ଋତୁସ୍ରାବ ସମୟରେ କରିଥିବା ଭୁଲ ଗୁଡିକ…….

ଋତୁସ୍ରାବ ସମୟରେ କରିଥିବା ଭୁଲ ଗୁଡିକ…….

ଋତୁସ୍ରାବ ସମୟରେ କରିଥିବା ଭୁଲ ଗୁଡିକ , ଆପଣଙ୍କର ଜୀବନ ଖରାପ କରିଦେଇପାରିବ ।

ଋତୁସ୍ରାବ ଏକ ସାଧାରଣ ପ୍ରକ୍ରିୟା ଅଟେ ଯାହା ମହିଳା ମାନଙ୍କୁ ପ୍ରତି ମାସରେ ହୋଇଥାଏ । ଏହା ଏକ ବରଦାନ ଅଟେ , କିନ୍ତୁ ଋତୁସ୍ରାବ ସମୟରେ ପେଟ ବ୍ୟଥା ହେଲେ ଏହି ବରଦାନ ଅଭିଶାପ ପାଲଟି ଯାଇଥାଏ । ପୋଷାକରେ ଦାଗ ଲାଗିଯିବାର ଭୟ ରହିଥିବା ଯୋଗୁଁ ଶରୀରରେ ଚଞ୍ଚଳତା ଆସି ଯାଇଥାଏ । ଅନେକ ଯୁବତୀଙ୍କୁ ମୁଣ୍ଡ ବ୍ୟଥା ଏବଂ ବାନ୍ତି ଭଳି ସମସ୍ୟା ହୋଇଥାଏ । ଆପଣ ଋତୁସ୍ରାବକୁ ଅଟକାଇ ପାରିବେ ନାହିଁ କିନ୍ତୁ ଋତୁସ୍ରାବ ସମୟରେ କିଛି ଭୁଲ ଗୁଡିକୁ ନକରିବାକୁ ଏବଂ ହେବାକୁ ଥିବା ସମସ୍ୟାକୁ ଅଟକାଇ ପାରିବେ । ଏହି ସମସ୍ୟାରେ ଏହି କଥାର ଧ୍ୟାନ ରଖିବା ଉଚିତ ନଚେତ ଆଗକୁ ମଧ୍ୟ ଅସୁବିଧା ସହିବାକୁ ପଡିବ ।

ଋତୁସ୍ରାବ ସମୟରେ ଏକ ଦମ ଚୁପଚାପ ବସିଯିବା କିମ୍ବା ଏକଦମ କୁଦାକୁଦି କରିବା ମଧ୍ୟ ଠିକ ନୁହେଁ । କଷ୍ଟ ନହେବା ଯୋଗୁଁ କିଛି ଯୁବତୀ ମାନେ ବ୍ୟାୟାମ କରିଥାନ୍ତି , ଯାହା ସମ୍ପୂର୍ଣ୍ଣ ରୁପେ ଭୁଲ ଅଟେ । ଋତୁସ୍ରାବ ସମୟରେ ଆପଣଙ୍କ ଶିରା ଢିଲା ହୋଇଥାଏ । ବ୍ୟାୟାମ କରିବା ଦ୍ବାରା ରକ୍ତପ୍ରବାହ ଅଧିକ ବଢି ଯାଇଥାଏ ଏବଂ ଆପଣଙ୍କୁ କଷ୍ଟ ହୋଇପାରେ ।

ସଫାସୁତୁରାର ଯତ୍ନ ରଖିବା ବହୁତ ଆବଶ୍ୟକ ଅଟେ । ନିଜର ସେନିଟରୀ ପେଡ୍ସ କିମ୍ବା ନେପକୀନକୁ ପ୍ରତି ୩-୪ଘଣ୍ଟାରେ ବଦଳାଇବା ଉଚିତ । ସଫା ସୁତୁରାକୁ ଧ୍ୟାନରେ ରଖି ନିଜ ଶରୀରକୁ ସର୍ବଦା ସଫା ରଖିବା ଉଚିତ୍। ଯଦି ଆପଣ ହାଇଯିନକ ଉପାୟରେ ନ ରୁହନ୍ତି ତେବେ ଶରୀରରେ ମଇଳା ବଢିବା ଦ୍ବାରା ଇଂଫେକସନ ହୋଇଥାଏ ।

କିଛି ମହିଳା ଭାବି ଥାଆନ୍ତି ଯେ ପିରିୟଡ଼ ଦିନରେ ଶାରୀରିକ ସମ୍ପର୍କ ରଖିଲେ ଗର୍ଭବତୀ ହେବାର ଭୟ ନଥାଏ । ଏପରି ଭାବିବା ସମ୍ପୂର୍ଣ ରୁପରେ ଭୁଲ ଅଟେ । ଋତୁସ୍ରାବ ସମୟରେ ମଧ୍ୟ ଗର୍ଭବତୀ ହୋଇପାରନ୍ତି । ଏହି ପରିସ୍ଥିତିରେ ଶାରୀରିକ ସମ୍ପର୍କ ରଖିବା ଠାରୁ ଦୂରରେ ରୁହନ୍ତି । ଏହାଦ୍ବାରା ଇଂଫେକ୍ସନର ଭୟ ବଢ଼ିବା ସହ କଷ୍ଟ ମଧ୍ୟ ଅଧିକ ବଢିଥାଏ ।

ଯଦି ଆପଣ ଧର୍ମକୁ ବିଶ୍ଵାସ କରି ବ୍ରତ ରଖନ୍ତି ତେବେ ଋତୁସ୍ରାବ ସମୟରେ ବ୍ରତ ଜମାରୁ ରଖିବେ ନାହିଁ । ବ୍ଲଡ଼ ଲାନ୍ସ କାରଣରୁ ଏହି ଦିନ ମାନଙ୍କରେ ଶରୀର ବହୁତ ଦୁର୍ବଳ ରହିଥାଏ । ଏହିପରି ସମୟରେ ଅଧିକରୁ ଅଧିକ ଭିଟାମିନ ଏବଂ ମିନେରାଲର ଶରୀରକୁ ଆବଶ୍ୟକ ହୋଇଥାଏ । ଉତ୍ତମ ଖାଦ୍ୟ ଖାଇବେ , ଜୁସ ପିଇବେ ଏବଂ ଡ଼ାଇଟ ବିଷୟରେ ସମ୍ପୂର୍ଣ ଭାବରେ ଭୁଲିଯିବେ ।

ପିରିୟଡ଼ର ଦିନ ଗୁଡିକରେ ବେଶୀ ମାନସିକ ଚାପ ନେବେ ନାହିଁ । ଅତ୍ୟଧିକ ଖୁସି ରହିବେ ଏବଂ ଅତ୍ୟଧିକ ଆରାମ କରିବେ । ଶରୀରକୁ ଅତିକମରେ ୮ଘଣ୍ଟାର ବିଶ୍ରାମ ଆବଶ୍ୟକ । ଯଦି ଶରୀରକୁ ପୁରା ବିଶ୍ରାମ ନମିଳେ ତେବେ ମୁଣ୍ଡ ବ୍ୟଥା ହେବା ସହ ଶରୀର ମଧ୍ୟ କଷ୍ଟ ପାଇଥାଏ । ଏହି ସମୟରେ କଫିର ସେବନ ଜମାରୁ କରିବେ ନାହିଁ । ଆପଣଙ୍କୁ ଉଷ୍ମତା ପାଇଁ କଫିର ଆବଶ୍ୟକ ଥାଏ କିନ୍ତୁ ଏଥିରେ କଫିନ ଥାଏ ଯାହା ଋତୁସ୍ରାବ ସମୟରେ ଖରାପ ପ୍ରବାହ ପକାଇଥାଏ ।

ଋତୁସ୍ରାବ ଦିନରେ ମହିଳାମାନଙ୍କର ସ୍ଵଭାଵ ବଦଳିଥାଏ । କେତେବେଳେ ହସିବାକୁ ମନ କରେ ତ କେତେବେଳେ ଅଧିକ କାନ୍ଦିବାକୁ ମନ କରେ । ବେଳେବେଳେ ଅନେକ ମହିଳା ଏହିଦିନରେ ଅଧିକ ମାନସିକ ଚାପ ଅନୁଭବ କରିଥାନ୍ତି । ଯାହା ମଧ୍ୟ ଅନୁଭବ କରନ୍ତି ଭଲ କରନ୍ତି , କିନ୍ତୁ ନିଜର ମନକୁ ଟିକିଏ ନିୟତ୍ରଣ ରଖିବା ନିହାତି ଆବଶ୍ୟକ ଅଟେ ।

Leave a Reply

Your email address will not be published. Required fields are marked *