ସୁଶାନ୍ତଙ୍କ ସ୍ମୃତିରେ ପୁଣି ଥରେ ଭାବବିହୁଳ ହେଲେ ଭଉଣୀ ଶ୍ୱେତା ସେୟାର କଲେ ଦୁଖଃ ଭରା ପୋଷ୍ଟ !

ସୁଶାନ୍ତଙ୍କ ସ୍ମୃତିରେ ପୁଣି ଥରେ ଭାବବିହୁଳ ହେଲେ ଭଉଣୀ ଶ୍ୱେତା ସେୟାର କଲେ ଦୁଖଃ ଭରା ପୋଷ୍ଟ !

ବଲିଉଡ଼ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ଯୋଗୁଁ କେବଳ ତାଙ୍କ ପରିବାର ସଦସ୍ୟ ନୁହନ୍ତି ତାଙ୍କର ପ୍ରଶଂସକ ମାନଙ୍କୁ ମଧ୍ୟ ଏକ ଧକ୍କା ଲାଗିଛି । କିନ୍ତୁ ୩୪ବର୍ଷୀୟ ସୁଶାନ୍ତ ଯେପରି ମୃତ୍ୟୁ ବରଣ କରିଛନ୍ତି ତାଙ୍କ ପରିବାରର ସମସ୍ତ ସଦସ୍ୟ ଏହି ଗଭୀର ଦୁଖଃରୁ ନିଜକୁ ବାହାର କରିପାରୁ ନାହାନ୍ତି । ତାଙ୍କ ବାପା ଏପର୍ଯ୍ୟନ୍ତ ଶୋକରେ ଅଛନ୍ତି ସେ ଏପର୍ଯ୍ୟନ୍ତ ଗୋଟିଏ କଥା ବୁଝିପାରି ନାହାନ୍ତି ଯେ ତାଙ୍କ ପୁଅ ଏପରି ଏକ ପଦକ୍ଷେପ ନେଲେ କଣ ପାଇଁ ? ଅନ୍ୟ ପକ୍ଷରେ ସୁଶାନ୍ତଙ୍କ ଭଉଣୀ ମାନେ ମଧ୍ୟ ଏହି ଦୁଃଖକୁ ସହିପାରୁ ନାହାନ୍ତି । ସେମାନେ ପ୍ରାୟତଃ ତାଙ୍କ ଭାଇଙ୍କୁ ମନେପକାଇ ଭାବବିହ୍ୱଳ ହୋଇ ପଡୁଛନ୍ତି ଏବଂ ତାଙ୍କ ଆଖି ଲୁହରେ ଭରି ଯାଉଅଛି । ଏହି ସମସ୍ତ ମଧ୍ୟରେ ସୁଶାନ୍ତଙ୍କ ଭଉଣୀ ଶ୍ୱେତା ସିଂହ କୀର୍ତ୍ତୀ ଏକ ଭାବପ୍ରବଣ ଭିଡ଼ିଓ ସେୟାର କରିଛନ୍ତି ।

newstrend

ଶ୍ୱେତା ସିଂହ କୀର୍ତ୍ତୀ ସୁଶାନ୍ତଙ୍କର ବଡ ଭଉଣୀ ଅଟନ୍ତି । ସେ ତାଙ୍କର ଭାଇ ସୁଶାନ୍ତଙ୍କୁ ବହୁତ ଭଲ ପାଉଥିଲେ । ସେ ତାଙ୍କର ଇଂଷ୍ଟା ଆକାଉଅଣ୍ଟରେ ଗୋଟିଏ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓରେ ଶ୍ୱେତା ସୁଶାନ୍ତଙ୍କ ବାସ୍ତବିକ ଜୀବନର ଭିଡ଼ିଓ ମଧ୍ୟ ସେଥିରେ ସାମିଲ କରିଛନ୍ତି । ଭିଡ଼ିଓ ଦେଖିବା ମାତ୍ରେ ଆପଣଙ୍କ ଆଖିରେ ଲୁହ ଆସିଯିବ । ଏହି ପୁରା ଭିଡ଼ିଓକୁ ଭଲ ଗୀତରେ ସଜାଯାଇଛି । ଏହି ଭିଡ଼ିଓରେ ଆପଣ ଦେଖି ପାରିବେ ସୁଶାନ୍ତଙ୍କର ହସ ହସ ମୁହଁ । ସେ ଜୀବନକୁ ଯେପରି ଉପଭୋଗ କରି ବଞ୍ଚିବାକୁ ଚାହୁଁଥିଲେ ଠିକ୍ ସେମିତି । ଏହି ଭିଡ଼ିଓରେ ସୁଶାନ୍ତ ତାଙ୍କ ଜୀବନର ସେ ସମସ୍ତ କାମ କରିଥିଲେ ଯାହା ସେ କରିବାକୁ ଭଲପାଆନ୍ତି । ତେବେ ଶ୍ୱେତା ଏହି ଭିଡ଼ିଓ ସହିତ ଗୋଟିଏ ଖୁବ୍ ସୁନ୍ଦର କେପ୍ସନ ମଧ୍ୟ ଦେଇଛନ୍ତି ।

newstrend

ଶ୍ୱେତାଙ୍କର ଏହି ଭିଡିଓକୁ ଦେଖି ତାଙ୍କ ପ୍ରଶଂସକ ମାନେ ଭାବବିହ୍ୱଳ ହୋଇ ପଡିଛନ୍ତି । ଭିଡ଼ିଓ ସହିତ କ୍ୟାପ୍ସନରେ ଶ୍ୱେତା ଲେଖିଛନ୍ତି ଖୁବ୍ ସୁନ୍ଦର, ଦୁନିଆର ସବୁଠାରୁ ଭଲ ପିଲା, ଯାହାର ଆଖି ସବୁ ବେଳେ ସ୍ବପ୍ନ ଭରା ଥିଲା । ଏହା ସହିତ ସେ ହାର୍ଟର ଇମୋଜି ମଧ୍ୟ ସେୟାର କରିଛନ୍ତି । ଏହି ଭିଡ଼ିଓରେ ସୁଶାନ୍ତ ସିଂହ ରାଜପୁତ ଲେଖୁଥିବା, ବହି ପଢୁଥିବା, ଟେବୁଲ ଟେନିସ୍ ଖେଳୁଥିବା ଓ ସ୍ୱିମିଙ୍ଗ ପୁଲରେ ମସ୍ତି କରୁଥିବାର ଦେଖା ଯାଇଛନ୍ତି ।

ଭାଇରାଲ ହେଉଛି ଭିଡ଼ିଓ :

ଶ୍ୱେତା ସିଂହ କୀର୍ତ୍ତିଙ୍କର ଏହି ଭିଡ଼ିଓ ଖୁବ୍ ଶୀଘ୍ର ଭାଇରାଲ ହେବାକୁ ଲାଗିଛି । ପ୍ରଶଂସକମାନେ ଏହି ଭିଡ଼ିଓକୁ ବହୁତ ଲାଇକ୍ ଏବଂ ସେୟାର କରୁଛନ୍ତି । ସୁଶାନ୍ତଙ୍କ ପ୍ରଶଂସକମାନେ ଏହି ଭିଡ଼ିଓକୁ ଦେଖି ପୁଣି ଭାବବିହ୍ଵଳ ହେଉଛନ୍ତି ଏବଂ ନିଜର କୋହକୁ ରୋକି ପାରୁ ନାହାନ୍ତି । ଶ୍ୱେତା ସିଂହ ସୋସିଆଲ ମିଡ଼ିଆରେ ପ୍ରାୟତଃ ଆକ୍ଟିଭ ରହନ୍ତ । ତେବେ ସୁଶାନ୍ତଙ୍କ ସ୍ମୃତିରେ କିଛି ପୋଷ୍ଟ କରିବାର ଏହା ପ୍ରଥମ ଥର ନୁହେଁ । ସୁଶାନ୍ତଙ୍କ ମୃତ୍ୟୁ ପରେ ବହୁତ ଥର ଦୁଃଖଦ ସମ୍ବାଦ ସହିତ ସେ ସୁଶାନ୍ତଙ୍କର ଫୋଟ ଓ ଭିଡ଼ିଓ ସେୟାର କରିଛନ୍ତି ।

newstrend

ଶ୍ୱେତାଙ୍କର ସମସ୍ତ ଫଟୋ ଏବଂ ଭିଡ଼ିଓକୁ ଛାଡି ତାଙ୍କର ଏହି ଭିଡିଓ ସୁଶାନ୍ତଙ୍କ ପ୍ରଶଂସକ ମାନଙ୍କ ପାଇଁ କୌଣସି ଉପହାରରୁ କମ୍ ନୁହେଁ । ଯାହାକୁ ତାଙ୍କ ପ୍ରଶଂସକ ମାନେ ସ୍ମୃତି ରୂପେ ସଜାଇ ରଖିବାକୁ ଇଚ୍ଛା କରିବେ । କାରଣ ସୁଶାନ୍ତଙ୍କୁ ପରଦା ଉପରେ ସମସ୍ତେ ଦେଖିଛନ୍ତି କିନ୍ତୁ ସେ ବ୍ୟକ୍ତଗତ ଏବଂ ବାସ୍ତବିକ ଜୀବନରେ କିପରି ଥିଲେ ଏହା ଏହି ଭିଡ଼ିଓରୁ ସ୍ପଷ୍ଟ ଭାବରେ ଜଣାପଡୁଛି ।

Leave a Reply

Your email address will not be published. Required fields are marked *