ଲିଭର ସଫା ନଥିଲେ ଓ ଲିଭର କାମ ନ କରିଲେ ଅନେକ ରୋଗ ଉତ୍ପନ୍ନ ହୋଇଥାଏ । ଏହି ଘରୋଇ ଉପଚାର ଦ୍ୱାରା ନିଜ ଲିଭର ସଫା କରନ୍ତୁ ।

ଲିଭର ସଫା ନଥିଲେ ଓ ଲିଭର କାମ ନ କରିଲେ ଅନେକ ରୋଗ ଉତ୍ପନ୍ନ ହୋଇଥାଏ । ଏହି ଘରୋଇ ଉପଚାର ଦ୍ୱାରା ନିଜ ଲିଭର ସଫା କରନ୍ତୁ ।

ଲିଭର ମନୁଷ୍ୟ ଶରୀରର ଏକ ମୁଖ୍ୟ ଅଙ୍ଗ ଅଟେ । ଏହା ଆମ ଶରୀରର ଡ଼ାହାଣ ପଟେ ଥାଏ । ଶରୀରକୁ ସୁସ୍ଥରେ ରଖିବା ପାଇଁ ଲିଭରକୁ ସଫା ରଖିବା ନିହାତି ଆବଶ୍ୟକ ଅଟେ । ଲିଭର ଆମ ଶରୀରର ଅନେକ କ୍ରିୟାକୁ ନିୟନ୍ତ୍ରଣ କରିଥାଏ । ଯଦି ଲିଭର ଠିକରେ କାମ ନ କରେ ତେବେ ଶରୀରରେ ଅନେକ ପ୍ରକାରର ରୋଗ ହୋଇଥାଏ । ଲିଭର ଡ଼ାଇଜେସନ୍ ସିଷ୍ଟମକୁ ଭଲରେ ରଖିବା ଓ ମଇଳା ପଦାର୍ଥକୁ ଶରୀରରୁ ବାହାରକୁ କାଢ଼ିବାରେ ସାହାଯ୍ୟ କରିଥାଏ ।

google

ଲିଭର ଖରାପ ହେଲେ, ଫେଟି ଲିଭରର ସମସ୍ୟା ହେବ, ହେପାଟାଇଟିସ୍ ହୋଇପାରେ, ଓ ଲିଭର କ୍ୟାନ୍ସର ମଧ୍ୟ ହୋଇପାରେ । ଏହାସହିତ ଲିଭରର କାର୍ଯ୍ୟ କ୍ଷମତା ଦ୍ୱାରା ଅନ୍ୟ ଅଙ୍ଗ ମାନଙ୍କ ଉପରେ ମଧ୍ୟ ପ୍ରଭାବ ପଡ଼ିଥାଏ । ଲିଭରକୁ ଶରୀରର ଦ୍ୱିତୀୟ ମସ୍ତିଷ୍କ ମଧ୍ୟ କୁହାଯାଏ । କାରଣ ଅନେକ ସମୟରେ ଶରୀରକୁ କଣ ଆବଶ୍ୟକ ଓ କଣ ଆବଶ୍ୟକ ନୁହେଁ ଏଭଳି ବହୁତ କିଛି ସ୍ୱୟଂ ଲିଭର ନିର୍ଣ୍ଣୟ କରିଥାଏ । ତେଣୁ ଲିଭର ଭଲରେ କାମ କରିବା ନିହାତି ଆବଶ୍ୟକ । ଏଥିପାଇଁ ଲିଭର ସଫା ରହିବା ନିହାତି ଆବଶ୍ୟକ ଅଟେ । ତେବେ ଚାଲନ୍ତୁ ଆଜି ଆମେ ଏଭଳି ଏକ ଜୁସ୍ ବିଷୟରେ ଜାଣିବା ଯାହାକି ଲିଭରକୁ ସମ୍ପୂର୍ଣ୍ଣ ରୂପେ ସଫା କରିଥାଏ ।

ଲିଭର ଖରାପ ହେବାର କିଛି ଲକ୍ଷଣ –

google

ଯେତେବେଳେ ଆପଣଙ୍କ ପେଟର ଡ଼ାହାଣ ପଟେ ଭାରିପଣ ଅନୁଭବ ହୋଇଥାଏ, ପେଟ ସଫା ହୋଇନଥାଏ, ପେଟ ଫୁଲା ଲାଗିବ, ବଦହଜମି ବହୁତ ଲାଗିବ, ଖଟା ହାକୁଟି ଆସିବ, ପେଟରେ ଜ୍ବଳନ ଅନୁଭୂତି ହୋଇଥାଏ, ହାତ-ଗୋଡ଼ର ଚର୍ମର ରଙ୍ଗ ଯଦି ବଦଳିବାରେ ଲାଗିଥାଏ, ରାତିରେ ଆପଣଙ୍କ ପରିସ୍ରା ଯଦି ଗାଢା ହୁଏ ଏଭଳି ଲକ୍ଷଣ ଯଦି ଆପଣଙ୍କ ଶରୀରରେ ଦେଖିବାକୁ ପାଉଛନ୍ତି ତେବେ ଲିଭର ଚେକ୍ କରେଇନିଅନ୍ତୁ । ହୋଇପାରେ ଆପଣଙ୍କ ଲିଭର ଠିକରେ କାମ କରୁନଥିବ ।

ଜୁସ୍ ପ୍ରସ୍ତୁତି କରିବା ନିୟମ –

google

ଗୋଟିଏ ମଧ୍ୟମ ଆକାରର ଲାଉ ନିଅନ୍ତୁ ଯେଉଁଥିରୁ କି, ଗୋଟିଏ ଗ୍ଲାସ୍ ଜୁସ୍ ପ୍ରସ୍ତୁତ କରିପାରିବେ । ଗୋଟିଏ ଲାଉକୁ ନେଇ ତାହାକୁ ଛୋଟ ଛୋଟ ଖଣ୍ଡ କରି କାଟି ଦିଅନ୍ତୁ । ଏଥିରେ ଏକ ଚାମଚ ହଳଦୀ ଗୁଣ୍ଡ, ୫୦ ଗ୍ରାମ୍ ଧନିଆ ପତ୍ର, ଫାଳେ ଲେମ୍ବୁ, ଗିଲୟ ଜୁସ୍ ଓ କଳାଲୁଣ ମିଶାଇକୁ ପଡ଼ିଥାଏ । ଲାଉ ଓ ଧନିଆ ପତ୍ରକୁ ଭଲ ଭାବରେ ଗ୍ରାଇଣ୍ଡିଙ୍ଗ କରିଦିଅନ୍ତୁ । ଗୋଟିଏ ଗ୍ଲାସ୍ ଜୁସରେ ଏକ ଚାମଚ ହଳଦୀ ମିଶାନ୍ତୁ, ଏକ ଚାମଚ କଳାଲୁଣ ମିଶାନ୍ତୁ, ଏକ ଚାମଚ ଲେମ୍ବୁ ରସ ମିଶାନ୍ତୁ ଓ ପାଖାପାଖି ୩୦ ମିଳି ଗିଲୟ ରସ ମିଶାନ୍ତୁ । ଏହି ସବୁକୁ ଭଲ ଭାବରେ ମିଶାଇ ଦିଅନ୍ତୁ । ଏହାକୁ ଆପଣ ସକାଳେ ଖାଲି ପେଟରେ ସେବନ କରନ୍ତୁ । ଏହା ଲିଭରକୁ ସଫା କରିବା ସହିତ ଶରୀରର ରୋଗପ୍ରତିରୋଧକ ଶକ୍ତିକୁ ମଧ୍ୟ ବଢ଼ାଇ ଥାଏ । ଏହି ଜୁସକୁ ଆପଣ ଦୁଇ ଠାରୁ ତିନି ଦିନ ପିଅନ୍ତୁ । ଏଭଳି ଆପଣ ପୁଣି ଛଅ ମାସ ହେଲେ ପିଅନ୍ତୁ । ( ଗୋଟିଏ କଥାକୁ ମନେ ରଖିବେ, ଏହି ଜୁସ୍ ପିଇଁବା ଦୁଇଦିନ ପୂର୍ବରୁ ଆପଣ ହାଲୁକା ଭୋଜନ କରିବେ ଓ ଜୁସ୍ ଅଧିକ ମାତ୍ରାରେ ପିଅନ୍ତୁ, ପାଣି ଅଧିକ ମାତ୍ରାରେ ପିଅନ୍ତୁ, ସବୁଜ ପନିପରିବା ଅଧିକ ଖାଆନ୍ତୁ ଓ ଅଧିକ ତେଲ ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । )

Leave a Reply

Your email address will not be published. Required fields are marked *