ଅଳ୍ପକେ ବର୍ତ୍ତିଲେ କମଳ ହସନ୍ ! ମଝି ରାସ୍ତାରେ ‘କାର୍’ରେ କଲେ ଦୁର୍ବୁତ୍ତମାନେ…

ଅଳ୍ପକେ ବର୍ତ୍ତିଲେ କମଳ ହସନ୍ ! ମଝି ରାସ୍ତାରେ ‘କାର୍’ରେ କଲେ ଦୁର୍ବୁତ୍ତମାନେ…

ନିର୍ବାଚନ ପ୍ରଚାର କରୁଥିବା ମକ୍କଲ ନିଧି ମେୟମର ମୁଖ୍ୟ ତଥା ଅଭିନେତା କମଳ ହସନଙ୍କ ଉପରେ ଜଣେ ଅଜ୍ଞାତ ବ୍ୟକ୍ତି ଆକ୍ରମଣ କରିଛନ୍ତି । ଯାହାପରେ ଏହି ଦୁର୍ବୁତ୍ତଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରାଯାଇଛି । ଆରାମଦାୟକ କଥା ଏହା ଯେ ଏହି ଆକ୍ରମଣରେ କମଳ ହସନଙ୍କୁ କୌଣସି ପ୍ରକାରର ଆଘାତ ଲାଗିନାହିଁ । ଆକ୍ରମଣ ସେହି ସମୟରେ କରାଯାଇଛି, ଯେତେବେଳେ ସେ ନିର୍ବାଚନ ପ୍ରଚାର କରିବା ପରେ ଚେନ୍ନାଇକୁ ଫେରୁଥିଲେ । ଖବର ଅନୁଯାୟୀ, କମଳ ହସନଙ୍କ କାର୍ ଉପରେ ସେହି ସମୟରେ ଏହି ଆକ୍ରମଣ ହୋଇଛି, ଯେତେବେଳେ ସେ ଚେନ୍ନାଇ ଫେରୁଥିଲେ । ରାସ୍ତାରେ କାଞ୍ଚିପୁରମ୍ ଅଭିଯୋଗୀ ବ୍ୟକ୍ତି ଜଣକ କମଳ ହସନଙ୍କ କାରର ଝରକା ଖୋଲବାକୁ ଚେଷ୍ଟା କରିଥିଲା । ସେହି ସମୟରେ ସେଠାରେ ଉପସ୍ଥିତ ଥିବା ଦଳର ପ୍ରତିନିଧିମାନେ ତାକୁ ଧରି ନେଇଥିଲେ ଏବଂ ପୋଲିସକୁ ଦେଇ ଦେଇଥିଲେ ।

ମକ୍କଲ ନିଧି ମେୟମର ନେତା ଏ ଜି ମୌର୍ଯ୍ୟ ଏହି ଘଟଣା ବିଷୟରେ ସୂଚନା ଦେଇ କହିଛନ୍ତି ଯେ, ଘଟଣାରେ କମଳ ହସନଙ୍କୁ କୌଣସି ପ୍ରକାରରେ ଆଘାତ ଲାଗିନାହିଁ, ତେବେ ତାଙ୍କ କାରର ଝରକା ଭାଙ୍ଗିଯାଇଛି । ଆକ୍ରମଣକାରୀକୁ ପୋଲିସକୁ ହସ୍ତାନ୍ତର କରି ଦିଆଯାଇଛି ।

ଖୁବ୍ ଶୀଘ୍ର ହେବାକୁ ଯାଉଛି ନିର୍ବାଚନ:-

୨୩୪ ସଦସ୍ୟ ଯୁକ୍ତ ତାମିଲନାଡୁ ବିଧାନସଭା ପାଇଁ ଅନ୍ନାଦମୁକ୍ ୧୩୦ ସିଟରେ ନିର୍ବାଚନ ଲଢ଼ିବେ । ଯେତେବେଳେ କି ନିଜ ସହଯୋଗୀ ଦଳ ବିଜେପି ପାଇଁ ୨୦ଟି ସିଟ୍ ଛାଡି ଯାଇଛନ୍ତି । ଏଥିସହିତ ଦ୍ରମୁକ୍ ୧୮୭ ସିଟରେ ନିର୍ବାଚନ ଲଢ଼ୁଛନ୍ତି । ସହଯୋଗୀ ଦଳ କଂଗ୍ରେସ୍ ପାଇଁ ୨୫ଟି ସିଟ୍ ଛାଡି ଯାଇଛନ୍ତି । କମଳ ହସନଙ୍କ ଦଳ ୧୫୪ରେ ନିର୍ବାଚନ ଲଢ଼ୁଅଛି । ବାକି ୮୦ଟି ସିଟରେ ଦୁଇଟି ସହଯୋଗୀ ଦଳ ଅଲ୍ ଇଣ୍ଡିଆ ସମଥୁବା ମକ୍କଲ୍ କାଟଚି ଏବଂ ଇଣ୍ଡିଆ ଜନନାୟକ କାଟଚି ଅଛନ୍ତି । ଅଲ୍ ଇଣ୍ଡିଆ ସମଥୁବା ମକ୍କଲ କାଟଚିର ଅଧ୍ୟକ୍ଷତା ଆର ସରତ କୁମାର କରୁଥିବା ବେଳେ ଇଣ୍ଡିଆ ଜନନାୟକ କାଟଚିର ଅଧ୍ୟକ୍ଷତାଟି ଆର ପାରିବେନ୍ଧାର କରୁଛନ୍ତି । ଏହି ଦୁଇଟି ଦଳକୁ ୪୦-୪୦ଟି ସିଟ୍ ଦିଆଯାଇଛି ।

ସୂଚନାଯୋଗ୍ୟ ଯେ, ତାମିଲନାଡୁ ବିଧାନସଭାର ତାରିଖରଘୋଷଣା ହୋଇଯାଇଛି । ତାମିଲନାଡୁ ବିଧାନସଭା ନିର୍ବାଚନ ଏପ୍ରିଲ୍ ୬ ତାରିଖରେ ରହିଛି । ତାମିଲନାଡୁରେ ମତଦାନ ପାଇଁ ୬୬ ହଜାର କେନ୍ଦ୍ର ନିର୍ମାଣ କରାଯିବ । ଯେତେବେଳେ କି ଫଳାଫଳ ମଇ ୨ ତାରିଖରେ ଆସିବ । ଏହି ସମୟରେ ରାଜ୍ୟରେ ବର୍ତ୍ତମାନ ଅନ୍ନାଦ୍ରମୁକର ସରକାର ଅଛନ୍ତି ଏବଂ ଏହି ରାଜ୍ୟର ମୁଖ୍ୟମନ୍ତ୍ରୀ ଇ ପଳାନସ୍ୱାମୀ ଅଛନ୍ତି । ୨୦୧୬ ମସିହାର ବିଧାନସଭା ନିର୍ବାଚନରେ ଅନ୍ନାଦ୍ରମୁକ ଏବଂ ତା’ର ସଂଗଠନ ଦଳ ୧୩୪ଟି ସିଟରେ ବିଜୟ ହାସଲ କରି ରାଜ୍ୟରେ ନିଜ ସରକାର ନିର୍ମାଣ କରିଥିଲେ ।

Leave a Reply

Your email address will not be published. Required fields are marked *