା ଗର୍ଭବତୀ ଥିବା ଜାଣି ବିବାହ କରିବା ପରିବର୍ତ୍ତେ ମହାଅକ୍ଷୟ ତାଙ୍କୁ ଗର୍ଭପାତ କରିବାକୁ ବାଧ୍ୟ କରିଥିଲେ । ପୀଡ଼ିତାଜଣଙ୍କ ଏଥିରେ ଅରାଜି ହେବାରୁ ସେ ତାଙ୍କ ଅଜାଣତରେ କିଛି ଔଷଧ ଦେଇ ଗର୍ଭପାତ କରାଇଥିଲେ ବୋଲି ସେ ଅଭିଯୋଗ କରିଛନ୍ତି ।

ପୀଡିତା ଅଭିଯୋଗ କରିଛନ୍ତି ଯେ ମହାକ୍ଷୟଙ୍କର ମାଆ ଅର୍ଥାତ ମିଥୁନ ଚକ୍ରବର୍ତ୍ତୀଙ୍କ ପତ୍ନୀ ଯୋଗିତା ବାଲି ପୀଡ଼ିତାଙ୍କ ଅଭିଯୋଗ ପରେ ତାଙ୍କୁ ଧମକ ଦେଇଛନ୍ତି ଏବଂ ମାମଲାକୁ ରଫଦଫା କରିବାକୁ ଚାପ ପକାଇଛନ୍ତି । ପୀଡିତା କହିଛନ୍ତି ଯେ ମହାକ୍ଷୟଙ୍କ ସହ ଯୁକ୍ତିତର୍କ ପରେ ଯୋଗୀ ବାଲି ତାଙ୍କୁ ଧମକ ଦେଇଥିଲେ । ତା’ପରେ ସେ ତାଙ୍କ ପରିବାର ସହିତ ରହିବାକୁ ଦିଲ୍ଲୀ ଯାଇଥିଲେ ।

ଏହି ମାମଲାରେ ମିଥୁନଙ୍କ ସ୍ତ୍ରୀ ଯୋଗୀତା ବାଲିଙ୍କ ବିରୋଧରେ ବି ପୀଡ଼ିତା ଜଣକ ଅଭିଯୋଗ କରିଛନ୍ତି । ସେ କହିଛନ୍ତି, ଏନେଇ ସେ ଅଭିଯୋଗ କରିବା ପରେ ଯୋଗୀତା ତାଙ୍କୁ ଧମକ ଦେବା ସହ ମାମଲାର ରଫାଦଫା କରିବାକୁ ଚାପ ପକାଉଛନ୍ତି । ମୁମ୍ବାଇର ଓସିୱାରା ଥାନାରେ ଅଭିନେତ୍ରୀ  ଅଭିଯୋଗ କରିବା ପରେ ପୋଲିସ ମହାଅକ୍ଷୟଙ୍କ ବିରୋଧରେ ଧାରା ୩୭୬ (୨), ଧାରା ୩୨୮, ଧାରା ୪୧୭, ଧାରା ୫୦୬, ଧାରା ୩୧୩ ଓ ଧାରା ୩୪ ଲଗାଇ ମାମଲା ରୁଜୁ କରିଛି ।

Be the first to comment

Leave a Reply

Your email address will not be published.


*