ପୁଣିଥରେ ଓଡ଼ିଶାରେ ଲାଗୁ ହେବ ଲକ୍ଡ଼ାଉନ୍ ! ସୂଚନା ଦେଲେ ସୂର୍ଯ୍ୟ ନାରାୟଣ ପାତ୍ର ।

ପୁଣିଥରେ ଓଡ଼ିଶାରେ ଲାଗୁ ହେବ ଲକ୍ଡ଼ାଉନ୍ ! ସୂଚନା ଦେଲେ ସୂର୍ଯ୍ୟ ନାରାୟଣ ପାତ୍ର ।

ଭୁବନେଶ୍ୱର : ପୁଣି କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ଦିନ ଯେଉଁ ଭଳି ଅତିକ୍ରମ କରୁଛି, ସେହି ଅନୁସାରେ କରୋନା ନିଜର କାୟା ବିସ୍ତାର କରିବାରେ ଲାଗିଛି । ରାଜ୍ୟରେ ପୁନର୍ବାର କର୍ଫ୍ୟୁ ଲାଗିବ । କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ସରକାର ଏପରି କଠୋର ପଦକ୍ଷେପ ନେଇପାରନ୍ତି । ଏନେଇ ରାଜ୍ୟ ସରକାର ଓ ସ୍ୱାସ୍ଥ୍ୟ ବିଭାଗ ଏନେଇ ତର୍ଜମା କରୁଛନ୍ତି ବୋଲି କହିଛନ୍ତି ସୂର୍ଯ୍ୟ ନାରାୟଣ ପାତ୍ର ।

କରୋନାର ଦ୍ୱିତୀୟ ଲହର ଚିନ୍ତା ବଢାଇଛି । ଦେଶର ବିଭିନ୍ନ ରାଜ୍ୟରେ କରୋନା ନିଜର କାୟା ମେଲାଉଥିବା ବେଳେ ଓଡ଼ିଶାରେ ମଧ୍ୟ ଧୀରେ ଧୀରେ କରୋନା ସଂକ୍ରମଣ ବଢିବାରେ ଲାଗିଲାଣି । ଓଡ଼ିଶାର ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଗତକାଲି ଠାରୁ ଲାଗୁ ଯାଇଥିବା ବେଳେ ଆଗାମୀ ୪-୫ ଦିନ ମଧ୍ୟରେ (ଡେ କର୍ଫ୍ୟୁ) ଦିନ କର୍ଫ୍ୟୁ ଲାଗୁ ହୋଇପାରେ ବୋଲି କହିଛନ୍ତି ବାଚସ୍ପତ୍ତି । ତେଣୁ ଏଭଳି ସ୍ଥିତିରେ ସାଧାରଣ ଲୋକେ ସଂକ୍ରମଣର ଗୁରୁତ୍ୱକୁ ବୁଝିବା ସହ ସମସ୍ତ ପ୍ରକାର କୋଭିଡ୍ ଗାଇଡଲାଇନ୍ ମାନିବା ଆବଶ୍ୟକ ବୋଲି କହିଛନ୍ତି ବାଚସ୍ପତ୍ତି ସୂର୍ଯ୍ୟ ନାରାୟଣ ପାତ୍ର ।

ଶନିବାର ଦିନ ଓଡିଶାର ୧୦ ଜିଲ୍ଲା​‌ରେ ନାଇଟ୍‌ କର୍ଫ୍ୟୁ ଲାଗୁ ହେବା ନେଇ ଘୋଷଣା କରାଯାଇଥିଲା । ସେହି ୧୦ ଜିଲ୍ଲାଗୁଡିକ ହେଲା ସୁନ୍ଦରଗଡ, ବଲାଙ୍ଗିର, ନୂଆପଡା, ସମ୍ବଲପୁର, ଝାରସୁଗୁଡା, କଳାହାଣ୍ଡି, ନବରଙ୍ଗୁପର, କୋରାପୁଟ, ମାଲକାନାଗିରି ଏବଂ ବରଗଡ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ ହୋଇଥିଲା । ରାତି ୧୦ଟାରୁ ଭୋର ୫ଟା ଯାଏଁ ରାଜ୍ୟର ଏହି ୧୦ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁହେବ । ଏପ୍ରିଲ ୫ ତାରିଖରୁ ଏହି ନିୟମ ଲାଗୁ ହେବା ନେଇ ସୂଚନା ମିଳିଛି । ତେବେ ନାଇଟ କର୍ଫ୍ୟୁ ବେଳେ ଜରୁରୀ ସେବା ଚାଲୁ ରହିବ ।

Leave a Reply

Your email address will not be published. Required fields are marked *