ସରକାରଙ୍କ ବଡ ଘୋଷଣା : କୋହଳ ହେବ କଟକଣା, ବଜାର ଓ ମଲ୍ ଖୋଲିବ ! ଲୋକଙ୍କୁ ମିଳିବ ଆଶ୍ଵସ୍ତି…

ସରକାରଙ୍କ ବଡ ଘୋଷଣା : କୋହଳ ହେବ କଟକଣା, ବଜାର ଓ ମଲ୍ ଖୋଲିବ ! ଲୋକଙ୍କୁ ମିଳିବ ଆଶ୍ଵସ୍ତି…

ନୂଆଦିଲ୍ଲୀ : କରୋନା ସଂକ୍ରମଣ ହ୍ରାସ ପାଇବା ପରେ ସରକାର ନିଜ ନିଷ୍ପତ୍ତିରେ ମଧ୍ୟ କିଛି ପରିବର୍ତ୍ତନ କରିଛନ୍ତି ଏବଂ ଲୋକଙ୍କୁ ଆଶ୍ଵସ୍ତି ଜନକ ଖବର ମଧ୍ୟ ଦେଇଛନ୍ତି । ଅର୍ଥାତ ଖୋଲିବ ବଜାର ଓ ମଲ୍ ଗୁଡିକ ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଏହା ସହ ଲକ୍ଡ଼ାଉନ୍ କଟକଣାକୁ ମଧ୍ୟ କୋହଳ କରିଛନ୍ତି । ଲକଡାଉନ୍ ପରେ ଏବେ ଧିରେଧିରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ତେଣୁ ଏହାକୁ ନଜରରେ ରଖି ଦିଲ୍ଲୀ ସରକାର କଟକଣାକୁ କୋହଳ କରୁଛନ୍ତି ।

ପୂର୍ବ ସୂଚନାନୁସାରେ, ଦିଲ୍ଲୀରେ କରୋନା ସଂକ୍ରମଣଙ୍କ ସଂଖ୍ୟା ଦ୍ରୁତଗତିରେ ବାଢୁଥିଲା ଏପରିକି ଦିଲ୍ଲୀରେ ସାଙ୍ଘାତିକ ପରିସ୍ଥିତି ଉପୁଜିଥିଲା । ଯାହାକୁ ନଜରରେ ରଖି ସରକାର ଲକଡାଉନ୍ ଘୋଷଣା କରିଥିଲେ । ଏହି ସମୟରେ ସବୁ ଦୋକାନ ବଜାର ଓ ପ୍ରତିଷ୍ଠାନ ବନ୍ଦ ରହିଥିଲା । କେବଳ ଜରୁରୀକାଳୀନ ସେବାକୁ ଜାରି ରଖାଯାଇଥିଲା । ତେବେ ସଂକ୍ରମଣ କମିବା ପରେ ଅନଲକ୍ ପ୍ରକ୍ରିୟା ଆରମ୍ଭ ହୋଇଛି ।

ଏବେ ଦିଲ୍ଲୀରେ ସ୍ଥିତି ଧିରେଧିରେ ସ୍ୱାଭାବିକ ହେବାରେ ଲାଗିଛି । ତେଣୁ ସରକାର ଆହୁରି କଟକଣା କୋହଳ କରିବାକୁ ଯାଉଛନ୍ତି । ଏବେ ଦିଲ୍ଲୀରେ ଅଡଇଭିନ୍ ଫର୍ମୁଲାରେ ଦୋକାନ, ବାଜର ଖୋଲିବ । ସେହିପରି ଦିଲ୍ଲୀରେ ମେଟ୍ରୋ ସେବା ମଧ୍ୟ ୫୦ ପ୍ରତିଶତ ଯାତ୍ରୀରେ ଚାଲିବ । ଆହୁରି ମଧ୍ୟ ଘରୋଇ ଅଫିସ ୫୦ ପ୍ରତିଶତ କର୍ମଚାରୀ ଓ ସରକାରୀ ଅଫିସ ୧୦୦ ପ୍ରତିଶତ କର୍ମଚାରୀରେ ଚାଲିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀରେ ପର୍ଯ୍ୟାୟକ୍ରମେ ଲକଡାଉନ୍ ବଢିଥିଲା । ପ୍ରଥମେ ଲକ୍‌ଡାଉନ୍‌ ଅବଧି ମେ ୩ ସକାଳ ୫ ପର୍ଯ୍ୟନ୍ତ ଥିଲା। ପରେ ଏହାକୁ ମେ ୧୦ ଯାଏଁ କରାଯାଇଥିଲା । ଯାହାକି ପରେ ମେ ୧୭ ଓ ପରେ ମେ ୨୪ ଯାଏ ଘୁଞ୍ଚାଇ ଦିଆଯାଇଥିଲା। ଶେଷରେ ଏହାକୁ ମେ ୩୧ ଯାଏଁ ବଡାଇ ଦେଇଥିଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲ ।

ସୌଜନ୍ୟ : .prameyanews7.com

Leave a Reply

Your email address will not be published. Required fields are marked *