ବଲିଉଡର ଏହି ଭିଲେନଙ୍କ ଝିଅର ସୌନ୍ଦର୍ଜ୍ୟ ଚେହେରା ପାଇଁ ଲକ୍ଷ ଲକ୍ଷ ପୁଅ ପାଗଳ !

ମୋହନୀଶ ବହଲଙ୍କ ଝିଅ : ବଲିଉଡ ଏକ ବଡ଼ ଆଶ୍ଚର୍ଯ୍ୟର ଦୁନିଆ ଅଟେ । ଏହି ଦୁନିଆକୁ ନେଇ ଆକର୍ଷଣ ପ୍ରାୟ ସମସ୍ତଙ୍କ ମନରେ ଥାଏ । ସମସ୍ତଙ୍କୁ ଚମକ-ଧମକର ଏହି ଦୁନିଆ ନିଜ ଦିଗରେ ଆକର୍ଷିତ କରିଥାଏ । ବଲିଉଡର ଅଭିନେତା ଏବଂ ଅଭିନେତ୍ରୀଙ୍କୁ ଦେଖି ପ୍ରତ୍ୟେକ ଯୁବକ ଯୁବତୀ ଏମାନଙ୍କ ଭଳି ହେବାକୁ ସ୍ୱପ୍ନ ମଧ୍ୟ ଦେଖିଥାନ୍ତି । ଏଥିମଧ୍ୟରୁ କିଛି ଲୋକ ନିଜର ସ୍ୱପ୍ନକୁ ପୂରା କରିବା ପାଇଁ ନିଜର ଘର ପରିବାର ଛାଡ଼ି ମୁମ୍ବାଇ ମଧ୍ୟ ଆସନ୍ତି । ହୁଏତ ଏଥିମଧ୍ୟରୁ କିଛି ସଫଳ ହୋଇଯାଆନ୍ତି ଆଉ କିଛି ଭିଡ଼ରେ ହଜିଯାଆନ୍ତି ।

ଭିଲେନ ରୂପରେ ହିଁ ସୃଷ୍ଟି କରିଥିଲେ ନିଜର ପରିଚୟ

Google

ହୁଏତ ଆଜିକା ସମୟରେ ବଲିଉଡକୁ ଯିବା ପୂର୍ବରୁ ଅନେକ ପ୍ରସ୍ତୁତି କରିବାକୁ ପଡ଼ିଥାଏ । ପୂର୍ବ ଭଳି ନୁହେଁ ଯେ ହିରୋଇନ କିମ୍ବା ହିରୋ ହେବାକୁ ଅଛି ତେଣୁ ଘରୁ ଲୁଚି ଗଲେ ଏବଂ ହିରୋଇନ ହୋଇଗଲେ । ଏବେ ଏହି କାମରେ କଡ଼ା ଟକ୍କର ମଧ୍ୟ ମିଳୁଛି । ବଲିଉଡରେ ଅନେକ ପ୍ରକାରର ଅଭିନୟ କରିବାକୁ ମିଳିଥାଏ । ଅଧିକାଂଶ ଲୋକ ହିରୋ ହେବାକୁ ହିଁ ଚାହାଁନ୍ତି, କିନ୍ତୁ କିଛି ଅଭିନେତା ଭିଲେନ ହୋଇ ଯେଉଁ ଉପଲବ୍ଧି ହାସଲ କରଛନ୍ତି, ତାହା ସବୁ ଲୋକ ଜାଣିଛନ୍ତି । କେଦାର ଖାନ୍, ଅମରୀଶ ପୂରୀ, ପ୍ରେମ ଚୋପଡ଼ା, ରଞ୍ଜିତ ଏବଂ ଗୁଲଶନ ଗ୍ରୋବର ଆଦି ଏହିପରି ଅଭିନେତା ଥିଲେ, ଯେଉଁମାନେ ଭିଲେନ ରୂପରେ ନିଜର ପରିଚୟ ସୃଷ୍ଟି କରିପାରିଥିଲେ ।

ମୋହନୀଶ ବହଲଙ୍କ ଝିଅ

Google

ଆଜିକୁ କିଛି ବର୍ଷ ପୂର୍ବେ ଏହି ପରିସ୍ଥିତି ଥିଲା ଯଦି କେହି ଭିଲେନର ଭୂମିକାରେ ଅଛନ୍ତି ତାହାଲେ ଲୋକମାନେ ତାକୁ ଭଲ ନଜରରେ ଦେଖୁ ନଥିଲେ । କିନ୍ତୁ ବିଗତ କିଛି ବର୍ଷରେ ହିରୋ ଠାରୁ ଅଧିକ ଭିଲେନ ହିଁ ପ୍ରସିଦ୍ଧି ପାଇଛି । ଏବେ ବଡ଼ ବଡ଼ ଅଭିନେତା ମଧ୍ୟ ଭିଲେନ ରୋଲ କରିବା ପାଇଁ ପ୍ରସ୍ତୁତ ରହନ୍ତି । କେବଳ ଭିଲେନ ଭୂମିକାରେ ରହିଲେ କୌଣସି ବ୍ୟକ୍ତି ପ୍ରକୃତରେ ଭିଲେନ ହୋଇନଥାନ୍ତି । ଆଜି ଆମେ ଆପଣଙ୍କୁ ଏକ ଏପରି ହିଁ ଭିଲେନ ଏବଂ ତାଙ୍କର ସୁନ୍ଦରୀ ଝିଅ ବିଷୟରେ କହିବାକୁ ଯାଉଛୁ ।

ପ୍ରନୂତନ ହେଉଛନ୍ତି ନିଜ ଜମାନାର ଲୋକପ୍ରିୟ ଅଭିନେତ୍ରୀ ନୂତନଙ୍କ ନାତୁଣୀ

Google
Google

ବଲିଉଡ ଅଭିନେତା ମୋହନୀଶ ବହଲଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ । ୯୦ ଦଶକରେ ସେ ଅନେକ ହିଟ୍ ଫିଲ୍ମରେ ବହୁତ ଭଲ ଅଭିନୟ କରିଥିଲେ । ସାଧାରଣତଃ ଆପଣ ଦେଖିଥିବେ ଯେ ବଲିଉଡରେ ଷ୍ଟାର ମାନଙ୍କର ପିଲାଙ୍କ ଚର୍ଚ୍ଚା କରାଯାଇଥାଏ । କିନ୍ତୁ ଆଜି ଆମେ ଆପଣଙ୍କୁ ବଲିଉଡର ଏହି ସୁନ୍ଦରୀ ଝିଅ ବିଷୟରେ କହିବାକୁ ଯାଉଛୁ ।

ପ୍ରନୂତନଙ୍କ ସୌନ୍ଦର୍ଯ୍ୟ ଦେଖି ଆପଣଙ୍କ ନଜର ଅଟକି ଯିବ

Google

ଆପଣଙ୍କୁ କହିରଖୁଛୁ ଯେ ମୋହନୀଶ ବହଲ ନିଜର ଫିଲ୍ମ କ୍ୟାରିଅରର ଆରମ୍ଭ ସଲମାନ ଖାନଙ୍କ ସହିତ ମୈନେ ପ୍ୟାର କିୟା ଫିଲ୍ମରୁ କରଥିଲେ । ଏହାପରେ ମୋହନୀଶ ସଲମାନଙ୍କ ସହିତ ଅନେକ ଫିଲ୍ମରେ କାମ କରିଛନ୍ତି । ପ୍ରନୂତନ ନିଜ ଆଈଙ୍କ ଭଳି ଅତ୍ୟନ୍ତ ସୁନ୍ଦରୀ । ଏହି ସମୟରେ ସେ Law ପଢ଼ାରେ ବ୍ୟସ୍ତ ଅଛନ୍ତି । ପ୍ରନୂତନଙ୍କୁ ଲାଇମ ଟାଇମ ଠାରୁ ଦୂରରେ ରହିବା ପସନ୍ଦ ।

Google

ଅନ୍ୟ ଷ୍ଟାର କିଡ଼ଙ୍କ ଭଳି ତାଙ୍କୁ ଲାଇମ ଟାଇମରେ ରହିବା ଅଭ୍ୟାସ ନାହିଁ । ତାଙ୍କ ସୌନ୍ଦର୍ଯ୍ୟ ଦେଖି ଥରେ ଆପଣଙ୍କ ନଜର ହଟିବନି । ହୁଏତ ପ୍ରନୂତନ ମଧ୍ୟ ବଲିଉଡରେ କାମ କରିବାକୁ ଚାହାଁନ୍ତି , କିନ୍ତୁ ବର୍ତ୍ତମାନ ସେ ଉପଯୁକ୍ତ ସମୟର ଅପେକ୍ଷା କରୁଛନ୍ତି । ପ୍ରଥମେ ପ୍ରନୂତନ ନିଜ ପାଠ ପଢ଼ା ପୂରା କରିବାକୁ ଚାହାଁନ୍ତି ।

Leave a Reply

Your email address will not be published. Required fields are marked *