ମିଶନ୍ ‘ବନ୍ଦେ ଭାରତ’: ସ୍ଵଦେଶ ଫେରୁଛନ୍ତି ପ୍ରବାସୀ !

ନୂଆଦିଲ୍ଲୀ,୯/୫: କରୋନା ମହାମାରୀ ଯୋଗୁଁ ବିଦେଶର ବିଭିନ୍ନ ସ୍ଥାନରେ ପ୍ରବାସୀ ଭାରତୀୟମାନେ ଫସିରହିଛନ୍ତି । ସେମାନଙ୍କୁ ସ୍ଵଦେଶ ଆଣିବା ପାଇଁ ଭାରତ ସରକାର ‘ବନ୍ଦେ ଭାରତ’ ମିଶନ ଆରମ୍ଭ କରିଛନ୍ତି । ପ୍ରବାସୀଙ୍କୁ ଆକାଶ ମାର୍ଗ ସହ ଜଳପଥରେ ବି ଅଣାଯାଉଛି । ଜଳପଥରେ ଏହି ମିଶନର ଆରମ୍ଭ କରିଛି ଆଇଏନ୍‌ଏସ୍‌ ଜଲସ୍ୱ । ନୌସେନାର ଏହି ଜାହାଜ ସାହାଯ୍ୟରେ ମାଲଦ୍ୱୀପ୍‌ରୁ ୬୯୮ ଜଣ ଭାରତୀୟ ସ୍ୱଦେଶ ଆସିବେ ବୋଲି ଜଣାପଡ଼ିଛି । ଉକ୍ତ ୬୯୮ ଜଣଙ୍କ ମଧ୍ୟରେ ୫୯୫ ପୁରୁଷ ଓ ୧୦୩ ମହିଳା ରହିଛନ୍ତି । ସେମାନଙ୍କ ମଧ୍ୟରେ ୧୯ ଜଣ ଗର୍ଭବତୀ ଥିବା ଭାରତୀୟ ନୌସେନା ପକ୍ଷରୁ ସୂଚନା ଦିଆଯାଇଛି । ଏହି ଭାରତୀୟମାନେ ମାଲଦ୍ୱୀପ୍‌ର ମାଲେରେ ଫସି ରହିଥିବା ବେଳେ ନୌସେନା ପକ୍ଷରୁ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇସାରିଛି ।

ସୂଚନା ଅନୁଯାୟୀ, ଆଇଏନ୍‌ଏସ୍‌ ଜଲସ୍ୱ ଓ ଆଇଏନ୍‌ଏସ୍‌ ମଗରକୁ ମାଲଦ୍ୱୀପ୍‌ରେ ଫସିଥିବା ୧୮୦୦ରୁ ୨୦୦୦ ଭାରତୀୟଙ୍କୁ ଫେରାଇ ଆଣିବାକୁ ଦାୟିତ୍ୱ ଦିଆଯାଇଛି । ଏହାରି ମଧ୍ୟରେ ସେ ୪ ଥର ଯାତ୍ରା କରିବ। ଦୁଇଥର କୋଚିରୁ ଓ ଦୁଇଥର ତୁତିକୋରିନ୍‌ରୁ ଯାତ୍ରା କରିବ। ମାଲଦ୍ୱୀପରୁ ଭାରତୀୟଙ୍କୁ ଆଣିବା ପାଇଁ ପ୍ରାଥମିକ ସ୍ତରରେ କିଛି ସୁରକ୍ଷା ବ୍ୟବସ୍ଥା ଉପରେ ଧ୍ୟାନ ଦିଆଯାଇଛି ।

Google

ପ୍ରଥମେ ଡାକ୍ତରୀ ପରୀକ୍ଷା କରାଯିବ ପରେ ବୟସ୍କ ବ୍ୟକ୍ତିଙ୍କୁ ଗରୁତ୍ୱ ଦିଆଯିବ ଏବଂ ପାରିବାରର ସ୍ଥିତିକୁ ଧ୍ୟାନରେ ରଖାଯାଇ ବେରୋଜଗାରଙ୍କୁ ଗରୁତ୍ୱ ଦିଆଯିବ । ଏହିମାନଙ୍କୁ ହିଁ ସ୍ୱଦେଶ ଫେରାଇବା ଦିଗରେ ଗୁରୁତ୍ୱ ଦିଆଯିବ । ସେହିଭଳି ବିମାନ ଯୋଗେ ମଧ୍ୟ ଭାରତୀୟଙ୍କୁ ସ୍ୱଦେଶ ଅଣାଯାଉଛି । ୧୨ଟି ଦେଶରୁ ଭାରତୀୟଙ୍କୁ ଧରି ବିମାନ ଆସୁଛି । ଅନ୍ୟପଟେ ଆସନ୍ତା ସପ୍ତାହ ସୁଦ୍ଧା ଦେଶର ୧୪ଟି ସହରରେ ୬୪ଟି ବିମାନ ପ୍ରବାସୀଙ୍କୁ ଧରି ଅବତରଣ କରିବ । ଏହି ବିମାନଗୁଡ଼ିକ ଛୋଟ ସହରରେ ମଧ୍ୟ ଅବତରଣ କରିବ । ଫେରିବାକୁ ଥିବା ପ୍ରବାସୀଙ୍କ ନିକଟବର୍ତ୍ତୀ ଏୟାରପୋର୍ଟରେ ସେମାନଙ୍କୁ ଓହ୍ଲାଇବାକୁ ଗରୁତ୍ୱ ଦିଆଯାଉଛି । ହସ୍ତଗତ ହୋଇଥିବା ସୂଚନା ଅନୁଯାୟୀ ଏପର୍ଯ୍ୟନ୍ତ ୪ଟି ସ୍ୱତନ୍ତ୍ର ରିଭର୍ସ ଫ୍ଲାଇଟ୍‌ ଅବତରଣ କରିସାରିଛି । ଦୁବାଇରେ, ଦୁଇଟି ବିମାନ ଯଥାକ୍ରମେ ୧୮୧ ଓ ୧୮୨ ଯାତ୍ରୀଙ୍କୁ ଧରି ଅବତରଣ କରିସାରିଛି । ସେହିଭଳି ସିଙ୍ଗାପୁରରୁ ୨୩୪ ଯାତ୍ରୀ ଓ ଜାମ୍ମୁ କାଶ୍ମୀରରୁ ୧୬୮ ଛାତ୍ରଙ୍କୁ ନେଇ ବିମାନ ଢ଼ାକାରୁ ବାହାରି ଭାରତରେ ପହଞ୍ଚିଛି ।

ବର୍ତ୍ତମାନର ସୂଚନା ଅନୁସାରେ, “ବନ୍ଦେ ଭାରତ ମିଶନ” ଅଧୀନରେ ପଠାଯାଇଥିବା ଏକ ସ୍ୱତନ୍ତ୍ର ବିମାନରୁ ୧୭୭ ଜଣ ଭାରତୀୟ ଫେରି ଆସିଛନ୍ତି । ଏହି ଲୋକଙ୍କୁ ସଂଯୁକ୍ତ ଆରବ ଏମିରେଟ୍ସର ରାଜଧାନୀ ଆବୁଧାବିରୁ ଅଣାଯାଇଛି । ଫେରି ଆସୁଥିବା ଲୋକଙ୍କ ମଧ୍ୟରେ ୪୯ ଜଣ ଗର୍ଭବତୀ ମହିଳା ମଧ୍ୟ ଅଛନ୍ତି । ଏଠାରେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଯେ, କରୋନା ଭାଇରସ୍ ଯୋଗୁଁ ଚାଲିଥିବା ଲକ୍ଡ଼ାଡାଉନ ଯୋଗୁଁ ଏହି ସମସ୍ତ ଭାରତୀୟ ସେଠାରେ ଅଟକି ରହିଥିଲେ ।

Be the first to comment

Leave a Reply

Your email address will not be published.


*