ବଡ଼ ଖବର: ଦେଶରେ ୩୧ ମଇ ପରେ ବଢ଼ିପାରେ ଲକଡାଉନ ! ଏହି ୧୧ଟି ସହର ଉପରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ରହିବା ତୀକ୍ଷ୍ନ ଦୃଷ୍ଟି !

ଦେଶରେ କରୋନା ମହାମାରୀକୁ କେନ୍ଦ୍ର କରି ସରକାର ୩୧ ମଇ ପର୍ଯ୍ୟନ୍ତ ଲକ୍ଡ଼ାଉନ୍ ଲାଗୁ କରି ରଖିଛନ୍ତି । ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା କ୍ରମାଗତ ଭାବରେ ବଢୁଥିବା ଯୋଗୁଁ କେନ୍ଦ୍ର ଓ ରାଜ୍ୟ ସରକାର ମଧ୍ୟ ବ୍ୟସ୍ତ ହୋଇପଡିଛନ୍ତି । ତେଣୁ କରୋନା ବିସ୍ତାରକୁ ଅଟକାଇବା ପାଇଁ ଲକ୍ଡ଼ାଉନର ପଞ୍ଚମ ପର୍ଯ୍ୟାୟ ଲାଗୁ ହୋଇପାରେ । କୁହାଯାଉଛି ଯେ, ଦେଶରେ ବଢ଼ୁଥିବା କରୋନା ସଂକ୍ରମଣ ମାମଲାକୁ ଦେଖି ମୋଦି ସରକାର ପୁଣିଥରେ ଏକ ବଡ଼ ଘୋଷଣା କରିବା ପାଇଁ ପ୍ରସ୍ତୁତି କରୁଛନ୍ତି । ଗୃହ ମନ୍ତ୍ରାଳୟର ଜଣେ ଶୀର୍ଷ ଅଧିକାରୀ କହିଛନ୍ତି ଯେ, ଲକ୍ଡ଼ାଉନର ଆଗାମୀ ପର୍ଯ୍ୟାୟ ପୂର୍ବପରି ହେବ ନାହିଁ ଏବଂ ବିଶେଷ କରି ୧୧ଟି ସହର ଉପରେ ସରକାରଙ୍କ ତୀକ୍ଷ୍ନ ଦୃଷ୍ଟି ରହିବ, ଯେଉଁଠି ଦେଶର କୋଭିଡ଼- ୧୯ର ୭୦ ପ୍ରତିଶତ ମାମଲା ରହିଅଛି । ଏହି ସହର ଗୁଡ଼ିକରେ ଛଅଟି ବଡ଼ ବଡ଼ ମହାନଗର ଦିଲ୍ଲୀ, ବେଙ୍ଗାଲୁରୁ, ଚେନ୍ନାଇ, ଅହମ୍ମଦାବାଦ ଓ କୋଲକାତା ଅଟେ । ଏହା ବ୍ୟତୀତ ଏଥିରେ ପୁନେ, ଠାନେ, ଜୟପୁର ଓ ଇନ୍ଦୋର ମଧ୍ୟ ସାମିଲ ରହିଛି ।

କରୋନା ଭାଇରସ୍ ସଂକ୍ରମଣର ଗତିକୁ ପ୍ରତିରୋଧ କରିବା ପାଇଁ ଲକ୍ଡ଼ାଉନ ଅବଧିକୁ ବୃଦ୍ଧି କରିଥିବ ଏକ ଭିନ୍ନ ସ୍ୱରୂପ ହୋଇପାରେ । ଯଦିଓ ପଞ୍ଚମ ପର୍ଯ୍ୟାୟ ଲକ୍ଡ଼ାଉନ ଲାଗୁ ହେବ, ତେବେ ଏହାର ନୀତି ନିୟମରେ ପୂର୍ବ ଅପେକ୍ଷା ଅଧିକ କୋହଳ ରହିବ । ସୂତ୍ରରୁ ଜଣାପଡ଼ିଛି ଯେ ୧୧ଟି ସହର ଓ ନଗର ନିଗମ ମାନଙ୍କର କଣ୍ଟେନମେଣ୍ଟ ଜୋନ୍ ହ୍ରାସ କରାଯିବ । ଲକ୍ଡ଼ାଉନର ଚତୁର୍ଥ ପର୍ଯ୍ୟାୟର ଘୋଷଣା ପୂର୍ବରୁ ୩୦ଟି କଣ୍ଟେନମେଣ୍ଟ ଜୋନ୍ ପ୍ରସ୍ତୁତ କରାଯାଉଥିଲା, ଯାହାର ସଂଖ୍ୟା ଏଥର କମ୍ ହୋଇପାରେ । ରାଜ୍ୟରେ ଧାର୍ମିକ ସ୍ଥଳୀ ଗୁଡ଼ିକୁ ଖୋଲିବା ନିଷ୍ପତ୍ତି କରିବା ପାଇଁ ସ୍ୱତନ୍ତ୍ରତା ଦିଆଯିବ । ଯଦିଓ କୌଣସି ଆୟୋଜନ କିମ୍ବା ପର୍ବ ପାଳନ କରିବାକୁ ଅନୁମତି ପ୍ରଦାନ କରାଯିବ ନାହିଁ ।

ଧାର୍ମିକ ସ୍ଥଳୀମାନଙ୍କରେ ମାନିବାକୁ ପଡ଼ିବ ଏହିସବୁ ନିୟମ

ଲକ୍ଡ଼ାଉନର ପଞ୍ଚମ ପର୍ଯ୍ୟାୟରେ ଧାର୍ମିକ ସ୍ଥଳ ଓ ଜିମ୍ ଖୋଲିବା ପାଇଁ ଅନୁମତି ପ୍ରଦାନ କରାଯିବ । ଗୃହ ମନ୍ତ୍ରାଳୟ ସୂତ୍ରରୁ ଜଣାପଡ଼ିଛି ଯେ, ମନ୍ଦିର ଓ ଅନ୍ୟ ଧାର୍ମିକ ସ୍ଥଳୀରେ ପୂଜା ଓ ପ୍ରାର୍ଥନା କରିବା ପାଇଁ ସାମାଜିକ ଦୂରତ୍ୱକୁ ପାଳନ କରିବା ପାଇଁ ପଡିବ ଏବଂ ଲୋକଙ୍କୁ ମାସ୍କ ପିନ୍ଧିବାକୁ ପଡ଼ିବ । ଯଦିଓ କୌଣସି ଧାର୍ମିକ ଆୟୋଜନ କିମ୍ବା ପର୍ବର ଅନୁମତି ପ୍ରଦାନ କରାଯିବ ନାହିଁ ।

ଏହା ଉପରେ ପ୍ରତିବନ୍ଧକ ଜାରି ରହିବ :

ଲକ୍ଡ଼ାଉନର ଆଗାମୀ ପର୍ଯ୍ୟାୟରେ ଶପିଙ୍ଗ ମଲ, ସିନେମା ହଲ୍, ସ୍କୁଲ, କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଓ ବହୁ ସଂଖ୍ୟକ ଲୋକଙ୍କ ଭିଡ଼ ହେବା, ଏପରି ସ୍ଥାନଗୁଡିକ ନିମନ୍ତେ ପ୍ରତିବନ୍ଧକ ଜାରି ରହିବ । ଯଦିଓ କିଛି ରାଜ୍ୟ ଜୁନରୁ ସ୍କୁଲ ଖୋଲିବ ବୋଲି କୁହାଯାଉଛି କିନ୍ତୁ କେନ୍ଦ୍ର ସରକାର ପକ୍ଷରୁ ସ୍ପଷ୍ଟ କରିଦିଆଯାଇଛି ଯେ, ସେ ବର୍ତ୍ତମାନ ଏହି ପକ୍ଷରେ ନାହାଁନ୍ତି ।

କର୍ଣ୍ଣାଟକ ସରକାର ପୂର୍ବରୁ ହିଁ ୧ ଜୁନରୁ ମନ୍ଦିର ଓ ଚର୍ଚ୍ଚକୁ ପୁଣିଥରେ ଖୋଲିବା ପାଇଁ ସହମତି ପ୍ରକାଶ କରିଛନ୍ତି । ମୁଖ୍ୟମନ୍ତ୍ରୀ ବି. ଏସ୍ ୟେଡ଼ିୟୁରପ୍ପା ମିଡ଼ିଆକୁ କହିଛନ୍ତି ଯେ, ଥରେ କେନ୍ଦ୍ର ସରକାର ମଲ୍ ଓ ଧାର୍ମିକ ସ୍ଥାନ ଗୁଡ଼ିକୁ ଖୋଲିବା ପାଇଁ ଯଦି ଅନୁମତି ପ୍ରଦାନ କରିଦିଅନ୍ତି; ତେବେ ଏହାକୁ ଖୋଲିବା ଅଥବା ବନ୍ଦ ରଖିବା ନିଷ୍ପତ୍ତି ରାଜ୍ୟ ସରକାରଙ୍କ ହେବ ।

ଏହି ସବୁକ୍ଷେତ୍ରରେ ମିଳିବ ଲୋକଙ୍କୁ କୋହଳ :

ସୁଚାଇଦେଉଛୁ ଯେ, କେନ୍ଦ୍ର ସରକାର ଲକ୍ଡ଼ାଉନର ଚତୁର୍ଥ ପର୍ଯ୍ୟାୟରେ କଣ୍ଟେନମେଣ୍ଟ ଜୋନରେ ଅଧିକାଂଶ ପ୍ରତିବନ୍ଧକ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି ଏବଂ ଅର୍ଥବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଖୋଲିବା ପାଇଁ ଅନ୍ୟସବୁ କ୍ଷେତ୍ରରେ ବସ୍ ଚଳାଇବା ସହିତ ସମସ୍ତ ବଜାର, କାର୍ଯ୍ୟାଳୟ, ଉଦ୍ୟୋଗ ଓ ବ୍ୟବସାୟକୁ ପୁଣିଥରେ ଆରମ୍ଭ କରିବା ପାଇଁ ଅନୁମତି ଦିଆଯାଇଛି । ଗତ ସପ୍ତାହରେ, ସରକାର ମଧ୍ୟ ସୀମିତ କ୍ଷମତାରେ ଘରୋଇ ବିମାନ ସେବାର ସଞ୍ଚାଳନର ଅନୁମତି ଦିଆଯାଇଛି ।

ଭାରତରେ କରୋନା ଭାଇରସ୍ ମାମଲା ସଂଖ୍ୟା ବୃଦ୍ଧି ହୋଇ ଦେଢ଼ ଲକ୍ଷ ପାର ହୋଇଯାଇଛି । ଦେଶରେ କରୋନାର ମାମଲା ୧୪ ଦିନରେ ଦୁଇଗୁଣ ବୃଦ୍ଧି ପାଉଛି । ସ୍ୱାସ୍ଥ୍ୟ ମନ୍ତ୍ରାଳୟର ବର୍ତ୍ତମାନର ସଂଖ୍ୟା ଅନୁସାରେ ଦେଶରେ ୧,୫୧,୭୬୭ ଲୋକ ସଂକ୍ରମିତ ଅଛନ୍ତି । ଦେଶରେ ମୃତ୍ୟୁ ସଂଖ୍ୟା ମଧ୍ୟ ଗତ ୧୬ ଦିନରେ ଦୁଇଗୁଣ ବଢିଯାଇ ୪,୩୩୭ ହୋଇଯାଇଛି ।

Be the first to comment

Leave a Reply

Your email address will not be published.


*