‘ଇଣ୍ଡିଆନ୍ ଆଇଡଲ୍ ୧୨’ରେ ବର୍ତ୍ତମାନ ଦେଖାଯିବନାହିଁ ସ୍ୱରର ମଲ୍ଲିକା ନେହା କକ୍କଡ଼ ! ଜାଣନ୍ତୁ କଣ ଅଟେ ନଜର ନ ଆସିବାର କାରଣ…

‘ଇଣ୍ଡିଆନ୍ ଆଇଡଲ୍ ୧୨’ରେ ବର୍ତ୍ତମାନ ଦେଖାଯିବନାହିଁ ସ୍ୱରର ମଲ୍ଲିକା ନେହା କକ୍କଡ଼ ! ଜାଣନ୍ତୁ କଣ ଅଟେ ନଜର ନ ଆସିବାର କାରଣ…

ଭାରତରେ ଓ ବିଶ୍ୱର କିଛି ଦେଶରେ କରୋନା ଭାଇରସ୍ ଅଣାୟତ୍ତ ହୋଇସାରିଛି । ଭାରତରେ କରୋନାର ଦ୍ୱିତୀୟ ଲହରୀରୁ ବ୍ୟବସ୍ଥା ଅସ୍ତବ୍ୟସ୍ତ ହୋଇଯାଇଛି । ଲକ୍ଷ ଲକ୍ଷ ଲୋକଙ୍କ ଜୀବନ ଯିବା ଫଳରେ ଲକ୍ଷ ଲକ୍ଷ ଶୋ’ ଓ ପ୍ରୋଜେକ୍ଟକୁ ବନ୍ଦ କରି ଦିଆଯାଇଛି । ଜଣାଇଦେଉଛୁ ଯେ ମହାରାଷ୍ଟ୍ର ସମେତ ମୁମ୍ବାଇରେ ୧-ମେ ସକାଳ ପର୍ଯ୍ୟନ୍ତ କଠୋର ପ୍ରତିବନ୍ଧକ ଲଗାଯାଇଛି । ଯେପରିକି ଆମେ ଜାଣୁ ଯେ ଟିଭିରୁ ଆରମ୍ଭ କରି ଚଳଚ୍ଚିତ୍ର ଜଗତର ଶୁଟିଂ ମୁମ୍ବାଇରେ କରାଯାଏ । କିନ୍ତୁ କୋଭିଡ-୧୯ ପ୍ରୋଟୋକଲ୍ କାରଣରୁ ଶୋ’ର ଶୁଟିଂକୁ ମଧ୍ୟ ଅଟକାଇ ଦିଆଯାଇଛି । ଏମିତିରେ କିଛି ଧାରାବାହିକର ଶୁଟିଂ ମୁମ୍ବାଇ ବାହାରେ କରାଯାଉଛି । ଆଜି ଆମେ ଟିଭିର ପ୍ରସିଦ୍ଧ ଶୋ ‘ଇଣ୍ଡିଆନ୍ ଆଇଡ଼ଲ୍ ୧୨’ ବିଷୟରେ ଏକ ଖବର ଆପଣଙ୍କ ପର୍ଯ୍ୟନ୍ତ ପହଞ୍ଚାଇବାକୁ ଚାହୁଁଛୁ । ଜଣାଇଦେଉଛୁ ଯେ ଶୋ’ର ଜର୍ଜ ନେହା କକ୍କଡ଼ ଆଗାମୀ ଏପିସୋଡ଼ରୁ ଦୂରେଇ ରହିବେ । ଆସନ୍ତୁ ଜାଣିବା କାହିଁକି ।

ବାସ୍ତବରେ ‘ଇଣ୍ଡିଆନ୍ ଆଇଡ଼ଲ୍ ୧୨’ର ଜର୍ଜ ଗାୟିକା ନେହା କକ୍କଡ଼ ଏହି ଧାରାବାହିକରେ ନିଜର ଆଗାମୀ ଏପିଶୋଡ଼ରେ ନଜର ଆସିବେ ନାହିଁ କାରଣ ନେହା ସେହି ଏପିସୋଡ଼ର ଶୁଟିଂ କରି ନାହାଁନ୍ତି, ଯାହା ଚଳିତ ସପ୍ତାହରେ ପ୍ରସାରିତ ହେବ । କୁହାଯାଉଛି ଯେ ଯେଉଁ ଦିନ ଏହି ଏପିସୋଡଡ୍ ସୁଟ୍ କରାଯାଇଥିଲା, ସେହି ଦିନ ଗାୟିକା ନେହା କକ୍କଡ଼ଙ୍କ କିଛି ଜରୁରୀ କାର୍ଯ୍ୟ ଥିଲା, ଯାହା ଫଳରେ ସେ ଶୋ’ର ସୁଟ୍ କରିପାରିଲେ ନାହିଁ । କୋଭିଡ୍-୧୯ ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଶୁଟିଂ କୁ ସ୍ଥଗିତ କରିଦିଆଯାଇଛି । ଇଣ୍ଡିଆନ୍ ଆଇଡ଼ଲ୍ ୧୩ ଏପ୍ରିଲକୁ ନିଜର ଶେଷ ଏପିସୋଡଡ୍ ସୁଟ୍ କରିଥିଲେ । ପ୍ରଡକ୍ସନ୍ ପାଖରେ ମାତ୍ର ଦୁଇଟି ନୂତନ ଏପିସୋଡ୍ ରହିଛି, ଏମିତିରେ ଏହା ସମ୍ଭବ ଯେ ପୁଣିଥରେ ଏହି ଏପିଶୋଡଡ୍ ପ୍ରସାରିତ କରାଯିବ ।

ଯଦିଓ ନେହା ଆଗାମୀ ଏପିସୋଡ଼ରେ ନଜର ଆସିବେ ନାହିଁ କିନ୍ତୁ ଏହି ଏପିସୋଡ଼ରେ ପ୍ରସିଦ୍ଧ ଅଭିନେତ୍ରୀ ଜୟା ପ୍ରଦା ନଜର ଆସିବାକୁ ଯାଉଛନ୍ତି । ଦର୍ଶକମାନେ ଜର୍ଜ ବିଶାଳ ଦଦଲାନୀ ଓ ହୀମେଶ୍ ରେଶମିଆଙ୍କ ସହିତ ବିକେଣ୍ଡ ସ୍ପେଶାଲ୍ ଗେଷ୍ଟ ଜୟା ପ୍ରଦାଙ୍କ ସହିତ ଏହି ଶୋ’ର ମଜା ଉଠାଇ ପାରିବେ । ଜଣାଇଦେଉଛୁ ଯେ ନିକଟରେ ନେହା କକ୍କଡ଼ ଇଣ୍ଡିଆନ୍ ଆଇଡ଼ଲ୍ ସେଟରୁ ନିଜର ‘ଲୁକ୍’ର ଫୋଟ ଇଂଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ଏହି ଫୋଟ ଗୁଡ଼ିକରେ ନେହା ନୀଳ ରଙ୍ଗର ଶାଢ଼ୀରେ ସୁନ୍ଦର ଦେଖାଯାଉଛନ୍ତି । ଫୋଟ ସହିତ ନେହା କେପ୍ସନରେ ଲେଖିଛନ୍ତି-‘ଇଣ୍ଡିଆନ୍ ଆଇଡ଼ଲ୍’ରୁ ମୋତେ ବହୁତ ଭଲପାଇବା ଅଛି । ଶାଢ଼ୀ କିପରି ଲାଗେ ମୋ ଉପରେ ?’

ସେପଟେ ଆଗାମୀ ବିକେଣ୍ଡ ଏପିସୋଡ଼ରେ ଜୟା ପ୍ରଦାଙ୍କୁ ଆପଣମାନେ ଦେଖିବେ ଓ ଗାୟକଙ୍କୁ ପ୍ରେରିତ କରୁଥିବାର ନଜର ଆସିବେ । ଏହି ସମୟରେ ପ୍ରତିଯୋଗୀ ଜୟା ପ୍ରଦାଙ୍କ ଚଳଚ୍ଚିତ୍ରରୁ ହିଟ୍ ଗୀତ ଗୁଡ଼ିକ ଗାଉଥିବାର ନଜର ଆସିବେ । ଶୋ’ରେ ପ୍ରତିଯୋଗୀ, ହୋଷ୍ଟ ଜୟ ଭାନୁଶାଳୀ, ଜଜେସ୍ ବିଶାଳ ଦଦଲାନୀ ଏବଂ ହୀମେଶ୍ ରେଶମିଆ ବଲିଉଡ଼ର ଦିଗଜ୍ଜ ଅଭିନେତ୍ରୀ ଜୟାଙ୍କ ସହିତ ବହୁତ ଭଲ ସମୟ ଅତିବାହିତ କରିବେ ।

Leave a Reply

Your email address will not be published. Required fields are marked *