ମାସିକ ରାଶିଫଳ (ଅକ୍ଟୋବର): ୬ଟି ରାଶିର ବ୍ୟକ୍ତିଙ୍କ ମନୋବାଞ୍ଛା ହେବ ପୂରଣ । କର୍ମକ୍ଷେତ୍ରରେ କରିବେ ଯଥେଷ୍ଟ ଉନ୍ନତି ।

ଅନେକ ଲୋକଙ୍କ ମନରେ ପ୍ରଶ୍ନ ଉଙ୍କି ମାରିଥାଏ, ଚଳିତ ଅକ୍ଟୋବର ମାସଟି ସେମାନଙ୍କ ପାଇଁ କିପରି ରହିବ ? ଅକ୍ଟୋବର ମାସର ରାଶିଫଳ କହିବାକୁ ଯାଉଛୁ । ଏହି ମାସର ରାଶିଫଳରେ ଆପଣଙ୍କର ରାଶି ଅନୁଯାୟୀ, ଆପଣଙ୍କ ପ୍ରେମ, କ୍ୟାରିୟର ଏବଂ ସ୍ୱାସ୍ଥ୍ୟ ଦୃଷ୍ଟିରୁ ମାର୍ଚ୍ଚ ମାସ କିପରି ରହିବ ତାହା ଆପଣଙ୍କୁ ଜଣାଇବୁ । ଏହି ମାସିକ ରାଶିଫଳରେ ଆପଣଙ୍କ ଜୀବନରେ ଘଟିବାକୁ ଯାଉଥିବା ଘଟଣାବଳୀ ବିଷୟରେ :

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ମାସରେ ଆପଣଙ୍କ ମନରେ ଆତ୍ମବିଶ୍ଵାସ ବୃଦ୍ଧି ହେବ । ପ୍ରିୟଜନମାନଙ୍କ ଠାରୁ ବହୁତ ସ୍ନେହ ଶ୍ରଦ୍ଧା ପାଇବେ । ଏକ ଆଇନଗତ ବିବାଦ ହୋଇପାରେ । କିଛି ଆଇନଗତ ପ୍ରସଙ୍ଗରେ ଆପଣ ଜଡିତ ହୋଇପାରନ୍ତି । ଆପଣଙ୍କର କିଛି ମହଙ୍ଗା ଜିନିଷ କ୍ରୟ କରିପାରନ୍ତି, ଯାହା ଆପଣଙ୍କ ଜୀବନ ଶୈଳୀକୁ ଉନ୍ନତି କରିପାରେ । ସମାଜରେ ଆପଣଙ୍କ ଖ୍ୟାତି ବଢିବ । କୌଣସି କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ, ଅଭିଜ୍ଞ ବ୍ୟକ୍ତିମାନଙ୍କ ଠାରୁ ପରାମର୍ଶ ନେଲେ, ଯଥେଷ୍ଟ ଉପକୃତ ହେବାର ସୂଚନା ରହିଛି । ଜୀବନ ସାଥିଙ୍କ ବ୍ୟବହାରରେ ଅନ୍ତ୍ୟନ୍ତ ଖୁସି ରହିବେ । ବ୍ୟବସାୟରେ ଯଥେଷ୍ଟ ଉନ୍ନତି କରିବେ । ପରିଶ୍ରମ ଅନୁଯାୟୀ ଫଳ ପ୍ରାପ୍ତ କରିବେ । ଛାତ୍ରଛାତ୍ରୀମାନେ ସାମୟିକ ଚିନ୍ତିତ ରହିବେ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ଏହି ମାସ ଭଲ ରହିବ । କୌଣସି ଯନ୍ତ୍ରଣା କିମ୍ବା ରୋଗପୀଡା ହେବାର କୌଣସି ସୂଚନା ନାହିଁ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଚଳିତ ଅକ୍ଟୋବର ମାସରେ, ଆପଣ ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ଭଲ ସୁଯୋଗ ଓ ସୁବିଧା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସାମାଜିକ ଏବଂ ଧାର୍ମିକ ଉତ୍ସବର ଆୟୋଜିନ କରିବା ପାଇଁ ଉତ୍ତମ ଜାରି ରଖିବେ । ଯେଉଁମାନେ ଆପଣଙ୍କ କ୍ୟାରିୟରକୁ ଚିନ୍ତିତ ଥିଲେ ସେମାନେ ହିଁ ଆପଣଙ୍କ ଉନ୍ନତି ନିମନ୍ତେ କଣ୍ଟ ବିଛାଇବା ପାଇଁ ଯୋଜନା ପ୍ରସ୍ତୁତ କରିବେ । ଏହି ମାସରେ ମାନସିକ ସ୍ତରରେ ବେଶ୍ ପ୍ରଖର ରହିବ । ଅଫିସରେ ପଦୋନ୍ନତିର ଯୋଗ ରହିଛି । ବୈବାହିକ ଜୀବନ ଅତ୍ୟନ୍ତ ରୋମାଞ୍ଚକର ରହିବ । ପ୍ରେମ ସମ୍ବନ୍ଧରେ ଅତ୍ୟନ୍ତ ଭାଗ୍ୟଶାଳୀ ରହିବେ । ବ୍ୟବସାୟ ବାଣିଜ୍ୟରେ ମନୋବାଞ୍ଛିତ ଫଳ ମିଳିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ସମ୍ୟକ ଦୁର୍ବଳ ଅନୁଭବ କରିବେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ମାସରେ ଆପଣ କୌଣସି ନୂତନ ଯୋଜନ ମାଧ୍ୟମ କରଜ୍ୟଗୁଡିକ ସମାପନ କରିବାକୁ ସମର୍ଥ ହେବେ । ଉଚ୍ଚ ପଦାଧିକାରୀ ବ୍ୟକ୍ତି ଓ ଅଫିସର ଅନ୍ୟାନ୍ୟ କର୍ମୀମାନେ ଆପଣଙ୍କ କାର୍ଯ୍ୟରେ ଅତ୍ୟନ୍ତ ଖୁସି ଅନୁଭବ କରିବେ । ଅଫିସରେ ଅଧିକାରୀଙ୍କ ସହଯୋଗ ହେବ । କିନ୍ତୁ ନିକଟ ଲୋକମାନେ ଈର୍ଷାପରାୟଣ ହୋଇ ଅଯଥାରେ ଯୁକ୍ତିତର୍କ କରିବେ, ବିବାଦରେ ଘେରରେ ଫସାଇ ଦେଇପାରନ୍ତି । ତେଣୁ ପରିସ୍ଥିତି ଯାହା ହେଉନା କାହିଁକି, ଯଥାସମ୍ଭବ ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ସମାଜରେ ଅସହାୟକ ବ୍ୟକ୍ତିଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ । ଆପଣଙ୍କ ବ୍ୟବହାର ଓ ସ୍ଵଭାବ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ଦାମ୍ପତ୍ୟ ଜୀବନ ସୁଖଦ ରହିବ । ଜୀବନ ସାଥୀଙ୍କ ସହିତ ସମୟ ବିତାଇବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଋଣ ପରିଶୋଧ କରିବା ପାଇଁ ଚିନ୍ତା କରିବେ । କିନ୍ତୁ ଆୟ ଓ ବ୍ୟୟ ପ୍ରାୟ ଖର୍ଚ୍ଚ ସମାନ ରହିବ । ସ୍ଵସ୍ଥ୍ୟାବସ୍ଥାରେ ଉନ୍ନତି ପରିଲକ୍ଷିତ ହେବେ । ଦୀର୍ଘ ଦିନରୁ ଲାଗିରହିଥିବା ସ୍ୱାସ୍ଥ୍ୟ ସମସ୍ୟାରୁ ମୁକ୍ତି ମିଳିବ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ମାସରେ ଯେକୌଣସି ତର୍କବିତର୍କ ଆପଣଙ୍କ ସମ୍ପର୍କ ଓ ଆପଣଙ୍କ ମାନସିକ ସ୍ଥିତିରେ ବ୍ୟାହତ ସୃଷ୍ଟି କରିପାରେ । ତେଣୁ ବିବାଦୀୟ ପରିସ୍ଥିତି ଠାରୁ ନିଜକୁ ଦୂରେଇ ରଖନ୍ତୁ । ସମ୍ପର୍କୀୟ ଏବଂ ସାଙ୍ଗମାନଙ୍କ ସହିତ ଆପଣଙ୍କ ସମ୍ପର୍କ ଅଧିକ ଆନ୍ତରିକତା ହେବ । ପ୍ରତିଶୋଧ ପରାୟଣ ହୋଇ ଶତ୍ରୁମାନଙ୍କ ପାଦେ ପାଦେ ବିପଦ ସୃଷ୍ଟି କରିବେ । ସେମାନେ ମଧ୍ୟ ପୁରୁଣା ବିବାଦର ସମାଧାନ କରିବାକୁ ଏବଂ ପରିସ୍ଥିତିକୁ ସେମାନଙ୍କ ସପକ୍ଷରେ କରିବାକୁ ଚେଷ୍ଟା କରିବେ । ମାସର ଆରମ୍ଭ ଟିକେ ଅସୁବିଧାଜନକ ପରିସ୍ଥିତି ମଧ୍ୟ ଦେଇ ଗତି କରିବାକୁ ପଡିବ । ପ୍ରେମ ସମ୍ଭାନ୍ଧୀୟ ଜୀବନରେ ପ୍ରେମର ସୁଗନ୍ଧ ମହୋକିବ । ଜୀବନ ସାଥିଙ୍କ ପୂର୍ଣ୍ଣ ସହଯୋଗ ପାଇବେ । କ୍ୟାରିୟର ଓ ପୁଞ୍ଜି ବିନିଯୋଗ କ୍ଷେତ୍ରରେ ଆପଣ କିଛି ନୂତନ ଏବଂ ମହତ୍ଵ ସୁଯୋଗ ମଧ୍ୟ ପାଇପାରନ୍ତି । କିଛି ପୁରୁଣା ରୋଗର ପୁନରାବୃତ୍ତି ହେବାର ସମ୍ଭାବନା ରହିଛି, ଆଖିରେ ସମସ୍ୟା ଦେଖା ଦେଇପାରେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ମାସରେ ଆକସ୍ମିକ ଭାବେ ଲାଭର ଯୋଗ ରହିଛି । ଆଇନଗତ ପ୍ରସଙ୍ଗରେ ଭାଗ୍ୟ ଆପଣଙ୍କ ସପକ୍ଷରେ ରହିବ । ବ୍ୟବସାୟ ସଂପର୍କରେ ଆପଣ ଅଭିଜ୍ଞ ବ୍ୟକ୍ତିଙ୍କ ଠାରୁ ପରାମର୍ଶ ଲୋଡିବେ । ଟଙ୍କା ପଇସାରେ ଅଭାବ ଯୋଗୁଁ କେତେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ସମାଧାନ କରିବାରେ ଅସମର୍ଥ ହେବେ ଯାହାଫଳରେ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ତରବାରିଆ ହୋଇ କୌଣସି ପଦକ୍ଷେପ ନିଅନ୍ତୁ ନାହିଁ । ନୂତନ ଚୁକ୍ତି ସ୍ୱାକ୍ଷର କରିବା ପୂର୍ବରୁ ଭଲଭାବରେ ଟିକ୍-ନିଖ୍ କରି ବୁଝାନ୍ତୁ, ନଚେତ ଠକାମିର ଶିକାର ହୋଇପାରନ୍ତି । ପ୍ରତିଯୋଗିତାମୂଳକ ପରୀକ୍ଷା ସହିତ ଆପଣ କିଛି ଭଲ ଖବର ପାଇପାରିବେ । ଯୁଗଳ ପ୍ରେମୀଙ୍କ ପାଇଁ ଏହି ମାସଟି ଭଲ ରହିବ । ଯଦି ସମ୍ପର୍କରେ କୌଣସି ଅସୁବିଧା ଦେଖାଯାଏ, ତେବେ ବୟୋସ୍କ ବ୍ୟକ୍ତିଙ୍କ ପରାମର୍ଶ ବା ସାହାଯ୍ୟ ନିଅନ୍ତୁ । ବୃତ୍ତିଗତ କ୍ଷେତ୍ରରେ ଦୃଢ ପଦକ୍ଷେପ ନେଇ ଉନ୍ନତିର ପଥରେ ଅଗ୍ରଗତି କରିବାର ସୂଚନା ରହିଛି । ଅଣ୍ଟା ଓ ପିଠିରେ କ୍ରମାଗତ ଯନ୍ତ୍ରଣା ଯୋଗୁଁ ବିରକ୍ତିକର ହେବେ । ଅବହେଳା ନ କରି ତୁରନ୍ତ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

କଥାବାର୍ତ୍ତା ଏବଂ ବକ୍ତବ୍ୟରେ ଉପଯୁକ୍ତ କଥା କହି ସମସ୍ତଙ୍କ ଆଦରଣୀୟ ହୋଇପାରିବେ । ଯଦି ଆପଣଙ୍କର ପରିବାର ସଦସ୍ୟଙ୍କ ମଧ୍ୟରେ କୌଣସି ଟେନସନ୍ ଲାଗିରହିଛି, ତେବେ ଆପଣ ସେହି ସମସ୍ୟାକୁ ଦୂର କରିବାକୁ ଚେଷ୍ଟା କରିବା ଉଚିତ୍ । କର୍ମକ୍ଷେତ୍ରରେ କୌଣସି ନିଷ୍ପତ୍ତି ନେବା ପୂର୍ବରୁ କିମ୍ବା ଯୋଜନା କାର୍ଯ୍ୟକାରୀ କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ । ରାଜନୈତିକ କ୍ଷେତ୍ରରେ ସମ୍ବନ୍ଧ ରଖୁଥିବା ବ୍ୟକ୍ତିଙ୍କ ପାଇଁ ସମୟ ବିଶେଷ ଲାଭଦାୟକ ହୋଇପାରେ । ଚାକିରି କରୁଥିବା ବ୍ୟକ୍ତିମାନେ ସେମାନଙ୍କର କଠିନ ପରିଶ୍ରମ ସହିତ ଅଧିକାରୀଙ୍କ ସମ୍ମୁଖରେ ସେମାନଙ୍କର ଦକ୍ଷତା ପ୍ରତିପାଦିତ କରିବେ । ଦାମ୍ପତ୍ୟ ଜୀବନରେ ମତଭେଦ ଯୋଗୁଁ ପରିବାର ସମ୍ଭାନ୍ଧୀୟ କୌଣସି ନିଷ୍ପତ୍ତି ନେଇପାରିବେ ନାହିଁ । କ୍ୟାରିୟର ଉନ୍ନତି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ରକ୍ତଚାପ ରୋଗୀଙ୍କୁ ଏହି ମାସରେ ସତର୍କ ରହିବାକୁ ପଡିବ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଏହି ମାସରେ ଚାକିରି କରୁଥିବା ବ୍ୟକ୍ତିମାନେ ସାବଧାନତାର ସହ ରହିବକୁ ପଡିବ । ଅଫିସରେ ନାନା ପ୍ରକାର ସମସ୍ୟାରେ ଛନ୍ଦି ହୋଇପାରନ୍ତି । ଯେକୌଣସି କାର୍ଯ୍ୟର ସୂଚନା ମିଳିବ ପରେ ହିଁ କରନ୍ତୁ, ବିଶେଷ କିଛି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଚିନ୍ତାଧାରାରେ ଉତ୍ଥାନ-ପତନ ହେବ କିନ୍ତୁ ଲୋକମାନେ ଏହି ମାସରେ କ’ଣ କହୁଛନ୍ତି ତାହା ବୁଝିବା ପାଇଁ ଚେଷ୍ଟା କରିବାକୁ ପଡିବ । ଜୀବନର ସମସ୍ୟାକୁ ଅତ୍ୟଧିକ ମାତ୍ରାରେ ଚିନ୍ତା ନକରି କାର୍ଯ୍ୟ କରିବା ଉଚିତ ହେବ । ପୁରୁଣା ସାଙ୍ଗମାନଙ୍କ ସହିତ ବନ୍ଧୁତ୍ଵ ସମ୍ପର୍କ ମଜବୁତ କରିବେ । ଏହି ମାସରେ ଆପଣ ଯଥାସମ୍ଭବ ଆଜି ଟଙ୍କା ସଞ୍ଚୟ କରିବାକୁ କିଛି ଯୋଜନା କରିବେ । ବ୍ୟବସାୟୀଙ୍କ ନିମନ୍ତେ ମାସଟି ଭଲ ଅଟେ । କିନ୍ତୁ କୌଣସି କ୍ଷେତ୍ରରେ ପୁଞ୍ଜି ନିବେଶ କରିବା ପୂର୍ବରୁ ଭଲ ଭାବରେ ବୁଝିବିଚାରୀ ନିବେଶ କରନ୍ତୁ । ସ୍ୱାସ୍ଥ୍ୟ ନିମନ୍ତେ ମାସଟି ଠିକାଠକ ରହିବ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ବୃଷ ଲୋକମାନେ ସକରାତ୍ମକ ଚିନ୍ତାଧାରାକୁ ଆପଣାଇ ଜୀବନରେ ଆସୁଥିବା ସମସ୍ତ ସମସ୍ୟାକୁ ଧୌର୍ଯ୍ୟର ସମ୍ମୁଖୀନ କରିବେ ଓ ଦୂର ମଧ୍ୟ କରିପାରିବେ । ଯଦି ଆପଣ କିଛି ନୂଆ କରିବାକୁ ଯାଉଛନ୍ତି, ତେବେ ସେହି କ୍ଷେତ୍ର ସହିତ ଜଡିତ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ । ପରୋକ୍ଷ ଶତ୍ରୁତା କରୁଥିବା ଲୋକମାନେ ଅସୁବିଧାରେ ପକାଇବା ପାଇଁ ଚେଷ୍ଟା କରିବେ । ହଠାତ ନେଇଥିବା ନିଷ୍ପତ୍ତି ଭୁଲ୍ ପ୍ରମାଣିତ ହେବ । ଧନ ସମ୍ବନ୍ଧୀୟ ବିଷୟଗୁଡ଼ିକରେ ପିତାଙ୍କ ପରାମର୍ଶ ଆପଣଙ୍କ ପାଇଁ ସହାୟକ ହେବ । ଗୁଜବକୁ ଖବରକୁ ଅଣଦେଖା କରନ୍ତୁ । ପ୍ରେମ କ୍ଷେତ୍ରରେ ଦୁହିଁଙ୍କ ମଧ୍ୟରେ ସମନ୍ୱୟ ଏବଂ ସ୍ନେହର ଅଭାବ ହୋଇପାରେ । ବ୍ୟବସାୟ ବୃଦ୍ଧି ପାଇଁ ଚିନ୍ତା କରିବେ ଏବଂ ଲାଭବାନ ହେବେ । ସ୍ୱାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ, ଆଖି ଏବଂ ଦାନ୍ତ ଜନିତ ସମସ୍ୟା ଦେଖା ଦେଇପାରେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ଜୀବନର ଅନେକ କ୍ଷେତ୍ରରେ ଅଗ୍ରଗତି କରିବା ସଙ୍ଗେ ସଙ୍ଗେ ସଫଳତା ମଧ୍ୟ ପାଇପାରିବେ । ଆପଣ ଯେଉଁ କାର୍ଯ୍ୟ କରୁଛନ୍ତି, ଏହାକୁ ସଂପୂର୍ଣ୍ଣ ଗୁପ୍ତ ରଖନ୍ତୁ । ନିକଟ ସମ୍ପର୍କୀୟଙ୍କ ସହ ସମ୍ପର୍କରେ ଉନ୍ନତି ଘଟିବ । ସମାଜରେ ଆପଣଙ୍କର ଲୋକପ୍ରିୟତା ବୃଦ୍ଧି ପାଇବ ଏବଂ ଲୋକମାନେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ଉପରେ ଆପଣଙ୍କର ପରାମର୍ଶ ଲୋଡିବେ । କୋର୍ଟ-ଚକେରି ମାମଲାରେ ସଫଳତା ପାଇବା ପାଇଁ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ । ଅଫିସ୍ କାର୍ଯ୍ୟରେ ଆପଣ ଅନେକ ଚ୍ୟାଲେଞ୍ଜର ମଧ୍ୟ ସାମ୍ନା କରିବାକୁ ପଡିପାରେ । ବୈବାହିକ ଜୀବନ ବା ପ୍ରେମ ଜୀବନରେ ଚିନ୍ତା ଲାଗିରହିବ । ଦାମ୍ପତ୍ୟ ଜୀବନରେ ସମ୍ୟକ ମତଭେଦ ଦେଖାଦେବ । ଭାଗିଦାରୀ ବ୍ୟବସାୟରେ ଲାଭବାନ ହେବେ । ଯଦି ଆପଣ ନିଜ ସ୍ୱାସ୍ଥ୍ୟର ଯତ୍ନ ନେବା ପାଇଁ ପ୍ରତିଦିନ ଯୋଗ କରିବା ଆରମ୍ଭ କରନ୍ତି, ତେବେ ଏହା ଆପଣଙ୍କ ପାଇଁ ବହୁତ ଶୁଭ ହେବ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଯେଉଁ ନିକଟସ୍ଥ ବ୍ୟକ୍ତିଙ୍କୁ ଆପଣ ନିଜର ବୋଲି ଭାବୁଛନ୍ତି ଓ ବିଶ୍ଵାସ କରନ୍ତି, ସେମାନେ ନିଜ ନିଜର ଫାଇଦା ଉଠାଇବାକୁ ଆପଣଙ୍କୁ ଭୁଲ୍ ମାର୍ଗ ଦେଖାଇପାରନ୍ତି । ଆପଣଙ୍କର କିଛି ଶତ୍ରୁ ଆପଣଙ୍କ ବନ୍ଧୁ ଭାବରେ ଆପଣଙ୍କ ଚାରିପାଖରେ ଥାଇପାରନ୍ତି, କିନ୍ତୁ ଆପଣ ସେମାନଙ୍କୁ ନିୟନ୍ତ୍ରଣ କରିବାରେ ସମର୍ଥ ହେବେ । କଠିନ ପରିଶ୍ରମ ଦ୍ଵାରା ହାତକୁ ନେଇଥିବା ଯୋଜନା ସଂପୂର୍ଣ୍ଣ କରିବେ ଏବଂ ଏଥିରୁ ଆପଣଙ୍କ ଯଥେଷ୍ଟ ଉପକୃତ ହୋଇପାରନ୍ତି । ଆପଣଙ୍କ ଆତ୍ମବିଶ୍ୱାସ ପୂର୍ବ ଅପେକ୍ଷା ଅଧିକ ଶକ୍ତିଶାଳୀ ହେବ । ଏହି ମାସରେ ଆପଣ ମନୋବାଞ୍ଛିତ ଫଳ ପାଇପାରିବେ । ଜୀବନ ସାଥୀ ସହିତ ଆପଣଙ୍କ ସମ୍ପର୍କ ଓ ବିଶ୍ୱାସ ମଜବୁତ ରହିବାର ସମ୍ଭାବନା ଅଛି । ବ୍ୟବସାୟ ବାଣିଜ୍ୟରେ କାରବାର ଭଲ ରହିବ । ଆର୍ଥିକ ସ୍ଥିତି ମଜବୁତ ରହିବ । ବ୍ୟବସାୟ ସହ ଜଡିତ ଟଙ୍କା ଫେରି ପାଇବେ । ଆପଣ ନିଜ ଶରୀରରୁ ଦୁର୍ବଳ ଏବଂ ଥକ୍କା ଅନୁଭବ କରିପାରନ୍ତି କିନ୍ତୁ ପୂର୍ବରୁ ପୀଡିତ ରୋଗୀଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଏହି ମାସ ଆପଣଙ୍କ ଜୀବନର ଏକ ନୂତନ ପର୍ଯ୍ୟାୟ ଆରମ୍ଭ ହେବ । ମାନସିକ ସ୍ତରରେ ପ୍ରଖର ରହିବେ । ସ୍ନେହ, ଶ୍ରଦ୍ଧା, ସୁଖ ଓ ଶାନ୍ତିରେ ପରିବାର ସହିତ ଜୀବନ ଅତିବାହିତ କରିବେ । ଆଇଟି ଏବଂ ବ୍ୟାଙ୍କିଙ୍ଗରେ କାର୍ଯ୍ୟରତ ଲୋକଙ୍କ ପାଇଁ ଚଳିତ ମାସତି ଦ୍ୱନ୍ଦ୍ୱରେ ପରିପୂର୍ଣ୍ଣ ରହିବ । ଅଫିସରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ ଅଧିକାରୀବର୍ଗ ଅତ୍ୟନ୍ତ ଖୁସି ରହିବେ । କୋର୍ଟ କଚେରୀ ମାମଲାର ସମାଧାନ ହୋଇଯିବ । ଆପଣଙ୍କ ନିଜ ପରିବାର ପାଇଁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିବେ, ଯାହାଦ୍ଵାରା ପରିବାରରେ ସୁଖୀ ପୁନଶ୍ଚ ଫେରି ଆସିବ । ଧନ ସମ୍ଭାନ୍ଧୀୟ କୌଣସି ଅସୁବିଧାର ସମ୍ମୁଖୀନ ହେବାକୁ ପଡିବ ନାହିଁ । ଆପଣଙ୍କ ମନରେ ଥିବା ପ୍ରେମ, ବିଶ୍ଵାସ ପାଇଁ ଆପଣଙ୍କ ଜୀବନ ସାଥି ଆପଣଙ୍କୁ ସମ୍ମାନ ପ୍ରଦାନ କରିବ । ନିଜ ସହଧର୍ମୀଙ୍କ ସହଯୋଗ ଓ ପ୍ରେମ ଆପଣଙ୍କ ମନବଳକୁ ଦୃଢ କରିଦେବ । ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି ଅସାବଧାନତା ଅବଲମ୍ବନ କରନ୍ତୁ ନାହିଁ । ସ୍ୱାସ୍ଥ୍ୟର ଯତ୍ନବାନ ନିଅନ୍ତୁ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଏହି ମାସରେ ବାହ୍ୟ କାର୍ଯ୍ୟକଳାପ ଆପଣଙ୍କ ପାଇଁ ଲାଭଦାୟକ ସାବ୍ୟସ୍ତ ହେବ । ସମ୍ପର୍କକୁ ଆହୁରି ଉନ୍ନତ କରିବାକୁ ଚେଷ୍ଟା କରନ୍ତୁ । ଆପଣ ଏହି ମାସରେ ଏକ ନୂତନ ବ୍ୟବସାୟର ଶୁଭାରମ୍ଭ କରିପାରନ୍ତି ଓ ବ୍ୟବସାୟ ସମ୍ବନ୍ଧୀୟ ଏକ ବଡ ଡିଲ୍ ମଧ୍ୟ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ସମାଜରେ ଆପଣଙ୍କ ନାମ ଏବଂ ଖ୍ୟାତି ବଢିବ । ପରିବାରରେ ସୁସ୍ଥ ବାତାବରଣ ବଜାୟ ରହିବ । ଲେଖକ, ବୁଦ୍ଧିଜୀବୀ, କବି ଏବଂ ପ୍ରଫେସରମାନଙ୍କ ପାଇଁ ଚଳିତ ମାସଟି ଅତ୍ୟନ୍ତ ଶୁଭଦାୟକ ରହିବ । ଅଫିସରେ ଅତ୍ୟଧିକ କାର୍ଯ୍ୟ ସତ୍ତ୍ୱେ ମନ କଥାକୁ କାହାରି ନିକଟରେ ପ୍ରକାଶ କରିପାରିବେ ନାହିଁ । ନିଜ ସାଥୀଙ୍କ ସହିତ ଅଧିକାଂଶ ସମୟ ବିତାଇବେ, ଯାହାଫଳରେ ପରିବାରର ସମସ୍ୟାକୁ ସମାଧାନ କରିବାରେ ସମର୍ଥ ହୋଇପାରିବେ । ବ୍ୟବସାୟ ସହିତ ଜଡିତ ସମସ୍ତ କାର୍ଯ୍ୟ ଅଳ୍ପ ପରିଶ୍ରମ କରି ଯଥାସମୟରେ ସମ୍ପାଦନ କରିବାରେ ସମର୍ଥ ହେବେ । ପେଟ ସମ୍ବନ୍ଧୀୟ ରୋଗ ହେବାର ସମ୍ଭାବନା ରହିଛି, ତେଣୁ ମସଲାଯୁକ୍ତ ଖାଦ୍ୟରୁ ଦୂରେଇ ରୁହନ୍ତୁ ।

Be the first to comment

Leave a Reply

Your email address will not be published.


*