ମାଧୁରୀ ଦୀକ୍ସିତଙ୍କ ସହ ଭଉଣୀର ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ନିଜ ଠାରୁ ୪ ବର୍ଷର ସାନ ଅଭିନେତାଙ୍କୁ ବିବାହ କରିଥିଲେ ! ବର୍ତ୍ତମାନ ଦେଖାଯାଉଛନ୍ତି ଏହିପରି ।

ମାଧୁରୀ ଦୀକ୍ସିତଙ୍କ ସହ ଭଉଣୀର ଭୂମିକାରେ ଅଭିନୟ କରିଥିବା ଏହି ଅଭିନେତ୍ରୀ ନିଜ ଠାରୁ ୪ ବର୍ଷର ସାନ ଅଭିନେତାଙ୍କୁ ବିବାହ କରିଥିଲେ ! ବର୍ତ୍ତମାନ ଦେଖାଯାଉଛନ୍ତି ଏହିପରି ।

ବଲିଉଡ଼ ଷ୍ଟାରଙ୍କ କଥା ହିଁ ସମ୍ପୂର୍ଣ୍ଣ ଅଲଗା ଅଟେ ଯେ ସମସ୍ତଙ୍କର ନିଜର ଏକ ଖାସ୍ ଲୋଭଷ୍ଟୋରୀ ରହିଛି । ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରେମ ବିବାହ କରୁଥିବା ଲୋକଙ୍କର କୌଣସି ଅଭାବ ନାହିଁ କିନ୍ତୁ ତଥାପି ସେଥିମଧ୍ୟରୁ ଏପରି ଅନେକ ଲୋଭ ଷ୍ଟୋରୀ ରହିଛି ଯାହା ବିଷୟରେ ଆପଣ ମାନେ ନିଶ୍ଚିତ ଭାବରେ ଶୁଣିଥିବେ । ସେଥିମଧ୍ୟରୁ ଗୋଟିଏ ହେଉଛି ଅଭିନେତ୍ରୀ ରେଣୁକା ଶୋହାଣେଙ୍କ ଲୋଭ ଷ୍ଟୋରୀ । ତାଙ୍କ ନାମ ପ୍ରାୟତଃ ସବୁବେଳେ ତାଙ୍କର କଠୋର ଏବଂ ସ୍ପଷ୍ଟ ବୟାନ କାରଣରୁ ଆସିଥାଏ କିନ୍ତୁ ବୋଧହୁଏ ଆପଣ ମାନେ ତାଙ୍କ ଲୋଭ ଷ୍ଟୋରୀ ଶୁଣି ନଥିବେ । ମାଧୁରୀ ଦୀକ୍ସିତଙ୍କ ଫିଲ୍ମୀ ଭଉଣୀ ନିଜ ଠାରୁ ୪ ବର୍ଷର ସାନ ଅଭିନେତାଙ୍କୁ ବିବାହ କରିଥିଲେ । ସେ ଅଭିନେତା ଆଶୁତୋଷ ରାଣାଙ୍କୁ ୧୮ ବର୍ଷ ପୂର୍ବରୁ ହିଁ ବିବାହ କରିଥିଲେ ।

ମାଧୁରୀ ଦୀକ୍ସିତଙ୍କ ଫିଲ୍ମୀ ଭଉଣୀ ନିଜ ଠାରୁ ୪ ବର୍ଷର ସାନ ଅଭିନେତାଙ୍କୁ ବିବାହ କରିଥିଲେ :-

google

ଫିଲ୍ମ ‘ ହମ୍ ଆପକେ ହେ କୌନ୍ ‘ରେ ମାଧୁରୀ ଦୀକ୍ସିତଙ୍କ ବଡ଼ ଭଉଣୀ ପୂଜାଙ୍କ ଚରିତ୍ରକୁ ରେଣୁକା ଶହାଣେ ତୁଲାଇ ଥିଲେ ଏବଂ ତାଙ୍କର ସେହି ଅଭିନୟ କାରଣରୁ ସେ ସବୁଠାରେ ପରିଚିତ ହୋଇଥିଲେ । ୨୦୦୧ରେ ରେଣୁକା ଶହାଣେ ବଲିଉଡ଼ର ସୁପରହିଟ୍ ଭିଲେନ୍ ଆଶୁତୋଷ ରାଣାଙ୍କୁ ବିବାହ କରିଥିଲେ । ୨୭ ମାର୍ଚ୍ଚ ୧୯୬୫ରେ ମହାରାଷ୍ଟ୍ରରେ ଜନ୍ମ ହୋଇଥିବା ରେଣୁକା ଶହାଣେଙ୍କ ଗଣତି ବଲିଉଡ଼ର ସବୁଠାରୁ ଶିକ୍ଷିତ ଷ୍ଟାରଙ୍କ ମଧ୍ୟରେ ହୋଇଥାଏ ।

google

ସେ ସେଣ୍ଟ ଜେବିୟର କଲେଜ ଠାରୁ ସାଇକୋଲୋଜୀ ଏବଂ ପରେ ମୁମ୍ବାଇ ୟୁନିଭରସିଟି ଠାରୁ କ୍ଲିନିକ୍ ସାଇକୋଲୋଜିରେ ପୋଷ୍ଟ ଗ୍ରାଜୁଏସନ କରିଥିଲେ । ରେଣୁକା ଏବଂ ଆଶୁତୋଷଙ୍କ ସାକ୍ଷାତ ଫିଲ୍ମ ଶୁଟିଂ ସମୟରେ ହିଁ ହୋଇଥିଲା ଏବଂ ସେତେବେଳେ ଆଶୁତୋଷ ରାଣାଙ୍କୁ ରେଣୁକାଙ୍କ ବିଷୟରେ କିଛି ଜଣା ନଥିଲା ଯେ ସେ ପ୍ରକୃତରେ କଣ କରନ୍ତି । ଏକ ୱେବସାଇଟକୁ ଦେଇଥିବା ଇଣ୍ଟରଭ୍ୟୁରେ ସେ କହିଥିଲେ ଯେ ନିର୍ଦ୍ଦେଶକ ରବି ରାୟ ଦୀପାବଳିରେ ଏକ ପାର୍ଟି ରଖିଥିଲେ ଯେଉଁଠାକୁ ଆଶୁତୋଷ ପହଂଚି ପାରିନଥିଲେ ଏବଂ ଆଗାମୀ ଦିନ ରେଣୁକା ତାଙ୍କୁ ଏକ ମ୍ୟାସେଜ୍ ଦେଇ ଦୀପାବଳିର ଶୁଭକାମନା ଜଣାଇ ଥିଲେ । ସେହିଠାରୁ ହିଁ ସେହି ଦୁହିଁଙ୍କ କଥା ଆରମ୍ଭ ହୋଇଥିଲା ଏବଂ ୩ ମାସ ଧରି ଫୋନରେ କଥା ହେବା ପରେ ଦୁହେଁ ପରସ୍ପରକୁ ସାକ୍ଷାତ କରିଥିଲେ ।

google

ରେଣୁକା କହିଥିଲେ ଯେ ତାଙ୍କୁ ସାମାନ୍ୟ ଅଡୁଆ ଲାଗିଥିଲା କିନ୍ତୁ ରେଣୁକା ତାଙ୍କୁ ଫୋନ କରିଥିଲେ ଏବଂ ଘଣ୍ଟା ଘଣ୍ଟା ଧରି କଥା ହୋଇଥିଲେ । ରେଣୁକାଙ୍କ ମୁତାବକ ସେ କହିଛନ୍ତି ଯେ ସେହି ସମୟ ଖୁବ୍ ଭଲ ଥିଲା ଯେତେବେଳେ ସେ ନିଜର ବ୍ୟସ୍ତ ବହୁଳ ଜୀବନରୁ ଅଳ୍ପ ସମୟ ବାହାର କରି ପ୍ରତିଦିନ ଫୋନରେ କଥା ହେଉଥିଲେ । ପୁଣିଥରେ ୩୧ ଡିସେମ୍ବର ୧୯୯୮ ଦୁହେଁ ମିଶି ଥିଲେ । ରେଣୁକା ପୂର୍ବରୁ ବିବାହିତ ଥିଲେ କିନ୍ତୁ ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ବିବାହ ଭାଙ୍ଗିଯାଇଥିଲା । ରେଣୁକା ଆଶୁତୋଷଙ୍କ ସହିତ ନିଜ ସମ୍ପର୍କକୁ ନେଇ ନିଶ୍ଚିତ ନଥିଲେ । ଆଶୁତୋଷ ରେଣୁକାଙ୍କ ସହିତ ସମ୍ପର୍କକୁ ନେଇ ସବୁକିଛି ସ୍ପଷ୍ଟ କରି ଦେଇଥିଲେ ।

ପୂର୍ବରୁ ରେଣୁକାଙ୍କ ମାଁ ଚାହୁଁନଥିଲେ ବିବାହ…..

google

ରେଣୁକାଙ୍କ ମାଁ ବିବାହକୁ ନେଇ ଚିନ୍ତିତ ଥିଲେ ଏହା ଏଥିପାଇଁ କାରଣ ଆଶୁତୋଷ ରାଣା ମଧ୍ୟପ୍ରଦେଶର ଛୋଟ ଗ୍ରାମରୁ ଥିଲେ ଏବଂ ତାଙ୍କ ପରିବାରରେ ୧୨ ଜଣ ଲୋକ ରହୁଥିଲେ । କିନ୍ତୁ ଆଶୁତୋଷ ତାଙ୍କୁ ଭରସା ଦେଇଥିଲେ ଯେ ତାଙ୍କ ଝିଅକୁ କୌଣସି ଜିନିଷର ଅଭାବ ହେବାକୁ ଦେବେନି ବୋଲି ଏବଂ ତାଙ୍କ ମାଁଙ୍କୁ ମଧ୍ୟ ଏଥିପାଇଁ ରାଜି କରାଇ ନେଇଥିଲେ । ଏହାର ପାଖାପାଖି ୨ ବର୍ଷ ପରେ ରେଣୁକା ଏବଂ ଆଶୁତୋଷଙ୍କ ଗ୍ରାମ ଦମୋହରେ ବିବାହ କରିଥିଲେ । ତାଙ୍କର ଦୁଇ ପୁଅ ସୌୟମନ ଏବଂ ସତ୍ୟେନ୍ଦ୍ର । ରେଣୁକା ଆଶୁତୋଷଙ୍କ ଠାରୁ ପ୍ରାୟ ୪ ବର୍ଷର ବଡ଼ ଅଟନ୍ତି ।

Leave a Reply

Your email address will not be published. Required fields are marked *