ଅଭିନେତା ମ୍ୟାକ୍ ମୋହନ ଚଳଚ୍ଚିତ୍ର ‘ଶୋଲେ’ର ସମ୍ୱା ଚରିତ୍ରରୁ ପ୍ରସିଦ୍ଧି ଲାଭ କରିଥିଲେ ! ବର୍ତ୍ତମାନ୍ ତାଙ୍କ ପିଲାମାନେ କଣ କରୁଛନ୍ତି ଆସନ୍ତୁ ଜାଣିବା…

ଅଭିନେତା ମ୍ୟାକ୍ ମୋହନ ଚଳଚ୍ଚିତ୍ର ‘ଶୋଲେ’ର ସମ୍ୱା ଚରିତ୍ରରୁ ପ୍ରସିଦ୍ଧି ଲାଭ କରିଥିଲେ ! ବର୍ତ୍ତମାନ୍ ତାଙ୍କ ପିଲାମାନେ କଣ କରୁଛନ୍ତି ଆସନ୍ତୁ ଜାଣିବା…

ପୂଜା ରାଜପୁତ୍: କିଛି ଚରିତ୍ର ଏହିପରି ହୋଇଥାଏ, ଯାହା ଜଣେ ଅଭିନେତାଙ୍କୁ ପ୍ରଶଂସକ ମାନଙ୍କ ମଧ୍ୟରେ ସବୁଦିନ ପାଇଁ ଅମର କରି ଦେଇଥାଏ । ଏହିପରି ଚରିତ୍ର ମାନଙ୍କ ମଧ୍ୟରୁ ଗୋଟିଏ ଥିଲା “ଶୋଲେ” ଚଳଚ୍ଚିତ୍ରର “ସାଂଭା”ଙ୍କ ଚରିତ୍ର । ‘ଶୋଲା’ ଚଳଚ୍ଚିତ୍ରର ଭୟଭୀତ ଡାକୁ ଗବର ସିଂଙ୍କ ଡାହାଣ ହାତ ଅର୍ଥାତ “ସାଂଭା”ଙ୍କ ଚରିତ୍ରରେ ଅଭିନୟ କରିଥିବା ଅଭିନେତା ମୈକ୍ ମୋହନ୍ ।

ସାଂଭାଙ୍କ ଭୂମିକା ମୈକ୍ ମୋହନଙ୍କୁ ଏକ ଚିରନ୍ତନ ପରିଚୟ ଦେଇଥିଲା ଯାହା ସବୁଦିନ ପାଇଁ ଦର୍ଶକ ମାନଙ୍କ ମଧ୍ୟରେ ଅଭୁଲା ହୋଇ ରହିବ । ଆଜି ମୈକ୍ ମୋହନ୍ ଆମ ଗହଣରେ ନାହାଁନ୍ତି ସତ କିନ୍ତୁ ତାଙ୍କର ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଶଂସକ ମାନେ ତାଙ୍କୁ ମନେ ପକାଇଥାନ୍ତି । ଏପ୍ରେଲ୍ ମାସ ୨୪ ତାରିଖ ଅର୍ଥାତ ଆଜି ହେଉଛି ମୈକ୍ ମୋହନଙ୍କ ଜନ୍ମଦିନ । ଯଦି ମୈକ୍-ମୋହନ୍ ଆଜି ଜୀବିତ ରହିଥାନ୍ତେ, ତେବେ ସେ ୮୩ ବର୍ଷରେ ପଦାର୍ପଣ କରିଥାନ୍ତେ । ୨୦୧୦ ମସିହା ମଇ ମାସ ୧୦ ତାରିଖରେ ୭୨ ବର୍ଷ ବୟସରେ ମୈକ୍ ମୋହନଙ୍କ ପରଲୋକ ହୋଇଥିଲା । ସେ ‘ଫୁସ୍-ଫୁସ୍’ ଜନିତ କର୍କଟ ରୋଗରେ ପୀଡିତ ଥିଲେ ଏବଂ ପ୍ରାୟ ୧ ବର୍ଷ ଧରି କର୍କଟ ରୋଗ ସହିତ ଲଢେଇ କରିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା ।

ବହୁତ କମ୍ ସଂଖ୍ୟକ ଲୋକଙ୍କୁ ଜ୍ଞାତ ଥିବ କି ମୈକ୍ ମୋହନଙ୍କର ଅସଲ ନାମ ହେଉଛି ମୋହନ୍ ମକ୍କିନୀ । କିନ୍ତୁ ମୈକ୍ ମୋହନ୍ ନାମରେ ସେ ଅପୂର୍ବ ଖ୍ୟାତି ଅର୍ଜନ କରିଥିଲେ । ୧୯୩୮ ମସିହା ଏପ୍ରେଲ୍ ମାସ ୨୪ ତାରିଖରେ ପାକିସ୍ତାନର କରାଚୀ ସହରରେ ମୋହନ୍ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତା ବ୍ରିଟିଶ ସେନାରେ ଜଣେ କର୍ଣ୍ଣେଲ ଥିଲେ । ୧୯୪୦ ମସିହାରେ କରାଚୀ ଠାରୁ ଲକ୍ଷ୍ନୌକୁ ମୈକ୍ ମୋହନଙ୍କ ପିତାଙ୍କ ସ୍ଥାନାନ୍ତଣ ହୋଇ ଯାଇଥିଲା । ମୈକ୍ ମୋହନ୍ ଲକ୍ଷ୍ନୌ ଠାରେ ନିଜର ଅଧ୍ୟୟନ କରିଥିଲେ । କିନ୍ତୁ ସେ ପିଲା ଦିନରୁ ସେ ଜଣେ କ୍ରିକେଟର ହେବାକୁ ଚାହୁଁଥିଲେ । ସେହି ଦିନ ମାନଙ୍କରେ କେବଳ ମୁମ୍ବାଇରେ କ୍ରିକେଟର୍ ଭଲ ତାଲିମ୍ ଦିଆଯାଉଥିଲା । ତେଣୁ ସେ ନିଜର ଏହି ସ୍ୱପ୍ନକୁ ପୂରଣ କରିବା ପାଇଁ ୧୯୫୨ ମସିହାରେ ମୁମ୍ବାଇ ଚାଲି ଆସିଥିଲେ । କିନ୍ତୁ ଭାଗ୍ୟ ତାଙ୍କୁ କ୍ରିକେଟର୍ ପରିବର୍ତ୍ତେ ଅଭିନେତା କରି ଦେଇଥିଲା ।

୧୯୬୪ ମସିହାରେ ଚଳଚ୍ଚିତ୍ର “ହକୀକତ୍”ରୁ ବଲିଉଡରେ ଡେବ୍ୟୁ କରିଥିବା ‘ମୈକ୍ ମୋହନ୍’ଙ୍କର ଦୀର୍ଘ ୪୬ ବର୍ଷର ଚଳଚ୍ଚିତ୍ର କ୍ୟାରିୟର୍ ଥିଲା । ସେ ପାଖାପାଖି ୧୭୫ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ସେଥି ମଧ୍ୟରୁ ‘ଶୋଲେ’ ଚଳଚ୍ଚିତ୍ରର ସାଂଭାଙ୍କ ଚରିତ୍ର ତାଙ୍କୁ ସବୁଠାରୁ ଅଧିକ ଲୋକପ୍ରିୟ କରିଥିଲା ।

ମୈକ୍ ମୋହନ୍ ଆଜି ଆମ ଗହଣରେ ନାହାଁନ୍ତି, କିନ୍ତୁ ଆଜି ତାଙ୍କ ଜନ୍ମଦିନରେ ଆମେ ଆପଣଙ୍କୁ ତାଙ୍କ ପରିବାର ସହିତ ପରିଚିତ କରିବାକୁ ଯାଉଛୁ । କଣ କରୁଛନ୍ତି “ଶୋଲେ” ଚଳଚ୍ଚିତ୍ର ସାଂଭାଙ୍କ ପିଲାମାନେ ।

ମୈକ୍ ମୋହନ୍ ୧୯୮୬ ମସିହାରେ ବିବାହ କରିଥିଲେ । ତାଙ୍କ ପତ୍ନୀଙ୍କ ନାମ ମିନୀ ମକ୍କିନୀ ଅଟେ ।

ତାଙ୍କର ତିନି ଜଣ ଛୁଆ ଅଛନ୍ତି । ଝିଅ ମଞ୍ଜରୀ ମକ୍କିନୀ, ବିନତୀ ମକ୍କିନୀ ଏବଂ ପୁଅ ବିକ୍ରାନ୍ତ ମକ୍କିନୀ ।

ମୈକ୍ ମୋହନଙ୍କ ଦୁଇ ଝିଅ ଚଳଚ୍ଚିତ୍ର ଜଗତ ସହିତ ଜଡିତ ଅଛନ୍ତି । ତଥାପି ତାଙ୍କ ପିଲାମାନେ ବାପାଙ୍କ ପରି ସଫଳତା ଅର୍ଜନ କରିପାରି ନାହାଁନ୍ତି ।

‘ମୈକ୍ ମୋହନ୍’ଙ୍କ ବଡ଼ ଝିଅ ମଞ୍ଜରୀ ମକ୍କିନୀ ଜଣେ ଲେଖିକା, ନିର୍ଦେଶିକା ଏବଂ ପ୍ରଡ୍ୟୁଶ୍ୱର ଅଟନ୍ତି ।

ସେ “ଦ ଲାଷ୍ଟ ମାର୍ବଲ୍” ଏବଂ “ଦ କର୍ଣ୍ଣର୍ ଟେବୁଲ୍” ପରି କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଛନ୍ତି ।

ମଞ୍ଜରୀ ବିବାହିତ ଅଟନ୍ତି । ତାଙ୍କ ସ୍ୱାମୀ ମଧ୍ୟ ଚଳଚ୍ଚିତ୍ର ବ୍ୟବସାୟ ସହିତ ଜଡିତ ଅଟନ୍ତି । ମଞ୍ଜରୀ ତାଙ୍କ ସ୍ୱାମୀଙ୍କ ସହିତ କାଲିଫର୍ନିଆରେ ରୁହନ୍ତି । ସେ ମୁମ୍ବାଇକୁ ମଧ୍ୟ ଯିବା ଆସିବା କରିଥାନ୍ତି ।

ବିବାହ ପରେ ମଧ୍ୟ ସେ ତାଙ୍କ ମାଁ’ ଏବଂ ଛୋଟ ଭାଇ-ଭଉଣୀଙ୍କ ସହିତ ବହୁତ ନିକଟତର ଅଟନ୍ତି ।

ମୈକ୍ ମୋହନଙ୍କ ଦ୍ୱିତୀୟ ଝିଅଙ୍କ ନାମ ହେଉଛି ବିନତୀ ମକ୍କିନୀ । ବିନତୀ ମଧ୍ୟ ଜଣେ ଅଭିନେତ୍ରୀ, ନିର୍ମାତା ଏବଂ ସ୍କ୍ରିନ୍ ଲେଖିକା ଅଟନ୍ତି । ୨୦୧୦ ମସିହାରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର “ମାଈ ନେମ୍ ଇଜ୍ ଖାନ୍”ର କଳା ବିଭାଗରେ ସେ ସାମିଲ୍ ହୋଇଥିଲେ ।

ବିନତୀ ସୋସିଆଲ୍ ମିଡିଆରେ ବହୁତ ସକ୍ରିୟ ଅଟନ୍ତି । ଅଧିକାଂଶ ସମୟରେ ସେ ନିଜ ପରିବାର ସହିତ ଫୋଟ ସେୟାର୍ କରିଥାନ୍ତି ।

ମୈକ୍ ମୋହନଙ୍କ ପୁଅଙ୍କ ନାମ ହେଉଛି ବିକ୍ରାନ୍ତ । ସେ ମଞ୍ଜରୀଙ୍କ ଚଳଚ୍ଚିତ୍ର “ଦ ଲାଷ୍ଟ ମାର୍ବଲ୍”ରେ କାମ କରିଥିଲେ ।

ବିନତୀ ନିଜ ଭାଇ ବିକ୍ରାନ୍ତଙ୍କ ଫୋଟ ମଧ୍ୟ ଇନଷ୍ଟାଗ୍ରାମରେ ସେୟାର୍ କରିଥାନ୍ତି । ଯେଉଁଥିରେ ସେ ତାଙ୍କ ଭାଇଙ୍କୁ ବହୁତ ଭଲ ପାଉଛନ୍ତି ।

ଏମାନଙ୍କ ବ୍ୟତୀତ ରବୀନା ଟଣ୍ଡନଙ୍କ ସହିତ ମୈକ୍ ମୋହନଙ୍କ ଘନିଷ୍ଠ ସମ୍ପର୍କ ରହିଛି । ମୈକ୍ ମୋହନ୍ ରବୀନା ଟଣ୍ଡନଙ୍କ ମାମୁଁ ଥିଲେ ।

ମୈକ୍ ମୋହନ୍ ଆଜି ଆମ ଗହଣରେ ନାହାଁନ୍ତି କିନ୍ତୁ ତାଙ୍କ ପରିବାରର ଫୋଟ ସୋସିଆଲ୍ ମିଡିଆରେ ବହୁତ ପ୍ରଶଂସା କରାଯାଇଥାଏ ।

Leave a Reply

Your email address will not be published. Required fields are marked *