‘ବିନା ମେକଅପ୍’ରେ ଏଭଳି ଦେଖାଯାଆନ୍ତି ମିଥୁନ୍ ଚକ୍ରବର୍ତ୍ତୀଙ୍କର ବୋହୂ, ଚିହ୍ନିବା ମଧ୍ୟ ହୋଇଯିବ କଷ୍ଟକର ! ଭାଇରାଲ୍ ହେଉଅଛି ଫୋଟ…

‘ବିନା ମେକଅପ୍’ରେ ଏଭଳି ଦେଖାଯାଆନ୍ତି ମିଥୁନ୍ ଚକ୍ରବର୍ତ୍ତୀଙ୍କର ବୋହୂ, ଚିହ୍ନିବା ମଧ୍ୟ ହୋଇଯିବ କଷ୍ଟକର ! ଭାଇରାଲ୍ ହେଉଅଛି ଫୋଟ…

ଟିଭିର ପ୍ରସିଦ୍ଧ ଶୋ’ ଅନୁପମାରେ କାବ୍ୟା ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିବା ମିଥୁନ୍ ଚକ୍ରବର୍ତ୍ତୀଙ୍କର ବୋହୂ ମଦାଳସା ଶର୍ମାଙ୍କର ବିନା ‘ମେକଅପ୍’ର ଏଭଳି କିଛି ଫୋଟ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଅଛି, ଯେଉଁଥିରେ ତାଙ୍କୁ ଚିହ୍ନିବା ମଧ୍ୟ କଷ୍ଟକର ହୋଇଯାଇଛି । ଏହି ଫୋଟରେ ତାଙ୍କ ଲୁକ୍ ସମ୍ପୂର୍ଣ୍ଣ ଭାବରେ ଅଲଗା ଦେଖାଯାଉଛି । କହିରଖୁଛୁ ଯେ ମଦାଳସା ନିଜ ଷ୍ଟାଇଲ୍ ଏବଂ ଲୁକକୁ ପରିବର୍ତ୍ତନ କରିବାପାଇଁ ଅନେକ ପରିଶ୍ରମ କରିଛନ୍ତି ଏବଂ ଆଜିର କଥା କହିବାକୁ ଗଲେ ତାଙ୍କ ସମ୍ମୁଖରେ ଭଲ ଭଲ ଅଭିନେତ୍ରୀ ମାନେ ମଧ୍ୟ ହାର୍ ମାନି ଯାଆନ୍ତି । ସେ ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ରୁହନ୍ତି ଏବଂ ପ୍ରତିଦିନ ନିଜ ପ୍ରଶଂସକ ମାନଙ୍କୁ ଅପଡେଟ୍ ଦେଇଥାନ୍ତି । ତାଙ୍କ ଇନଷ୍ଟାଗ୍ରାମ୍ ଗ୍ଲାମରସ୍ ଫୋଟରେ ଭରି ହୋଇ ରହିଛି ।

କହିରଖୁଛୁ ଯେ, ସିରିଏଲ୍ ଅନୁପମାରେ ମଦାଳସା କାବ୍ୟା ଝାୱରୀ ଭୂମିକାରେ ଅଭିନୟ କରୁଛନ୍ତି, ଯିଏକି ବନରାଜଙ୍କର ସହଯୋଗୀ ହେବା ସହ ତାଙ୍କ ପ୍ରେମିକା ମଧ୍ୟ ଅଟନ୍ତି । କିଛି ମାସ ଧରି ଏହି ସିରିଏଲ୍ ଟିଆରପି ତାଲିକାରେ ଶୀର୍ଷରେ ରହିଛି ।

ଏକ ସାକ୍ଷାତକାରରେ ମଦାଳସା କହିଥିଲେ କି ଏହି ଶୋ’ କରି ସେ ବହୁତ ଖୁସି ଅଛନ୍ତି । ସେ ସବୁବେଳେ ରାଜନ୍ ଶାହୀଙ୍କ ସହ କାମ କରିବାକୁ ଚାହୁଁଥିଲେ ଏବଂ ଏହି ସିରିଏଲ୍ ପାଇଁ ଅଫର୍ ଆସିବା ମାତ୍ରେ ସେ ଗୋଟିଏ ମୁହୂର୍ତ୍ତ ମଧ୍ୟ ବିଳମ୍ବ କରି ନଥିଲେ । ଟିଭିରେ ଏହା ତାଙ୍କ ପ୍ରଥମ ଶୋ’ ଅଟେ ଏବଂ ଏଭଳି ଜଣାଶୁଣା ବ୍ୟାନର୍ ସହ ନିଜ ଯାତ୍ରା ଆରମ୍ଭ କରିବା ଗର୍ବର କଥା ଅଟେ । ତେବେ ଆପଣଙ୍କୁ କହିରଖୁଛୁ ଯେ, ଏହି ଶୋ’ର ପ୍ରତ୍ୟେକ ଏପିସୋଡ୍ ପାଇଁ ତାଙ୍କୁ ୩୦ ହଜାର ଟଙ୍କା ମିଳିଥାଏ ।

ମଦାଳସାଙ୍କ କହିବା ଅନୁଯାୟୀ, ଏହି ଚରିତ୍ର ଅତ୍ୟନ୍ତ ମଜାଦାର୍ ଅଟେ । କାବ୍ୟା ଦୃଢ଼ ଅଟେ, ସ୍ଵାଧୀନ୍ ଅଟେ ଏବଂ ନିଜ ପାଦରେ ନିଜେ ଛିଡା ହୋଇଛି । ଏହି କାରଣରୁ ଦର୍ଶକ ମାନଙ୍କୁ ଏହି ଚରିତ୍ର ଅତ୍ୟନ୍ତ ଭଲ ଲାଗୁଅଛି ।

କହିରଖୁଛୁ ଯେ, ପିଲାଦିନରୁ ମଦାଳସାଙ୍କୁ ଅଭିନୟର ପରିବେଶ ମିଳିଅଛି । ଏହି କାରଣରୁ ଅଭିନୟ ବ୍ୟତୀତ ସେ ଆଉ କିଛି ବିଷୟରେ ଚିନ୍ତା କରିନାହାଁନ୍ତି । ତେବେ ବହୁତ କମ୍ ଲୋକ ଜାଣିଥିବେ ଯେ ମଦାଳସା ପ୍ରସିଦ୍ଧ ଅଭିନେତ୍ରୀ ଶିଳା ଶର୍ମା ଏବଂ ନିର୍ମାତା ତଥା ନିର୍ଦ୍ଦେଶକ ସୁଭାଷ ଶର୍ମାଙ୍କର ଝିଅ ଅଟନ୍ତି । ୯୦ ଦଶକରେ ଶିଳା ମହାଭାରତରେ ଦେବକୀ ଭୂମିକାରେ ଅଭିନୟ କରିଥିଲେ ।

୨୦୧୮ ମସିହାରେ ମଦାଳସାଙ୍କର ବିବାହ ମିଥୁନ୍ ଚକ୍ରବର୍ତ୍ତୀଙ୍କର ବଡ଼ ପୁଅ ମହାଅକ୍ଷୟ (ମିମୋହ) ଚକ୍ରବର୍ତ୍ତୀଙ୍କ ସହ ହୋଇଥିଲା । ମଦାଳସାଙ୍କର ବିବାହ ଉପରେ ତାଙ୍କ ମା’ ଶିଳା ଶର୍ମା କହିଥିଲେ କି ମିଥୁନଙ୍କର ପରିବାର ସଂସ୍କାରୀ ଅଟନ୍ତି ଏବଂ ସେମାନଙ୍କ ମନରେ ତାଙ୍କ ଝିଅର ବିବାହକୁ ନେଇ କୌଣସି ସନ୍ଦେହ ନାହିଁ ।

ମଦାଳସା ମଧ୍ୟ ନିଜ ମାଆଙ୍କ ଭଳି ଅଭିନେତ୍ରୀ ହେବାର କ୍ୟାରିଅର୍ ଚୟନ କରିଛନ୍ତି । ୨୦୦୯ ମସିହାରେ ମଦାଳସା ତେଲୁଗୁ ଚଳଚ୍ଚିତ୍ର “ଫିଟିଙ୍ଗ” ମାଧ୍ୟମରୁ ଅଭିନୟରେ ଡେବ୍ୟୁ କରିଥିଲେ । ଏହାବ୍ୟତୀତ ସେ କନ୍ନଡ଼ ଚଳଚ୍ଚିତ୍ର ‘ଶୌର୍ଯ୍ୟ’ରେ ମଧ୍ୟ କାମ କରିଛନ୍ତି ।

ମିମୋହଙ୍କ ସହ ପ୍ରଥମ ସାକ୍ଷାତକୁ ନେଇ ମଦାଳସା ଏକ ସାକ୍ଷାତକାରରେ କହିଥିଲେ କି ଅନେକ ବର୍ଷ ଧରି ସେମାନେ ପରସ୍ପରକୁ ଜାଣିଥିଲେ । କିଛିବର୍ଷ ପୂର୍ବରୁ ତାଙ୍କ ମା’ ମଧ୍ୟ ମିମୋହଙ୍କ ସହ ଏକ ଚଳଚ୍ଚିତ୍ରରେ କାମ କରିଥିଲେ । ସେହି ସମୟରେ ଏକ କାର୍ଯ୍ୟକ୍ରମକୁ ସେ ତାଙ୍କ ମା’ଙ୍କ ସହ ଯାଇଥିଲେ । ସେଠାରେ ମିମୋହଙ୍କ ସହ ତାଙ୍କର ପ୍ରଥମଥର ପାଇଁ ଦେଖା ହୋଇଥିଲେ ।

ମଦାଳସା କହିଥିଲେ କି ପ୍ରଥମଥର ସେ ଯେତେବେଳେ ତାଙ୍କର ହେବାକୁ ଥିବା ଶଶୁର ଅର୍ଥାତ ମିଥୁନ୍ ଚକ୍ରବର୍ତ୍ତୀଙ୍କ ସହ ଦେଖା ହୋଇଥିଲେ, ସେତେବେଳେ ସେ ତାଙ୍କୁ ପ୍ରଶ୍ନ କରିଥିଲେ କି ତାଙ୍କ ପୁଅଙ୍କ ଜୀବନରେ ସବୁଦିନ ପାଇଁ ସାମିଲ୍ ହୋଇପାରିବେ କି ନାହିଁ । ଏହି କଥା ସେ ତାଙ୍କ ପୁଅଙ୍କୁ ମଧ୍ୟ ପଚାରିଥିଲେ । ସେ ଅତ୍ୟନ୍ତ ବାସ୍ତବିକ ମଣିଷ ଅଟନ୍ତି ।

ଶୋ’ରେ କାବ୍ୟା ଅର୍ଥାତ ମଦାଳସାଙ୍କର ଅନୁପମା ଅର୍ଥାତ ରୂପାଲୀ ଗାଙ୍ଗୁଲୀଙ୍କ ସହ ଯେତେ ମଧ୍ୟ ଝଗଡା ହେଉ ନା କାହିଁକି ବାସ୍ତବ ଜୀବନରେ ତାଙ୍କ ମଧ୍ୟରେ ସମ୍ପର୍କ ବହୁତ ଭଲ ଅଟେ । ଶୋ’ର ସେଟରେ ସେମାନେ ବହୁତ ମଜାମସ୍ତି ମଧ୍ୟ କରିଥାନ୍ତି ।

Leave a Reply

Your email address will not be published. Required fields are marked *