ଭାଇରଲ ହେଲା ମିଥୁନ ଚକ୍ରବର୍ତ୍ତୀଙ୍କ ବୋହୂ ମଦାଲସାଙ୍କ ଭିଡ଼ିଓ ! ଏପରି ଭାବରେ ନୃତ୍ୟ କରୁଥିବାର ନଜର ଆସିଲେ…

ବଲିଉଡ଼ରେ ଡ଼ିସ୍କୋ ଡାନ୍ସର ନାମରେ ପରିଚିତ ଅଭିନେତା ମିଥୁନ ଚକ୍ରବର୍ତ୍ତୀ ଆଜି ଚଳଚ୍ଚିତ୍ର ଜଗତରୁ ଦୂରେଇ ଯାଇଛନ୍ତି । ଯଦିଓ ବର୍ତ୍ତମାନ ରାଜନୀତି କ୍ଷେତ୍ରରେରେ ସେ ନାମ ଅର୍ଜନ କରିଛନ୍ତି ଏବଂ ବର୍ତ୍ତମାନ ନିଜ ରାଜନୈତିକ ମାମଲା ଯୋଗୁଁ ସେ ବର୍ତ୍ତମାନ ଅଧିକାଂଶ ଚର୍ଚ୍ଚିତ ରୁହନ୍ତି । ଅନ୍ୟପକ୍ଷରେ ମିଥୁନ ଦା’ ଅନ୍ୟ ଏକ କାରଣରୁ ମଧ୍ୟ ଚର୍ଚ୍ଚିତ ରହିଛନ୍ତି । ସେହି କାରଣଟି ହେଉଛି, ତାଙ୍କ ବୋହୂ ମଦାଲସା… । ଯିଏ ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଜଣେ ଅଭିନେତ୍ରୀ ଓ ମଡ଼େଲ୍ ଅଟନ୍ତି । ତାଙ୍କ ବୋହୂ ମଦାଲସା ଏକ ପ୍ରତିଭାବାନ ନର୍ତ୍ତକୀ ଅଟନ୍ତି ଏବଂ ଏଥିପାଇଁ ପ୍ରତିଦିନ ତାଙ୍କ ଫଟୋ ଓ ଭିଡ଼ିଓଗୁଡିକ ଗଣମାଧ୍ୟମରେ ଭାଇରଲ୍ ହୋଇଥାଏ ।

ଏଠାରେ ଆମେ ମିଥୁନ ଦା’ଙ୍କ ବୋହୁ ମଦାଲସା ବିଷୟରେ ଆଲୋଚନା କରିବା, ତେବେ ଆଜି ଗଣମାଧ୍ୟମ ପ୍ଲେଟଫାର୍ମ ଇଂଷ୍ଟାଗ୍ରାମରେ ତାଙ୍କର ଲକ୍ଷ ଲକ୍ଷ ସଂଖ୍ୟାରେ ଫ୍ୟାନ୍ସ ରହିଛନ୍ତି ଏବଂ ଏଠାରେ ସେ ନିଜ ଫ୍ୟାନ୍ସମାନଙ୍କ ପାଇଁ ନିଜ ଫଟୋ ଓ ଭିଡ଼ିଓ ସେୟାର କରନ୍ତି । ଏମିତିରେ ନିକଟରେ ମଦାଲସା ଏକ ଭିଡ଼ିଓ ସେୟାର କରିଥିଲେ, ଯେଉଁଥିରୁ ସେ ‘ୟେ ଗଲିୟା ୟେ ଚୌୱାରା’ ଗୀତରେ ଜବରଦସ୍ତ ଭିଡ଼ିଓ ନୃତ୍ୟ କରୁଥିବାର ନଜର ଆସୁଛନ୍ତି । ତାଙ୍କ ଫ୍ୟାନ୍ସମାନଙ୍କ ମଧ୍ୟରେ ଏହି ଭିଡ଼ିଓ ବିଶେଷ ଚର୍ଚ୍ଚାର ବିଷୟ ପାଲଟିଛି ।

ମଦାଲସାଙ୍କ ଏହି ଭିଡ଼ିଓ ବିଷୟରେ ଆଲୋଚନା କରିବା; ତେବେ ଏହାକୁ ବର୍ତ୍ତମାନ ପର୍ଯ୍ୟନ୍ତ ପାଖାପାଖି ୭୮ ହଜାର ଦର୍ଶକ ଦେଖିଛନ୍ତି ଓ ଲାଇକ୍ ବଢ଼ିବାରେ ଲାଗିଛି । ତାଙ୍କ ସମସ୍ତ ଫ୍ୟାନ୍ସ ଏହିସବୁ ଭିଡ଼ିଓକୁ ବହୁ ସଂଖ୍ୟାରେ ସେୟାର ମଧ୍ୟ କରୁଛନ୍ତି । ଆପଣଙ୍କୁ ଜଣାଇ ଦେଉଛୁ ଯେ, ମଦାଲସା ଯିଏ କି ଏକ ଟିଭି ଧାରାବାହିକ ଓ ଟିଭି ଅଭିନେତ୍ରୀ ମଧ୍ୟ ଅଟନ୍ତି । ଯେଉଁଠାରେ ଏକ ଅନୁପମା ନାମକ ଧାରାବାହିକରେ “କାବ୍ୟା ଝାବେରୀ”ଙ୍କ ଚରିତ୍ରରେ ଅଭିନୟ କରିଥିଲେ ଓ ତାଙ୍କର ଏହି ଭିଡ଼ିଓ ମଧ୍ୟ ଅନୁପମା ସେଟରେ ସୁଟ୍ କରାଯାଇଛି ।

ଶୋ’ ଅନୁପମାରେ ମଧ୍ୟ ମଦାଲସାଙ୍କ ଚରିତ୍ରକୁ ବହୁତ ପସନ୍ଦ କରାଯାଏ ଓ ଏଥିସହିତ ଆଜି ତାମିଲ ଏବଂ ତେଲୁଗୁ ଚଳଚ୍ଚିତ୍ର ଜଗତରେ ମଧ୍ୟ ବେଶ୍ ଜଣାଶୁଣା ଅଭିନେତ୍ରୀ ଅଟନ୍ତି । ଆପଣଙ୍କୁ ସୁଚାଇ ଦେଉଛୁ ଯେ, ମିଥୁନ ଚକ୍ରବର୍ତ୍ତୀଙ୍କ ବଡ଼ ପୁଅ ମୀମୋହ ଚକ୍ରବର୍ତ୍ତୀ ସହିତ ମଦାଲସା ବିବାହ କରିଛନ୍ତି ଏବଂ ଆଜି ସେ ମିଥୁନ ଚକ୍ରବର୍ତ୍ତୀଙ୍କ ପରିବାରର ଏକ ଅଂଶ ହୋଇ ଖୁବ୍ ଖୁସିରେ ଜୀବନ ଅତିବାହିତ କରୁଛନ୍ତି । ଯଦି ମିଥୁନ ଦା’ଙ୍କ ପୁଅ ଓ ମଦାଲସାଙ୍କ ସ୍ୱାମୀ ମିମୋହ ବିଷୟରେ ଆଲୋଚନା କରିବା; ତେବେ ସେ ମଧ୍ୟ ଜଣେ ବଲିଉଡ଼ ଅଭିନେତା ରହିସାରିଛନ୍ତି । ଯଦିଓ ତାଙ୍କ ବଲିଉଡ଼ କ୍ୟାରିୟର ସଫଳ ହୋଇପାରିନଥିଲା ଓ ପରେ ମିମୋହ ବ୍ୟବସାୟରେ ପାଦ ରଖିଲେ ।

ଯଦି ମିଥୁନ ଦା’ଙ୍କ ବୋହୂ ମଦାଲସା ବିଷୟରେ ଆଲୋଚନା କରିବା; ତେବେ ତାଙ୍କର ମଧ୍ୟ ଚଳଚ୍ଚିତ୍ର ଜଗତ ସହିତ ପୁରୁଣା ସମ୍ବନ୍ଧ ରହିଛି । ଯେଉଁଠି ମଦାଲସାଙ୍କ ପିତା ଜଣେ ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଥିବାବେଳେ ତାଙ୍କ ମାଁ ଶିଳା ଶର୍ମା ମଧ୍ୟ ଜଣେ ଲୋକପ୍ରିୟ ଅଭିନେତ୍ରୀ ଥିଲେ । ୯୦ ଦଶକର ମହାଭାରତ ଯଦି ଆପଣଙ୍କୁ ମନେଥିବ, ତେବେ ଏଥିରେ ମଦାଲସାଙ୍କ ମାଁ ନଜର ଆସିଥିଲେ । ଏହି ଧାରାବାହିକରେ ସେ କୃଷ୍ଣଙ୍କ ମାତା ଦେବକୀଙ୍କ ଭୂମିକାରେ ଅଭିନୟ କରୁଥିବାର ନଜର ଆସିଥିଲେ । ଆପଣଙ୍କୁ ଜଣାଇ ଦେଉଛୁ ଯେ, ମଦାଲସା ୨୦୦୯ରେ ଆସିଥିବା ତେଲୁଗୁ ଚଳଚ୍ଚିତ୍ର ‘ଫିଟିଙ୍ଗ’ରୁ ଡେବ୍ୟୁ କରିଥିଲେ ।”

Be the first to comment

Leave a Reply

Your email address will not be published.


*