ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ମହେନ୍ଦ୍ର ସିଂ ଧୋନି !

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି ।

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ବର୍ତ୍ତମାଣ ଧୋନି ଭାରତୀୟ କ୍ରିକେଟ୍ ଦଳ ପାଇଁ ଖେଳୁଥିବା ଦେଖିବାକୁ ମିଳିବ ନାହିଁ । ଯଦିଓ ଏମଏସ ଧୋନି ଆଇପିଏଲ୍ ଖେଳିବା ଜାରି ରଖିବେ । ଏଭଳି ପରିସ୍ଥିତିରେ ତାଙ୍କ ପ୍ରଶଂସକମାନେ ଧୋନିଙ୍କୁ ଆଇପିଏଲ (IPL)ରେ ଖେଳୁଥିବାର ଦେଖିପାରିବେ ।

Google

39 ବର୍ଷୀୟ ଏମଏସ ଧୋନି ଟେଷ୍ଟ କ୍ରିକେଟିଆଟ୍ ପୂର୍ବରୁ ଅବସର ଘୋଷଣା କରିଥିଲେ । ଯଦିଓ ସେ ODI ଏବଂ T-20ରେ ଭାରତୀୟ କ୍ରିକେଟ୍ ଦଳ ପାଇଁ ଏକ ପିଲ୍ଲାର ବା ସ୍ତମ୍ଭ ସଦୃଶ ଥିଲେ । କିନ୍ତୁ ବର୍ତ୍ତମାନ ଧୋନି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ଧୋନି କ୍ରିକେଟ୍ ର ତିନୋଟି ଫର୍ମାଟରେ ଟିମ୍ ଇଣ୍ଡିଆର ଅଧିନାୟକ ମଧ୍ୟ ରହିଥିଲେ । ଏହା ସହିତ ଧୋନିଙ୍କ ନାମରେ ଅନେକ ବଡ ରେକର୍ଡ ମଧ୍ୟ ରହିଛି ।

Google

ମହେନ୍ଦ୍ର ସିଂ ଧୋନି ଇନଷ୍ଟାଗ୍ରାମରେ ପୋଷ୍ଟ କରି ଅବସର ନେବାର ଘୋଷଣା କରିଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ପୋଷ୍ଟରେ ଏମଏସ ଧୋନି ଲେଖିଛନ୍ତି, “ଆପଣ ସମସ୍ତଙ୍କ ପ୍ରେମ ଏବଂ ସମର୍ଥନ ପାଇଁ ଅନେକ ଧନ୍ୟବାଦ । ଆଜି ସନ୍ଧ୍ୟା ୭.୨୯ ପରେ, ମୋତେ ଅବସରପ୍ରାପ୍ତ ବିବେଚନା କରାଯିବା ଉଚିତ୍ ।”

Google

ଆସନ୍ତୁ ଜଣାଇ ଦେଉଛୁ ଯେ, ଏମଏସ ଧୋନି ୨୦୦୪ରେ ବାଂଲାଦେଶ ବିପକ୍ଷରେ କ୍ରିକେଟ୍ କ୍ୟାରିୟର ଆରମ୍ଭ କରିଥିଲେ । ଧୋନି ବର୍ତ୍ତମାନ ପର୍ଯ୍ୟନ୍ତ ୯୦ଟି ଟେଷ୍ଟ ମ୍ୟାଚ୍ ଖେଳିଛନ୍ତି । ଏହା ବ୍ୟତୀତ ସେ ୩୫୦ଟି ODI ଏବଂ ୯୮ଟି T-20 ମ୍ୟାଚରେ ଭାରତର ନେତୃତ୍ୱ ନେଇଛନ୍ତି ।

Google

୨୦୦୪ ମସିହା ଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ ଧୋନି ଭାରତୀୟ କ୍ରିକେଟରେ ସବୁଠାରୁ ଲୋକପ୍ରିୟତା ରହିଆସିଛନ୍ତି । ତାଙ୍କୁ ଭାରତୀୟ କ୍ରିକେଟ ଦଳର ସଫଳତମ ଅଧିନାୟକ ବୋଲି କୁହାଯାଏ । ତାଙ୍କ ସମୟରେ ଭାରତ ବିଶ୍ୱକପ କ୍ରିକେଟ, ଟି-୨୦ ବିଶ୍ୱକପ କ୍ରିକେଟ, ୨୦୧୩ ଆଇସିସି ଚାମ୍ପିୟନ୍ସ ଟ୍ରଫି, ଦୁଇଥର ଏସିଆ କପ, ଟେଷ୍ଟ କ୍ରିକେଟରେ ଏକ ନମ୍ବର ମାନ୍ୟତା ପାଇଥିଲା ।

Be the first to comment

Leave a Reply

Your email address will not be published.


*