୫ ମାସ ପରେ ଆଜି ଭକ୍ତଙ୍କ ନିମନ୍ତେ ମାତା ବୈଷ୍ଣବ ଦେବୀଙ୍କ ମନ୍ଦିର ଖୋଲିଲା !

୫ ମାସ ପରେ ଆଜି ଭକ୍ତଙ୍କ ନିମନ୍ତେ ମାତା ବୈଷ୍ଣବ ଦେବୀଙ୍କ ମନ୍ଦିର ଖୋଲିଲା !

ଜାମ୍ମୁ କାଶ୍ମୀରର ରେଆସି ଜିଲ୍ଲାର ତ୍ରିକୁଟା ପାହାଡରେ ଅବସ୍ଥିତ ବିଶ୍ୱ ପ୍ରସିଦ୍ଧ ମାତା ବୈଷ୍ଣବ ଦେବୀଙ୍କ ମନ୍ଦିର ଆଜି ଭକ୍ତଙ୍କ ପାଇଁ ଖୋଳାଗଲା । କରୋନା ମହାମାରୀ ଯୋଗୁଁ ମାର୍ଚ୍ଚ ୧୮ରୁ ସ୍ଥଗିତ ଥିବା ଯାତ୍ରା ଆଜି ଆରମ୍ଭ ହେଉଛି । ପ୍ରାରମ୍ଭ ଦିନରେ, କେବଳ ଦୁଇ ହଜାର ଲୋକ ମାତା ବୈଷ୍ଣବ ଦେବୀଙ୍କ ଦର୍ଶନ କରିପାରିଥିଲେ । ଭକ୍ତମାନେ ମାତାଙ୍କ ଦର୍ଶନ ପାଇଁ ବହୁତ ଉତ୍ସାହିତ ମଧ୍ୟ ଥିଲେ ।

Google

ମାତା ବୈଷ୍ଣବ ଦେବୀ ଶ୍ରୀକ୍ଷେତ୍ର ବୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ରମେଶ କୁମାର ସୂଚନା ଦେଇଛନ୍ତି ଯେ, ପ୍ରଥମ ସପ୍ତାହରେ ପ୍ରତିଦିନ ଦୁଇ ହଜାର ଭକ୍ତଙ୍କୁ ଦର୍ଶନ କରିବାକୁ ଅନୁମତି ଦିଆଯିବ । ଏଥିମଧ୍ୟରୁ ୧୯୦୦ ଭକ୍ତ ଜାମ୍ମୁ କାଶ୍ମୀରରୁ ଏବଂ ଅବଶିଷ୍ଟ ୧୦୦ ଜଣ ରାଜ୍ୟ ବାହାରର ରହିବେ । ପରିସ୍ଥିତିର ସମୀକ୍ଷା କରାଯିବ ଏବଂ ଏହାପରେ ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ଭ୍ରମଣ ପଞ୍ଜୀକରଣ କେନ୍ଦ୍ରଗୁଡିକରେ ଲୋକଙ୍କ ଭିଡକୁ ଏଡାଇବା ପାଇଁ ରେଜିଷ୍ଟ୍ରେସନ୍ ଅନଲାଇନ୍ ହେବ ଏବଂ ଏହା ପରେ ଭକ୍ତମାନଙ୍କୁ ଭ୍ରମଣ କରିବାକୁ ଅନୁମତି ଦିଆଯିବ ।

ଦର୍ଶନ ନିମନ୍ତେ ଏହିସବୁ ନିୟମ ପାଳନ କରିବାକୁ ଅନିର୍ବାର୍ଯ୍ୟ :

Google

ପ୍ରତିଦିନ ଦୁଇ ହଜାର ଭକ୍ତଙ୍କୁ ମାତା ବୈଷ୍ଣବ ଦେବୀଙ୍କ ଦର୍ଶନ ଓ ମନ୍ଦିର ପରିଦର୍ଶନ କରିବାକୁ ଅନୁମତି ଦିଆଯାଇଛି । ଯେଉଁଥିରେ ୧୯୦୦ ଜଣ ଅନ୍ତଃରାଜ୍ୟର ଭକ୍ତ ରହିବେ ।

କେବଳ ୧୦୦ ଜଣ ହିଁ ଅନ୍ୟ ରାଜ୍ୟର ଭକ୍ତ ଆସିବାକୁ ଅନୁମତି ଦିଆଯିବ । ପରବର୍ତ୍ତୀ କ୍ରମ ପର୍ଯ୍ୟନ୍ତ ଗଣନା ଯେତିକି ରଖାଯିବ ।

ଭକ୍ତମାନେ ନିଜ ନିଜ ମୋବାଇଲ୍ ଫୋନରେ ଆରୋଗ୍ୟ ସେତୁ ଆପ୍ଲିକେସନ ଇନଷ୍ଟଲ୍ କରିବା ଅନିର୍ବାର୍ଯ୍ୟ ଅଟେ ଏବଂ ମାସ୍କ ପିନ୍ଧିବା ମଧ୍ୟ ଆବଶ୍ୟକ ।

ପ୍ରତ୍ୟେକ ଯାତ୍ରୀଙ୍କୁ ଯାତ୍ରା ପ୍ରବେଶ ଦ୍ୱାର ନିକଟରେ ଥର୍ମାଲ୍ ଇମେଜ୍ ସ୍କାନର୍ ଦ୍ଵାରା ଯାଞ୍ଚ କରାଯିବ ।

Google

ମହାମାରୀ କରୋନାର ପାଦୁର୍ଭାବକୁ ଦୃଷ୍ଟିରେ ରଖି ମାତା ବୈଷ୍ଣବ ଦେବୀ ଶ୍ରୀକ୍ଷେତ୍ର ବୋର୍ଡ ୧୦ ବର୍ଷରୁ କମ୍ ପିଲା, ଗର୍ଭବତୀ ମହିଳା ଏବଂ ୬୦ ବର୍ଷରୁ ଅଧିକ ବ୍ୟକ୍ତି ବିଶେଷଙ୍କ ନିମନ୍ତେ ଯାତ୍ରା ସ୍ଥଗିତ ରଖିବାକୁ ପରାମର୍ଶ ଦେଇଛନ୍ତି । ପରିସ୍ଥିତି ସୁଧାର ଆସିବା କ୍ଷଣେ ବର୍ତ୍ତମାନ ପ୍ରଚଳିତ ନୀତି ନିୟମ ଓ ନିର୍ଦ୍ଦେଶାବଳୀକୁ ସଂଶୋଧନ କରାଯିବ ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *