ଦେଖନ୍ତୁ ଭାରତର ସବୁଠାରୁ ସ୍ୱାଭିମାନି ଅଟୋ ଡ୍ରାଇଭରକୁ ! ସେ ଫେରେଇ ଦେଲେ ଯାତ୍ରୀଙ୍କ ୨୦ ଲକ୍ଷ ଟଙ୍କାର ଗହଣା…

ଦେଖନ୍ତୁ ଭାରତର ସବୁଠାରୁ ସ୍ୱାଭିମାନି ଅଟୋ ଡ୍ରାଇଭରକୁ ! ସେ ଫେରେଇ ଦେଲେ ଯାତ୍ରୀଙ୍କ ୨୦ ଲକ୍ଷ ଟଙ୍କାର ଗହଣା…

ଅଧିକାଂଶ ସମୟରେ ଆମେ କହୁ ଯେ ଦୁନିଆ ଖରାପ ଲୋଜକମାନେ ବହୁତ ଅଛନ୍ତି । ସେମାନଙ୍କର ଛଳ କପଟ, ଚୋରି ଡକାୟତିର ସମସ୍ତ ଘଟଣା ଆମେପ୍ରତିଦିନ ଖବରରେ ଦେଖୁ । ଆମ ସହିତ ମଧ୍ୟ ଏପରି କିଛି ଘଟଣା ଘଟି ଥାଇପାରେ । ଯଦିଓ ଏହାପରେ ନଜର ପକାଇବା ତେବେ ଜଗତରେ ଭଲ ଲୋକମାନେ ମଧ୍ୟ ଦେଖିବାକୁ ମିଳନ୍ତି । ବାସ୍ତବରେ ବିଶ୍ୱରେ ଅନେକ ପ୍ରକାର ବ୍ୟକ୍ତି ଦେଖିବାକୁ ମିଳନ୍ତି । ନିଜ ଦୈନନ୍ଦିନ ଜୀବନରେ ସମସ୍ତ ପ୍ରକାର ମନୁଷ୍ୟ ଆମେଦେଖିବାକୁ ପାଉ ।

ବିଶ୍ୱରେ ସୁଜନ ବ୍ୟକ୍ତିମାନଙ୍କ ଅଭାବ ନାହିଁ । ବାସ୍ତବରେ ଏହାର ପ୍ରମାଣ ଆମକୁ ସମୟ ସମୟରେ ମିଳିଥାଏ । ଆପଣଙ୍କୁ ଜଣାଇଦେଉଛୁ ଯେ ସୁକର୍ମ ଓ ସ୍ୱାଭିମାନର ଏପରି ଏକ ଉଦାହରଣ ଦେଲେ ଚେନ୍ନାଇର ଅଟୋ ଡ୍ରାଇଭର ସର୍ବନା କୁମାର । ଯିଏ ତାଙ୍କ ଅଟୋରେ ଛାଡି ହୋଇଯାଇଥିବା ସୁନା ଗହଣାରେ ଭର୍ତ୍ତି ବ୍ୟାଗକୁ ଯାତ୍ରୀକୁ ଫେରେଇ ଦେଲେ । ୨୦ ଲକ୍ଷର ସୁନା ଗହଣାରେ ଭର୍ତ୍ତି ବ୍ୟାଗ୍ ଫେରେଇ ଦେବା ଯୋଗୁଁ ସର୍ବନା କୁମାରଙ୍କୁ ସବୁଆଡୁ ନା କେବଳ ପ୍ରଶଂସା ମିଳୁଛି ବରଂ ତାଙ୍କୁ ଏଥିପାଇଁ ପୁରସ୍କାର ମଧ୍ୟ ମିଳିଛି । ଗଣମାଧ୍ୟମରେ ମଧ୍ୟ ଲୋକେ ତାଙ୍କ ସ୍ୱାଭିମାନର ଗୁଣଗାନ କରୁଥିବାର ନଜର ଆସୁଛନ୍ତି ।

ଜଣାଇଦେଉଛୁ ଯେ ଚେନ୍ନାଇରେ ଅଟୋ ଚଳାଉଥିବା ସର୍ବନାଙ୍କ ଅଟୋରେ ଯାତ୍ରୀ ଓଲ୍ଲେଇବା ସମୟରେ ଭୁଲରେ ନିଜ ବ୍ୟାଗ୍ ଛାଡି ଚାଲି ଯାଇଥିଲେ । ବାସ୍ତବରେ, ଚେନ୍ନାଇ ଏକ ବ୍ୟବସାୟୀ, ପଲ ବ୍ରାଇଟ ସର୍ବନାଙ୍କ ଅଟୋରେ ବସିଥିଲେ ଏବଂ ନିଜ ଘରେ ଓଲ୍ଲେଇବା ସମୟରେ ନିଜ ବ୍ୟାଗକୁ ଅଟୋରେ ଛାଡ଼ିଦେଇ ଚାଲିଗଲେ । ସର୍ବନା ତାଙ୍କ ଠାରୁ ଟଙ୍କା ନେଲେ ଏବଂ ସେଠାରୁ ଚାଲି ଯାଇଥିଲେ । ସର୍ବନା ଟିକିଏ ସମୟ ପରେ ଜାଣିପାରିଥିଲେ ଯେ ପଲଙ୍କ ବ୍ୟାଗ୍ ତାଙ୍କ ଅଟୋରେ ଛାଡ଼ି ହୋଇଗଲା । ସର୍ବନା ଦେଖିଲେ ଯେ ସେଠାରେ ସୁନାଗହଣା ଥିଲା । ସେ ତାଙ୍କୁ ବ୍ୟାଗ୍ ଫେରେଇ ଦେବା ବିଷୟରେ ଚିନ୍ତା କଲେ କିନ୍ତୁ ତାଙ୍କ ପାଖରେ ପଲଙ୍କ ନମ୍ବର ନଥିଲା ।

ସର୍ବନା ନିଜେ ବ୍ୟାଗ ନେଇ ପୋଲିସ ନିକଟକୁ ଗଲେ

ଯଦିଓ ଗହଣାର ବ୍ୟାଗ୍ ନମିଳିବା କାରଣରୁ ପଲ ତୁରନ୍ତ କୋରମପେଟ ପୋଲିସ ଥାନାକୁ ଅଭିଯୋଗ ଲେଖାଇବାକୁ ଗଲେ କିନ୍ତୁ ତାଙ୍କ ପାଖରେ ଅଟୋ ନମ୍ବର ନଥିଲା । ସିସିଟିଭି ଫୁଟେଜରୁ ଅଟୋ ବିଷୟରେ ଜାଣିପାରିଲେ, ଯାହାକି ସର୍ବନାଙ୍କ ଭଉଣୀଙ୍କ ନାମରେ ରେଜିଷ୍ଟର ଥିଲା । କିନ୍ତୁ ଏହା ପୂର୍ବରୁ ପଲ ସର୍ବନାଙ୍କ ନିକଟକୁ ଯାଇ ଥାନ୍ତେ, ସେ ନିଜେ ବ୍ୟାଗ୍ ନେଇ ପୋଲିସ ନିକଟକୁ ପହଞ୍ଚି ସାରିଥିଲେ । ଯେତେବେଳେ ସର୍ବନା ପଲକୁ ଏହି ବ୍ୟାଗ ଦେଲେ, ସେତେବେଳେ ପଲଙ୍କ ଆଖିରେ ଲୁହ ଭରିଗଲା । ସର୍ବନାଙ୍କ ସ୍ୱାଭିମାନ ପାଇଁ ପୋଲିସ୍ ତାଙ୍କୁ ସମ୍ମାନିତ ମଧ୍ୟ କଲେ । ଯାହାପରେ ସର୍ବନା କହିଲେ ଯେ ସେ କିଛି ବିଶେଷ କରି ନାହାଁନ୍ତି । ତାଙ୍କୁ ଜଣାଅଛି ଯେ ସ୍ୱାଭିମାନ ତାଙ୍କୁ ଜୀବନରେ ଆଗକୁ ବଢ଼ିବାରେ ସାହାଯ୍ୟ କରିବ ।

Leave a Reply

Your email address will not be published. Required fields are marked *