ଏହି ରାଜ୍ୟରେ ଲକ୍ଡ଼ାଉନ୍ ଅବଧି ଜୁଲାଇ ୧ ପର୍ଯ୍ୟନ୍ତ ବଢିଲା ! କଣ ଖୋଲା ରହିବା ଆଉ କଣ ବନ୍ଦ ରହିବ ଆସନ୍ତୁ ଜାଣିବ…

ଏହି ରାଜ୍ୟରେ ଲକ୍ଡ଼ାଉନ୍ ଅବଧି ଜୁଲାଇ ୧ ପର୍ଯ୍ୟନ୍ତ ବଢିଲା ! କଣ ଖୋଲା ରହିବା ଆଉ କଣ ବନ୍ଦ ରହିବ ଆସନ୍ତୁ ଜାଣିବ…

ପଶ୍ଚିମ ବଙ୍ଗରେ ମହାମାରୀ କରୋନାର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି । ଯାହାଫଳରେ ପଶ୍ଚିମବଙ୍ଗରେ ଜୁଲାଇ ୧ ତାରିଖ ପର୍ଯ୍ୟନ୍ତ ଲକ୍ଡ଼ାଉନ ଅବଧିକୁ ବୃଦ୍ଧି କରିଛନ୍ତି ପଶ୍ଚିମ ବଙ୍ଗ ରାଜ୍ୟ ସରକାର । କିନ୍ତୁ ଲକ୍ଡ଼ାଉନ ସ୍ଥିତିକୁ ବଳବତ୍ତର ଥିଲେ ମଧ୍ୟ ରାଜ୍ୟ ସରକରା ଲକ୍ଡ଼ାଉନର କଡାକଡି ନିୟମକୁ କୋହଳ କରିଛନ୍ତି । ଏନେଇ ପଶ୍ଚିମ ବଙ୍ଗର ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଗାଇଡ୍-ଲାଇନ ମଧ୍ୟ ଜାରି କରିଛନ୍ତି ।

ଏହିସବୁ କ୍ଷେତ୍ରରେ ଲକ୍ଡ଼ାଉନ କୋହଳ କରାଯାଇଛି :

ନୂଆ ଗାଇଡ୍-ଲାଇନ ଅନୁସାରେ ଆସନ୍ତା ଜୁନ୍ ୧୬ ତାରିଖରୁ ସରକାରୀ ଅଫିସଗୁଡିକରେ ୨୫ ପ୍ରତିଶତ କର୍ମଚାରୀଙ୍କୁ ନେଇ କାମ ଆରମ୍ଭ କରିବା ପାଇଁ ନିର୍ଦ୍ଦେଶ ଜାରି କରାଯାଇଛି ।

ତେବେ କେଉଁମାନେ ଅଫିସ ଆସିବେ ତାହା ବିଭାଗୀୟ ଅଧିକାରୀ ବା ସଂପୃକ୍ତ ଅଫିସର ନିଷ୍ପତ୍ତି ନେବେ ।

ଅତି ଜରୁରୀ କାର୍ଯ୍ୟ ପାଇଁ ବାହାରକୁ ଆସୁଥିବା ବ୍ୟକ୍ତିଙ୍କ ପାଇଁ ଇ-ପାସ୍‌ ର ବ୍ୟବସ୍ଥା କରାଯାଇଛି ।

ଏତଦ୍-ବ୍ୟତୀତ ସହରାଞ୍ଚଳରେ ଥିବା ପାର୍କଗୁଡିକ ସକାଳ ୬ଟାରୁ ୯ଟା ଯାଏଁ ଖୋଲା ରହିବ ।

ଯେଉଁମାନେ ଭ୍ୟାକସିନ୍ ନେଇଛନ୍ତି; କେବଳ ସେହିମାନଙ୍କୁ ହିଁ ପାର୍କରେ ଏଣ୍ଟ୍ରି ପାଇଁ ଅନୁମତି ଦିଆଯିବ ।

ଏହା ସହ ଅତ୍ୟାବଶ୍ୟକ ସାମଗ୍ରୀ ମିଳୁଥିବା ଦୋକନଗୁଡିକ ଦିନ ୧୧ଟାରୁ ସନ୍ଧ୍ୟା ୬ଟା ଯାଏଁ ଖୋଲିବାକୁ ଗାଇଡଲାଇନରେ ଉଲ୍ଲେଖ କରାଯାଇଛି ।

ରେଷ୍ଟୁରାଣ୍ଟ ଏବଂ ବାର୍ ମାନଙ୍କରେ ଦିନ ୧୨ଟାରୁ ରାତି ୮ଟା ଯାଏଁ ଖୋଲା ରହିବ । କିନ୍ତୁ ୫୦ ପ୍ରତିଶତ ଗ୍ରାହକଙ୍କୁ ନେଇ ଖୋଲିବାକୁ ଅନୁମତି ମିଳିଛି ।

ଏହିସବୁ କ୍ଷେତ୍ର ବନ୍ଦ ରହିବ :

ବର୍ତ୍ତମାନ ପଶ୍ଚିମବଙ୍ଗରେ ସମସ୍ତ ସ୍କୁଲ ଏବଂ କଲେଜ ପୂର୍ବପରି ବନ୍ଦ ରହିବ । ଆଗାମୀ ନୋଟିସ୍‌ ଆସିବା ଯାଏଁ ସମସ୍ତ ଶିକ୍ଷାନୁଷ୍ଠାନଗୁଡିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ଏହା ସହିତ ଅନ୍ତଃରାଜ୍ୟ ବସ୍ ଚଳାଚଳ ମଧ୍ୟ ବନ୍ଦ ରହିବ । କେବଳ ଜରୁରୀ ସେବା ଯୋଗାଉଥିବା ଯାନ ବ୍ୟତିତ ଘରୋଇ ଗାଡିଚାଳନା ଉପରେ ରୋକ ଲଗାଯାଇଛି ।

Leave a Reply

Your email address will not be published. Required fields are marked *