‘ସନୀଙ୍କ ଷ୍ଟାଇଲିସ୍’ ଭାଉଜ କରିସ୍ମାଙ୍କ ସହିତ ମିଶନ୍ତୁ ! ବିବାହ ପୂର୍ବରୁ ନଣନ୍ଦଙ୍କ ଫ୍ୟାଶନ୍ ପରାମର୍ଶଦାତା ଥିଲେ…

‘ସନୀଙ୍କ ଷ୍ଟାଇଲିସ୍’ ଭାଉଜ କରିସ୍ମାଙ୍କ ସହିତ ମିଶନ୍ତୁ ! ବିବାହ ପୂର୍ବରୁ ନଣନ୍ଦଙ୍କ ଫ୍ୟାଶନ୍ ପରାମର୍ଶଦାତା ଥିଲେ…

ଏକଦା ପର୍ଣ୍ଣ ଷ୍ଟାର୍ ଥିବା ବଲିଉଡ ଅଭିନେତ୍ରୀ ସନୀ ଲିୟୋନୀ ଗତ ମାସ ୪୦ ବର୍ଷ ବୟସରେ ପଦାର୍ପଣ କରିଥିଲେ । ୧୯୮୧ ମସିହା ମଇ ମାସ ୧୮ ତାରିଖରେ କାନାଡାର ସାର୍ନିଆ ଔଂଟାରିୟୋ ଠାରେ ଜନ୍ମଗ୍ରହଣ କରିଥିବା ସନୀ ଲିୟୋନୀଙ୍କ ପ୍ରକୃତ ନାମ ହେଉଛି କରନଜୀତ କୌର୍ ବୋହରା । ଏମିତିରେ ଲୋକମାନେ ସନୀ ଲିୟୋନୀଙ୍କ ବିଷୟରେ ବହୁତ କିଛି ଜାଣିଛନ୍ତି କିନ୍ତୁ ତାଙ୍କ ଭାଇ-ଭାଉଜଙ୍କ ବିଷୟରେ ଖୁବ୍ କମ୍ ଜଣ ଲୋକଙ୍କୁ ଜ୍ଞାତ ଅଟେ । ସନୀଙ୍କ ଭାଇଙ୍କ ନାମ ସନ୍ଦୀପ ଵୋହରା ଅଟେ । ସନ୍ଦୀପ ୨୦୧୬ ମସିହାରେ କରିସ୍ମା ନାଇଡୂଙ୍କୁ ବିବାହ କରିଥିଲେ । ଏହି ଆର୍ଟିକେଲ୍ ମାଧ୍ୟମରେ ଆମେ ଆପଣଙ୍କୁ ସନୀ ଲିୟୋନୀଙ୍କ ଷ୍ଟାଇଲିସ୍ ଭାଉଜ କରିସ୍ମାଙ୍କ ବିଷୟରେ କହିବାକୁ ଯାଉଛୁ ।

କରିସ୍ମା ନାଇଡୂ ଦକ୍ଷିଣ ଭାରତୀୟ ପରିବାରର ଅଟନ୍ତି । ବର୍ତ୍ତମାନ ସେ ପଞ୍ଜାବୀ ପରିବାରରେ ନିଜକୁ ଏହିପରି ଭାବରେ ଅବସ୍ଥାପିତ କରିଛନ୍ତି ଯେ ତାହା ଦେଖି କେହି ମଧ୍ୟ କହିପାରିବେ ନାହିଁ କି ତାଙ୍କର ଏକ ଆନ୍ତଃଜାତି ବିବାହ ହୋଇଛି ।

ସନୀ ଲିୟୋନୀ ତାଙ୍କ ଭାଉଜ କରିସ୍ମା ନାଇଡୂଙ୍କ ସହିତ ସ୍ୱତନ୍ତ୍ର ବନ୍ଧନ ବାଣ୍ଟିଥାନ୍ତି । ଉଭୟଙ୍କ ଏକାଠି ଅନେକ ଫୋଟ ସୋସିଆଲ୍ ମିଡିଆରେ ମିଳିଯିବ । ସନୀଙ୍କ ଭାଉଜ କରିସ୍ମା ବୃତ୍ତି ଅନୁଯାୟୀ ଜଣେ ଫ୍ୟାଶନ୍ ପରାମର୍ଶଦାତା ଅଟନ୍ତି ।

ଏହା ସହିତ କରିସ୍ମା ଜଣେ ରିଏଲ୍ ଇଷ୍ଟେଟ୍ ଏଜେଣ୍ଟ ମଧ୍ୟ ଅଟନ୍ତି । ତାଙ୍କର ଏକ ସ୍ୱତନ୍ତ୍ର @fashionwithkay ନାମକ ଏକ ଇନଷ୍ଟାଗ୍ରାମ ପେଜ୍ ମଧ୍ୟ ଅଛି, ଯେଉଁଠାରେ ସେ ନିଜର ଫୋଟ ସେୟାର୍ କରିଥା’ନ୍ତି । ସନ୍ଦୀପଙ୍କୁ ବିବାହ କରିବା ପୂର୍ବରୁ କରିସ୍ମା ସନୀଙ୍କ ପାଇଁ ଫ୍ୟାଶନ ପରାମର୍ଶଦାତା ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ନିଜ ବିବାହ ପୂର୍ବରୁ ଏବଂ ବିବାହ ପରେ କିଛି ସମୟ ପାଇଁ କରିସ୍ମା ନାଇଡୂ ଅନେକ ପ୍ରସିଦ୍ଧ ଟିଭି ଏବଂ ଚଳଚ୍ଚିତ୍ର ସେଲିବ୍ରିଟିଙ୍କ ସହିତ କାମ କରିଛନ୍ତି । କରିସ୍ମା ପାର୍ଥ ସମଥାନ, ସାକିବ ସଲୀମ୍, ତୁଷାର୍ କପୂର୍ ଏବଂ ନିଜ ନଣନ୍ଦ ସନୀ ଲିୟୋନୀଙ୍କ ଫ୍ୟାଶନ ପରାମର୍ଶଦାତା ମଧ୍ୟ ରହିସାରିଛନ୍ତି ।

ଆପଣଙ୍କୁ କହିରଖୁଛୁ କି ସନୀ ଏବଂ ତାଙ୍କ ଭାଇ ସନ୍ଦୀପଙ୍କ ବନ୍ଧନ ମଧ୍ୟ ବହୁତ ଭଲ ଅଟେ । ସନୀ ତାଙ୍କ ନାମ ମଧ୍ୟ ଭାଇଙ୍କ ଠାରୁ ଚୋରି କରିଛନ୍ତି । ସନୀ ଲିୟୋନୀଙ୍କ ଭାଇ ସନ୍ଦୀପଙ୍କ ଘର ନାମ ସନୀ ଅଟେ । ଯେତେବେଳେ ସନୀ ଲିୟୋନୀ ପର୍ଣ୍ଣ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ, ସେତେବେଳେ କରନଜୀତଙ୍କୁ ଏକ ନୂତନ ନାମର ଆବଶ୍ୟକତା ପଡ଼ିଥିଲା । ସେହି ସମୟରେ ତାଙ୍କ ମନକୁ ଯେଉଁ ନାମ ପ୍ରଥମଥର ପାଇଁ ଆସିଥିଲା ତାହା ହେଉଛି ସନୀ ।

ସନୀ ନିଜ ଇଚ୍ଛା ମୁତାବକ ଆଡ଼ଲ୍ଟ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିଥିଲେ । ତାଙ୍କର ପ୍ରବେଶ ବହୁତ ହିଟ୍ ହୋଇଥିଲା ଏବଂ ସେ ସମସ୍ତଙ୍କୁ ପଛରେ ପକାଇ ଶୀର୍ଷ ସ୍ଥାନ ଅଧିକାର କରିଥିଲେ । ଏହି ସଫଳତା ହେତୁ ସନୀ ବହୁତ ଟଙ୍କା ରୋଜଗାର କରୁଥିଲେ । ଏହା ସହିତ ତାଙ୍କ ଭାଇ ସନ୍ଦୀପ ମଧ୍ୟ ତାଙ୍କ ଭଉଣୀ ସନୀଙ୍କ ଜରିଆରେ ତାଙ୍କ ପକେଟ୍ ମନୀ ଉଠାଇବା ଆରମ୍ଭ କରିଥିଲେ ।

ଏହି ବିଷୟର ଖୁକାସା ସନୀ ଲିୟୋନୀଙ୍କ ଭାଇ ସନ୍ଦୀପ ବୋହରା ଚଳଚ୍ଚିତ୍ର “ମୋସ୍ଟଲୀ ସନୀ”ରେ କରିଛନ୍ତି । ସନ୍ଦୀପଙ୍କ ମୁତାବିକ ସେ ସନୀଙ୍କ ଅଟୋଗ୍ରାଫରୁ ବହୁତ ଟଙ୍କା ରୋଜଗାର କରିଥିଲେ । ସନ୍ଦୀପ କହିଥିଲେ କି ଯେତେବେଳେ ସେ ହଷ୍ଟେଲରେ ରହୁଥିଲେ ସେତେବେଳେ ସେ ତାଙ୍କ କୋଠରୀରେ ସନୀଙ୍କ ଦସ୍ତଖତ ଥିବା ଏକ ପୋଷ୍ଟର୍ ରଖିଥିଲେ । ଯେତେବେଳେ ମଧ୍ୟ ସନୀଙ୍କ କୌଣସି ପ୍ରଶଂସକ ତାଙ୍କ କୋଠରୀକୁ ଆସୁଥିଲେ, ସେମାନେ ସେହି ପୋଷ୍ଟରକୁ ଦେଖି ଟଙ୍କା ଦେବା ଆରମ୍ଭ କରିଥିଲେ । କିଛି ସମୟ ନାହିଁ କରିବା ପରେ ସନ୍ଦୀପ କିଛି ଟଙ୍କା ନେଇ ସେହି ପୋଷ୍ଟରକୁ ଦେଇ ଦେଉଥିଲେ ।

୨୦୧୨ ମସିହାରେ ଚଳଚ୍ଚିତ୍ର ‘ଜିସ୍ମ-୨’ରୁ ସନୀ ଲିୟୋନୀ ବଲିଉଡରେ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ । ସେହି ଦିନ ଠାରୁ ଆଜି ପର୍ଯ୍ୟନ୍ତ ସେ ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଛନ୍ତି । ଇଣ୍ଟରନେଟରେ ଉପଲବ୍ଧ ସୂଚନା ଅନୁଯାୟୀ, ସନୀ ଲିୟୋନୀ ପ୍ରାୟ ୧୬ ମିଲିୟନ୍ ଡଲାର୍ (ଅର୍ଥାତ ୧୧୭ କୋଟି ଟଙ୍କା) ମୂଲ୍ୟ ସମ୍ପତ୍ତିର ମାଲିକାଣୀ ଅଟନ୍ତି ।

ଏକ ରିପୋର୍ଟ ମୁତାବିକ, ଗୋଟିଏ ଚଳଚ୍ଚିତ୍ର ପାଇଁ ସନୀ ୪.୫ କୋଟି ଟଙ୍କା ଚାର୍ଜ କରିଥାନ୍ତି । ସନୀଙ୍କ ପାଖରେ ୧.୫ କୋଟି ଟଙ୍କା ବିଶିଷ୍ଟ ଏକ ମସେରାଟୀ ଏବଂ ଏକ ବୀଏମଡ଼ବ୍ଲ୍ୟୁ କାର୍ ମଧ୍ୟ ଅଛି, ଯାହାକୁ ତାଙ୍କ ସ୍ୱାମୀ ଡେନୀଏଲ୍ ୱେବର୍ ୨୦୧୪ ମସିହାରେ ଦେଇଥିଲେ ।

Leave a Reply

Your email address will not be published. Required fields are marked *