ବିନା କୌଣସି କାଗଜପତ୍ରରେ ତିଆରି କରନ୍ତୁ ଆଧାର କାର୍ଡ ! ଏହା ହେଉଛି ସହଜ ଉପାୟ…

ବିନା କୌଣସି କାଗଜପତ୍ରରେ ତିଆରି କରନ୍ତୁ ଆଧାର କାର୍ଡ ! ଏହା ହେଉଛି ସହଜ ଉପାୟ…

ଭାରତ ସରକାର ଆଧାରକାର୍ଡକୁ ପ୍ରାୟତଃ ପ୍ରତ୍ୟେକ ଯୋଜନା ଏବଂ ଛୋଟ ବଡ଼ ଜିନିଷ ପାଇଁ ବାଧ୍ୟତାମୂଳକ କରିଦେଇଛନ୍ତି । ଏହାର ଏକ ଲାଭ ଏହା ଯେ, ଅଧିକାଂଶ ସ୍ଥାନରେ ପ୍ରାୟତଃ ଆଧାରକାର୍ଡ ଲଗାଇବା ଦ୍ୱାରା ବାକି ପ୍ରମାଣପତ୍ର ଦେବାର ଆବଶ୍ୟକତା ପଡ଼େନାହିଁ । ଆଧାରକାର୍ଡ଼ ତିଆରି କରିବାପାଇଁ ଶୈକ୍ଷିକ ପ୍ରମାଣପତ୍ର, ଠିକଣା ଏବଂ ଆଇଡି ପ୍ରମାଣ ଭଳି କାଗଜପତ୍ର ଆବଶ୍ୟକ ହୋଇଥାଏ । ଯଦି ଏଭଳି ସବୁ ନାହିଁ, ତେବେ ଆଧାରକାର୍ଡ ପାଇଁ ଆବେଦନ କରାଯାଇପାରିବ ନାହିଁ । ତେବେ ବିନା କାଗଜପତ୍ରରେ ମଧ୍ୟ ଆପଣ ଆଧାରକାର୍ଡ ତିଆରି କରିପାରିବେ । ଆଜ୍ଞା ଏହା ସତ ଅଟେ, ବିନା କୌଣସି କାଗଜପତ୍ରରେ ମଧ୍ୟ ଆପଣ ଆଧାରକାର୍ଡ ତିଆରି କରିପାରିବେ ।

କାଗଜପତ୍ର ନଥିଲେ, ପରିଚୟଦାତା ତିଆରି କରିବେ ଆଧାରକାର୍ଡ:-

ଆଧାର କେନ୍ଦ୍ରକୁ ଯିବା ମାତ୍ରେ ସର୍ବପ୍ରଥମେ କାଗଜପତ୍ରର ଆବଶ୍ୟକତା ପଡ଼ିଥାଏ କିନ୍ତୁ ଯଦି କାଗଜପତ୍ର ନଥିବ ତେବେ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ । ଏଭଳି ପରିସ୍ଥିତିରେ ଆପଣ ଆଧାର କେନ୍ଦ୍ରରେ ରହିଥିବା ପରିଚୟଦାତାର ସାହାଯ୍ୟ ନେଇପାରିବେ । ୟୁଆଇଡିଏଆଇ ଆବଶ୍ୟକ ସ୍ଥଳେ କାଗଜପତ୍ର ନଥିଲେ ଇନ୍ଟ୍ରୋଡ୍ୟୁସର୍ ଅର୍ଥାତ ପରିଚୟଦାତା ସାହାଯ୍ୟରେ ଆଧାରକାର୍ଡର ସୁବିଧା ପ୍ରଦାନ କରୁଅଛି । ପରିଚୟଦାତା ତାହା ହୋଇଥାଏ, ଯାହାକୁ ୟୁଆଇଡିଏଆଇର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ନିୟୋଜିତ କରାଯାଇଥାଏ । ରେଜିଷ୍ଟର୍ ସେଠାକାର ଏଭଳି ଲୋକଙ୍କ ଭେରୀଫିକେସନ୍ ପାଇଁ ଅଧିକୃତ କରିଥାଏ, ଯେଉଁମାନଙ୍କ ନିକଟରେ ଭେଲିଡ୍ ପରିଚୟପତ୍ର ପ୍ରମାଣ କିମ୍ବା ଭେଲିଡ୍ ଠିକଣା ପ୍ରମାଣ ନଥିବ ।

ପରିଚୟଦାତା କଣ କରିଥାଏ:-

ପରିଚୟଦାତା ଆବେଦକ ମାନଙ୍କର ଚିହ୍ନଟ ଏବଂ ଠିକଣା ଯାଞ୍ଚ କରିଥାଏ ଏବଂ ଏନରୋଲମେଣ୍ଟ ଫର୍ମ ଉପରେ ସ୍ଵାକ୍ଷର ମଧ୍ୟ କରିଥାଏ । ୟୁଆଇଡିଏଆଇ ନିର୍ଦେଶାବଳୀ ଅନୁଯାୟୀ, ପରିଚୟଦାତା ପାଇଁ ଆବେଦକଙ୍କ ନାମରେ ସାର୍ଟିଫିକେଟ୍ ଜାରି କରିବାକୁ ପଡିଥାଏ, ଯାହାର ଭେଲିଡିଟି ତିନିମାସ ହୋଇଥାଏ । ଆଉ ଏକ କଥା ଯେ, ପରିଚୟଦାତା ନିକଟରେ ଆଧାରକାର୍ଡ ହେବା ଆବଶ୍ୟକ ଅଟେ, ଆବେଦକ ସହ ଆଧାର ପଞ୍ଜିକରଣ ସେଣ୍ଟରରେ ତା’ର ରହିବା ମଧ୍ୟ ଆବଶ୍ୟକ ଅଟେ ।

ପରିବାରର ମୁଖ୍ୟ ମାଧ୍ୟମରେ ମଧ୍ୟ ନିର୍ମିତ ହୋଇପାରିବ:-

ଆଉ ଏକ ମାଧ୍ୟମ ରହିଛି, ଯାହା ସାହାଯ୍ୟରେ କାଗଜପତ୍ର ନ ରହିବା ଦ୍ୱାରା ମଧ୍ୟ ଆପଣ ଆଧାରକାର୍ଡ ତିଆରି କରିପାରିବେ ।ୟୁଆଇଡିଏଆଇ ଏହି ସୁବିଧା ମଧ୍ୟ ପ୍ରଦାନ କରିଛି ଯେ, ଯଦି ପରିବାରର ମୁଖ୍ୟଙ୍କର ଆଧାରକାର୍ଡ ତିଆରି ହୋଇସାରିଛି, ତେବେ ସେ ପରିବାରର ଅନ୍ୟ ସଦସ୍ୟ ମାନଙ୍କର ପରିଚୟଦାତା ତିଆରି କରିପାରିବେ । ଏଥିପାଇଁ ଶର୍ତ ଏହା ଯେ, ପରିବାରର ମୁଖ୍ୟଙ୍କର ଆଧାରକାର୍ଡ ଠିକଣା ଏବଂ ଆଇଡି ପ୍ରମାଣ ମାଧ୍ୟମ ସମ୍ପୂର୍ଣ୍ଣ ସାମାନ୍ୟ ପ୍ରକ୍ରିୟା ସହ ତିଆରି ହୋଇଥିବ । ଏହାବ୍ୟତୀତ ଆବେଦକଙ୍କର ନାମ ରାଶନ କାର୍ଡ଼ ଭଳି କୌଣସି ପାରିବାରିକ କାଗଜପତ୍ରରେ ନଥିବ । ଅର୍ଥାତ ପରିବାରର ମୁଖ୍ୟଙ୍କ ସହ ଆପଣଙ୍କ ସମ୍ପର୍କର ପ୍ରମାଣ ଆବଶ୍ୟକ ହେବ । ଏହାପରେ ଭେରୀଫିକେସନ୍ ପ୍ରକ୍ରିୟା ପୂରା କରି ଆଧାରକାର୍ଡ ପାଇଁ ଆବେଦନ ହୋଇଯିବ ।

Leave a Reply

Your email address will not be published. Required fields are marked *