ସ୍ୱାମୀ ‘ଅରବାଜ୍ ଖାନ୍’ଙ୍କ ଠାରୁ ଛାଡପତ୍ର ପରେ ବାନ୍ଦ୍ରାସ୍ଥିତ ଏହି ବିଳାସପୂର୍ଣ୍ଣ ବାସଭବନରେ ରହୁଛନ୍ତି ମଲାଇକା ଆରୋରା !

ସ୍ୱାମୀ ‘ଅରବାଜ୍ ଖାନ୍’ଙ୍କ ଠାରୁ ଛାଡପତ୍ର ପରେ ବାନ୍ଦ୍ରାସ୍ଥିତ ଏହି ବିଳାସପୂର୍ଣ୍ଣ ବାସଭବନରେ ରହୁଛନ୍ତି ମଲାଇକା ଆରୋରା !

‘ଅରବାଜ୍ ଖାନ୍’ଙ୍କ ସହିତ ଛାଡପତ୍ର ଏବଂ ଅର୍ଜୁନ୍ କପୂରଙ୍କ ସହିତ ସମ୍ପର୍କକୁ ନେଇ ମଲାଇକା ଆରୋରା ଚର୍ଚ୍ଚାର ବିଷୟ ପାଲଟିଥାନ୍ତି । ମଲାଇକା ଆରୋରାଙ୍କୁ ଛାଡପତ୍ର ଦେଇ ସାରିଥିବା ଅରବାଜ୍ ଖାନ୍ ବର୍ତ୍ତମାନ ତାଙ୍କ ନୂଆ ବାନ୍ଧବୀ ଜିୟୋର୍ଜିଆ ଅନ୍ଦରାନୀଙ୍କ ସହିତ ଖୁଲମ୍ ଖୁଲା ବୁଲୁଥିବାର ନଜର ଆସିଛନ୍ତି । ଅପରପକ୍ଷରେ, ମଲାଇକା ଆରୋରା ବର୍ତ୍ତମାନ ନିଜ ଠାରୁ ୧୨ ବର୍ଷ ସାନ ଅର୍ଜୁନ୍ କପୂରଙ୍କ ସହିତ ସମ୍ପର୍କକୁ ଆନୁଷ୍ଠାନିକ ଭାବରେ ସ୍ୱୀକାର କରି ସାରିଛନ୍ତି । ଲକଡାଉନ୍ ସମୟରେ ମଲାଇକା ଅର୍ଜୁନ୍ କପୂରଙ୍କ ସହିତ ଥିଲେ ଦୁହେଁ ‘ଲିଭ୍-ଇନ୍’ରେ ରହୁଛନ୍ତି ବୋଲି ସର୍ବସାଧାରଣରେ ଚର୍ଚ୍ଚା ଜୋର୍ ଜାର୍ ଚାଲିଛି । ଆଗାମୀ ଦିନରେ ଉଭୟଙ୍କୁ ଏକାଠି ଦେଖିବାକୁ ମିଳିବ ଵୋଲି ଆଶା କରାଯାଉଛି ।

୪୭ ବର୍ଷୀୟ ମଲାଇକା ୧୯୭୩ ମସିହା ଅକ୍ଟୋବର୍ ମାସ ୨୩ ତାରିଖରେ ମୁମ୍ବାଇର ଚୈମ୍ବୁର୍ ଅଞ୍ଚଳରେ ଜନ୍ମଗ୍ରହଣ କରିଥିଲେ ।

ତାଙ୍କ ମାତା ଜୋୟସ୍ ପାଲୀକାର୍ପ କେରଳର ଏକ ଖ୍ରୀଷ୍ଟିଆନ୍ ପରିବାରରୁ ଆସିଥିବା ବେଳେ ପିତା ଅନିଲ୍ ଆରୋରା ଜଣେ ପଞ୍ଜାବୀ ଅଟନ୍ତି । ମଲାଇକା ପ୍ରଥମେ ମଡେଲିଂ ଏବଂ ବିଜ୍ଞାପନ ସହିତ ନିଜ କ୍ୟାରିୟର୍ ଆରମ୍ଭ କରିଥିଲେ ଏବଂ ଏହାପରେ ଚଳଚ୍ଚିତ୍ର ଦୁନିଆରେ ପାଦ ଦେଇଥିଲେ ।

“ଦିଲ୍ ସେ” ଚଳଚ୍ଚିତ୍ରର ଗୀତ “ଚଲ୍ ଛଇୟା ଛଇୟା” ହେତୁ ସେ ବହୁ ଲୋକପ୍ରିୟତା ହାସଲ କରି ପାରିଥିଲେ ଏବଂ ତାଙ୍କୁ ଛଇୟା ଛଇୟା ଗାର୍ଲ ବୋଲି ମଧ୍ୟ କୁହା ଯାଉଥିଲା । ଜଣେ ଅଭିନେତ୍ରୀଙ୍କ ଅପେକ୍ଷା ମଲାଇକା ଜଣେ ଆଇଟମ୍ ଗାର୍ଲ ଭାବରେ ଅଧିକ ପରିଚିତ ଅଟନ୍ତି ।

ଅନେକ ପ୍ରସିଦ୍ଧ ଗୀତ ତଥା ‘ଅନାରକଲୀ ଡିସ୍କୋ ଚଲୀ’, ‘ମୁନ୍ନୀ ବଦନାମ୍ ହୁଈ’ ଏବଂ ‘ହୋଠ ରସିଲେ’ରେ ସେ ବହୁତ ଦମଦାର୍ ଭାବରେ ନିଜର ନୃତ୍ୟ ପରିବେଷଣ କରିଥିଲେ ଏବଂ ନିଜ ଚାହାଣୀରେ ସିନେ ପରଦାକୁ ଚମକାଇ ଥିଲେ । ବର୍ତ୍ତମାନ ସମୟରେ ମଲାଇକା ଚଳଚ୍ଚିତ୍ରରେ କମ ଆସୁଥିବା ବେଳେ ରିୟାଲିଟି ଶୋ’ ମାନଙ୍କରେ ଅଧିକ ନଜର ଆସୁଛନ୍ତି ।

ସ୍ୱାମୀ ‘ଅରବାଜ୍ ଖାନ୍’ଙ୍କ ଠାରୁ ଅଲଗା ହେବାପରେ ମଲାଇକା ମୁମ୍ବାଇର ବାନ୍ଦ୍ରା ଅଞ୍ଚଳର ଏକ ବହୁ ବଡ଼ ମହଲା ବିଶିଷ୍ଟ କୋଠାରେ ରହୁଛନ୍ତି । କୁହାଯାଉଛି କି ଛାଡପତ୍ର ପରେ ଅରବାଜ୍ ତାଙ୍କୁ ରାଶି ଭାବରେ ମୋଟା ଅଙ୍କର ଟଙ୍କା ଦେଇଥିଲେ ।

ସେହି ରାଶିରେ ସେ ନିଜ ପାଇଁ ଏକ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ କିଣିଛନ୍ତି । ସେ ନିଜ ଘରର ସୁନ୍ଦର ଫୋଟ ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି । ଦୀପାବଳି ଅବସରରେ ମଲାଇକା ତାଙ୍କ ଘରକୁ ପାରମ୍ପାରିକ ଢଙ୍ଗରେ ସଜାଇଥିଲେ ।

ଦୀପାବଳି ଅବସରରେ ମଲାଇକା ସାଙ୍ଗ ମାନଙ୍କୁ ପାର୍ଟି ମଧ୍ୟ ଦିଅନ୍ତି, ଦୀପାବଳିର ଦୁଇ-ଚାରି ଦିନ ପୂର୍ବରୁ ତାଙ୍କ ଘର ସାଜସଜ୍ଜା ବୃଦ୍ଧି କରାଯାଇଥାଏ ।

ରଙ୍ଗୋଲି ଏବଂ ଫୁଲ ସାହାଯ୍ୟରେ ନିଜ ଘରର ସୌନ୍ଦର୍ଯ୍ୟଜୁ ଦ୍ଵିଗୁଣିତ କରିଥାନ୍ତି । ତାଙ୍କ ଘରର ସାଜସଜ୍ଜା ପାଇଁ ଗେଣ୍ଡୁ ଫୁଲ ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ଅଟେ ।

ମଲାଇକା ଙ୍କ ଘରର ଥିମ ସମ୍ପୁର୍ଣ୍ଣ ଭାବେ ଧଳା ଅଟେ। ଘରର ପରଦା ଏବଂ ଆସବାବପତ୍ର ମଧ୍ୟ ଧଳା ରଙ୍ଗର ଅଟେ। ଘରକୁ ସବୁଜମୟ କରିବାରେ ମଧ୍ୟ ବିଶେଷ ଧ୍ୟାନ ଦିଆଯାଇଛି। ଘର ମଧ୍ୟରେ ଅନେକ ଗୁଡିଏ ଗଛ କୁ ମଧ୍ୟ ସେ ସ୍ଥାନ ଦେଇଛନ୍ତି ।

ଏଥିସହିତ ବାଲକୋନୀରେ ମଧ୍ୟ ମଲାଇକା ଗଛ ଲଗାଇଛନ୍ତି । ଘରର ଚତୁ୍ପାର୍ଶ୍ଵରେ ଲମ୍ବା ଚଉଡା ବାଲକୋନି ଅଛି । ଏହି କାରଣ ହେତୁ ତାଙ୍କ ଘର ବହୁତ ପବନଯୁକ୍ତ ଏବଂ ଉଜ୍ଜ୍ୱଲମୟ ଅଟେ । ମଲାଇକା ଜଣେ ପଶୁ ପ୍ରେମୀ ମଣିଷ ଅଟନ୍ତି ।

ସେ ନିଜ କୁକୁରର ଫୋଟ ସୋସିଆଲ୍ ମିଡିଆରେ ସେୟାର୍ କରିଥାନ୍ତି । ତାଙ୍କର ଅଧିକାଂଶ ଫୋଟରେ ତାଙ୍କ ପୋଷା କୁକୁର ନଜର ଆସିଥାଏ ।

ତେବେ ‘ଅରବାଜ୍ ଖାନ୍’ଙ୍କ ସହିତ ଛାଡପତ୍ର ପରେ ମଲାଇକା ତାଙ୍କ ଜୀବନରେ ବହୁତ ଆଗକୁ ବଢି ସାରିଛନ୍ତି । ନିଜ ଠାରୁ ୧୨ ବର୍ଷ ସାନ ଅର୍ଜୁନ୍ କପୂରଙ୍କ ସହିତ ତାଙ୍କର ସମ୍ପର୍କ ବହୁତ ଭଲରେ ଚାଲିଛି ।

ଏହି କଥାକୁ ନେଇ ଅର୍ଜୁନ୍ କପୂର୍ ଏବଂ ସଲମାନ୍ ଖାନଙ୍କ ମଧ୍ୟରେ ଶତ୍ରୁତା ବଢିଛି । ସମୟ ଥିଲା ଯେତେବେଳେ ଅର୍ଜୁନ୍ ସଲମାନଙ୍କ ଭଉଣୀ ଅର୍ପିତାଙ୍କୁ ପ୍ରେମ କରୁଥିଲେ ଏବଂ ପରେ ଅର୍ପିତାଙ୍କୁ ଧୋକା ଦେଇ ମଲାଇକାଙ୍କ ସହିତ ପ୍ରେମ ସମ୍ପର୍କ ଆରମ୍ଭ କରିଥିଲେ ।

ଯେଉଁ ଦିନ ଠାରୁ ସେ ମଲାଇକାଙ୍କ ନିକଟତର ହୋଇଥିଲେ ସେହି ଦିନ ଠାରୁ ଖାନ୍ ପରିବାର ସହିତ ତାଙ୍କର ଶତ୍ରୁତା ବୃଦ୍ଧି ପାଇଛି । ଅର୍ଜୁନଙ୍କ କ୍ୟାରିୟରକୁ ମଧ୍ୟ ଏହା ପ୍ରଭାବିତ କରୁଛି, କିନ୍ତୁ ଏ ସବୁକୁ ଅଣଦେଖା କରିବା ସହିତ ନିର୍ବିଶେଷରେ ଅର୍ଜୁନ୍ ଏବଂ ମଲାଇକା ସେମାନଙ୍କ ସମ୍ପର୍କକୁ ମଜବୁତ୍ କରିବାରେ ଲାଗିଛନ୍ତି ।

Leave a Reply

Your email address will not be published. Required fields are marked *