ମିଥୁନ୍ ଚକ୍ରବର୍ତ୍ତୀଙ୍କ ବଡ଼ ବୋହୁ ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି ! ଆପଣ ମଧ୍ୟ ଥରେ ନିଶ୍ଚୟ ଦେଖନ୍ତୁ ।

ମିଥୁନ୍ ଚକ୍ରବର୍ତ୍ତୀଙ୍କ ବଡ଼ ବୋହୁ ଦେଖିବାକୁ ଖୁବ୍ ସୁନ୍ଦର ଅଟନ୍ତି ! ଆପଣ ମଧ୍ୟ ଥରେ ନିଶ୍ଚୟ ଦେଖନ୍ତୁ ।

ମିଥୁନ୍ ଚକ୍ରବର୍ତ୍ତୀ ବୋଲିଉଡ଼ ଇଣ୍ଡଷ୍ଟ୍ରିର ଏକ ମହାନ ଅଭିନେତା ଅଟନ୍ତି । ପ୍ରଶଂସକ ତାଙ୍କ ଡ୍ୟାନ୍ସ ଓ ଅଭିନୟକୁ ବହୁତ ପସନ୍ଦ କରନ୍ତି । ତାଙ୍କ ସୁନ୍ଦର ଡ୍ୟାନ୍ସ ଓ ଅଭିନୟ ଯୋଗୁଁ କେବଳ ଭାରତରେ ହିଁ ନୁହେଁ, ଭାରତ ବାହାରେ ମଧ୍ୟ ତାଙ୍କର ଅନେକ ପ୍ରଶଂସକ ଅଛନ୍ତି । ମିଥୁନ ଚକ୍ରବର୍ତ୍ତୀ ନିଜ ବଲିଉଡ଼ କ୍ୟାରିଅରରେ ଅନେକ ହିଟ୍ ଚଳଚିତ୍ର କରିଛନ୍ତି, ଯେଉଁ କାରଣରୁ ତାଙ୍କୁ ଅନେକ ଆୱାର୍ଡ ଗୁଡ଼ିକ ଦେଇ ସମ୍ମାନିତ କରାଯାଇଥିଲା । ମିଥୁନ ଚକ୍ରବର୍ତ୍ତୀ ସେହି ଅଭିନେତା ଅଟନ୍ତି ଯିଏକି ପ୍ରଥମ ଚଳଚିତ୍ର ଠାରୁ ହିଁ ଲୋକମାନଙ୍କୁ ଆକର୍ଷିତ କରିଥିଲେ । ଆପଣ ସମସ୍ତେ ମିଥୁନଙ୍କ ବିଷୟରେ ନିଶ୍ଚୟ ରୂପେ ଜାଣିଥିବେ କିନ୍ତୁ ତାଙ୍କ ବୋହୁଙ୍କ ବିଷୟରେ ଜାଣି ନଥିବେ କି, ସେ କିଏ, କଣ କରନ୍ତି ଓ କିପରି ଦେଖା ଯାଆନ୍ତି, ତେବେ ଚାଲନ୍ତୁ ତାଙ୍କ ବିଷୟରେ ଜାଣିବା ।

google

ମିଥୁନ ଚକ୍ରବର୍ତ୍ତୀଙ୍କ ଜନ୍ମ ୧୬ ଜୁନ୍ ୧୯୫୦ରେ ବଙ୍ଗଳାଦେଶରେ ହୋଇଥିଲା । ତାଙ୍କ ଅଭିନୟ କ୍ୟାରିଅର ବିଷୟରେ କହିବାକୁଗଲେ, ୧୯୭୬ ମସିହାରେ ଆସିଥିବା ଚଳଚିତ୍ର ମ୍ରିଗା ଠାରୁ ଡେବ୍ୟୁ କରିଥିଲେ । ଯେଉଁଥିରେ କି ସେ ଏତେ ଭଲରେ ଅଭିନୟ କରିଥିଲେ ଯେ, ତାଙ୍କୁ ଅନ୍ତରାଷ୍ଟ୍ରୀୟ ପୁରସ୍କାର ଦେଇ ସମ୍ମାନିତ କରାଯାଇଥିଲା । କିନ୍ତୁ ବହୁତ ଲୋକପ୍ରିୟ ହାସଲ କରିବାପରେ ସେ ଚଳଚିତ୍ର ଦୁନିଆ ଠାରୁ ଦୂରେଇ ଯାଇଥିଲେ । ପରେ ସେ ୧୯୮୨ ରେ ଆସିଥିବା ଚଳଚିତ୍ର ଡିସ୍କୋ ଡ୍ୟାନ୍ସରରେ ନଜର ଆସିଥିଲେ । ଏହି ଚଳଚିତ୍ର ପରେ ସେ ଡିସ୍କୋ ଡ୍ୟାନ୍ସର ବହୁତ ଲୋକପ୍ରିୟ ହୋଇଯାଇଥିଲେ । ତାଙ୍କ ଅଭିନୟ ଓ ଡ୍ୟାନ୍ସକୁ ଦେଖି ଚଳଚିତ୍ର ନିର୍ମାତାମାନେ ଏତେ ମାତ୍ରାରେ ପ୍ରଭାବିତ ହୋଇଯାଇଥିଲେ ଯେ, ତାଙ୍କୁ ନିଜେ ଚଳଚିତ୍ରରେ କାମ କରିବାକୁ ସୁଯୋଗ ଦେଲେ ।

google

ମିଥୁନ ଚକ୍ରବର୍ତ୍ତୀ ଗୋଟିଏ ଏଭଳି ଅଭିନେତା ଅଟନ୍ତି, ଯିଏକି, ବଲିଉଡ଼ରେ ଅନେକ ହିଟ୍ ଚକଚିତ୍ର କରିଛନ୍ତି । ଯେଉଁଥିରେ କି ଡିସ୍କୋ ଡ୍ୟାନ୍ସ, ଚନ୍ଦଲାଲ, ରଂଗବାଜ, ସେରା, ପ୍ରେମପ୍ରତିଜ୍ଞା, ଜଙ୍ଗ, କାଳିଆ, ମ୍ରିଗୟା ଭଳି ଚଳଚିତ୍ର ଗୁଡ଼ିକ ଅଛି । ମିଥୁନ ଚକ୍ରବର୍ତ୍ତୀ ଗୋଟିଏ ଏଭଳି ଅଭିନେତା ଅଟନ୍ତି ଯିଏକି ବଲିଉଡ଼ରେ ୩୫୦ ରୁ ଅଧିକ ଚଳଚିତ୍ର ମାନଙ୍କରେ କାମ କରିସାରିଛନ୍ତି ।

google

ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୁଙ୍କ ବିଷୟରେ କଥା ହେବାକୁଗଲେ ତାଙ୍କ ନାମ ହେଉଛି, ମାଦାଲସା ଶର୍ମା ଚକ୍ରବର୍ତ୍ତୀ । ଯିଏକି ମିଥୁନ୍ ଚକ୍ରବର୍ତ୍ତୀଙ୍କ ବଡ଼ ପୁଅ ମହାକଶ୍ୟଙ୍କ ସ୍ତ୍ରୀ ଅଟନ୍ତି । ୨୦୧୮ରେ ତାଙ୍କର ବିବାହ ହୋଇଥିଲା । ମାଦାଲସା ଶର୍ମା ଏକ ଅଭିନେତ୍ରୀ ଅଟନ୍ତି ଯିଏକି ହିନ୍ଦୀ, ତେଲୁଗୁ, ମାଲୟଲମ, କନ୍ନଡ଼, ତାମିଲ ଓ ପଞ୍ଜାବୀ ଚଳଚିତ୍ରରେ ମଧ୍ୟ କାମ କରିଛନ୍ତି । ନିଜ କ୍ୟାରିଅରର ଆରମ୍ଭ ତେଲୁଗୁ ଚଳଚିତ୍ର ଫିଟିଙ୍ଗ ମାଷ୍ଟରରୁ କରିଥିଲେ । ୨୦୧୧ରେ ବଲିଉଡ଼ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିଥିଲେ । ଯେଉଁଠାରେ କି ତାଙ୍କ ଅଭିନୟକୁ ଲୋକମାନେ ବହୁତ ପସନ୍ଦ କରିଥିଲେ ।

Leave a Reply

Your email address will not be published. Required fields are marked *