ମନୋଜ ବାଜପେୟୀଙ୍କ ଖୁଲାସା: ଆତ୍ମହତ୍ୟାର ଖୁବ୍ ନିକଟରେ ଥିଲି ! ନିର୍ଦ୍ଦେଶକ ଚିରି ଦେଇଥିଲେ ମୋ ଫଟୋ ଓ ପରେ…..

ମନୋଜ ବାଜପେୟୀଙ୍କ ଖୁଲାସା: ଆତ୍ମହତ୍ୟାର ଖୁବ୍ ନିକଟରେ ଥିଲି ! ନିର୍ଦ୍ଦେଶକ ଚିରି ଦେଇଥିଲେ ମୋ ଫଟୋ ଓ ପରେ…..

ସୁଶାନ୍ତ ସିଂହ ରାଜପୁତଙ୍କ ଆତ୍ମହତ୍ୟା ମାମଲା ପରେ ସୋସିଆଲ୍ ମିଡ଼ିଆରେ ମାନସିକ ଚାପକୁ ନେଇ କଳହ ଲାଗି ରହିଛି । ଏମିତିରେ ସମସ୍ତେ ନିଜର “ଆତ୍ମହତ୍ୟାର ଭାବନା” ଆସିବା ଘଟଣା ବ୍ୟକ୍ତ କରୁଛନ୍ତି । ଏଥି ମଧ୍ୟରେ ବଲିଉଡ଼ର ଜଣେ ଉତ୍ତମ ଅଭିନେତା ମନୋଜ ବାଜପେୟୀ ମଧ୍ୟ ନିଜ ଅନୁଭବ ବ୍ୟକ୍ତ କରି କହିଛନ୍ତି ଯେ, କିପରି କାମ ନମିଳିବାରୁ ତାଙ୍କୁ ମଧ୍ୟ ଆତ୍ମହତ୍ୟା କରିବାର ଚିନ୍ତା ଆସୁଥିଲା । ଇଣ୍ଡଷ୍ଟ୍ରିରେ ତାଙ୍କୁ ଅନେକ କଥା ଶୁଣିବାକୁ ମିଳୁଥିଲା ଯେ, ତାଙ୍କ ଚେହେରା ହିରୋ ଭଳି ଦେଖାଯାଏ ନାହିଁ ।

ପିଲାଟିଦିନରୁ ହେବାପାଇଁ ଚାହୁଁଥିଲେ ଅଭିନେତା

Google

ବାସ୍ତବରେ ମନୋଜ ବାଜପେୟୀ ଏକ ଇଣ୍ଟରଭିୟୁ ଦେଇଥିଲେ ଯେଉଁଥିରେ ସେ ନିଜ ସଂଘର୍ଷ ଦିନ ଗୁଡ଼ିକ ସ୍ମରଣ କରିଛନ୍ତି ଏବଂ କହିଛନ୍ତି ଯେ, ସେହି ସମୟରେ ତାଙ୍କ ମନରେ ମଧ୍ୟ ଆତ୍ମହତ୍ୟା କରିବା ଭଳି ଚିନ୍ତା ଆସିଥିଲା । ମନୋଜ ଏହା ମଧ୍ୟ କହିଛନ୍ତି ଯେ, ସେ ଯେତେବେଳେ ୯ବର୍ଷ ବୟସ୍କ ଥିଲେ ତେବେ ଠାରୁ ତାଙ୍କୁ ଅଭିନେତା ହେବା ଇଚ୍ଛା ଥିଲା । ସେ ବିହାରର ଏକ ଛୋଟ ଗାଁରେ ଜନ୍ମଗ୍ରହଣ କରିଥିଲେ । କୁଟିଆରେ ନିର୍ମିତ ଏକ ବିଦ୍ୟାଳୟକୁ ଯାଉଥିଲେ । ଯେବେବି ସେ ସହରକୁ ଯାଉଥିଲେ ତେବେ ସେ ଥିଏଟର୍ ନିଶ୍ଚିତ ଭାବରେ ଯାଉଥିଲେ । ତାଙ୍କୁ ଅମିତାଭ ବଚ୍ଚନଙ୍କ ଚଳଚ୍ଚିତ୍ର ଦେଖିବା ବହୁତ ପସନ୍ଦ ଥିଲା । ସେହି ସମୟରୁ ସେ ଅଭିନେତା ହେବା ସ୍ୱପ୍ନ ଦେଖିବା ଆରମ୍ଭ କରିଦେଇଥିଲେ ।

ଆତ୍ମହତ୍ୟା କରିବାକୁ ଯାଉଥିଲେ

Google

ଦିଲ୍ଲୀରେ ରହି ଥିଏଟର୍ କରୁଥିବା ମନୋଜ ବାଜପେୟୀଙ୍କୁ ଦେଶର ପ୍ରସିଦ୍ଧ ଅଭିନୟ ବିଦ୍ୟାଳୟ ‘ନେସନାଲ ସ୍କୁଲ ଅଫ ଡ୍ରାମା’ରେ ଦାଖଲ ହେବା ପାଇଁ ସୁଯୋଗ ମିଳିନଥିଲା । ସେ ତିନିଥର ନାପସନ୍ଦ ହୋଇଥିଲେ । ସେ କୁହନ୍ତି ଯେ- “ମୁଁ ଆତ୍ମହତ୍ୟା କରିବା ଖୁବ୍ ନିକଟରେ ଥିଲି, ମୋ ମନରେ ମଧ୍ୟ ଏହି ଚିନ୍ତା ଆସିଥିଲା । ତେଣୁ ମୋ ବନ୍ଧୁମାନେ ମୋ ସାଥିରେ ଶୋଉଥିଲେ । ସେମାନେ ମୋତେ କେବେମଧ୍ୟ ଏକୁଟିଆ ଛାଡୁ ନଥିଲେ । ସେମାନେ ମୋତେ ଆଗକୁ ବଢିବା ପାଇଁ ପ୍ରେରିତ କରିଥିଲେ । ସେହି ବର୍ଷ ମୁଁ ଏକ ଚା ଦୋକାନରେ ଥିଲି, ସେତେବେଳେ ତିଗମାଂଶୁ ନିଜ ସ୍କୁଟର ଧରି ମୋତେ ଖୋଜିବା ପାଇଁ ଆସିଲେ । ବାସ୍ତବରେ, ଶେଖର କପୂର ମୋତେ ‘ବେଣ୍ଡିଟ କୁଇନ’ ଚଳଚ୍ଚିତ୍ରରେ କାଷ୍ଟ କରିବା ପାଇଁ ଚାହୁଁଥିଲେ । ସେତେବେଳେ ମୋତେ ଲାଗିଲା ଯେ, ବର୍ତ୍ତମାନ ସମୟ ଆସିଯାଇଛି ଓ ମୁଁ ମୁମ୍ବାଇକୁ ଚାଲି ଆସିଲି ।”

ପ୍ରଥମ ଶଟ୍ ରୁ କାଢିଦିଆଯାଇଥିଲା

Google

ମୁମ୍ବାଇକୁ ଆସିବା ପରେ ମନୋଜ ଅନ୍ୟ ପାଞ୍ଚଟି ଲୋକଙ୍କ ସହିତ ଗୋଟିଏ ଘରେ ରହୁଥିଲେ । ସେ ସେହି ସମୟରେ ନିଜ ପାଇଁ କାମ ଖୋଜୁଥିଲେ କିନ୍ତୁ ତାଙ୍କୁ କୌଣସି ରୋଲ୍ ମିଳୁ ନଥିଲା । ନିଜ ସଂଘର୍ଷ ଦିନ ଆରମ୍ଭ ବିଷୟରେ ସେ କୁହନ୍ତି ଯେ, “ଥରେ ସହ-ନିର୍ଦ୍ଦେଶକ ମୋର ଫଟୋ ଚିରି ଦେଇଥିଲେ । ଏମିତିରେ ୪ଟି ପ୍ରୋଜେକ୍ଟ ଗୋଟିଏ ଦିନରେ ମୋ ହାତରୁ ଚାଲି ଯାଇଥିଲା । ପ୍ରଥମ ଶଟ୍ ପରେ ମୋତେ କୁହାଗଲା, ‘ଚାଲି ଯାଆନ୍ତୁ’ । ମୋ ଚେହେରା ଏକ ହିରୋ ଭଳି ନଥିଲା, ସେମାନଙ୍କୁ ଲାଗୁଥିଲା ଯେ, ମୁଁ କେବେହେଲେ ବଡ଼ ପରଦା ପର୍ଯ୍ୟନ୍ତ ପହଞ୍ଚି ପାରିବି ନାହିଁ । ସେହି ସମୟରେ ମୋ ପାଖରେ ଘରଭଡା ଦେବା ପାଇଁ ମଧ୍ୟ ଟଙ୍କା ନଥିଲା । ଏମିତିକି, ବଡ଼ା ପାଓ ମୂଲ୍ୟ ମଧ୍ୟ ମୋତେ ଅଧିକ ଲାଗୁଥିଲା । କିନ୍ତୁ ମୋ ପେଟର ଭୋକ ମୋ ସଫଳତାର ଭୋକକୁ ଶେଷ କରି ପାରିଲା ନାହିଁ ।”

Google

ଚାରି ବର୍ଷର ସଂଘର୍ଷ ପରେ ମନୋଜଙ୍କୁ ମହେଶ ଭଟ୍ଟଙ୍କ ଟିଭି ସିରିଏଲ ‘ସ୍ୱାଭିମାନ’ରେ ଅଭିନୟ କରିବା ପାଇଁ ଏକ ଭୂମିକା ଦିଆଯାଇଥିଲା । ମନୋଜ କୁହନ୍ତି ଯେ, “ମୋତେ ସବୁ ଏପିସୋଡ୍ ପାଇଁ ୧୫୦୦ଟଙ୍କା ମିଳୁଥିଲା । ଏହା ମୋର ପ୍ରଥମ ସ୍ଥାଇ ରୋଜଗାର ଥିଲା । ପରେ ମୋ କାମକୁ ନୋଟିସ୍ କରାଗଲା ଓ ମୋତେ ମୋ ଜୀବନର ପ୍ରଥମ ଚଳଚ୍ଚିତ୍ର ‘ସତ୍ୟା’ ମିଳିଥିଲା” । ଏହାପରେ ମନୋଜ କେବେମଧ୍ୟ ପଛକୁ ଚାହିଁ ଦେଖିଲେ ନାହିଁ ଏବଂ ଗୋଟିଏ ପରେ ଗୋଟିଏ ଚଳଚ୍ଚିତ୍ର କରି ସଫଳତାର ପାହାଚ ଚଢ଼ିବାକୁ ଲାଗିଲେ ।

Leave a Reply

Your email address will not be published. Required fields are marked *