ମହେନ୍ଦ୍ର ସିଂହ ଧୋନୀ ପୁଣେରେ କିଣିଲେ ଏକ ସୁନ୍ଦର ଘର ! ଦେଖନ୍ତୁ ତାଙ୍କ ଘରର କିଛି ଖାସ୍ ଫୋଟ…

ମହେନ୍ଦ୍ର ସିଂହ ଧୋନୀ ପୁଣେରେ କିଣିଲେ ଏକ ସୁନ୍ଦର ଘର ! ଦେଖନ୍ତୁ ତାଙ୍କ ଘରର କିଛି ଖାସ୍ ଫୋଟ…

ଆମର ଭାରତୀୟ ‘କ୍ରିକେଟ୍ ଟିମ୍’ର ପୂର୍ବ କ୍ୟାପଟେନ୍ ରହିଥିବା ମହେନ୍ଦ୍ର ସିଂହ ଧୋନୀ ଆଜି ହୁଏତ କ୍ରିକେଟରୁ ଅବସର ନେଇ ସାରିଛନ୍ତି କିନ୍ତୁ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ସେ ପ୍ରାୟ ଚର୍ଚ୍ଚାରେ ରହନ୍ତି ଏବଂ ଆଜିକା ସମୟରେ MS ଧୋନୀ ନିଜର ସୁନ୍ଦର ପ୍ରଦର୍ଶନ କାରଣରୁ ସଫଳତା ଏବଂ ଲୋକପ୍ରିୟତା ଉଭୟରେ ଶିଖରରେ ପହଞ୍ଚି ସାରିଛନ୍ତି ଏବଂ ଆଜି MS ଧୋନୀ ନିଜର ଏକ ନୂଆ ଘରକୁ ନେଇ ଅଧିକ ଚର୍ଚ୍ଚାରେ ଅଛନ୍ତି ଯାହାକି ବାସ୍ତବରେ ପୁଣେର ପିମ୍ପରୀ ଚିଞ୍ଚୱଣ୍ଡରେ ପ୍ରସିଣ୍ଡେସିୟଲ୍ ସୋସାଇଟିରେ ଅବସ୍ଥିତ ଅଟେ । କହିରଖୁଛୁ ଯେ ମାହିଙ୍କର ଏହି ନୂଆଘରର ମୁଲ୍ୟ ଖୁଲାସା ଏବେ ସୁଦ୍ଧା ହୋଇନାହିଁ କିନ୍ତୁ ତାଙ୍କର ଏହି ଘର ଦେଖିବାକୁ ଅତ୍ୟନ୍ତ ସୁନ୍ଦର ଏବଂ ଆଲିଶାନ୍ ନଜର ଆସିଛି ।

ଧୋନୀ ଗତ ବର୍ଷ ମୁମ୍ବାଇରେ ମଧ୍ୟ ଏକ ନୂଆଘର କିଣିଥିଲେ ଯାହାର କିଛି ଫୋଟ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ ଏବଂ ଏବେ ଧୋନୀ ଆଉ ଏକ ଘର ପୁଣେରେ କିଣିଛନ୍ତି ।

ପୁଣି ଧୋନୀଙ୍କ ପତ୍ନୀ ସାକ୍ଷୀ ସୋସିଆଲ୍ ମିଡିଆରେ ପ୍ରାୟ ଆକ୍ଟିଭ୍ ରହନ୍ତି ଏବଂ ପ୍ରାୟ ନିଜର ଏବଂ ନିଜ ପରିବାରର ସୁନ୍ଦର ଫୋଟ ସେୟାର୍ କରନ୍ତି, ଯାହା ଖୁବ୍ ଭାଇରଲ୍ ହୋଇଥାଏ । ଗତବର୍ଷ ସାକ୍ଷୀ ଏବଂ ଧୋନୀ ନିଜ ନୂଆ ଘରର କିଛି ଫୋଟ ସୋସିଆଲ୍ ମିଡିଆରେ ପୋଷ୍ଟ କରିଥିଲେ । କହିରଖୁଛୁ ଯେ ଧୋନୀଙ୍କର ଏହି ଘର ମଧ୍ୟ ଏବେ ‘ଅଣ୍ଡରକନଷ୍ଟ୍ରକସନ୍’ରେ ଅଛି ଏବଂ ଏଥିରେ କାମ ଚାଲିଛି । ଖୁବଶୀଘ୍ର ଏହି ଘର ତିଆରି ଶେଷ ହୋଇଯିବ ।

ଏହାବ୍ୟତୀତ ଏବେ ନିକଟରେ ସାକ୍ଷୀ ନିଜର ପାଳିତ କୁକୁର ଏବଂ ଘୋଡ଼ା ସହିତ ନିଜ ଫ୍ୟାନମାନଙ୍କୁ ପରିଚିତ କରାଇଛନ୍ତି ।

କହିରଖୁଛୁ ଯେ ଆଜିକା ସମୟରେ ମହେନ୍ଦ୍ର ସିଂହ ଧୋନୀ ଯେଉଁଠି ୪ଟି ଆଲିଶାନ ଘର ଏବଂ ଏକ ଫାର୍ମହାଉସର ମାଲିକ ଅଟନ୍ତି ପୁଣି ତାଙ୍କର ପିଲାଦିନର ମେକୋନ୍ କୋଲନୀରେ ୨-ରୁମର ଘରେ ବିତାଉଥିବା ଧୋନୀ ନିଜର କଠିନ ପରିଶ୍ରମ ଏବଂ ବିଶ୍ୱାସ ବଳରେ ଆଜି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି । କହିରଖୁଛୁ ଯେ ଧୋନୀ ଯେତେବେଳେ ନିଜର କ୍ୟାରିଅରର ଆରମ୍ଭ କରିଥିଲେ ଏବଂ ସଫଳତା ମିଳିବା ଆରମ୍ଭ ହୋଇ ଯାଇଥିଲା ସେତେବେଳେ ଧୋନୀ ହରମୁ ରୋଡ଼ରେ ଏକ ତିନି ମହଲା ଘର କିଣିଥିଲେ ଯାହାର ନାମ ଶୌର୍ୟ୍ଯ ଅଟେ । ଏହି ଘରେ ଧୋନୀ ପ୍ରାୟ ୮ ବର୍ଷ ପର୍ଯ୍ୟନ୍ତ ରହିଛନ୍ତି ।

ରାଞ୍ଚିରେ ଆଲିଶାନ୍ ଫାର୍ମହାଉସ୍ :-

ବର୍ତ୍ତମାନ ଧୋନୀ ନିଜର ପୁରା ପରିବାର ସହିତ ରାଞ୍ଚିରେ ଥିବା ‘ଫାର୍ମହାଉସ୍’ରେ ସମୟ ବିତାଉଛନ୍ତି । ଧୋନୀଙ୍କର ଏହି ଫାର୍ମହାଉସର ନାମ କୈଳାଶପତି ଅଟେ । ତାଙ୍କର ଏହି ଫାର୍ମହାଉସ୍ ପୁରା ସାତ ଏକରରେ ରହିଛି । ଭିତରୁ ଦେଖିବାକୁ ଧୋନୀଙ୍କର ଏହି ଫାର୍ମହାଉସ୍ ଅତ୍ୟନ୍ତ ସୁନ୍ଦର ଅଟେ ଏବଂ ଆଲିଶାନ୍ ନଜର ଆସିଥାଏ । ଆମ ଭାରତୀୟ କ୍ରିକେଟ୍ ଟିମ୍ ପ୍ରାୟ ସବୁ ଖେଳାଳୀ ଏହି ଫାର୍ମହାଉସକୁ ଆସି ଏହାର ମଜା ନେଇ ସାରିଛନ୍ତି ।

କହିରଖୁଛୁ ଯେ ଧୋନୀ ଏହି ଫାର୍ମହାଉସରେ ସ୍ୱିମିଙ୍ଗ ପୁଲ୍ ଠାରୁ ଆରମ୍ଭ କରି ଇଣ୍ଡୋର୍ ଷ୍ଟାଡିୟମ୍ ଏବଂ ଜିମ୍ ଭଳି ସୁବିଧା ଉପଲବ୍ଧ ରହିଛି ଏବଂ IPL ୨୦୨୧ ସ୍ଥଗିତ ହେବା ପରଠାରୁ ଧୋନୀ ନିଜର ପରିବାର ସହିତ ଏହି ଫାର୍ମହାଉସରେ ରହୁଛନ୍ତି ।

Leave a Reply

Your email address will not be published. Required fields are marked *