“ତାରକ ମେହତା କା ଉଲ୍ଟା ଚଷମା” ଧାରାବାହିକର ମାଧବୀ ଭାଉଜ ବାସ୍ତବ ଜୀବନରେ ଅଟନ୍ତି ଗ୍ଲେମର୍ସ କ୍ୱିନ । ବାସ୍ତବ ଜୀବନ ଫୋଟ ଦେଖି ଲୋକମାନେ ହୋଇଗଲେ ଚକିତ !

“ତାରକ ମେହତା କା ଉଲ୍ଟା ଚଷମା” ଧାରାବାହିକର ମାଧବୀ ଭାଉଜ ବାସ୍ତବ ଜୀବନରେ ଅଟନ୍ତି ଗ୍ଲେମର୍ସ କ୍ୱିନ । ବାସ୍ତବ ଜୀବନ ଫୋଟ ଦେଖି ଲୋକମାନେ ହୋଇଗଲେ ଚକିତ !

କୋରୋନା ଭୂତାଣୁ ସଂକ୍ରମଣ କାରଣରୁ ହୋଇଥିବା ୫ଟି ପର୍ଯ୍ୟାୟର ଲକଡାଉନ ପରେ ସମଗ୍ର ଦେଶରେ ଲୋକଙ୍କୁ ହେଉଥିବା ଅସୁବିଧାକୁ ଦୃଷ୍ଟିରେ ରଖି ସଶର୍ତ ଅନଲକର ପ୍ରକ୍ରିୟା ଆରମ୍ଭ କରାଯାଇଛି । ଯେଉଁଥିରେ ଅନେକ ଦିନରୁ ବନ୍ଦ ଥିବା ଟିଭି ଶୋ ଏବଂ ଫିଲ୍ମ ଗୁଡ଼ିକର ଶୁଟିଂ ମଧ୍ୟ ପୁଣିଥରେ ଆରମ୍ଭ ହୋଇଯାଇଛି । ଆଗାମୀ କିଛି ଦିନ ମଧ୍ୟରେ ଦର୍ଶକଙ୍କୁ ନିଜର ପସନ୍ଦର ଟିଭି ଶୋ’ର ନୂଆଁ ଏପିଷୋଡ଼ ଦେଖିବାକୁ ମିଳିବ । ଏହି ସମୟରେ ସବୁ ଟିଭିରେ ପ୍ରସାରିତ ହେଉଥିବା ଶୋ “ତାରକ ମେହତା କା ଉଲଟା ଚଷମା”ର ମାଧବୀ ଭାଭୀ ଖୁବ୍ ଗ୍ଲେମର୍ସ ଦେଖାଯାଆନ୍ତି ।

newstrend

ତାରକ ମେହତା କା ଉଲ୍ଟା ଚଷମା ଶୋ ଗୋକୁଲଧାମ ସୋସାଇଟି ବିଷୟରେ ସବୁବେଳେ ଚର୍ଚ୍ଚା ଚାଲିଥାଏ । ସୋସାଇଟିର ସେକ୍ରେଟାରୀ ଏବଂ ଟ୍ୟୁସନ୍ ଶିକ୍ଷକ ଆତ୍ମାରାମ ତୁକାରାମ ଭିଡ଼େଙ୍କ ସ୍ତ୍ରୀ ମାଧବୀ ଚରିତ୍ରରେ ଅଭିନୟ କରୁଥିବା ସୋନାଲିକା ଜୋଶୀ ଗତ କିଛି ଦିନ ହେବ ଏହି ଶୋ’ର ଆକ୍ଟିଭ ସଦସ୍ୟ ଅଟନ୍ତି । ଏବଂ ପ୍ରାୟ ୧୨ ବର୍ଷରୁ ଏହି ଶୋ ସହିତ ଜଡ଼ିତ ଅଛନ୍ତି । ଶୋ’ରେ ମାଧବୀ ଭାଉଜ ଭୂମିକା ଖୁବ୍ ସରଳ ଭୂମିକା ଅଟେ । କିନ୍ତୁ ବାସ୍ତବ ଜୀବନରେ ମାଧବୀ ଖୁବ୍ ଗ୍ଲେମର୍ସ ଅଟନ୍ତି ।

ମାଧବୀ ଭାଭୀଙ୍କ ଫୋଟ ଦେଖି ଚକିତ ହୋଇଗଲେ ଲାକୋମାନେ :-

newstrend

ତାରକ ମେହତା କି ଉଲ୍ଟା ଚଷମା ଶୋ’ରେ ଆଚାର ଏବଂ ପମ୍ପୋଡ଼ର ଶୌକିନ୍ ମାଧବୀ ଭାଉଜ ଅର୍ଥାତ ସୋନଲିକା ଜୋଶୀ ଇନସ୍ଟାଗ୍ରାମରେ ପ୍ରାୟ ନିଜର ସୁନ୍ଦର ଫୋଟ ସେୟାର କରିଥାନ୍ତି । ଗତ କିଛି ଦିନ ତଳେ ତାଙ୍କର ସିଗାରେଟ୍ ଫୁଂକୁଥିବା କିଛି ଫୋଟ ଇନସ୍ଟାଗ୍ରାମରେ ଖୁବ୍ ଭାଇରାଲ ହୋଇଥିଲା । ଲୋକଙ୍କୁ ଏହା ଦେଖି ଆଶ୍ଚର୍ଯ୍ୟ ଲାଗିଥିଲା ଯେ ସିରିଏଲରେ ଆଚାର ଏବଂ ପମ୍ପୋଡ଼ ବନାଉଥିବା ସୋନାଲିକା ବାସ୍ତବରେ ଜୀବନରେ ସିଗାରେଟ୍ ମଧ୍ୟ ଟାଣନ୍ତି ।

ଜାଣନ୍ତୁ ମାଧବୀ ଭାଉଜଙ୍କ ବାସ୍ତବ ଜୀବନ ବିଷୟରେ :-

newstrend

ସୋନାଲିକା ଜୋଶୀ ମହାରାଷ୍ଟ୍ରରେ ରହନ୍ତି ଏବଂ ସେ ତାଙ୍କର କଲେଜ ପାଠ ପଢ଼ା ୟୁନିଭରସିଟି ଅଫ ମୁମ୍ବାଇରୁ କରିଛନ୍ତି । ପାଠ ପଢ଼ା ପରେ ସେ ମରାଠୀ ଥିଏଟରରେ ଅନେକ ଦିନ ପର୍ଯ୍ୟନ୍ତ କାମ କରିଥିଲେ । ସେ ୱାରସ ସରେଚ ସରସ ଏବଂ ଜୁଲୁକ ଭଳି ମରାଠୀ ଧାରାବାହିକରେ କାମ କରିଥିଲେ ।

newstrend

ତାରକ ମେହତା କା ଉଲ୍ଟା ଚଷମା ଶୋ’ରେ ଆତ୍ମାରାମ ଭିଡ଼େଙ୍କ ପତ୍ନୀ ଚରିତ୍ରରେ ଅଭିନୟ କରୁଥିବା ସୋନାଲିକା ପ୍ରକୃତ ଜୀବନରେ ମଧ୍ୟ ବିବାହିତ ଅଟନ୍ତି । ସେ ଅପ୍ରେଲ ୫, ୨୦୦୪ ମସିହାରେ ସମୀର ଜୋଶୀଙ୍କୁ ବିବାହ କରିଥିଲେ । ତାଙ୍କର ଏକ ଝିଅ ମଧ୍ୟ ଅଛନ୍ତି ଯାହାର ନାମ ଆର୍ଯ୍ୟା ଜୋଶୀ ଅଟେ । ତାରକ ମେହତା କା ଉଲ୍ଟା ଚଷମା ଶୋ’ରେ ସୋନାଲିକା ନିଜର କଥା କହିବାର ଅଲଗା ଢ଼ଙ୍ଗ ପାଇଁ ଦର୍ଶକଙ୍କ ମଧ୍ୟରେ ଖୁବ୍ ପ୍ରସିଦ୍ଧ ଅଟନ୍ତି । ତା’ସହିତ ସେ ନିଜ ଶୋ’ର ଗୋଟିଏ ଏପିଷୋଡ଼ ପାଇଁ ୨୫ ହଜାର ଟଙ୍କା ନେଇଥାନ୍ତି ।

newstrend

ବାସ୍ତବ ଜୀବନରେ ସୋନାଲିକାଙ୍କୁ ନୂଆଁ ନୂଆଁ ଗାଡ଼ିର ଖୁବ୍ ଶୌକୀନ ରହିଥାଏ ଏବଂ ସେ ଇନସ୍ଟାଗ୍ରାମରେ ଏକ ଫୋଟ ମଧ୍ୟ ସେୟାର କରିଥିଲେ । ଯେଉଁଥିରେ ସେ ନିଜର ନୂଆଁ ଗାଡ଼ି ସହିତ ଦେଖା ଯାଇଥିଲେ ।

newstrend

ଲୋକପ୍ରିୟ ଟିଭି ଧାରାବାହିକ ତାରକ ମେହତା କା ଉଲ୍ଟା ଚଷମା ଶୋ’ର ଶୁଟିଂ ଜୁଲାଇ ୧୦ରୁ ଆରମ୍ଭ ହୋଇସାରିଛି । ମନେ ପକାଇ ଦେଉଛୁ ଯେ ଲକଡାଉନ କାରଣରୁ ଏହି ଧାରାବାହିକର ଶୁଟିଂ ଗତ ୧୧୬ ଦିନ ଧରି ବନ୍ଦ ଥିଲା । ଶୁଟିଂ ପୁଣିଥରେ ଆରମ୍ଭ କରିବା କାରଣରୁ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଶୋ ନିର୍ମାତାଙ୍କ କହିବା କଥା ଯେ ବର୍ତ୍ତମାନ କମ୍ ଲୋକଙ୍କ ସହିତ ଶୁଟିଂ ଆରମ୍ଭ କରାଯାଇଛି । ତା’ସହିତ କଳାକାରଙ୍କ ସମେତ କ୍ରୁ ମେମ୍ବରଙ୍କ ସ୍ଵାସ୍ଥ୍ୟର ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଧ୍ୟାନ ରଖାଯାଉଛି ।

Leave a Reply

Your email address will not be published. Required fields are marked *