ମାରପିଟ ଭଳି କେତେକ ଗମ୍ଭୀର ଆରୋପ ଲଗାଇ ପତିଙ୍କ ଉପରେ କରିଥିଲେ କେଶ୍ ! ବର୍ତ୍ତମାନ ତାଙ୍କୁ କ୍ଷମା ପ୍ରଦାନ କରିବା ପାଇଁ ପ୍ରସ୍ତୁତ ଅଛନ୍ତି ଏହି ଅଭିନେତ୍ରୀ ।

ବନ୍ଧୁଗଣ ଟିଭି ଜଗତର ପ୍ରସିଦ୍ଧ ଧାରାବାହିକ ବଡେ଼ ଅଚ୍ଛେ ଲଗତେ ହେ, କୁମ୍ କୁମ୍ ପରି ପ୍ରସିଦ୍ଧ ଧାରାବାହିକରେ ଅଭିନୟ କରି ସାରିଛନ୍ତି ଟିଭି ଅଭିନେତ୍ରୀ ଚାହତ ଖନ୍ନା ୨୦୧୮ରେ ଦ୍ୱିତୀୟ ସ୍ୱାମୀ ଫରହାନ ମିର୍ଜାଙ୍କ ସହିତ ଅଲଗା ହେବାର କିଛି ଦିନ ପରେ ସ୍ୱାମୀଙ୍କ ପ୍ରତାରଣାର କାହାଣୀ ସମ୍ପୂର୍ଣ୍ଣ ସାମାଜିକ ଗଣମାଧ୍ୟମକୁ ଶୁଣାଇଥିଲେ, ଯାହା କାରଣରୁ ସେ ଖବରରେ ଆସିଥିଲେ ।

bollywoodpapa

ସେ ସ୍ୱାମୀ ଉପରେ କେତେଗୁଡ଼ିଏ ଗମ୍ଭୀର ଆରୋପ ଲଗାଇ ତାଙ୍କ ବିରୁଦ୍ଧରେ ମାମଲା ମଧ୍ୟ ରୁଜୁ କରିଥିଲେ । ସେହି ମାମଲା ବର୍ତ୍ତମାନ ପର୍ଯ୍ୟନ୍ତ ମଧ୍ୟ ଶେଷ ହୋଇନାହିଁ, କିନ୍ତୁ ତାଜା ଖବର ଅନୁଯାୟୀ ଚାହତ ନିଜ ସ୍ୱାମୀ ଉପରେ ଲଗାଇଥିବା ଆରୋପ ଗୁଡ଼ିକୁ ଫେରେଇ ନେବାକୁ ଚାହଁନ୍ତି ଏବଂ ବୁଝାମଣା କରିବା ପାଇଁ ପ୍ରସ୍ତୁତ ଅଛନ୍ତି । ଏହାର ଖୁଲାସା ତାଙ୍କର ପୂର୍ବ ସ୍ୱାମୀ ଫରହାନ ମିର୍ଜା ନିଜେ କରିଛନ୍ତି

bollywoodpapa

ଜଣାଇଦେଉଛୁ ଯେ ଇଣ୍ଟରଭ୍ୟୁରେ ସେ ବହୁତଗୁଡ଼ିଏ ସୂଚନା ଦେଇଛନ୍ତି । ଫରହାନଙ୍କ ଅନୁଯାୟୀ, ଚାହତ ବର୍ତ୍ତମାନ ଆଇନ ମାମଲାକୁ ଶେଷ କରିବା ଚାହଁନ୍ତି ଏବଂ ସେ ଫରହାନଙ୍କ ବିରୁଦ୍ଧରେ ଲଗାଯାଇଥିବା ସମସ୍ତ ଆରୋପ ଗୁଡ଼ିକୁ ଫେରେଇ ନେବାକୁ ମଧ୍ୟ ପ୍ରସ୍ତୁତ ଅଛନ୍ତି । ଫରହାନ ଏହା ମଧ୍ୟ କହିଛନ୍ତି ଯେ ମଡେଲ ରିବ୍ବୁ ମେହରାଙ୍କୁ ଚାହତ ଡେଟ୍ କରୁଛନ୍ତି, ଯାହା କାରଣରୁ ସେ ସମସ୍ତ ଆରୋପକୁ ଫେରେଇ ନେବା ପାଇଁ ପ୍ରସ୍ତୁତ ଅଛନ୍ତି ।

bollywoodpapa

ଜଣାଇଦେଉଛୁ ଯେ ଯେତେବେଳେ ଫରହାନଙ୍କୁ ପଚାରାଗଲା ଯେ ସେ ଏହିପରି କିପରି କହିପାରିବେ ତେବେ ସେ କହିଲେ ଯେ ସେ ସେହି ଝିଅଙ୍କୁ ଜାଣନ୍ତି ଯିଏକି ଚାହତ ଓ ରିବ୍ବୁଙ୍କ ମଧ୍ୟରେ ଥିବା ସମ୍ପର୍କ ବିଷୟରେ ଜାଣନ୍ତି । ଫରହାନ ଏହା ମଧ୍ୟ କହିଛନ୍ତି ଯେ ଚାହତ ତାଙ୍କୁ ଏହି ମାମଲା ରଫାଦଫା କରିବା ପାଇଁ ଫୋନ କରିଥିଲେ । ଚାହତ ଖନ୍ନାଙ୍କ ଅନ୍ୟ ଗୋଟିଏ ସ୍ୱାମୀ ମଧ୍ୟ ରହିଛନ୍ତି । ତାଙ୍କର ପ୍ରଥମ ସ୍ୱାମୀ ଭରତ ନରସିଂହାନୀ ଥିଲେ । ତାଙ୍କର ପ୍ରଥମ ବିବାହ ମଧ୍ୟ ଅଧିକ ଦିନ ଚାଲି ପାରିନଥିଲା ।

Be the first to comment

Leave a Reply

Your email address will not be published.


*