ମିହିର ଦାସଙ୍କ ଚଳଚ୍ଚିତ୍ର ଜୀବନ ପୁତ୍ରସନ୍ତାନ ଏବଂ ସମ୍ପତ୍ତି ବିଷୟରେ ଲେଖାଟି

ମିହିର ଦାସଙ୍କ ଚଳଚ୍ଚିତ୍ର ଜୀବନ ପୁତ୍ରସନ୍ତାନ ଏବଂ ସମ୍ପତ୍ତି ବିଷୟରେ ଲେଖାଟି

ମିହିର ଦାସ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଏମିତି ଜଣେ କଳାକାର ଯାହାଙ୍କୁ କେବଳ ନାୟକ ରୂପେ ନୁହେଁ ଖଳନାୟକ ଚତ୍ରିତ ଅଭିନେତା ଏବଂ ହାସ୍ୟ ଅଭିନେତା ରୂପରେ ଅନେକ ପ୍ରଶଂସା ଓଡ଼ିଶାର ଦର୍ଶକଙ୍କ ଠାରୁ ମିଳିଛି । ଯେପରି ହିନ୍ଦୀ ଫିଲ୍ମ ଜଗତର ଲିଜେଣ୍ଡାରି ଆକ୍ଟର ଅମିତାଭ ବଚ୍ଚନଙ୍କୁ କୁହାଯାଏ ସେମିତି ଆମ ଓଲିଓଡ ଫିଲ୍ମ ଇଣ୍ଡଷ୍ଟ୍ରିର ଲିଜେଣ୍ଡାରି ଆକ୍ଟର ମିହିର ଦାସଙ୍କୁ କୁହାଯାଏ । ଆସନ୍ତୁ ଜାଣିବା ମିହିର ଦାସଙ୍କ ପରିବାର, ସମ୍ପତ୍ତି, ବ୍ୟକ୍ତିଗତ ଜୀବନ, ଏବଂ ତାଙ୍କ ବିଷୟରେ ବହୁ ଅଜଣା କଥା ।

ମିହିର ଦାସଙ୍କ ଜନ୍ମ ହୋଇଥିଲା ଓଡ଼ିଶାର ମୟୂରଭଞ୍ଜ ଜିଲ୍ଲାରେ । କିନ୍ତୁ ସେ କଟକରେ ରହୁଥିଲେ । ମିହିରଙ୍କ ସ୍ତ୍ରୀଙ୍କ ନାମ ହେଲା ସଙ୍ଗୀତା ଦାସ ଏବଂ ମିହିରଙ୍କର ଗୋଟିଏ ପୁତ୍ର ସନ୍ତାନ ଅଛନ୍ତି ଯାହାଙ୍କ ନାମ ହେଉଛି ଅମ୍ଳାନ ଦାସ । ମିହିରଙ୍କ ସ୍ତ୍ରୀ ସଂଗୀତା ଦାସ ଜଣେ ଭଲ କଣ୍ଠଶିଳ୍ପୀ ଥିଲେ ଯାହାଙ୍କ ମୃତ୍ୟୁ ବହୁତ ପୂର୍ବରୁ ହୋଇସାରିଛି । ମିହିରଙ୍କ ପୁତ୍ରଙ୍କ ବିଷୟରେ ଯଦି କୁହାଯାଏ ତେବେ ଅମ୍ଳାନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଅଭିନେତା ଅଟନ୍ତି । ମିହିର ଦାସ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ୧୯୮୦ ମସିହାରେ ଏବଂ ୨୦୨୦ରେ ମିହିରଙ୍କୁ ୪୦ ବର୍ଷ ପୂରଣ ହୋଇଗଲା ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ । ମୃତ୍ୟୁ ପୂର୍ବରୁ ମଧ୍ୟ ମିହିର ଦାସଙ୍କ ଭିତରେ ସେହି ଜୋସ୍ ଓ ଉର୍ଜା ଦେଖିବାକୁ ମିଲିଥିଲା ।

ଅଭିମନ୍ୟୁ ଫିଲ୍ମରେ ମିହିରଙ୍କ ଖଳନାୟକ ଚରିତ୍ରଟି ଦର୍ଶକଙ୍କୁ ପସନ୍ଦ ହୋଇଥିଲା । ମିହିର ସେହି ଫିଲ୍ମରେ ଯେଉଁ କାକା ରୋଲ୍ କରିଥିଲେ ତାହା ଆଜିର ଦୁନିଆରେ ଯୁବ ପିଢିଙ୍କ ମଧ୍ୟରେ ଟ୍ରେଣ୍ଡ ହୋଇଛି କାକା କମେଡି । ମିହିର ଦାସଙ୍କୁ ମୃତ୍ୟୁ ବେଳକୁ ୬୩ ବର୍ଷ ବୟସ ହୋଇଥିଲା । ମିହିରଙ୍କ ପୁଅ ଅମ୍ଳାନ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ଆସି ମଧ୍ୟ ସୁନାମ ଅର୍ଜନ କରିଥିବା ବେଳେ କିଛି ଫ୍ଲପ ଚଳଚ୍ଚିତ୍ରରେ ନିଜ ନାମକୁ ହରାଇଛନ୍ତି ମଧ୍ୟ । ମିହିର ଦାସ ପ୍ରାୟ ୧୪୦ ରୁ ୧୫୦ ଟି ଓଡ଼ିଆ ଫିଲ୍ମରେ ଅଭିନୟ କରି ସାରିଛନ୍ତି ।

ମୃତ୍ୟୁ ପୂର୍ବରୁ ମିହିର ଦାସ ଓଡ଼ିଆ ଫିଲ୍ମ କରିବା ପାଇଁ ୫ ଲକ୍ଷ ରୁ ୭ ଲକ୍ଷ ଡିମାଣ୍ଡ କରୁଥିଲେ । ମିହିର ଦାସଙ୍କ କଟକ ସହରରେ ଏକ ଅଲିଶାନ ଘର ଅଛି , ତା ସହିତ ତାଙ୍କ ପାଖରେ ଏକ ମର୍ସିଟିଶି କାର ଅଛି । ଅନୁମାନ କରାଯାଉଛି ଯେ ମିହିର ଦାସଙ୍କ ମୋଟ ସମ୍ପତ୍ତି ପ୍ରାୟ ୩୦ ରୁ ୩୫ କୋଟି ମଧ୍ୟରେ ଅଛି । ମିହିର ଦାସଙ୍କର ଓଡ଼ିଆ ଫିଲ୍ମ୍ ଇଣ୍ଡଷ୍ଟ୍ରିରେ ୪୦ ବର୍ଷର ଅବଦାନ ଚିର ସ୍ମରଣୀୟ । ଏହା ଥିଲା ମିହିର ଦାସଙ୍କର ସମ୍ପୂର୍ଣ୍ଣ ବିବରଣୀ ।

ଧନ୍ୟବାଦ ପ୍ରିୟ ଦର୍ଶକ ବନ୍ଧୁ ଆମ ସହ ଯୋଡି ହେଇ ରହି ଥିବାରୁ ଅଧିକ ତଥ୍ୟ ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଏବଂ ଆମକୁ ଫଲୋ କରନ୍ତୁ । ଯଦି ପୋଷ୍ଟଟି ଭଲ ଲାଗେ ସେୟାର କରନ୍ତୁ ।

ଜୟ ଜଗନ୍ନାଥ

Leave a Reply

Your email address will not be published. Required fields are marked *