ମାସିକ ରାଶିଫଳ (ଜୁନ୍) : ଏହି ମାସରେ ୬ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ ସ୍ତରରେ ମନୋବାଞ୍ଛିତ ଫଳ ପାଇବେ । ଅର୍ଥ

ମାସିକ ରାଶିଫଳ (ଜୁନ୍) : ଏହି ମାସରେ ୬ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ ସ୍ତରରେ ମନୋବାଞ୍ଛିତ ଫଳ ପାଇବେ । ଅର୍ଥ

ମାସିକ ରାଶିଫଳ (ଜୁନ୍) : ଏହି ମାସରେ ୬ଟି ରାଶିର ବ୍ୟକ୍ତିଙ୍କୁ ପ୍ରତ୍ୟେକ ସ୍ତରରେ ମନୋବାଞ୍ଛିତ ଫଳ ପାଇବେ । ଅର୍ଥ ପ୍ରାପ୍ତିର ଯୋଗ ରହିଛି ।

ଅନେକ ଲୋକଙ୍କ ମନରେ ଏହି ପ୍ରଶ୍ନ ଆସେ ଯେ, ଆଗାମୀ ମାସ ଆମ ପାଇଁ କିପରି ରହିବ ? ଆମେ ଆପଣଙ୍କୁ ଅଗଷ୍ଟ ମାସର ରାଶିଫଳ କହିବାକୁ ଯାଉଛୁ । ଏହି ମାସିକ ରାଶିଫଳରେ ଆପଣ ନିଜର ରାଶି ଅନୁଯାୟୀ ଜାଣିପାରିବେ ଯେ ଆଗାମୀ ମାସ ଆପଣଙ୍କ ପ୍ରେମ, କ୍ୟାରିୟର ତଥା ସ୍ୱାସ୍ଥ୍ୟ ପାଇଁ କିପରି ରହିବ ! ଏହି ମାସିକ ରାଶିଫଳରେ ଆପଣଙ୍କୁ ଆପଣଙ୍କ ଜୀବନରେ ହେଉଥିବା ଏକ ମାସର ଘଟଣାବଳୀକୁ ସଂକ୍ଷିପ୍ତରେ ପ୍ରକାଶ କରୁଛୁ । ଆସନ୍ତୁ ଜାଣିବା :-

ମେଷ : (ଚ, ଚୁ, ଚେ, ଚୋ, ଳା, ଲୀ, ଲୁ, ଲେ, ଲୋ, ଆ)

ଏହି ମାସରେ ଆପଣଙ୍କ ଧନ ସମ୍ବନ୍ଧୀୟ ସମସ୍ୟା ଦୂର ହେବ ସହ ଆର୍ଥିକ କ୍ଷେତ୍ରରେ ସୁଧାର ଆସିବ । ଆପଣଙ୍କ ପରିପାର୍ଶ୍ଵକ ପରିସ୍ଥିତି ସୁଖଦମୟ ରହିବ । ବୃତ୍ତିଗତ କର୍ମ ଅବା କର୍ମକ୍ଷେତ୍ରରେ ସ୍ଥିତି ଭଲ ରହିବ । କର୍ମକ୍ଷେତ୍ରରେ ନିଯୋଜିତ କର୍ମଚାରୀଙ୍କ ସହ ତାଳମେଳ ଭଲ ଭଲ ରହିବା ଫଳରେ କାର୍ଯ୍ୟଗୁଡିକ ଯଥାବିଧି ସମୟରେ ସଂପୂର୍ଣ୍ଣ ହେବ । କିନ୍ତୁ ପରୋକ୍ଷ ଶତ୍ରୁତା କାରଣରୁ କେତେକ କ୍ଷେତ୍ରରେ ମାପିଚୁପି ଚଳିବାକୁ ପଡିବ । ଅଫିସରେ କାର୍ଯ୍ୟଭାର ଅଧିକ ହେବା ଫଳରେ ଉଚ୍ଚାଧିକାରୀଙ୍କ ସହ ତର୍କବିତର୍କ ହୋଇପାରେ । ସେୟାର ବଜାରରେ ପୁଞ୍ଜି ନିବେଶ କରିଲେ ଯଥାଚିତ ଉପକୃତ ହେବେ । ବେରୋଜଗାର ଥିବା ବ୍ୟକ୍ତିମାନେ ନିଜର ଦକ୍ଷତା ବଳରେ କୌଣସି କର୍ମକ୍ଷେତ୍ରରେ ନିଯୁକ୍ତି ପାଇପାରନ୍ତି । ପାରିବାରିକ ସ୍ଥଳରେ ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଉତ୍ତମ ବୁଝାମୁନ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା ଫଳରେ ମାନସିକ କ୍ଷେତ୍ରରେ ଆଶ୍ଵସ୍ତି ପାଇବେ ।

ବୃଷ : (ଈ, ଊ, ଏ, ଓ, ବା, ବି, ବୂ, ବେ, ବୋ, ଵ, ଵୋ)

ଏହି ମାସରେ ଆପଣ ମାନ୍ୟଗଣ୍ୟ ବ୍ୟକ୍ତିଙ୍କଠାରୁ ସମ୍ମାନ ପାଇବେ । କିନ୍ତୁ କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ଲାଗିରହିବ । ଏହିମାସରେ ଆପଣ ନିଜ ପରିଶ୍ରମର ଉପଯୁକ୍ତ ପରିଶ୍ରମିକ ପାଇବେ । ଏହି ମାସରେ ଆପଣ ଆପଣଙ୍କର ବ୍ୟବସାୟକୁ ଏକ ନୂତନ ସ୍ତରକୁ ନେଇପାରିବେ । କିନ୍ତୁ ହାତେ ମାପି ଚଖଣ୍ଡେ ଚଳିବାକୁ ପଡିବ ନଚେତ ଅନ୍ୟମାନେ ଆପଣଙ୍କ ସରଳତାର ଫାଇଦା ଉଠାଇବେ । ଚଳିତ ମାସରେ ଅଫିସର ବାତାବରଣ ସୁସ୍ଥ ରହିଲେ ମଧ୍ୟ କେତେକ ଚ୍ୟାଲେଞ୍ଜର ସମ୍ମୁଖୀନ କରିବାକୁ ପଡିବ । ସାମାଜିକ ସ୍ତରରେ ଆୟୋଜିତ ଜନହିତକର କାର୍ଯ୍ୟରେ ଯୋଗ ଦେଇପାରନ୍ତି । ବ୍ୟବସାୟରେ ଅଜଣାଆଶୁଣା ବ୍ୟକ୍ତିଙ୍କୁ ବିଶ୍ଵାସ କରିଲେ ଅସୁବିଧାରେ ପଡ଼ିପାରନ୍ତି । ପାରିବାରିକ ପରିସ୍ଥିତି ସୁସ୍ଥ ନିରାମୟ ରହିବ । କିନ୍ତୁ ବୈବାହିକ ଜୀବନ ସାମୟିକ ଉତ୍ଥାନପତନ ଲାଗିରହିବ । ଶାରୀରିକକୁ ସୁସ୍ଥ ରଖିବା ପାଇଁ ନୂଆ ନୂଆ ଉପାୟମାନ ଅବଲମ୍ବନ କରିବେ ।

ମିଥୁନ : (କା, କୀ, କୂ, ଘ, ଙ, ଛ, କେ, କୋ, ହ)

ଏହି ମାସରେ, ଆପଣ ଏକାଧିକ କାର୍ଯ୍ୟ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । କର୍ମକ୍ଷେତ୍ରରେ ନାନା ପ୍ରକାର ବାଧାବିଘ୍ନର ସମ୍ମୁଖୀନ ହୋଇପାରନ୍ତି । ଆର୍ଥକୁ କେନ୍ଦ୍ର କରି ନିକଟ ସମ୍ପର୍କୀୟମାନେ ଶତ୍ରୁତା କରିବସିବେ ଓ ଆପଣଙ୍କ କର୍ମକ୍ଷେତ୍ରରେ ଅନ୍ତରାୟ ସୃଷ୍ଟି କରିବେ । କର୍ମକ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ମନୋଭାବ ଯୋଗୁଁ ସାମାନ୍ୟ କ୍ଷତି ସହ୍ୟ କରିବାକୁ ପଡିବ । ପୂର୍ବରୁ ମନସ୍ଥ କରିଥିବା ଯୋଜନାଟିକୁ ଏହି ମାସରେ ଆରମ୍ଭ କରିପାରିବେ ନାହିଁ । ଅଫିସରେ ନିଜର ସମ୍ମାନକୁ ଅକ୍ଷୁର୍ଣ୍ଣ ରଖିବା ପାଇଁ କେତେକ ଦୁଃସାହସିକ ପଦକ୍ଷେପ ନେବାକୁ ବାଧ୍ୟ ହେବେ । କାର୍ଯ୍ୟଭାର ଅଧିକ ଯୋଗୁଁ ପରିବାର ପାଇଁ ସମୟ ଦେଇପାରିବେ ନାହିଁ । ସହଧର୍ମୀଙ୍କ ମନର ଭାବନକୁ ବୁଝିବାକୁ ଚେଷ୍ଟା କରନ୍ତୁ, ମନାନ୍ତର ଦୂରେଇ ଯିବ । ଅତ୍ୟଧିକ ପରିଶ୍ରମ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ପ୍ରତିକୂଳ ପ୍ରଭାବ ପଡିପାରେ ।

କର୍କଟ : (ହୀ, ହୂ, ହେ, ହୋ, ଡା, ଡୀ, ଡୂ, ଡେ, ଡୋ)

ଏହି ମାସରେ ଆପଣଙ୍କ ପାରିବାରିକ ଦାୟିତ୍ଵ ବୃଦ୍ଧି ପାଇବା ସହ କର୍ମକ୍ଷେତ୍ରରେ ମଧ୍ୟ ଜଞ୍ଜାଳ ବୃଦ୍ଧି ପାଇବ । ମାସର ଦ୍ୱିତୀୟାର୍ଦ୍ଧରେ, କେତେକ କାର୍ଯ୍ୟରେ ବ୍ୟାଘାତ ଦେଖାଯିବାର ସମ୍ଭାବନା ରହିଛି । ଆର୍ଥିକ ସ୍ତରରେ ମଧ୍ୟ କ୍ଷତିଗ୍ରସ୍ତ ହୋଇପାରନ୍ତି । ଆର୍ଥିକ ସ୍ଥିତି ଦୁର୍ବଳ ରହିବା ଫଳରେ ସାଙ୍ଗସାଥି ଓ ସହକର୍ମୀଙ୍କ ଠାରୁ ଧାର କରଜ କରିବାକୁ ବାଧ୍ୟ ହେବେ । ସାଙ୍ଗସାଥିମାନଙ୍କ ସାହାଯ୍ୟ ସହଯୋଗରେ କୌଣସି ନୂତନ କାର୍ଯ୍ୟ ଆରମ୍ଭ କରିପାରନ୍ତି । ମାନସିକ ସ୍ତରରେ ଚିନ୍ତା ଓ ଶାରୀରିକ ଅସୁସ୍ଥତା କାରଣରୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଫିସରୁ ଛୁଟି ନେବାକୁ ବାଧ୍ୟ ହେବେ । ଆର୍ଥିକ ଅନଟନ ସକାଶେ ଚିନ୍ତା ଏବଂ ପାରିବାରିକ ସ୍ତରରେ ବିଶୃଙ୍ଖଳା ଯୋଗୁଁ ମାସର ଅଧିକାଂଶ ଦିନ ମନ ବିଚଳିତ ରହିବ । ସହଧର୍ମୀଙ୍କ ନିକଟରେ ମନର ଭାବନକୁ ପ୍ରକାଶ କରିବେ, ଯାହାଫଳରେ ମନକୁ ସାମୟିକ ଆଶ୍ଵସ୍ତି ମିଳିବ । ଦୀର୍ଘ ଦିନ ଧରି ଚାଲିଆସୁଥିବା ରୋଗ ସକାଶେ ଚିନ୍ତିତ ରହିବେ ।

ସିଂହ : (ମା, ମୀ, ମୂ, ମେ, ମୋ, ଟା, ଟି, ଟୁ, ଟେ)

ଏହି ମାସରେ, ପରିସ୍ଥିତି ଯାହା ହେଉ ନା କାହିଁକି ପାରିବାରିକ ସ୍ତରରେ ଭାଇ ଭାଇ ମଧ୍ୟ ପୈତୃକ ସମ୍ପତ୍ତିକୁ ନେଇ ଟଣାଉଠାର ଲାଗିରହିବ । ପୂର୍ବରୁ ସ୍ଥଗିତ ଥିବା ଏକ ଯୋଜନାକୁ ପୁନଃ ଆରମ୍ଭ କରିବାକୁ ମନସ୍ଥ କରିବେ । କର୍ମକ୍ଷେତ୍ରରେ ବିଶେଷ କିଛି ଅସୁବିଧା ହେବ ନାହିଁ । ଅଧିନସ୍ଥ କର୍ମଚାରୀଙ୍କ ସହ ସମ୍ପର୍କ ଭଲ ରହିବ । ଆର୍ଥିକ ସ୍ଥିତିରେ ମଧ୍ୟ ସୁଧାର ଆସିବ । ଅଫିସରେ ନିଜ ଉପରେ ନ୍ୟସ୍ତ ଥିବା କାର୍ଯ୍ୟ ନିଷ୍ଠାର ସହ ସମାପନ କରିବା ଦ୍ଵାରା ଉଚ୍ଚାଧିକାରୀଙ୍କ ଦୃଷ୍ଟି ଆକର୍ଷଣର ପାତ୍ର ହେବେ । ରାଜନୈତିକ କ୍ଷେତ୍ରରେ ସମ୍ବନ୍ଧ ରଖୁଥିବା ବ୍ୟକ୍ତିଙ୍କ ପାଇଁ ସମୟ ବିଶେଷ ଲାଭଦାୟକ ହୋଇପାରେ । ପୂର୍ବରୁ ଲାଗିରଥିବା ଦ୍ଵନ୍ଦ ଦୂର ହେବେ । ସାମାଜିକ ସ୍ତରରେ ଉଚ୍ଚ ସ୍ତରର ବ୍ୟକ୍ତି ବିଶେଷଙ୍କ ସାକ୍ଷାତ ଆଲୋଚନା କରିବେ । ଦାମ୍ପତ୍ୟ ଜୀବନରେ ଉତ୍ଥାନପତ୍ତନ ଲାଗିରହିବ, ତଥାପି ସମ୍ପର୍କ ମଜୁବୁତ ରହିବ । ସ୍ୱାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ ।

କନ୍ୟା : (ଢୋ, ପା, ପୀ, ପୂ, ଷ, ଣ, ଠ, ପେ, ପୋ)

ପାଦେ ପାଦେ ସମସ୍ୟାର ସମ୍ମୁଖୀନ ହେବା ଫଳରେ ଜୀବନ ପ୍ରତି ମନରେ ନକରାତ୍ମକ ଭାବନା ଜାତ ହେବ । ଯେତେ ଚେଷ୍ଟା କରିଲେ ମଧ୍ୟ କର୍ମକ୍ଷେତ୍ରରେ ସମସ୍ୟା ବଢିବ ସିନା କମିବ ନାହିଁ । ଶେଷରେ କର୍ମକ୍ଷେତ୍ର ପ୍ରତି ମନରେ ବିତୁଷ୍ଣା ମନୋଭାବ ଜାତ ହେବ । ବନ୍ଧୁଙ୍କ ପରାମର୍ଶ କ୍ରମେ ମାସର ଦ୍ଵିତୀୟାର୍ଦ୍ଧରେ ଏକ ଅନଲାଇନ୍ ବ୍ୟବସାୟ ଆରମ୍ଭ କରିପାରନ୍ତି । ଅଫିସରେ ସହକର୍ମୀ କିମ୍ବା ଅଧିନସ୍ଥ କର୍ମଚାରୀଙ୍କ ସହ କାର୍ଯ୍ୟକୁ ନେଇ ଯୁକ୍ତିତର୍କ ହୋଇପାରେ । ଆପଣଙ୍କ କାର୍ଯ୍ୟକୁ ପରିବାରବରଗ ସମର୍ଥନ କରିବେ ଯାହାଫଳରେ ମନୋବଳ ଦୃଢ ରହିବ । ପଡୋଶୀମାନଙ୍କ ସହିତ ହସ୍ତକ୍ଷେପ କରିବା ଦ୍ୱାରା ଦାମ୍ପତ୍ୟ ଜୀବନରେ ସମସ୍ୟା ସୃଷ୍ଟି ହୋଇପାରେ । ସ୍ଵାସ୍ଥ୍ୟକୁ ନେଇ ସଜାଗ ରୁହନ୍ତୁ ।

ତୁଳା : (ରା, ରୀ, ରୂ, ରେ, ରୋ, ତା, ତୀ, ତୁ, ତେ)

ଚଳିତ ମାସରେ କଥାବାର୍ତ୍ତରେ ସଂଯମାତା ରକ୍ଷା କରନ୍ତୁ, ନଚେତ୍ ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ହଠାତ୍ ଶତ୍ରୁତା କରିବସିବେ । ସାଙ୍ଗମାନଙ୍କ ସହଯୋଗ ଓ ପ୍ରେରଣାରେ ଏକ ବଡ଼ ପ୍ରକଳ୍ପ ଉପରେ କାର୍ଯ୍ୟ କରିବେ । ବ୍ୟବସାୟ, ବାଣିଜ୍ୟରେ ଅନ୍ଧ ଭାବରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ବିଶ୍ଵାସ କରିବା ଫଳରେ କେତେକ ଅପ୍ରୀତିକର ଘଟଣାର ସମ୍ମୁଖୀନ କରିବାକୁ ପଡିପାରେ । ନିଜ କ୍ଷମତା ଠାରୁ ଏକାଧିକ କାର୍ଯ୍ୟ ହାତକୁ ନେଇଥିବା ଯୋଗୁଁ ବ୍ୟସ୍ତ ବିବ୍ରତ ହୋଇପାରନ୍ତି । ସମାଜରେ ଆତ୍ମ ସମ୍ମାନ ବୃଦ୍ଧି ପାଇବ, ଯେଉଁ କାରଣରୁ ଶତ୍ରୁମାନେ ଆପେଆପେ ନତମସ୍ତକ ହେବେ । ମାସ ଶେଷରେ ଦୂରେ ରହୁଥିବା ବନ୍ଧୁଙ୍କ ଠାରୁ କୌଣସି ଶୁଭ ଖବର ଶୁଣିବାକୁ ପାଇବେ । ସହଧର୍ମୀଙ୍କ ସହ ସମ୍ପର୍କ ଭଲ ରହିବ ଓ ପ୍ରତ୍ୟେକ କ୍ଷେତ୍ରରେ ସହଧର୍ମୀଙ୍କ ସହଯୋଗ ପାଇବେ । ଏହି ମାସରେ ସ୍ୱାସ୍ଥ୍ୟ ଭଲ ରହିଲେ ମଧ୍ୟ ପିଠି ଯନ୍ତ୍ରଣା ଅନୁଭବ କରିବେ ।

ବିଛା : (ତୋ, ନା, ନୀ, ନୂ, ନେ, ନୋ, ୟା, ୟୀ, ୟୁ)

ମନରେ ଆତ୍ମବିଶ୍ଵାସ ରଖି କାର୍ଯ୍ୟ କରନ୍ତୁ । ଏହି ମାସରେ ଆପଣଙ୍କର ଖର୍ଚ୍ଚ ବୃଦ୍ଧି ପାଇବ, କିନ୍ତୁ କୌଣସି କାରଣରୁ ଆୟର ବୃଦ୍ଧି ଏହାକୁ ସନ୍ତୁଳିତ କରିପାରିବ । କର୍ମକ୍ଷେତ୍ରରେ ସ୍ଥିତିରେ ସୁଧାର ଆସିବ । ଦୀର୍ଘ ଦିନରୁ ଯେଉଁ ବ୍ୟକ୍ତିଙ୍କୁ ଟଙ୍କା ଦେଇଥିଲେ, ଏହି ମାସରେ ସେହି ବ୍ୟକ୍ତି ଜଣକ ଆକସ୍ମିକ ଭାବରେ ଟଙ୍କା ଫେରାଇ ଦେବେ । କୌଣସି କ୍ଷେତ୍ରରେ ନିବେଶ କରିବା ପୂର୍ବରୁ ଭଲ ଭାବରେ ଭାବିଛିନ୍ତି ପୁଞ୍ଜି ନିବେଶ କରନ୍ତୁ, ଅର୍ଥ ଲାଭର ଯୋଗ ରହିଛି । ତରବାରିଆ ହୋଇ କୌଣସି କାର୍ଯ୍ୟ କରନ୍ତୁ ନାହିଁ । ବିବାଦୀୟ ପ୍ରସଙ୍ଗରୁ ନିଜକୁ ଦୂରେଇ ରଖିବାକୁ ଚେଷ୍ଟା କରନ୍ତୁ । ରାଜନୀତି ସହ ଜଡିତ ଲୋକଙ୍କ ପାଇଁ ମାସଟି ଅତ୍ୟନ୍ତ ଭଲ ରହିବ । ସାମାଜିକ ସର୍କଲ ଲୋକ ସମ୍ପର୍କ ବୃଦ୍ଧି ପାଇବ । ଆପଣଙ୍କ ଠାରୁ ଦୂରେଇ ଯାଇଥିବା ପ୍ରକୃତ ପ୍ରେମ ବିଷୟରେ ଚିନ୍ତା କରି ସାମୟିକ ଉଦାସ ରହିବେ । ସ୍ୱାସ୍ଥ୍ୟକୁ ନେଇ ଯତ୍ନବାନ ରୁହନ୍ତୁ, ଆଘାତ କିମ୍ବା ଦୁର୍ଘଟଣା ଜନିତ କିଛି ଘଟିପାରେ ।

ଧନୁ : (ଯେ, ଯୋ, ଭା, ଭୀ, ଭୂ, ଘା, ଫା, ଢା, ଭେ)

ପରିସ୍ଥିତି ଅନୁସାରେ ନିଜକୁ ବଦଳାଇବାକୁ ଚେଷ୍ଟା କରିବେ । କର୍ମକ୍ଷେତ୍ରରେ ବାଧାବିଘ୍ନ ଦେଖାଦେଲେ ମଧ୍ୟ ସାହସର ସହିତ ପରିସ୍ଥିତିକୁ ନିୟନ୍ତ୍ରଣ କରିବାରେ ବହୁତ ସଫଳ ହେବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବା ସହ କର୍ମଚାରୀମାନେ ବିଶ୍ଵସ୍ତର ସହ କାର୍ଯ୍ୟକୁ ନିର୍ଦ୍ଧାରିତ ସମୟରେ ସମ୍ପାଦନ କରିବାରେ ସମର୍ଥ ହେବେ । ଅଫିସରେ କୌଣସି ନୂଆ ଦାୟିତ୍ଵ ବହନ କରିବେ, କାର୍ଯ୍ୟର ଚାପ ଅଧିକ ରହିବ । ଏପରି କି ନିଃଶ୍ଵାସ ନେବାକୁ ମଧ୍ୟ ସମୟ ପାଇବେ ନାହିଁ । ନିଜର ମଧୁର ଭାଷା ଓ ବ୍ୟବହାର ଦ୍ଵାରା ଏହି ମାସରେ ଆପଣ ଶତ୍ରୁକୁ ମଧ୍ୟ ନିଜର କରିପାରିବେ । ସାମାଜିକ ସ୍ତରରେ ନିଜ ମାନସମ୍ମାନ ଅକ୍ଷୁର୍ଣ୍ଣ ରହିବ । ପରିବାରର ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ଅବନତି ଯୋଗୁଁ ମାନସିକ ସ୍ତରରେ ବିବ୍ରତ ହୋଇପାରନ୍ତି । ପାରିବାରିକ ଘଟଣାକୁ କେନ୍ଦ୍ର କରି ଉଭୟ ସ୍ଵାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ତର୍କବିତର୍କ ଜନିତ ବିବାଦ ଦେଖାଦେଇପାରେ ।

ମକର : (ଭୋ, ଜା, ଜୀ, ଖୀ, ଖୂ, ଖେ, ଖୋ, ଗା, ଗୀ)

ଚଳିତ ମାସରେ ଏହି ରାଶିର ବ୍ୟକ୍ତିମାନେ ରୋଜଗାରର ନୂତନ ଉତ୍ସ ଅନ୍ଵେଷଣ କରିବେ । ମାନସିକ ସ୍ତରରେ ସୁସ୍ଥ ରହିବେ । କର୍ମକ୍ଷେତ୍ରରେ ସ୍ଥଗିତ କାର୍ଯ୍ୟକୁ ସହଜରେ ସମାପ୍ତ କରିପାରିବ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ କରିବେ । କର୍ମକ୍ଷେତରେ ମାଲିକ ଏବଂ ଚାକରୀ ଉଭୟଙ୍କ ନିମନ୍ତେ ଧନ ପ୍ରାପ୍ତର ଉପଯୁକ୍ତ ସମୟ ଅଟେ । ତେଣୁ ସମୟକୁ ଅଯଥା ନଷ୍ଟ କରନ୍ତୁ ନାହିଁ । ଅଫିସ କାର୍ଯ୍ୟରେ ସିନିଅରଙ୍କ ସାହାଯ୍ୟରେ ଅଟକି ରହିଥିବା କାମ ପୁରା କରିପାରିବେ । ସାମାଜିକ କାର୍ଯ୍ୟରେ ଯୋଗ ଦେବା ପାଇଁ ମନରେ ସ୍ଵତଃ ଇଚ୍ଛା ଜାଗ୍ରତ ହେବେ । ଜୀବନ ସାଥିଙ୍କ ସହ ସମ୍ପକ ମଜବୁତ ରହିବ । ସ୍ୱାସ୍ଥ୍ୟରେ ଉନ୍ନତି ହେବ ଏବଂ ଆପଣଙ୍କୁ ଦୀର୍ଘ ଦିନ ଧରି ଚାଲି ଆସୁଥିବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ସମସ୍ୟାରୁ ମୁକ୍ତି ମିଳିବ ।

କୁମ୍ଭ : (ଗୂ, ଗେ, ଗୋ, ସା, ସୀ, ସୂ, ସେ, ସୋ, ଦା)

ଅନ୍ୟର ବିବାଦୀୟ ମାମଲାରେ ମୁଣ୍ଡ ପୁରନ୍ତୁ ନାହିଁ ଏବଂ ଅନାବଶ୍ୟକ ତର୍କବିତର୍କ କରନ୍ତୁ ନାହିଁ । ବ୍ୟବସାୟରେ ପ୍ରତିଦ୍ୱନ୍ଦିତା ହେତୁ କଠିନ ପରିଶ୍ରମ କରିବାକୁ ପଡିବ । ଅଧିନସ୍ଥ କର୍ମଚାରୀଙ୍କ ଖାମଖିଆଲ କାର୍ଯ୍ୟ ଯୋଗୁଁ ମନରେ କ୍ଷୋଭ ଭାବ ଜାତ ହେବ । ସହକର୍ମୀମାନଙ୍କ ସହିତ ବିବାଦ କରନ୍ତୁ ନାହିଁ ଅନ୍ୟଥା ଆପଣ ଅସୁବିଧାରେ ପଡ଼ିବେ । ଚାକିରୀ କରୁଥିବା ବ୍ୟକ୍ତି ବିଶେଷମାନଙ୍କ ପଦୋନ୍ନତି ହେବାର ସମ୍ଭାବନା ରହିଛି । ବ୍ୟକ୍ତିଗତ ଜୀବନର ସମସ୍ୟାର ମୁକାବିଲା ପାଇଁ ଆପଣ ଯଥାସମ୍ଭବ ଚେଷ୍ଟା କରନ୍ତୁ । ନିଜର ଆକର୍ଷଣୀୟ ବ୍ୟକ୍ତିତ୍ୱ ହେତୁ ପାରିବାରିକ ସୋମାରୋହରେ ଅନ୍ୟମାନେ ଆପଣଙ୍କ ପ୍ରତି ଆକର୍ଷିତ ହେବେ । ଦମ୍ପତ୍ୟ ଜୀବନରେ ନିଜର ଜୀବନସାଥିଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ । ମାଁଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ରହିବେ । ପୁରୁଣା ରୋଗର ପାଦୁର୍ଭାବ ବଢିପାରେ ।

ମୀନ : (ଦି, ଦୂ, ଥ, ଝ, ଞ, ଦେ, ଦୋ, ଚା, ଚି)

ଚଳିତ ମାସଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ରହିବ । ଆଶା ଓ ଆକାଂକ୍ଷା ପୂରଣ ହେବ ସହ ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାରେ କୌଣସି ଅସୁବିଧା ହେବ ନାହିଁ । କାରବାର ଭଲ ରହିବା ସହ ଆର୍ଥିକ ଦିଗରୁ ମଧ୍ୟ ଆଶ୍ଵସ୍ତି ମିଳିବ । ଚାକିରି କ୍ଷେତ୍ରରେ ଭଲ ସୁଯୋଗ ଓ ସୁବିଧା ମିଳିବାର ଯଥେଷ୍ଟ ସମ୍ଭାବନା ରହିଛି । ସାମାଜିକ ଜନହିତକର କାର୍ଯ୍ୟରେ ଯୋଗ ଦେବାର ଅବସର ମିଳିବ । କେତେକ ଈର୍ଷାପରାୟଣ ବ୍ୟକ୍ତିମାନେ ଆପଣଙ୍କ ଉନ୍ନତି ପଥରେ ଅନ୍ତରାୟ ସୃଷ୍ଟି କରିପାରନ୍ତି । ଏହି ମାସରେ ମାନସିକ ସ୍ତରରେ ବେଶ୍ ପ୍ରଖର ରହିବ । ବୈବାହିକ ଜୀବନ ଅତ୍ୟନ୍ତ ରୋମାଞ୍ଚକର ରହିବ । ପ୍ରେମ ସମ୍ବନ୍ଧରେ ଅତ୍ୟନ୍ତ ଭାଗ୍ୟଶାଳୀ ରହିବେ । ବ୍ୟବସାୟ ବାଣିଜ୍ୟରେ ମନୋବାଞ୍ଛିତ ଫଳ ମିଳିବ । ସ୍ୱାସ୍ଥ୍ୟ ଦୃଷ୍ଟିରୁ ସମ୍ୟକ ଦୁର୍ବଳ ଅନୁଭବ କରିବେ ।

Leave a Reply

Your email address will not be published. Required fields are marked *