ବିକାଶ ଦୁବେଙ୍କ ବୋହୂ ଖୁସୀ ଦୁବେଙ୍କ ମାମଲା ଲଢ଼ିବେ ମାୟାବତୀଙ୍କ ଦଳ ! ଖଲାସ୍ ପାଇଁ ଯଥାସମ୍ଭବ ପ୍ରୟାସ କରିବ…

ବିକାଶ ଦୁବେଙ୍କ ବୋହୂ ଖୁସୀ ଦୁବେଙ୍କ ମାମଲା ଲଢ଼ିବେ ମାୟାବତୀଙ୍କ ଦଳ ! ଖଲାସ୍ ପାଇଁ ଯଥାସମ୍ଭବ ପ୍ରୟାସ କରିବ…

ଚୌକିର ଲଢେଇ ମଧ୍ୟ ବହୁତ ଅଦ୍ଭୁତ ହୋଇଥାଏ । ଯେଉଁଥି ପାଇଁ ରାଜନୀତି ସହିତ ଜଡିତ ଲୋକମାନେ ମଧ୍ୟ ଅନେକ ଥର ଠିକ୍ କିମ୍ବା ‘ଭୁଲ୍’ର ନିଷ୍ପତ୍ତି ନେବାକୁ ସକ୍ଷମ ନୁହଁନ୍ତି । ବର୍ତ୍ତମାନ ନିକଟ ଅତୀତରେ ହୋଇଥିବା ଏକ ମାମଲାକୁ ନିଅନ୍ତୁ । ଉତ୍ତରପ୍ରଦେଶ ରାଜନୀତିରେ ବିଏସପି କେବଳ ଦୀର୍ଘ ଦିନ ଧରି କ୍ଷମତା ଠାରୁ ଦୂରରେ ନୁହେଁ ବରଂ ଏହାର ରାଜନୈତିକ ସ୍ଥିତି ମଧ୍ୟ ଖରାପ ହୋଇଯାଇଛି । ଏହିଭଳି ପରିସ୍ଥିତିରେ ବର୍ତ୍ତମାନ ବିଏସପି ରାଜ୍ୟରେ ନିଜର ରାଜନୈତିକ ପତିଆରା ବିସ୍ତାର କରିବା ପାଇଁ ଯେକୌଣସି ସ୍ତରରେ ମଧ୍ୟ ରାଜନୀତି କରିବାକୁ ତତ୍ପର ଥିବା ବିଷୟ ନଜର ଆସିଛି ।

ଆପଣଙ୍କୁ କହିରଖୁଛୁ କି, ରାଜ୍ୟରେ କ୍ଷମତାକୁ ଫେରିବାକୁ ଆଗ୍ରହୀ ଥିବା ବିଏସପି ପୁଣିଥରେ ବ୍ରାହ୍ମଣ ମାନଙ୍କ ସାହାଯ୍ୟରେ ନିର୍ବାଚନ ଲଢେଇ ପାଇଁ ସଂଗ୍ରାମରେ ନିୟୋଜିତ ହୋଇଛି । ଯେଉଁଥି ପାଇଁ ଜୁଲାଇ ମାସ ୨୩ ତାରିଖରେ ଅଯୋଧ୍ୟା ଠାରେ ହେବାକୁ ଥିବା ବ୍ରାହ୍ମଣ ସମ୍ମିଳନୀ ପୂର୍ବରୁ ଦଳର ନେତା ତଥା ପୂର୍ବତନ ମନ୍ତ୍ରୀ ନକୁଲ୍ ଦୁବେ ଘୋଷଣା କରିଛନ୍ତି କି, ‘ବିକରୂ ଘଟଣା’ରେ ଅଭିଯୁକ୍ତ ଖୁସୀ ଦୁବେଙ୍କ ମୁକ୍ତି ପାଇଁ ବିଏସପି ଲଢେଇ କରିବ। ଜ୍ଞାତ ଥାଉ କି, ଖୁସୀ ଦୁବେ କୁଖ୍ୟାତ ବିକାଶ ଦୁବେଙ୍କ ବୋହୂ ତଥା ଅମରଙ୍କ ପତ୍ନୀ ଅଟେ । ବିକରୂ ଘଟଣା ପରେ ପୋଲିସର ଏନକାଉଣ୍ଟରରେ ଉଭୟଙ୍କର ମୃତ୍ୟୁ ଘଟିଥିଲା ।

ବିଏସପି ସାଧାରଣ ସମ୍ପାଦକ ସତୀଶ ମିଶ୍ର ଖୁସୀ ଦୁବେଙ୍କ ବିରୋଧରେ ଲଢ଼ିବେ

ଆପଣଙ୍କୁ କହିରଖୁଛୁ କି, ଅଯୋଧ୍ୟା ଠାରେ ବ୍ରାହ୍ମଣ ସମ୍ମିଳନୀ ପାଇଁ ପ୍ରସ୍ତୁତି ଶେଷ କରିବାକୁ ପହଞ୍ଚିଥିବା ନକୁଲ ଦୁବେ କହିଛନ୍ତି କି ବିକରୂ ଘଟଣା ପରେ ଖୁସୀଙ୍କୁ ହତ୍ୟା ଏବଂ ଅପରାଧିକ ଷଡଯନ୍ତ୍ର ସମେତ ଆଇପିସିର ଗମ୍ଭୀର ବିଭାଗରେ ମାମଲା ଦାଖଲ କରାଯିବା ପରେ, ତାଙ୍କ ପରିଜନ ମାନେ କାନପୁର ଗ୍ରାମାଞ୍ଚଳର ସ୍ୱତନ୍ତ୍ର କୋର୍ଟରେ ଆଫିଡେଭିଟ୍ ଦାଖଲ କରି ସେ ନାବାଳକ ବୋଲି ଦାବି କରିଥିଲେ। ତାଙ୍କ ଓକିଲ ଏହା ମଧ୍ୟ ଯୁକ୍ତି କରିଥିଲେ କି ବିକରୂ ଘଟଣାର ତିନି ଦିନ ପୂର୍ବରୁ ସେ ଅମରଙ୍କୁ ବିବାହ କରିଥିଲେ। ତେଣୁ ଏହି ଷଡଯନ୍ତ୍ରରେ ତାଙ୍କର କୌଣସି ଭୂମିକା ନାହିଁ। ଏହା ପରେ ମଧ୍ୟ ୨୦୨୦ ମସିହା ଜୁଲାଇ ମାସ ୮ ତାରିଖ ଠାରୁ ଜେଲରେ ଥିବା ଖୁସୀଙ୍କୁ ଆଜି ପର୍ଯ୍ୟନ୍ତ ଜାମିନ ମିଳିନାହିଁ। ସେ କହିଛନ୍ତି କି, ବରିଷ୍ଠ ଓକିଲ ତଥା ବିଏସପି ସାଧାରଣ ସମ୍ପାଦକ ସତୀଶ ମିଶ୍ର ଖୁସୀଙ୍କ ମାମଲା ବିରୋଧରେ ଲଢେଇ କରିବେ ଏବଂ ତାଙ୍କୁ ମୁକ୍ତ କରିବାକୁ ଦାବି କରିବେ।

ସେହିଭଳି ଖୁସୀ ଦୁବେଙ୍କ ଓକିଲ ଶିବକାନ୍ତ ଦୀକ୍ଷିତ କହିଛନ୍ତି କି, “ମୋତେ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ ଆଗ୍ରହ ନାହିଁ । ଖୁସୀ ଦୁବେଙ୍କ ମୁକ୍ତି ପାଇଁ ଏହି ସଂଗ୍ରାମରେ ଆମ ସହିତ ଯିଏ ମଧ୍ୟ ଯୋଗ ଦେବାକୁ ଚାହାଁନ୍ତି, ତାହା ସ୍ୱାଗତଯୋଗ୍ୟ ଅଟେ ।” ତେବେ ବର୍ତ୍ତମାନ ପର୍ଯ୍ୟନ୍ତ ମୋ ସହିତ କେହି ହେଲେ ମଧ୍ୟ ଯୋଗାଯୋଗ କରିନାହାଁନ୍ତି । ସେ ଏହା ମଧ୍ୟ କହିଛନ୍ତି କି, ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଖୁସୀ ନାବାଳକ ବୋଲି ନିଶ୍ଚିତ କରି ଦେଇଛନ୍ତି । ଏହାପରେ ମଧ୍ୟ ତାଙ୍କୁ ଜାମିନ୍ ମିଳିନାହିଁ ।

ଖୁସୀ ଦୁବେଙ୍କ ସହ ସମ୍ପୃକ୍ତ ମାମଲା କଣ ଅଟେ

ଜନପଦ କାନପୁର ସହରର ଚୌବେପୁର ଥାନା ଅନ୍ତର୍ଗତ ବିକରୂ ଗ୍ରାମରେ ୨୦୨୦ ମସିହା ଜୁଲାଇ ମାସ ୨ ତାରିଖରେ କୁଖ୍ୟାତ ଅପରାଧୀ ବିକାଶ ଦୁବେ ତାଙ୍କ ସାଥୀଙ୍କ ସହିତ ମିଶି ଗ୍ରାମକୁ ଯାଇଥିବା ପୋଲିସ୍ ଉପରେ ଗୁଳି ଚଳାଇଥିଲା, ଯେଉଁଥିରେ ସୀଓ ସମେତ ଆଠ ଜଣ ପୋଲିସ୍ ସହିଦ୍ ହୋଇ ଯାଇଥିଲେ । ଏହାପରେ, ଉତ୍ତରପ୍ରଦେଶ ପୋଲିସ୍ ଏବଂ ଏସଟୀଏଫ୍, ଆକ୍ସନ୍ ମୋଡକୁ ଆସିବାପରେ ବିକାଶ ଦୁବେଙ୍କ ସମେତ ତାଙ୍କର ଅନେକ ସହଯୋଗୀଙ୍କୁ ଏକ ଏନକାଉଣ୍ଟରରେ ହତ୍ୟା କରିଥିବା ବେଳେ ତାଙ୍କ ସହଯୋଗୀ ଏବଂ ଘନିଷ୍ଠ ବନ୍ଧୁମାନେ ମଧ୍ୟ ପୋଲିସର ଆକ୍ରମଣର ଶିକାର ହୋଇଥିଲେ । ଏହି କାରଣ ହେତୁ ଅମର ଦୁବେଙ୍କ ପତ୍ନୀ ଖୁସୀ ଦୁବେଙ୍କୁ ମଧ୍ୟ ବିକରୂ ମାମଲାରେ ପୋଲସ୍ ଅଭିଯୁକ୍ତ କରିଥିଲା ।

ଏକବର୍ଷ ଧରି ଖୁସୀ ଜେଲରେ ଅଛନ୍ତି

ସୂଚନାଯୋଗ୍ୟ କଥା ଏହିକି ଯେ, ଖୁସୀ ପ୍ରାୟ ଏକବର୍ଷ ଧରି ଜେଲରେ ଅଛନ୍ତି । ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡ ଖୁସିଙ୍କୁ ନାବାଳକ ବୋଲି ଘୋଷଣା କରିଥିଲା, କିନ୍ତୁ ପୋଲିସ୍ ତାଙ୍କ ବିରୋଧରେ ଗୁରୁତର ବିଭାଗ ଅଧୀନରେ ଚାର୍ଜସିଟ୍ ଦାଖଲ କରିଥିଲା । କୋର୍ଟରେ ଏହି ମାମଲା ଉପସ୍ଥାପନ କରିଥିବା ବେଳେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କହିଛି କି, ବାରବଙ୍କୀ ସରକାରୀ ବାଳିକା ଘରେ ରହୁଥିବା ଖୁସିଙ୍କ ଆଚରଣ ଠିକ୍ ନୁହେଁ ।

ଆହ୍ଲାବାଦ୍ ହାଇକୋର୍ଟ ଜାମିନ୍ ଆବେଦନକୁ ପ୍ରତ୍ୟାଖ୍ୟାନ କରିଛନ୍ତି

ଆହ୍ଲାବାଦ୍ ହାଇକୋର୍ଟ ଗ୍ୟାଙ୍ଗଷ୍ଟର ବିକାଶ ଦୁବେଙ୍କ ବୋହୂ ତଥା ବିକରୂ ମାମଲାର ଅଭିଯୁକ୍ତ ଖୁସୀ ଦୁବେଙ୍କ ଜାମିନ୍ ଆବେଦନକୁ ପ୍ରତ୍ୟାଖ୍ୟାନ କରି ଦେଇଛନ୍ତି । ଜୁଲାଇ ମାସ ୧୬ ତାରିଖରେ ହୋଇଥିବା ଶୁଣାଣି ସମୟରେ କୋର୍ଟ କହିଛନ୍ତି କି, ୮ ଜଣ ପୋଲିସ୍ କର୍ମଚାରୀଙ୍କ ହତ୍ୟା ଏକ ସାଧାରଣ ନୁହେଁ ବରଂ ଜଘନ୍ୟ ଅପରାଧ ଅଟେ । ଏହି ଘଟଣା ସମାଜର ଅନ୍ତର ଆତ୍ମାକୁ ଦୋହଲେଇ ଦେବା ସଦୃଶ ଅଟେ । ଅଭିଯୁକ୍ତ ମାନଙ୍କୁ ଜାମିନ ପ୍ରଦାନ କରିବା, ନ୍ୟାୟ ଏବଂ ଆଇନ୍ ଉପରେ ବିଶ୍ୱାସ ରଖୁଥିବା ଲୋକମାନଙ୍କ ହୃଦୟକୁ କୁଠାରଘାତ ସଦୃଶ ଏକ ପଦକ୍ଷେପ ହେବ ।

ଏହିଭଳି ପରିସ୍ଥିତିରେ ଆବେଦନକାରୀଙ୍କ ବିରୋଧରେ ଚାର୍ଜସିଟରେ ଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ଜାମିନ୍ ପ୍ରଦାନ କରାଯାଇପାରିବ ନାହିଁ । ଅପରପକ୍ଷେ ଖୁସୀଙ୍କ ଓକିଲ ପ୍ରଭାସ ଶଙ୍କର ମିଶ୍ର କହିଛନ୍ତି କି, ନ୍ୟାୟର ଆଶା ବର୍ତ୍ତମାନ ପର୍ଯ୍ୟନ୍ତ ଶେଷ ହୋଇନାହିଁ । ଖୁସୀ ନିରୀହ ଅଟନ୍ତି । ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତଥ୍ୟକୁ ବିକୃତ କରି ଦାଖଲ କରିଛି । ହାଇକୋର୍ଟଙ୍କ ଆଦେଶ ବିରୋଧରେ ସୁପ୍ରିମକୋର୍ଟରେ ଏକ ଆବେଦନ କରାଯିବ । ବର୍ତ୍ତମାନ ଆପଣ ଚିନ୍ତା କରନ୍ତୁ, ଆମ ଦେଶରେ ରାଜନୀତି କେଉଁ ସ୍ତରରେ ଯାଇ ପହଁଚିଲାଣି ।

ଗୋଟିଏ ପଟେ ହାଇକୋର୍ଟ କହିଛନ୍ତି କି, ଅଭିଯୁକ୍ତଙ୍କୁ ଜାମିନ୍ ପ୍ରଦାନ କରିବା ଅର୍ଥ ନ୍ୟାୟିକ ବ୍ୟବସ୍ଥାକୁ ଦୋହଲାଇବା ସଦୃଶ କାର୍ଯ୍ୟ ହେବ, କିନ୍ତୁ ବିଏସପି ଖୁସୀଙ୍କୁ ଏଥି ସକାଶେ ମୁକ୍ତ କରିବାକୁ ଚେଷ୍ଟା କରୁଛି କାରଣ ତାଙ୍କୁ ବ୍ରାହ୍ମଣ ଭୋଟ୍ ମିଳିପାରିବ । ଠିକ୍, ବର୍ତ୍ତମାନ ସମୟ ଏହା ନୁହେଁ କି ସାଧାରଣ ଲୋକମାନେ ଏହାକୁ ଠିକ୍ କିମ୍ବା ଭୁଲ୍ ବୁଝୁଛନ୍ତି । ବିଏସପି ଯାହା ମଧ୍ୟ କରୁ ନା କାହିଁକି, ଯେତେ ମଧ୍ୟ ବ୍ରାହ୍ମଣ ସମ୍ପ୍ରଦାୟକୁ ପ୍ରବର୍ଟାଇବାକୁ ଚେଷ୍ଟା କରନ୍ତୁ ନା କାହିଁକି । ଏହା କେବଳ ସମୟ କହିବ କି, ଏହା ଦ୍ୱାରା ତାଙ୍କୁ ଲାଭ ହୋଇଛି କି କ୍ଷତି ହୋଇଛି, କିନ୍ତୁ କୌଣସି ସ୍ଥାନରେ ଏହିପରି କାର୍ଯ୍ୟକଳାପ ଦେଶ ପାଇଁ ଆଦୌ ଠିକ୍ ନୁହେଁ । ରାଜନୈତିକ ଦଳ ଗୁଡିକ ଭୁଲକୁ ଭୁଲ୍ ବୋଲି କହିବା ଶିଖିବା ଉଚିତ । ସର୍ଵଦା ଚୌକି ବିଷୟରେ ଚିନ୍ତା କରିବା ଉଚିତ୍ ନୁହେଁ ।

Leave a Reply

Your email address will not be published. Required fields are marked *