୪୦ ବର୍ଷ ବୟସରେ ବିବାହ କଲେ ଏହି ଅଭିନେତା ! ମଣ୍ଡପରେ ପହଞ୍ଚି ବଧୂଙ୍କୁ କଲେ ଆଲିଙ୍ଗନ

ଟିଭି ଜଗତର ଜଣାଶୁଣା ଅଭିନେତା ଅନୁରାଗ ଶର୍ମା କିଛି ଦିନ ପୂର୍ବରୁ ହିଁ ନିଜର ପ୍ରେମିକା ନନ୍ଦିନୀ ଗୁପ୍ତାଙ୍କ ସହିତ ସପ୍ତପଦୀ ନେଇଛନ୍ତି । ଦୁହେଁ ପରସ୍ପରଙ୍କୁ ପାଞ୍ଚ ବର୍ଷ ଧରି ଡେଟ୍ କରୁଥିଲେ । ବିବାହର ସମସ୍ତ ରୀତିନୀତି ୩୧ ଜାନୁୟାରୀରେ ସମ୍ପନ୍ନ ହୋଇଛି । ରାଜକୀୟ ଭାବରେ ସମ୍ପନ୍ନ ହୋଇଥିବା ଏହି ବିବାହରେ ଉଭୟ ପରିବାରର ନିକଟ ସମ୍ପର୍କୀୟ ଏବଂ ବନ୍ଧୁମାନେ ଉପସ୍ଥିତ ଥିଲେ ।

ଜଣାଇଦେଉଛୁ ଯେ, ଅନୁରାଗ ବର୍ତ୍ତମାନ ପର୍ଯ୍ୟନ୍ତ କେତେଗୁଡିଏ ଟିଭି ଧାରାବାହିକ ମାନଙ୍କରେ କାମ କରି ସାରିଛନ୍ତି, ବର୍ତ୍ତମାନ ସେ ଜି ଟିଭିର ଲୋକପ୍ରିୟ ଧାରାବାହିକ କୁମ୍ କୁମ୍ ଭାଗ୍ୟରେ ନଜର ଆସୁଛନ୍ତି । ସବୁଠାରୁ ଅଧିକ ଲୋକପ୍ରିୟତା ତାଙ୍କୁ ଷ୍ଟାର ପ୍ଲସର ଧାରାବାହିକ ‘ମୋହବତେ’ରୁ ମିଳିଥିଲା, ଯେଉଁଥିରେ ସେ ପରମିତ୍ ପରମ୍ ଖୁରାନାଙ୍କ ଚରିତ୍ରରେ ଅଭିନୟ କରିଥିଲେ ।

ବିବାହରେ ଅନୁରାଗ ଶର୍ମା ଶ୍ୱେତ ରଙ୍ଗର ପୋଷାକ ପିନ୍ଧିଥିଲେ । ପଗଡ଼ି ପିନ୍ଧିଥିବା ଅନୁରାଗ ବହୁତ ସୁନ୍ଦର ଦେଖାଯାଉଥିଲେ । ନନ୍ଦିନୀ ବିଷୟରେ ଆଲୋଚନା କରିବା ତେବେ ସେ ନାଲି ରଙ୍ଗର ଘାଗରା ସହିତ ସୁନ୍ଦର ସୁନ୍ଦର ଗହଣା ସବୁ ପିନ୍ଧିଥିଲେ । ନାଲି ରଙ୍ଗର ପୋଷାକରେ ବଧୂବେଶ ଧାରଣ କରିଥିବା ନନ୍ଦିନୀ ବହୁତ ସୁନ୍ଦରୀ ଦେଖା ଯାଉଥିଲେ ।

ଅନୁରାଗ ମଣ୍ଡପରେ ପହଞ୍ଚିବା ମାତ୍ରେ ହିଁ ନନ୍ଦିନୀଙ୍କୁ ଆଲିଙ୍ଗନ କରି ନେଲେ, ଦୁଇଜଣଙ୍କ ସୁନ୍ଦର ଫୋଟୋ ଗୁଡ଼ିକ ଇଣ୍ଟରନେଟରେ ଭାଇରାଲ ହେଉଛି ଏବଂ ଏହାକୁ ଦର୍ଶକମାନେ ମଧ୍ୟ ବହୁତ ପସନ୍ଦ କରୁଛନ୍ତି ।

Be the first to comment

Leave a Reply

Your email address will not be published.


*