ଆଜିର ସବୁଠାରୁ ବଡ଼ ଖବର : ପୁଣି ଥରେ ମାଡ଼ି ଆସୁଛି ଭୟଙ୍କର ଘୁର୍ଣ୍ଣିବାତ୍ୟା ! ମାର୍ଚ୍ଚ ୨ ତାରିଖରେ ଏହି ସବୁ ଜିଲ୍ଲାମାନଙ୍କରେ ହେବାକୁ ଯାଉଛି ବର୍ଷାର ତାଣ୍ଡବ !

ପୁଣିଥରେ ଫେରି ଆସିଲା ବର୍ଷା, ପୁଣି ଏକ ଘୁର୍ଣ୍ଣି ବଳୟ ସୃଷ୍ଟି ! ମାର୍ଚ୍ଚ ୨ ତାରିଖରୁ ରାଜ୍ୟର ଅନେକ ଜିଲ୍ଲାମାନଙ୍କରେ ବର୍ଷା ହେବାର ସମ୍ଭାବନା ରହିଛି । ୪ଟି ଜିଲ୍ଲାମାନଙ୍କରେ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଚାଲନ୍ତୁ ଏହାକୁ ନେଇ ପାଣିପାଗ ବିଭାଗର କଣ ମତ ରହିଛି, ସେହି ବିଷୟରେ ଆଜି ଆମେ ସମ୍ପୂର୍ଣ୍ଣ ରୂପେ ଜାଣିବା ।

Google

ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ପାଗ ଶୁଖିଲା ରହିବ । କିନ୍ତୁ ଗୋଟିଏ, ଦୁଇଟି ସ୍ଥାନ ମାନଙ୍କରେ ଘନ କୁହୁଡ଼ି ହୋଇପାରେ । ମାର୍ଚ୍ଚ ୨ ତାରିଖରୁ ରାଜ୍ୟର ୪ଟି ଜିଲ୍ଲାରେ ପାଣିପାଗରେ ପରିବର୍ତ୍ତନ ଆସିବ । ପାଣିପାଗ ବିଭାଗର ଆକଳନରୁ ଜଣାପଡିଛି ଯେ, ଆସନ୍ତା ୨ ଓ ୩ ତାରିଖରେ କେତେକ ଜାଗାରେ ହାଲୁକା ବର୍ଷା ପଡ଼ିବାର ସମ୍ଭାବନା ରହିଛି । ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ, ଆସନ୍ତାକାଲି ଭୋର ସମୟରେ ଭଦ୍ରକ ସମେତ କେନ୍ଦ୍ରାପଡ଼ା, ଜଗତସିଂପୁର, ଅନୁଗୁଳ, କଳାହାଣ୍ଡି, କନ୍ଧମାଳ ଓ ବଲାଙ୍ଗୀର ଜିଲ୍ଲାର ଗୋଟିଏ, ଦୁଇଟି ସ୍ଥାନରେ ଘନ କୁହୁଡ଼ି ଯୋଗୁଁ ରାସ୍ତା ସ୍ପଷ୍ଟରେ ଦିଶିବ ନାହିଁ । ତେଣୁ ଗାଡ଼ି ଚାଳକମାନେ ସତର୍କତା ଅବଲମ୍ବନ କରନ୍ତୁ ଏବଂ ସାବଧାନରେ ରୁହନ୍ତୁ ।

Google

ଏହାପରେ ଦୁଇଦିନ ପାଗ ଶୁଖିଲା ରହିବ । ସର୍ବନିମ୍ନ ଓ ସର୍ବଚ୍ଚ ତାପମାତ୍ରାରେ ୧ ରୁ ୩ ଡ଼ିଗ୍ରୀ ଉପର-ତଳକୁ ହୋଇପାରେ । ମାର୍ଚ୍ଚ ୨ ତାରିଖରେ ଅପରାହ୍ନରୁ ସୁନ୍ଦରଗଡ଼, କେନ୍ଦୁଝର, ମୟୁରଭଞ୍ଜ, ଗଜପତି ଜିଲ୍ଲାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ତେବେ ଆସନ୍ତା ମାର୍ଚ୍ଚ ୧ ତାରିଖ ଅପରାହ୍ନ ସୁଦ୍ଧା ଅଧିକାଂଶ ସ୍ଥାନରେ ତାପମାତ୍ରା ୩୦ ଡ଼ିଗ୍ରୀ ଭିତରେ ରହିବ । କିନ୍ତୁ ଆଜି ତାପମାତ୍ରାରେ ବୃଦ୍ଧି ପାଇଛି, ମାଲକାନଗିରିର ସର୍ବଚ୍ଚ ତାପମାତ୍ରା ପୁଣିଥରେ ୩୫ ଡ଼ିଗ୍ରୀ ଛୁଇଁଛି । ଏହା ବ୍ୟତୀତ ପାରଳାଖେମୁଣ୍ଡି ଓ ଗୋପାଳପୁରରେ ୩୩.୧ ଡ଼ିଗ୍ରୀ, ରାୟଗଡ଼ାରେ ୩୧ ଡ଼ିଗ୍ରୀ ରହିଥିଲା । ଅଧିକାଂଶ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୧୫ ଡ଼ିଗ୍ରୀରୁ ଉପରକୁ ଚାଲିଯାଇଛି । ଏହାଥିଲା ବର୍ତ୍ତମାନର ସବୁଠାରୁ ବଡ଼ ଖବର । ମାର୍ଚ୍ଚ ୨ ରୁ ୫ ତାରିଖ ପର୍ଯ୍ୟନ୍ତ ରହିଛି ବର୍ଷା ହେବାର ପରିସ୍ଥିତି ।

Be the first to comment

Leave a Reply

Your email address will not be published.


*