୫ ଜୁଲାଇ ୨୦୨୦ ରବିବାର ଚନ୍ଦ୍ରଗ୍ରହଣରେ ହାଣ୍ଡିଛାଡ଼ ହେବ ନା ନାହିଁ ଏହାକୁ ନେଇ ସମ୍ପୂର୍ଣ୍ଣ ବିବରଣୀ ।

୫ ଜୁଲାଇ ୨୦୨୦ ରବିବାର ଚନ୍ଦ୍ରଗ୍ରହଣରେ ହାଣ୍ଡିଛାଡ଼ ହେବ ନା ନାହିଁ ଏହାକୁ ନେଇ ସମ୍ପୂର୍ଣ୍ଣ ବିବରଣୀ ।

ଆସନ୍ତା ଜୁଲାଇ ୫ ତାରିଖ ରବିବାର ଅର୍ଥାତ ପବିତ୍ର ଗୁରୁପୁର୍ଣିମା ଦିନ ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ ଲାଗିବାକୁ ଯାଉଅଛି । ଏହା ପୂର୍ବରୁ ୧୦ ଜାନୁଆରୀ ଓ ୫ ଜୁନରେ ଚନ୍ଦ୍ରଗ୍ରହଣ ଲାଗି ସାରିଛି । ଏହା ହେଉଛି ବର୍ଷର ତୃତୀୟ ଚନ୍ଦ୍ରଗ୍ରହଣ । ଏହି ବର୍ଷ ସମୁଦାୟ ୪ଟି ଚନ୍ଦ୍ରଗ୍ରହଣ ରହିଛି । ବର୍ଷର ଚତୁର୍ଥ ବା ଶେଷ ଚନ୍ଦ୍ରଗ୍ରହଣ ୩୦ ନଭେମ୍ବର ୨୦୨୦ରେ ଲାଗିବାକୁ ଯାଉଛି । ସାଧାରଣତଃ ଗ୍ରହଣ ଲାଗିବା ୯ଘଣ୍ଟା ବା ତିନି ପ୍ରହର ପୂର୍ବରୁ ଏବଂ ପରାଗ ଲାଗିବାର ୧୨ଘଣ୍ଟା ବା ୪ ପ୍ରହର ପୂର୍ବରୁ ପାକ ନିଷେଧ ବା ହାଣ୍ଡିଛଡ଼ା କରାଯାଇଥାଏ । ଏହି ସମୟକୁ ସୁତକ ସମୟ ମଧ୍ୟ କୁହାଯାଇଥାଏ । ଯେହେତୁ ଏହା ଗ୍ରହଣ ଲାଗିବାକୁ ଯାଉଛି, ତେଣୁ ୯ଘଣ୍ଟା ପୂର୍ବରୁ ହାଣ୍ଡିଛଡ଼ା କରାଯାଇଥାଏ । ଏହି ଚନ୍ଦ୍ରଗ୍ରହଣ ଭାରତ ଏବଂ ଓଡ଼ିଶାରେ ଦୃଶ୍ୟମାନ ହେବ ନାହିଁ । କାରଣ ଗ୍ରହଣ ଦିନ ବେଳା ହିଁ ଲାଗିବାକୁ ଯାଉଛି । ଏହା ଉତ୍ତର ଓ ଦକ୍ଷିଣ ଆମେରିକା ସହିତ ୟୁରୋପର କେତେକ ଦେଶମାନଙ୍କରେ ଦୃଶ୍ୟମାନ ହେବ । ତେବେ ଆଜି ଆମେ ଜାଣିବା ଯେ, ଚନ୍ଦ୍ରଗ୍ରହଣ ଲାଗିବାର ସଠିକ୍ ସମୟ ସୀମା, ଗ୍ରାସ ସମୟ, ଗ୍ରହଣର ସୁତକ ସମୟ ବା ପାକ ନିଷେଧ ସମୟ । ଗ୍ରହଣ ମାନ୍ୟତା ହେବ ନା ନାହିଁ, ହାଣ୍ଡିଛାଡ଼ କରାଯିବ ନା ନାହିଁ, ଗର୍ଭବତୀ ମହିଳା କିପରି ସାବଧାନ ରହିବେ ଏବଂ ଶୁଭ-ଅଶୁଭ ରାଶି ବିଷୟରେ… ଆସନ୍ତୁ ଜାଣିବ ।

google

ଗ୍ରହଣ ଲାଗିବା ସମୟ :-

ଆସନ୍ତା ଜୁଆଇ ରବିବାର ୫ ତାରିଖ ଦିନ ଲାଗିବାକୁ ଯାଉଥିବ ଏହି ଚନ୍ଦ୍ରଗ୍ରହଣ ହେଉଛି ଏକ ଉପଛାୟା ଚନ୍ଦ୍ରଗ୍ରହଣ । ଏହି ଗ୍ରହଣର ଗ୍ରାସ ବା ଗ୍ରହଣ ଲାଗିବାର ସମୟ ହେଉଛି ସକାଳ ୮:୩୮ ମିନିଟରେ ଆରମ୍ଭ ହୋଇ ଦିନ ୧୧:୨୧ ମିନିଟରେ ଶେଷ ହେବ । ଏହି ଗ୍ରହଣ ମହାକାଶରେ ପ୍ରାୟ ୨ ଘଣ୍ଟା ୪୩ ମିନିଟ ଏବଂ ୨୪ ସେକେଣ୍ଡ ଦୃଶ୍ୟମାନ ହେବ । ସକାଳ ୯ ଘଣ୍ଟା ୫୯ ମିନିଟରେ ସର୍ବାଧିକ ଚନ୍ଦ୍ରଗ୍ରହଣର ଦୃଶ୍ୟମାନ ହେବ ।

ଗ୍ରହଣର ସୁତକ ସମୟ ମାନ୍ୟ ହେବ ନା ନାହିଁ –

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଉପଛାୟା ଗ୍ରହଣ ହେବା କାରଣରୁ ଏହି ଚନ୍ଦ୍ରଗ୍ରହଣର ସୁତକ କାଳ ବା ହାଣ୍ଡିଛାଡ଼ ସମୟ ମାନ୍ୟ ହେବନାହିଁ । କାରଣ ସେହି ସମୟରେ ସୁତକର ମାନ୍ୟ ହୋଇଥାଏ, ଯେଉଁ ଗ୍ରହଣକୁ ଖାଲି ଆଖିରେ ଦେଖାଯାଇ ପାରିଥାଏ । ଯେହେତୁ ଏହା ଉପଛାୟା ଚନ୍ଦ୍ରଗ୍ରହଣ ଏହା ଖାଲି ଆଖିରେ ଦୃଶ୍ୟମାନ ହେବ ନାହିଁ । ଉପଛାୟା ଚନ୍ଦ୍ରଗ୍ରହଣ ସେତେବେଳେ ହୋଇଥାଏ, ଯେତେବେଳେ ସୂର୍ଯ୍ୟ ଓ ଚନ୍ଦ୍ରଙ୍କ ମଧ୍ୟରେ ପୃଥିବୀ ଆସିଥାଏ । କିନ୍ତୁ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ଏକ ସରଳ ରେଖାରେ ରହିନଥାନ୍ତି । ଗ୍ରହଣ ଲାଗିବା ପୂର୍ବରୁ ଚନ୍ଦ୍ର, ପୃଥିବୀର ଉପଛାୟାରେ ପ୍ରବେଶ କରିଥାଏ ଓ ଏହାପରେ ସେ ପୃଥିବୀର ବାସ୍ତବିକ ଛାୟାରେ ପ୍ରବେଶ କରିଥାଏ । ଯେତେବେଳେ ଏଭଳି ହୋଇଥାଏ, ସେତେବେଳେ ଚନ୍ଦ୍ରଗ୍ରହଣ ହୋଇଥାଏ । କିନ୍ତୁ ଅନେକ ଥର ଏଭଳି ମଧ୍ୟ ହୋଇଥାଏ ଯେ, ଚନ୍ଦ୍ର କେବଳ ପୃଥିବୀର ଉପଛାୟାରେ ପ୍ରବେଶ କରି ପୁଣି ଫେରି ଆସିଥାଏ । ଏହି ସମୟରେ ଚନ୍ଦ୍ରମାର ପ୍ରତିବିମ୍ବ କେବଳ ପାଉଁସିଆ ନଜର ଆସିଥାଏ । ସମ୍ପୂର୍ଣ୍ଣ ଅନ୍ଧକାର ନୁହେଁ, ତେଣୁ ଜୁଲାଇ ୫ ତାରିଖ ରବିବାର ଦିନ ଲାଗିବାକୁ ଯାଉଥିବ ଚନ୍ଦ୍ର ଗ୍ରହଣର ସୁତକ ସମୟ ବା ପାକ ନିଷେଧର ସମୟ ମାନ୍ୟ ହେବନାହିଁ ଏବଂ ଏହି ଚନ୍ଦ୍ର ଗ୍ରହଣ ପାଇଁ ହାଣ୍ଡିଛାଡ଼ କରାଯିବ ନାହିଁ । ଏଥିସହିତ ଦେବାଦେବୀଙ୍କ ନୀତି ଓ ପୂଜା କାର୍ଯ୍ୟକ୍ରମ ବନ୍ଦ ହେବନାହିଁ ।

Google

ଗର୍ଭବତୀ ମହିଳାମାନେ ସତର୍କରେ ରୁହନ୍ତୁ :-

ଏହି ସମୟ ଗର୍ଭବତୀ ମହିଳାଙ୍କ ପାଇଁ ବହୁତ ଅଶୁଭ ହୋଇଥିବା କାରଣରୁ ସେମାନଙ୍କୁ ସାବଧାନ ରହିବା ସହିତ ଚନ୍ଦ୍ରଗ୍ରହଣ ଦେଖିବା ପାଇଁ ବାରଣ କରାଯାଇଅଛି । ଗ୍ରହଣ ସମୟରେ ଗର୍ଭବତୀ ମହିଳାମାନେ କୌଣସି ଜିନିଷ କଟାକଟି ବା ସିଲେଇ କରନ୍ତୁ ନାହିଁ । ନଚେତ ଏହାରକୁ ପ୍ରଭାବ ଗର୍ଭରେ ଥିବା ଶିଶୁ ଉପରେ ସିଧାସଳଖ ପଡ଼ିଥାଏ । ଏଥିସହିତ ଗ୍ରହଣ ଲାଗୁଥିବା ସମୟରେ କଳାରଙ୍ଗର ବସ୍ତ୍ର ପରିଧାନ କରନ୍ତୁ ନାହିଁ ଏବଂ ବାହାରକୁ ବାହାରନ୍ତୁ ନାହିଁ । ଚନ୍ଦ୍ରଗ୍ରହଣ ସମୟରେ ଯଦି ଚନ୍ଦ୍ରଗ୍ରହଣର ଛାୟା କୌଣସି ମଧ୍ୟ ଗର୍ଭବତୀ ମହିଳାଙ୍କ ଉପରେ ପଡ଼ିଯାଏ, ତେବେ ତାଙ୍କ ଗର୍ଭର ପ୍ରଥମ ଶିଶୁକୁ ଶାରୀରିକ ଦୋଷ ଲାଗିଯାଇଥାଏ । ଯାହା ଭବିଷ୍ୟତରେ ବହୁତ ବଡ଼ ସମସ୍ୟା ମଧ୍ୟ ସୃଷ୍ଟି କରିଥାଏ । ତେଣୁ ଗର୍ଭବତୀ ମହିଳାମାନେ ଏହି ସମୟରେ ବାହାରକୁ ଯାଆନ୍ତୁ ନାହିଁ ।

ଜ୍ୟୋତିଷ ଶାସ୍ତ୍ରଙ୍କ ଅନୁସାରେ ଏହି ଚନ୍ଦ୍ରଗ୍ରହଣ କାରଣରୁ ଗ୍ରହ ଓ ନକ୍ଷତ୍ରମାନଙ୍କର ସ୍ଥାନ ପରିବର୍ତ୍ତନ ହେବାକୁ ଯାଉଛି । ଗ୍ରହମାନଙ୍କ ପରିବର୍ତ୍ତନ କାରଣରୁ କିଛି ରାଶିମାନଙ୍କ ଉପରେ ଅଶୁଭ ପ୍ରଭାବ ପଡୁଥିବା ବେଳେ କେତେକ ରାଶିମାନଙ୍କ ଉପରେ ଶୁଭ ପ୍ରଭାବ ପକାଇ ଥାଏ । ତେବେ ରାଶି ଚକ୍ରର ୧୨ ଗୋଟି ରାଶି ମଧ୍ୟରୁ ୮ଟି ରାଶିଙ୍କ ଉପରେ ଶୁଭ ପ୍ରଭାବ ପଡ଼ିବ । ସେହି ଭାଗ୍ୟଶାଳୀ ରାଶି ଗୁଡ଼ିକ ହେଲା, ବୃଷ ରାଶି, ମିଥୁନ ରାଶି, କର୍କଟ ରାଶି, କନ୍ୟା ରାଶି, ତୁଳା ରାଶି, ବିଛା ରାଶି, ମକର ରାଶି ଏବଂ କୁମ୍ଭ ରାଶି । ଏଥିସହିତ ମେଷ ରାଶି, ମୀନ ରାଶି, ସିଂହ ରାଶି ଏବଂ ଧନୁ ରାଶି ଉପରେ ଖରାପ ପ୍ରଭାବ ପଡ଼ିବାକୁ ଯାଉଛି । ତେଣୁ ଏହି ୪ଟି ରାଶିର ଲୋକମାନେ ଚନ୍ଦ୍ରଗ୍ରହଣ ସମୟରେ ସତର୍କରେ ରୁହନ୍ତୁ ଏବଂ ଭଗବାନଙ୍କ ନାମ ଜପ କରନ୍ତୁ ।

Leave a Reply

Your email address will not be published. Required fields are marked *