ବିବାହ ପୂର୍ବରୁ କରୋନା ଟେଷ୍ଟ କରିବା ଅନିବାର୍ଯ୍ୟ ! ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ବିବାହ ଆୟୋଜନ ନିମନ୍ତେ ମିଳିବ ଅନୁମତି !

ବିବାହ ପୂର୍ବରୁ କରୋନା ଟେଷ୍ଟ କରିବା ଅନିବାର୍ଯ୍ୟ ! ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଲେ ବିବାହ ଆୟୋଜନ ନିମନ୍ତେ ମିଳିବ ଅନୁମତି !

ଦେଶରେ କରୋନା ମହାମାରୀ ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସ୍ତର ହେଉ ଅବା କେନ୍ଦ୍ର ସ୍ତରରେ ଭିନ୍ନ ଉପାୟମାନ ଅବଲମ୍ବନ କରାଯାଉଛି । ଏଭଳି ପରିସ୍ଥିତିରେ ଅନେକ ରାଜ୍ୟ ଲକ୍ଡ଼ାଉନ୍ ସ୍ଥିତି ମଧ୍ୟ ବଳବତ୍ତର ରହିଛି । ସାଧାରଣ ନାଗରିକମାନେ କୌଣସି ମାଙ୍ଗଳିକ କାର୍ଯ୍ୟ, ଧାର୍ମିକ କାର୍ଯ୍ୟ ଏପରିକି ବିବାହ ସମାରୋହରେ ଭିଡ଼ ନ କରିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ତରଫରୁ ଅନେକ ଦୃଢ ପଦକ୍ଷେପ ନିଆଯାଇଛି । ଦିଲ୍ଲୀ ସମେତ ଅନେକ ରାଜ୍ୟ ବିବାହ ଉତ୍ସବରେ ଯୋଗ ଦେଇଥିବା ଅତିଥିଙ୍କ ସଂଖ୍ୟାକୁ ସୀମିତ ରଖିଛନ୍ତି । ଏପରିକି କେତେକ ରାଜ୍ୟରେ ବିବାହ ପରି ମାଙ୍ଗଳିକ କାର୍ଯ୍ୟକୁ ସଂପୂର୍ଣ୍ଣ ରୂପେ ନିଷେଧ କରାଯାଇଛି ।

କିନ୍ତୁ ଓଡିଶାର ଗଞ୍ଜାମ ଜିଲ୍ଲାରେ ବିବାହ କାର୍ଯ୍ୟ କରିବା ପାଇଁ ସ୍ଥାନୀୟ ପ୍ରସାଶନ ନୂଆ ନିୟମ ଜାରି କରିଛନ୍ତି । ଜିଲ୍ଲାରେ ଏଣିକି ବିବାହ ଆୟୋଜନ କଲେ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ କରିବା ଅନିର୍ବାର୍ଯ୍ୟ ଅଟେ । ଏହାସହ ଆହୁରି ମଧ୍ୟ କୁହାଯାଇଛି ଯେ, କରୋନା ଟେଷ୍ଟ ନେଗେଟିଭ ଆସିଲେ ବିବାହ କାର୍ଯ୍ୟ ଆୟୋଜନ ନିମନ୍ତେ ଅନୁମନ୍ତି ମିଳିବ ନଚେତ ନାହିଁ । କରୋନା ସଂକ୍ରମଣ ବଢୁଥିବାରୁ କଟକଣା ଭିତରେ ବିବାହ କାର୍ଯ୍ୟକ୍ରମ ଆୟୋଜନ ପାଇଁ ସରକାର ଅନୁମତି ଦେଇଛନ୍ତି ।

ଅପରପକ୍ଷରେ ବିବାହରେ ସର୍ବାଧିକ ୫୦ ଜଣ ସାମିଲ ହୋଇପାରିବେ ବୋଲି ଅନୁମତି କେନ୍ଦ୍ର ସରକାର ଦେଇଛି । କିନ୍ତୁ ଗଞ୍ଜାମ ଜିଲ୍ଲା ପ୍ରଶାସନ କରୋନାର ଭୟାବହତାକୁ ରୋକିବା ପାଇଁ ଅଧିକ ସତର୍କ ହୋଇଛନ୍ତି ।

ବିବାହ ଆୟୋଜନ କରୁଥିବା ପରିବାର ସଦସ୍ୟଙ୍କ ଆଣ୍ଟିଜେନ ଟେଷ୍ଟ କରିବା ସହ ପଜିଟିଭ ଚିହ୍ନଟ ହେଲେ ବିବାହ ଆୟୋଜନ ପାଇଁ ଅନୁମତି ମିଳିବ ନାହିଁ ବୋଲି କହିଛନ୍ତି ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ଏନେଇ ଜିଲ୍ଲାପାଳମାନଙ୍କୁ ଜଣାଇ ଦିଆଯାଇଛି । ସେହିପରି ବିବାହ ବେଳେ କୋଭିଡ ଗାଇଡ୍ଲାଇନକୁ ଉଲ୍ଲଂଘନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ସ୍ଥାନୀୟ ପ୍ରସାଶନ ସର୍ବସାଧାରଣଙ୍କୁ ଅବଗତ କରାଇ ଦେଇଛି ।

ବି.ଦ୍ର : କରୋନାର ଭୟାବହତା ମଧ୍ୟରେ ନିଜକୁ ସୁରକ୍ଷିତ ରଖନ୍ତୁ । ସର୍ବଦା ମାସ୍କ ପରିଧାନ କରନ୍ତୁ ଓ ସରକାରଙ୍କ ଦ୍ଵାରା ଜାରି ହୋଇଥିବା ଗଇଡ୍ଲାଇନକୁ ଅବଲମ୍ବନ କରନ୍ତୁ । ଆମେ ବଞ୍ଚିଲେ ଆମ ପରିବାର ବଞ୍ଚିବ ।

Leave a Reply

Your email address will not be published. Required fields are marked *