LPG ଗ୍ରାହକଙ୍କ ପାଇଁ ଖୁସି ଖବର, ଏକ ମିସ୍ କଲରେ ଘରକୁ ଆସିବ LPG ସିଲିଣ୍ଡର୍ !

LPG ଗ୍ରାହକଙ୍କ ପାଇଁ ଖୁସି ଖବର, ଏକ ମିସ୍ କଲରେ ଘରକୁ ଆସିବ LPG ସିଲିଣ୍ଡର୍ !

ନୂଆଦିଲ୍ଲୀ : ମୁଦ୍ରାସ୍ଫୀତି ଓ ଦରଦାମ ବୃଦ୍ଧି ସମୟରେ ଏଲପିଜି ଗ୍ୟାସ ସିଲେଣ୍ଡରର ମୂଲ୍ୟ ବୃଦ୍ଧି ସାଧାରଣ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି । କିନ୍ତୁ ଏହି ସମୟରେ ଦେଶର ବୃହତ୍ତମ ଏଲପିଜି କମ୍ପାନୀ Indane Gas ନିଜ ଗ୍ରାହକଙ୍କୁ ବହୁତ ବଡ଼ ଖୁସି ଖବର ଦେଇଛି । ବର୍ତ୍ତମାନ ଇଣ୍ଡେନ୍ ଗ୍ୟାସ ବୁକ୍ କରିବା ପାଇଁ କୌଣସି ଗ୍ୟାସ ଏଜେନ୍ସି ନିକଟକୁ ଯିବାର ଆବଶ୍ୟକତା ନାହିଁ ନା ହିଁ କୌଣସି ଆପ୍ ଡାଉନଲୋଡ୍ କରିବାର ଆବଶ୍ୟକ ରହିଛି । କମ୍ପାନୀ ବର୍ତ୍ତମାନ ଏକ ମିସ୍ କଲ୍-ରେ ସିଲିଣ୍ଡର୍ ବୁକିଂ କରିପାରିବେ ।

ଇଣ୍ଡେନ୍ ଗ୍ୟାସ କମ୍ପାନୀ ଏକ ଟ୍ୱିଟ କରି ଏହି ସୁବିଧା ବିଷୟରେ ଅବଗତ କରାଇଛି । ଏହା ଅନୁଯାୟୀ, ଗ୍ରାହକଙ୍କୁ ମୋବାଇଲରେ କେବଳ ଗୋଟିଏ ନମ୍ବର ସେଭ୍ କରିବାକୁ ପଡିବ ଏବଂ ଆପଣଙ୍କ ଗ୍ୟାସ୍ ବୁକ୍ ହୋଇଯିବ । କମ୍ପାନୀର ଏହି ନମ୍ୱର ହେଉଛି ୮୪୫୪୯୫୫୫୫୫ । ଏହି ନମ୍ବରରେ ଆପଣଙ୍କୁ ପଞ୍ଜୀକୃତ ମୋବାଇଲ୍ ନମ୍ବରରୁ ଏକ ମିସ୍ କଲ୍ ଦେବାକୁ ପଡିବ ଏବଂ ଗ୍ୟାସ୍ ସିଲିଣ୍ଡର ଆପଣଙ୍କ ଘରେ ଆସି ପହଞ୍ଚିଯିବ । ଏହା ବ୍ୟତୀତ ଆପଣ ଅନ୍ୟ ଉପାୟରେ ମଧ୍ୟ ଗ୍ୟାସ୍ ବୁକ୍ କରିପାରିବେ ।

ମିସ୍ କଲ୍ ମାଧ୍ୟମରେ ନୂଆ ଗ୍ୟାସ୍ ସଂଯୋଗ :

ଇଣ୍ଡେନ୍ ଗ୍ୟାସ୍ କମ୍ପାନୀ ନିଜ ଟ୍ୱିଟ ମଧ୍ୟରେ ସୂଚନା ଦେଇଛି ଯେ, ନୂତନ ଗ୍ୟାସ ସଂଯୋଗ ପାଇଁ ଏହି ମିସ୍ କଲ୍ ବ୍ୟବସ୍ଥା ମଧ୍ୟ କାର୍ଯ୍ୟକାରୀ କରିଛି । ଏହା ଅନ୍ତର୍ଗତ ବର୍ତ୍ତମାନ ଆପଣ ୮୪୫୪୯୫୫୫୫୫ ନମ୍ବରକୁ ଏକ ମିସ୍ କଲ୍ ଦେଇ ନୂତନ ଗ୍ୟାସ୍ ସଂଯୋଗ ପାଇଁ ଆବେଦନ କରିପାରିବେ । କମ୍ପାନୀ କହିବା ଅନୁସାରେ, ଏହି ନମ୍ବରକୁ ଏକ ମିସ୍ କଲ୍ ଦେବା ପରେ ଆପଣଙ୍କୁ କମ୍ପାନୀ ଯୋଗାଯୋଗ କରିବ ଏବଂ ଆପଣ ଏକ ନୂତନ ଗ୍ୟାସ ସଂଯୋଗ ପାଇଁ ଆବେଦନ କରିପାରିବେ ।

Leave a Reply

Your email address will not be published. Required fields are marked *