ପାକିସ୍ତାନ ଉପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ, ୯ ଜଣଙ୍କର ମୃତ୍ୟୁ, ପୋଲିସ ୪ ଜଣ ଆକ୍ରମଣକାରୀଙ୍କୁ ନିହିତ କରିଛି

ପାକିସ୍ତାନ ଉପରେ ବଡ ଧରଣର ଆତଙ୍କବାଦୀ ଆକ୍ରମଣ, ୯ ଜଣଙ୍କର ମୃତ୍ୟୁ, ପୋଲିସ ୪ ଜଣ ଆକ୍ରମଣକାରୀଙ୍କୁ ନିହିତ କରିଛି

ସୋମବାର ଦିନ ପାକିସ୍ତାନରେ ଏକ ବଡଧରଣର ଆତଙ୍କବାଦୀ ଆକ୍ରମଣ ହୋଇଛି ଏବଂ ଆତଙ୍କବାଦୀମାନେ ଏହି ଦେଶର ଷ୍ଟକ ଏକ୍ସଚେଞ୍ଜକୁ ଟାର୍ଗେଟ କରିଛନ୍ତି । କୁହାଯାଉଛି ଯେ ସୋମବାର ଦିନ ସକାଳେ ଆତଙ୍କବାଦୀମାନେ ପାକିସ୍ତାନର କରାଚି ଷ୍ଟକ ଏକ୍ସଚେଞ୍ଜ ଉପରେ ଆକ୍ରମଣ କରିଥିଲେ । LIVE ନ୍ୟୁଜ୍ ଚ୍ୟାନେଲ ଅନୁସାରେ ଷ୍ଟକ ଏକ୍ସଚେଞ୍ଜ ଖୋଲିବା ମାତ୍ରେ ସାଧାରଣ ଲୋକ ଓ କର୍ମଚାରୀଙ୍କ ସହ କିଛି ଅସ୍ତ୍ରଶସ୍ତ୍ରଧାରୀ ଆତଙ୍କବାଦୀମାନେ ଷ୍ଟକ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ ଏବଂ ଲୋକଙ୍କ ଉପରେ ଗୁଳି ଚାଳନା ଆରମ୍ଭ କରି ଦେଇଥିଲେ । ଯେଉଁଥିରେ ଦୁଇଜଣଙ୍କର ମୃତ୍ୟୁ ହୋଇଥିଲା ଏବଂ ୧୧ ଜଣ ଆହତ ହୋଇଥିବା କୁହାଯାଉଛି । ଆହତଙ୍କ ମଧ୍ୟରେ ସୁରକ୍ଷାକର୍ମୀ ଏବଂ ସାଧାରଣ ନାଗରିକ ଅଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଏହି ଆତଙ୍କବାଦୀମାନେ ବିସ୍ପୋରକ ଏବଂ ଗୋଳାବାରୁଦ ନେଇ ବିଲ୍ଡିଂରେ ପ୍ରବେଶ କରିଥିଲେ । ଆପଣଙ୍କୁ ଜଣେଇଦେଉଛୁ ଯେ, ଏହି ବିଲ୍ଡିଂ କରାଚିର ହାଇ ସିକ୍ୟୁରୀଟି ଜୋନରେ ଆସୁଛି । ଏହି ସ୍ଥାନରେ ଅନେକ ବେସରକାରୀ ବ୍ୟାଙ୍କର ହେଡ ଅଫିସ ମଧ୍ୟ ଅଛି ।

ଚାରିଜଣ ଆତଙ୍କବାଦୀ ନିହିତ ହେଲେ :

google

ଏହି ଆକ୍ରମଣକୁ ସଫଳ କରିବା ପାଇଁ ୪ ଜଣ ଆତଙ୍କବାଦୀ ଷ୍ଟକ ଏକ୍ସଚେଞ୍ଜ କାର୍ଯ୍ୟାଳୟରେ ପ୍ରବେଶ କରିଥିଲେ ଏବଂ ପୋଲିସ ସେହି ସମସ୍ତ ଆତଙ୍କବାଦୀଙ୍କୁ ହତ୍ୟା କରିଛି । ସିନ୍ଧ ରେଞ୍ଜରର ମୁଖପାତ୍ର କହିଛନ୍ତି ଯେ, ଏହି ଆକ୍ରମଣରେ ସଂପୃକ୍ତ ସମସ୍ତ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି ଏବଂ କ୍ଲିୟରେନ୍ସ ଅପରେସନ ଚାଲିଛି । ପୋଲିସ ସେହି ଗାଡିକୁ ମଧ୍ୟ ଜବତ କରି ନେଇଛି ଯେଉଁଥିରେ ସେହି ଆତଙ୍କବାଦୀମାନେ ଆସିଥିଲେ । ପୋଲିସର ସୂଚନା ଅନୁଯାୟୀ ଆତଙ୍କବାଦୀମାନେ ସିଲଭର୍ ରଙ୍ଗର କୋରୋଳା କାର୍ ରେ ଆସିଥିଲେ ।

ଏହିପରି ଆକ୍ରମଣ କରିଥିଲେ :

google

ପାକିସ୍ତାନ ପୋଲିସର ସୂଚନାନୁସାରେ ଆତଙ୍କବାଦୀମାନେ ସର୍ବପ୍ରଥମେ ଗ୍ରେନେଡ ସାହାର୍ଯ୍ୟରେ ଆକ୍ରମଣ କରିଥିଲେ ଏବଂ ପରେ ଫାୟରିଂ ଆରମ୍ଭ କରିଦେଲେ । କିନ୍ତୁ ସେଠାରେ ନିୟୋଜିତ ସୁରକ୍ଷାକର୍ମୀମାନେ ସଠିକ ପ୍ରତିଶୋଧ ନେଇଥିଲେ ଯେଉଁଥିରେ ଆତଙ୍କବାଦୀମାନେ ମୃତ୍ୟୁବରଣ କରିଥିଲେ ଏବଂ ଏହି ଆତଙ୍କବାଦୀ ଆକ୍ରମଣକୁ ରୋକିଥିଲେ । ଏଥି ସହିତ ଆତଙ୍କବାଦୀମାନଙ୍କ ଠାରୁ ପୋଲିସ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ମଧ୍ୟ ପାଇଛି ।

କୌଣସି ଆତଙ୍କବାଦୀ ସଂଗଠନ ଏହି ଆକ୍ରମଣ ପାଇଁ ଦାୟୀ ବୋଲି ଦାବି କରିନାହାନ୍ତି :

google

ଷ୍ଟକ ଏକ୍ସଚେଞ୍ଜରେ ହୋଇଥିବା ଏହି ଆକ୍ରମଣ ପାଇଁ କୌଣସି ଆତଙ୍କବାଦୀ ସଂଗଠନ ଦାୟୀ ବୋଲି ଏପର୍ଯ୍ୟନ୍ତ ଦାବି କରିନାହାନ୍ତି । ଏଥି ସହିତ ସିନ୍ଧ ପ୍ରଦେଶର ଗଭର୍ଣ୍ଣର ଏହି ଆକ୍ରମଣକୁ ନିନ୍ଦା କରିବା ସହ ଆତଙ୍କବାଦୀ ବିରୋଧରେ ଲଢେଇ ଏହା ଏକ ଟାର୍ଗେଟ ବୋଲି କହିଛନ୍ତି । ଏହି ଆକ୍ରମଣର ଅପରାଧୀମାନଙ୍କୁ ଜୀବନ୍ତ ଧରିବା ପାଇଁ ସୁରକ୍ଷାକର୍ମୀଙ୍କୁ କୁହାଯାଇଥିଲା ଯହାଦ୍ୱାରା ସେମାନଙ୍କୁ ଆଇନ ଅନୁଯାୟୀ କୋଠର ଦଣ୍ଡ ଦିଆଯାଇଥାନ୍ତା । ଯଦିଓ ଏପର୍ଯ୍ୟନ୍ତ ଯେ, ଏହି ଆକ୍ରମଣରେ କେତେଜଣ ଆତଙ୍କବାଦୀ ଅନ୍ତର୍ଭୁକ୍ତ ଥିଲେ ତାହା ସ୍ପଷ୍ଟ ହୋଇ ନାହିଁ।

ପୋଲିସ ଏବଂ ରେଞ୍ଜର୍ସ ଦଳ ଘଟଣା ସ୍ଥଳରେ ଉପସ୍ଥିତ ଥିଲେ ଏବଂ ଲୋକଙ୍କୁ ଷ୍ଟକ ଏକ୍ସଚେଞ୍ଜରୁ ଲୋକଙ୍କୁ ବାହାର କରିବା କାର୍ଯ୍ୟ ଚାଲିଛି । ସକାଳ ୧୦.୩୦ ରେ ଏହି ଆକ୍ରମଣ ହୋଇଥିଲା ।

Leave a Reply

Your email address will not be published. Required fields are marked *