୬୦ କୋଟି ଟଙ୍କାର ଏହି ଘରେ ସ୍ତ୍ରୀ ଓ ପିଲାମାନଙ୍କ ସହିତ ରୁହନ୍ତି ମହେଶ ବାବୁ !

୬୦ କୋଟି ଟଙ୍କାର ଏହି ଘରେ ସ୍ତ୍ରୀ ଓ ପିଲାମାନଙ୍କ ସହିତ ରୁହନ୍ତି ମହେଶ ବାବୁ !

ମହେଶ ବାବୁଙ୍କ ଘରର ମୂଲ୍ୟ ପାଖାପାଖି ୬୦ କୋଟିଟଙ୍କା ଅଟେ । ଏ ଘରର ଇଣ୍ଟିରିୟର୍ ଉପରେ ଲକ୍ଷ୍ୟ ପକାଇବା ତେବେ ସ୍ପଷ୍ଟ ବୁଝିଯିବେ ଯେ ମହେଶ ବାବୁଙ୍କୁ ଆର୍ଟ ବା କଳା ଖୁବ୍ ପସନ୍ଦ ।

ଦକ୍ଷିଣ ଚଳଚ୍ଚିତ୍ର ଜଗତର ସୁପରଷ୍ଟାର୍ ମାନଙ୍କ ବିଷୟରେ ଆଲୋଚନା କରାଯାଏ ତେବେ ଅଭିନେତା ମହେଶ ବାବୁଙ୍କ ନାମ ବେଶ ପରିଚିତ । ମହେଶ ବାବୁ ତେଲୁଗୁ ଚଳଚ୍ଚିତ୍ର ଜଗତର ଏକ ବଡ଼ ନାମ ଅଟନ୍ତି । ଗତ ଦିନ ଗୁଡ଼ିକରେ ଯେତେବେଳେ ଲକଡାଉନ୍ ଲାଗିଥିଲା ସେତେବେଳେ ମହେଶ ବାବୁ ହାଇଦ୍ରାବାଦ୍ ସ୍ଥିତ ନିଜ ଘରେ ପରିବାର ଲୋକଙ୍କ ସହ ୩ ମାସ ପର୍ଯ୍ୟନ୍ତ ଥିଲେ ।

ମହେଶ ବାବୁ ଲକଡାଉନ୍ ସମୟରେ ପରିବାର ସହ ବିତାଇଥିବା ସେହି ସୁନ୍ଦର କ୍ଷଣ ଗୁଡ଼ିକୁ ସୋସିଆଲ୍ ମିଡିଆରେ ସେୟାର୍ କରିଥିଲେ । ମହେଶ ବାବୁ ଦ୍ୱାରା ସେୟାର୍ କରାଯାଇଥିବା ଫୋଟରେ ତାଙ୍କ ହାଇଦ୍ରାବାଦ୍ ସ୍ଥିତ ଲଗଜରି ଘର ଭିତର ଫୋଟ ମଧ୍ୟ ଫ୍ୟାନ୍ସମାନଙ୍କ ଦେଖିବାକୁ ମିଳୁଥିଲା ।

ମିଡ଼ିଆ ରିପୋର୍ଟ ଅନୁଯାୟୀ ମହେଶ ବାବୁଙ୍କ ଏହି ଘରର ମୂଲ୍ୟ ପାଖାପାଖି ୬୦ କୋଟି ଟଙ୍କା ଅଟେ । ଏହି ଘରର ଇଣ୍ଟିରିୟର୍ ଉପରେ ଦୃଷ୍ଟି ନିକ୍ଷେପ କରିବା ତେବେ ଆପଣ ସ୍ପଷ୍ଟ ବୁଝିଯିବେ ଯେ ମହେଶ ବାବୁଙ୍କୁ କାରୁକାର୍ଯ୍ୟ ଓ କଳାରୁ ବହୁତ ଭଲପାଇବା ରହିଛି । ଘରର କାନ୍ଥ ମାନଙ୍କରେ ଏପରି ଅନେକ ଚିତ୍ର ରହିଛି ଯାହାକୁ ଦେଖି ଆପଣ ଜାଣିପାରିବେ ମହେଶ ବାବୁଙ୍କୁ କଳାରୁ କେତେ ଭଲପାଇବା ରହିଛି । ଏତିକିନୁହେଁ, ମିଡ଼ିଆ ରିପୋର୍ଟ ଅନୁଯାୟୀ ଏହି ଅଲ୍ଟ୍ରା ଲଗଜରି ଘରେ ସମସ୍ତ ସୁଖ ସୁବିଧା ରହିଛି ଯାହା ଆପଣ କଳ୍ପନା ମଧ୍ୟ କରିନଥିବେ ।

ଏ ଘରେ ସ୍ୱିମିଙ୍ଗ ପୁଲରୁ ଆରମ୍ଭ କରି ଜିମ୍, ହୋମ୍ ଥିଏଟର୍ ଓ ବେକୟାର୍ଡରେ ଏକ ସୁନ୍ଦର ବଗିଚା ମଧ୍ୟ ରହିଛି । ଏହି ଘରେ ମହେଶ ବାବୁ ସ୍ତ୍ରୀ ନମ୍ରତା ଶିରୋଡ଼କର୍ ଓ ପୁଅ ଗୌତମ୍ ଓ ଝିଅ ସିତାରାଙ୍କ ସହ ରୁହନ୍ତି । ଆପଣଙ୍କୁ ସୁଚାଇଦେଉଛୁ ଯେ ମହେଶ ବାବୁଙ୍କ ଘରର ଆସବାବପତ୍ର ମଧ୍ୟ ଖୁବ୍ ଆକର୍ଷଣୀୟ ଦେଖାଯାଏ । ମହେଶ ବାବୁଙ୍କ ଦ୍ଵାରା ସୋସିଆଲ୍ ମିଡିଆରେ ସେୟାର୍ କରାଯାଇଥିବା ଏକ ଫଟୋରେ ସେ ଫେଡଡ୍ ଗାଢ଼ ସବୁଜ ରଙ୍ଗର ଲେଦର୍ ସୋଫାରେ ବସିଥିବାର ନଜର ଆସୁଛନ୍ତି ।

ଏଥିସହିତ ଘରେ ଥିବା ଡାଇନିଂ ସ୍ପେସକୁ ମଧ୍ୟ ବହୁତ ସୁନ୍ଦର ଲୁକ୍ ଦିଆଯାଇଛି । ଆଠଟି ସିଟ୍ ଥିବା ଏହି ଡାଇନିଂ ଟେବୁଲ୍ ଚତୁଃପାର୍ଶ୍ଵରୁ ନାଲି ରଙ୍ଗର ଇଟା କାନ୍ଥରେ ଆବଦ୍ଧ ହୋଇଛି ଏବଂ ଏଠାରେ ସୁନେଲି ରଙ୍ଗର ଫ୍ରେମରେ ବଡ଼ ବଡ଼ ଦର୍ପଣ ମଧ୍ୟ ଲାଗି ରହିଛି ।

Leave a Reply

Your email address will not be published. Required fields are marked *