କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବ ଲକ୍ଡ଼ାଉନ୍ ! ଏହି ସବୁ ବନ୍ଦ ରହିବ ।

କଣ୍ଟେନମେଣ୍ଟ ଜୋନରେ ଲାଗୁ ହେବ ଲକ୍ଡ଼ାଉନ୍ ! ଏହି ସବୁ ବନ୍ଦ ରହିବ ।

ଆଜି ରାଜ୍ୟ ସରକାର ଅଗଷ୍ଟ ମ‌ାସ ଲାଗି ନୂତନ ଗାଇଡଲାଇନ୍ ଜାରି କରିଛନ୍ତି । ସମଗ୍ର ରାଜ୍ୟରେ କଟକଣା କୋହଳ ହୋଇଥିବା ବେଳେ କେବଳ କଣ୍ଟେନମେଣ୍ଟ ଜୋନରେ ସଂପୂର୍ଣ୍ଣ ଭାବେ ଲକ୍ଡ଼ାଉନ ରହିବ ବୋଲି ଘୋଷଣା କରାଯାଇଛି । ଯେଉଁ ଅଞ୍ଚଳରେ କରୋନା ଆକ୍ରାନ୍ତ ଚିହ୍ନଟ ହେବେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ରୂପେ ଘୋଷଣା କରାଯିବ । କିନ୍ତୁ କଣ୍ଟେନମେଣ୍ଟ ଜୋନ ବାହାରେ କଟକଣା କୋହଳ କରାଯିବା ସହ ନିର୍ଦ୍ଦିଷ୍ଟ କଟକଣା ବଳବତ୍ତର ରହିବ । ଅଗଷ୍ଟ ୧ ରୁ ଅଗଷ୍ଟ ୩୧ ତାରିଖ ଯାଏଁ ଗାଇଡଲାଇନ୍ ଜାରି କରିବା ଅବସରରେ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ ଆଜି ଏହି ସୂଚନା ଦେଇଛନ୍ତି ।

ଗତକାଲି କେନ୍ଦ୍ର ସରକାର ଅନଲକ୍- ୩ରେ ଘୋଷଣା କରି ରାତ୍ରକାଳୀନ କର୍ଫ୍ୟୁକୁ ସଂପୂର୍ଣ୍ଣ ଭାବେ ହଟାଇ ଦେଇଥୁଲେ ମଧ୍ୟ ଓଡ଼ିଶା ସରକାର ରାତ୍ରକାଳୀନ କର୍ଫ୍ୟୁକୁ ବଳବତ୍ତର ରଖୁଛନ୍ତି । ପୂର୍ବଭଳି ସମଗ୍ର ରାଜ୍ୟରେ ରାତି ୯ଟାରୁ ସକାଳ ୫ଟା ଯାଏଁ ରାତ୍ରକାଳୀନ କର୍ଫ୍ୟୁ ଲାଗୁ କରାଯିବ । ଅର୍ଥାତ ଜରୁରୀ ସେବା ଓ ଯାତାୟାତକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ । ରାତ୍ରକାଳୀନ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା ଚାଲୁ ରହିବ । ଶିଳ୍ପ କାରଖାନା ଓ ନିର୍ମାଣ କାର୍ଯ୍ୟ ପୂର୍ବପରି ଚାଲୁ ରହିବ ଜାତୀୟ ରାଜପଥ କଡ଼ରେ ଥିବା ଢାବା କେବଳ ଖାଦ୍ୟ ପାର୍ସଲ ଦେଇପାରିବେ ।

lockdown coronavirus sign design vector

ଅଗଷ୍ଟ ୧ ରୁ ଅଗଷ୍ଟ ୩୧ ତାରିଖ ଯାଏଁ ଗାଇଡଲାଇନ୍ ଜାରି କରିବା ଅବସରରେ ସ୍ୱତନ୍ତ୍ର ରିଲିଫ କମିସନର ପ୍ରଦୀପ କୁମାର ଜେନା ସାମ୍ବାଦିକ ସମ୍ମିଳନୀରେ ଆଜି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, କଣ୍ଟନମେଣ୍ଟ ଜୋନରେ ଲକ୍ଡ଼ାଉନ ସଂପୂର୍ଣ୍ଣ ଭାବେ ଲାଗୁ ରହିବ । କଣ୍ଟନମେଣ୍ଟ ଜୋନରେ ଅବାଧ ପ୍ରବେଶ ଓ ପ୍ରସ୍ଥାନ ଉପରେ ମଧ୍ୟ ପ୍ରତିବନ୍ଧକ ଲାଗିବ । ଅଗଷ୍ଟ ୩୧ ଯାଏଁ ଧାର୍ମିକ ଅନୁଷ୍ଠାନଗୁଡିକ ସର୍ବସାଧାରଣଙ୍କ ପାଇଁ ବନ୍ଦ ରହିବ । ଅନ୍ତର୍ଜାତୀୟ ବିମାନ ଚଳାଚଳ, ସିନେମା ହଲ, ସୁଇମିଂ ପୁଲ୍, ଥେଏଟର୍, ସାମାଜିକ ଓ ରାଜନୀତିକ କାର୍ଯ୍ୟ ବନ୍ଦ ରହିବ । ଏହା ସଙ୍ଗେ ସଙ୍ଗେ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନରେ ପାଠ ପଢ଼ା ବନ୍ଦ ରହିବ । ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଓ ଜିମ୍ ଖୋଲା ଯାଇପାରିବ ।

ଜାଣନ୍ତୁ କଣ ସବୁ ବନ୍ଦ ରହିବ :

ପୂର୍ବଭଳି ନାଇଟ୍ କର୍ଫ୍ୟୁ ବଳବତ୍ତର ରହିବ ।

ରାତି ୯ରୁ ସକାଳ ୫ ପର୍ଯ୍ୟନ୍ତ ଦୋକାନ ଓ କାର୍ଯ୍ୟାଳୟ ବନ୍ଦ ରହିବ ।

୪ ଜିଲ୍ଲା ଓ ଗୋଟିଏ ସହରରେ ୨ ଦିନିଆ ସାପ୍ତାହିକ ସଟଡାଉନ୍ ।

ଗଂଜାମ, ଗଜପତି, ଖୋର୍ଦ୍ଧା, କଟକ ଜିଲ୍ଲାରେ ଶନିବାର, ରବିବାର ସଟଡାଉନ୍ ।

ଅଗଷ୍ଟ ୩୧ ପର୍ଯ୍ୟନ୍ତ ଧାର୍ମିକ ଅନୁଷ୍ଠାନ, ସିନେମା ହଲ, ସୁଇମିଂ ପୁଲ ବନ୍ଦ

ଅଗଷ୍ଟ ୩୧ ଯାଏଁ ବନ୍ଦ ରହିବ ସ୍କୁଲ, କଲେଜ ।

ଧାର୍ମିକ, ସାମାଜିକ, ସାଂସ୍କୃତିକ, ରାଜନୈତିକ ସମାବେଶ ଆୟୋଜନ କରାଯାଇପାରିବ ନାହିଁ ।

କଂଟେନମେଂଟ ଜୋନରେ ପୂର୍ବଭଳି କଟକଣା ଜାରି ରହିବ ।

Leave a Reply

Your email address will not be published. Required fields are marked *