ଶ୍ରେୟା ଘୋଷାଲଙ୍କ ଘରକୁ ଆସିଲା କୁନି ଅତିଥି ! ଖୁସିରେ ଆତ୍ମବିଭୋର ହୋଇଉଠିଲେ ପରିବାରଲୋକ…

ଶ୍ରେୟା ଘୋଷାଲଙ୍କ ଘରକୁ ଆସିଲା କୁନି ଅତିଥି ! ଖୁସିରେ ଆତ୍ମବିଭୋର ହୋଇଉଠିଲେ ପରିବାରଲୋକ…

ଗାୟକ ଶ୍ରେୟା ଘୋଷାଲ୍ ନିକଟରେ ମା’ ହେବାର ସୌଭାଗ୍ୟ ପ୍ରାପ୍ତ କରିଛନ୍ତି । ଶ୍ରେୟା ଏହି ଖୁସି ଖବରକୁ ନିଜେ ସୋସିଆଲ୍ ମିଡିଆ ମାଧ୍ୟମରେ ନିଜ ଫ୍ୟାନମାନଙ୍କ ସହ ସେୟାର୍ କରିଛନ୍ତି । ଶ୍ରେୟା ଏବଂ ତାଙ୍କ ସ୍ୱାମୀ ଶିଲାଦିତ୍ୟ ପିତାମାତା ହେବା ପରେ ତାଙ୍କ ନିକଟକୁ ବଲିଉଡର ସେଲିବ୍ରେଟିମାନଙ୍କ ଠାରୁ ଅଭିନନ୍ଦନର ସୁଅ ଛୁଟିଛି । ସୋସିଆଲ୍ ମିଡିଆରେ ଏକ ପୋଷ୍ଟ ସେୟାର କରି ଶ୍ରେୟା ଲେଖିଛନ୍ତି, ‘ଆଜି ଅପରାହ୍ନରେ ଭଗବାନ ଆମକୁ ଏକ ପୁତ୍ର ସନ୍ତାନ ଦେଇଛନ୍ତି । ଏହା ଏପରି ଏକ ଅନୁଭବ ଯାହା ମୁଁ କେବେ ଅନୁଭବ କରି ନାହିଁ ଶିଲାଦିତ୍ୟ, ମୁଁ ଏବଂ ଆମର ପୁରା ପରିବାର ଖୁସିରେ ଆତ୍ମବିଭୋର ଅଟୁ ।’

କିଛି ଦିନ ପୂର୍ବେ ଶ୍ରେୟା ଘୋଷାଲ୍ ସୋସିଆଲ୍ ମିଡ଼ିଆରେ ନିଜ ପ୍ରେଗନେନ୍ସି ବିଷୟରେ ଘୋଷଣା କରିଥିଲେ । ସେ ଟୁଇଟ୍ କରି ଜଣାଇଥିଲେ ଯେ ବେବି ଶ୍ରେୟାଦିତ୍ୟ ଆସୁଛନ୍ତି । ଜୀବନର ଏକ ନୂତନ ଅଧ୍ୟାୟର ଆରମ୍ଭ କରିବା ପାଇଁ ମୁଁ ଆପଣ ସମସ୍ତଙ୍କ ଭଲପାଇବା ଏବଂ ଆଶୀର୍ବାଦ ଆବଶ୍ୟକ କରୁଛି ।

ଆସନ୍ତୁ ଜାଣିବା ଗ୍ଲାମର୍ ଇଣ୍ଡଷ୍ଟ୍ରି ସହିତ ଜଡିତ ଆଉ କିଛି ବଡ ଅପଡେଟ୍…

ରାଜଶ୍ରୀ ପ୍ରଡକ୍ସନ ଫିଲ୍ମସର ଗୀତିକାର ରାମ ଲକ୍ଷ୍ମଣଙ୍କ ଦେହାନ୍ତ

ବ୍ଲକବଷ୍ଟର୍ ଚଳଚ୍ଚିତ୍ର ‘ମେନେ ପ୍ୟାର୍ କିୟା’, ‘ହମ୍ ଆପକେ ହେଁ କୌନ୍’ ଏବଂ ‘ହମ୍ ସାଥ୍ ସାଥ୍ ହେଁ’ର ଗୀତିକାର ରାମ ଲକ୍ଷ୍ମଣ ଓରଫ୍ ବିଜୟ ପାଟିଲଙ୍କର ନାଗପୁରରେ ଦେହାନ୍ତ ହୋଇଯାଇଛି । ସେ ଦୀର୍ଘ ସମୟ ଧରି ଅସୁସ୍ଥ ଥିଲେ । ଗତ ଶନିବାର ଦିନ ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ରାମ ଲକ୍ଷ୍ମଣଙ୍କ ପ୍ରକୃତ ନାମ ଥିଲା ବିଜୟ କାଶୀନାଥ ପାଟିଲ୍ । ସେ ତାଙ୍କ କ୍ୟାରିଅରରେ ପ୍ରାୟ ୨୦୦ରୁ ଅଧିକ ଚଳଚ୍ଚିତ୍ରରେ ସଙ୍ଗୀତ ଦେଇଛନ୍ତି । ଏଥିରେ ହିନ୍ଦୀ ସହିତ ଭୋଜପୁରୀ ଏବଂ ମରାଠୀ ଚଳଚ୍ଚିତ୍ର ମଧ୍ୟ ଅନ୍ତର୍ଭୁକ୍ତ ଅଟେ । ରାଜଶ୍ରୀ ପ୍ରଡକ୍ସନର ଚଳଚ୍ଚିତ୍ର ତାଙ୍କୁ ଗୀତିକାର ଭାବେ ସ୍ୱତନ୍ତ୍ର ମାନ୍ୟତା ଦେଇଥିଲା । ବିଜୟ ପାଟିଲଙ୍କୁ ଦାଦା କୋଡ଼କେଙ୍କ ଇଣ୍ଡଷ୍ଟ୍ରିକୁ ଆଣିଥିଲେ ଯାହାଙ୍କ ମରାଠୀ ଚଳଚ୍ଚିତ୍ରରେ ବିଜୟ ପ୍ରଥମେ ଗୀତିକାର ଭାବେ ଡେବ୍ୟୁ କରିଥିଲେ । ସୂଚନାଯୋଗ୍ୟ ଯେ ବିଜୟ ରାମ ଲକ୍ଷ୍ମଣ ଯୋଡିର ଲକ୍ଷ୍ମଣ ଥିଲେ ଏବଂ ତାଙ୍କ ସାଥୀ ସୁରେନ୍ଦ୍ରଙ୍କ ସହ ମିଶି ସେ ଫିଲ୍ମରେ ସଙ୍ଗୀତ ଦେଉଥିଲେ । ୧୯୭୬ ମସିହାରେ ସୁରେନ୍ଦ୍ର ଅର୍ଥାତ୍ ରାମଙ୍କର ମୃତ୍ୟୁ ହୋଇଥିଲା । ବିଜୟ ପାଟିଲଙ୍କ ମୃତ୍ୟୁରେ ଲତା ମଙ୍ଗେଶକର ଶୋକ ପ୍ରକାଶ କରିଛନ୍ତି । ସେ ଟ୍ୱିଟ କରି ଲେଖିଛନ୍ତି, “ମୁଁ ଜାଣିବାକୁ ପାଇଲି ଯେ ଅତି ଦକ୍ଷ ତଥା ଲୋକପ୍ରିୟ ଗୀତିକାର ରାମଲକ୍ଷ୍ମଣଜୀଙ୍କର ଦେହାନ୍ତ ହୋଇଯାଇଛି । ଏହା ବହୁତ ଦୁଃଖଦାୟକ ଅଟେ । ସେ ଜଣେ ବହୁତ ଭଲ ବ୍ୟକ୍ତି ଥିଲେ । ମୁଁ ତାଙ୍କର ଅନେକ ଗୀତ ଗାଇଥିଲି ଯେଉଁଗୁଡିକ ଖୁବ୍ ଲୋକପ୍ରିୟ ହୋଇଥିଲା । ମୁଁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି ।’

ଓଟିଟିରେ ରିଲିଜ୍ ହେବକୁ ଥିବା ଅକ୍ଷୟ ଏବଂ ରଣବୀରଙ୍କ ଚଳଚ୍ଚିତ୍ର

କରୋନା ଯୋଗୁଁ ଗତ ବର୍ଷ ଠାରୁ ‘ଫିଲ୍ମ ହଲ୍’ରେ କୌଣସି ବଲିଉଡ ଚଳଚ୍ଚିତ୍ର ରିଲିଜ୍ ହୋଇନାହିଁ । ଫିଲ୍ମ ହଲ୍ ବନ୍ଦ ହେବା ପରେ ନିର୍ମାତାମାନେ ଚଳଚ୍ଚିତ୍ରଗୁଡିକୁ ଡିଜିଟାଲ୍ ପ୍ଲାଟଫର୍ମରେ ରିଲିଜ୍ କରିବା ଆରମ୍ଭ କରିଛନ୍ତି । ଏବେ ଏକ ନୂଆ ଖବର ଶୁଣିବାକୁ ମିଳୁଛି ଯେ ଅକ୍ଷୟ କୁମାରଙ୍କ ଫିଲ୍ମ ‘ପୃଥ୍ବୀରାଜ୍’ ଏବଂ ରଣବୀର୍ କପୁରଙ୍କ ଫିଲ୍ମ ‘ଶମଶେରା’ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେବ । ସ୍ପଟବୟ ରିପୋର୍ଟ ଅନୁଯାୟୀ ଆଦିତ୍ୟ ଚୋପ୍ରା ଆଜିକାଲି ଡିଜିଟାଲ ଷ୍ଟ୍ରିମିଂ ପ୍ଲାଟଫର୍ମକୁ ଗମ୍ଭୀରତାର ସହ ନେଉଛନ୍ତି । କରୋନା ମହାମାରୀ ପୂର୍ବରୁ ୟଶ ରାଜ୍ ଫିଲ୍ମସ୍ ନିଜ ଚଳଚ୍ଚିତ୍ରକୁ କୌଣସି ଷ୍ଟ୍ରିମିଂ ପ୍ଲାଟଫର୍ମରେ ରିଲିଜ୍ କରିବା ସେମାନଙ୍କ ନିୟମ ବିରୁଦ୍ଧ ଥିଲା କିନ୍ତୁ ଯେତେବେଳେ ଅନେକ ବଡ ବଡ଼ ପ୍ରଡକ୍ସନ୍ ହାଉସ୍ ଡିଜିଟାଲ୍ ପ୍ଲାଟଫର୍ମରେ ସେମାନଙ୍କର ଚଳଚ୍ଚିତ୍ର ମୁକ୍ତିଲାଭ କରାଇଲେ ୟଶ ରାଜ୍ ଫିଲ୍ମ ମଧ୍ୟ ଏହା ବିଷୟରେ ଚିନ୍ତା କରିବା ଆରମ୍ଭ କଲା । ଫିଲ୍ମ ‘ସନ୍ଦୀପ୍’ ଏବଂ ‘ପିଙ୍କି ଫରାର୍’ ସହିତ ଏହାର ଆରମ୍ଭ ହୋଇଯାଇଛି । ନିକଟରେ ଏହି ଦୁଇଟି ଫିଲ୍ମ ଆମାଜନ୍ ପ୍ରାଇମ୍ ଭିଡିଓରେ ମୁକ୍ତିଲାଭ କରିଛି ।

ଟିଭି ଶୋ ଗୋଟିଏ ସର୍ତ୍ତରେ ଶୁଟିଂ ଆରମ୍ଭ କରିପାରେ

କରୋନା ଲକଡାଉନ୍ ଯୋଗୁଁ ମହାରାଷ୍ଟ୍ରରେ କୌଣସି ଟିଭି ଶୋ’ ଏବଂ ଚଳଚ୍ଚିତ୍ରର ସୁଟିଂ ହେଉନାହିଁ । ସମ୍ପ୍ରତି ମନୋରଞ୍ଜନ ଶିଳ୍ପରୁ ବହୁ ସେଲିବ୍ରେଟି ମହାରାଷ୍ଟ୍ରର ନବନିର୍ମାଣ ସେନାର ସଭାପତି ରାଜ୍ ଠାକରେଙ୍କ ସହ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଥିଲେ । ଏହି ଆଲୋଚନା ପରେ ରାଜ୍ ଠାକରେ CM ଉଦ୍ଧବ ଠାକରେଙ୍କ ସହ କଥା ହୋଇଥିଲେ । କଳାକାରମାନଙ୍କ ଅସୁବିଧାକୁ ଆଖି ଆଗରେ ରଖି ସେ କହିଛନ୍ତି ଯେ ବର୍ତ୍ତମାନ ରାଜ୍ୟରେ ସୁଟିଂ ଆରମ୍ଭ କରିବା ଆବଶ୍ୟକ । ରାଜ୍ ଠାକରେ ଏହା ମଧ୍ୟ କହିଛନ୍ତି ଯେ ଯେପରି ଅନ୍ୟ ରାଜ୍ୟରେ ଟିଭି ଶୋ’ର ସୁଟିଂ କରାଯାଉଛି ସେହିପରି ମହାରାଷ୍ଟ୍ରରେ ମଧ୍ୟ କଠୋର ନିୟମ ପାଳନ କରାଯାଇ ଶୁଟିଂ କରାଯାଇପାରିବ । ରାଜ୍ ଠାକରେଙ୍କ କଥାକୁ ଗୁରୁତ୍ୱ ଦେଇ CM କହିଛନ୍ତି ଯେ ଯଦି ନିର୍ମାତାମାନେ ବାୟୋ ବବୁଲରେ ସମ୍ପୂର୍ଣ୍ଣ ସତର୍କତାର ସହ ଶୁଟିଂ କରିବେ ତେବେ ସେମାନଙ୍କୁ ଶୁଟିଂ କରିବାକୁ ଅନୁମତି ଦିଆଯିବ । ଯଦି ସବୁ କିଛି ଠିକ୍-ଠାକ୍ ରୁହେ ତେବେ ମେ ୨୪ରୁ ଶୁଟିଂ ପୁଣି ଆରମ୍ଭ ହୋଇପାରେ ।

ବିକ୍ରି ହେଲା RRR ପୋଷ୍ଟ ରିଲିଜ୍ ଡିଜିଟାଲ୍ ଏବଂ ସାଟେଲାଇଟ୍ ରାଇଟ

ଏସ ଏସ ରାଜାମୌଲିଙ୍କ ଆଗାମୀ ଚଳଚ୍ଚିତ୍ର RRR ରିଲିଜ୍ ପୂର୍ବରୁ ଖୁବ୍ ଚର୍ଚ୍ଚାରେ ରହିଛି । ଏହି ଚଳଚ୍ଚିତ୍ରକୁ ନେଇ ଏକ ବଡ ଖବର ପ୍ରକାଶ ପାଇଛି । ରିପୋର୍ଟ ଅନୁଯାୟୀ ଭାରତୀୟ ଚଳଚ୍ଚିତ୍ର ନିର୍ମାତା ଏବଂ ବିତରକମାନେ ଏହି ଚଳଚ୍ଚିତ୍ରର ଡିଜିଟାଲ୍, ସାଟେଲାଇଟ୍ ଏବଂ ଇଲେକ୍ଟ୍ରୋନିକ ରାଇଟ୍ ପାଇଁ ଏକ ମେଗାଡିଲ୍ କରିଛନ୍ତି । ଯେଉଁଥିରେ କେବଳ ଫିଲ୍ମର ହିନ୍ଦୀ ଥିଏଟ୍ରିକାଲ୍ ରାଇଟର୍ ଡିଲ୍ ୧୪୦କୋଟି ଟଙ୍କାରେ ଫାଇନାଲ୍ ହୋଇଛି । ଫିଲ୍ମର ସମ୍ପୂର୍ଣ୍ଣ ଡିଲ୍ ପ୍ରାୟ ୪୭୫କୋଟି ଟଙ୍କାରେ ଧାର୍ଯ୍ୟ କରାଯାଇଛି । ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ ଫିଲ୍ମର ପୋଷ୍ଟ ରିଲିଜ୍ ସାଟେଲାଇଟ୍ ଏବଂ ଡିଜିଟାଲ୍ ରାଇଟ୍ ଗ୍ରୁପ୍ ବଡ଼ ପରିମାଣର ଅର୍ଥ ହାସଲ କରିଛି । ନିର୍ମାତାମାନେ RRRର ପୋଷ୍ଟ ରିଲିଜ୍ ସାଟେଲାଇଟ୍ ଏବଂ ଡିଜିଟାଲ୍ ରାଇଟ୍ ଜିଗ୍ରୁପକୁ ୩୩୫କୋଟି ଟଙ୍କାରେ ବିକ୍ରି କରିଛନ୍ତି ।

‘ସୁସ୍ମିତା ସେନ୍’ଙ୍କ ଭାଉଜ ଅଛନ୍ତି ଗର୍ଭବତୀ

‘ସୁସ୍ମିତା ସେନ୍’ଙ୍କ ଭାଉଜ ଚାରୁ ଅସୋପାଙ୍କ ଫ୍ୟାନମାନଙ୍କ ପାଇଁ ଏକ ଖୁସି ଖବର ଅଛି । ସୂଚନା ମିଳିଛି ଯେ ଚାରୁ ଅସୋପା ଗର୍ଭବତୀ ଅଛନ୍ତି । ସେ ସୋସିଆଲ୍ ମିଡିଆରେ ନିଜ ଗର୍ଭଧାରଣ ବିଷୟରେ ସୂଚନା ଦେଇଛନ୍ତି । ଗତ ବର୍ଷ ରାଜୀବ୍ ସେନ୍ ଏବଂ ଚାରୁ ଆସୋପାଙ୍କ ବୈବାହିକ ଜୀବନ ଖୁବ୍ କଷ୍ଟ ସମୟ ଦେଇ ଗତି କରିଥିଲା । ସୋସିଆଲ୍ ମିଡିଆରେ ଦୁହିଁଙ୍କ ମଧ୍ୟରେ ତିକ୍ତତା ଦେଖିବାକୁ ମିଳିଥିଲା । ତେବେ କିଛି ମାସ ପରେ ଏହି ଦମ୍ପତିଙ୍କ ମଧ୍ୟରେ ସବୁକିଛି ଠିକ୍ ହୋଇଯାଇଛି । ଚାରୁ ଏକ ବେଇଜ୍ ରଙ୍ଗର ପୋଷାକରେ ନିଜ ବେବି ଵଂପ ଶୋ’ କରି ସୋସିଆଲ୍ ମିଡିଆରେ ଫୋଟ ସେୟାର୍ କରିଛନ୍ତି ।

ଇଣ୍ଡିଆନ୍ ଆଇଡଲ୍ ମେକର୍ସ କଲେ ଅମିତଙ୍କ ଉପରେ କାଉଣ୍ଟର୍ ଆଟାକ୍

ଇଣ୍ଡିଆନ୍ ଆଇଡଲ୍ ସିଜିନ୍ ୧୨ କିଛିଦିନ ହେବ ବିବାଦ ଘେରରେ ରହିଛି । ଶୋ’କୁ ନେଇ ସବୁଠୁ ବଡ ବିବାଦ ସେତେବେଳେ ଉଠିଲା ଯେତେବେଳେ କିଶୋର କୁମାରଙ୍କ ପୁଅ ଅମିତ କୁମାର୍ ଏକ ଏପିସୋଡରେ ଯୋଗଦେଇଥିଲେ । ସେ ଅଭିଯୋଗ କରିଥିଲେ ଯେ ସେ ଶୋ’ କୁ ଯିବା ପାଇଁ ତାଙ୍କୁ ଟଙ୍କା ମିଳିଥିଲା ଏବଂ ନିର୍ମାତାଙ୍କ କହିବା ଅନୁସାରେ ସେ ପ୍ରତିଯୋଗୀଙ୍କୁ ପ୍ରଶଂସା କରିଥିଲେ । ଏବେ ଶୋ’ର ନିର୍ମାତାମାନେ ଅମିତ୍ କୁମାରଙ୍କୁ କାଉଣ୍ଟର୍ ଆଟାକ୍ କରିଛନ୍ତି । ନିକଟରେ ଇଣ୍ଡିଆନ୍ ଆଇଡଲ୍ ଆଗାମୀ ଏପିସୋଡର ଏକ ପ୍ରୋମୋ ରିଲିଜ୍ କରିଛି ଯେଉଁ ଅଧ୍ୟାୟରେ କୁମାର ସାନୁ, ଅନୁରାଧା ପୌଡୱାଲ୍ ଏବଂ ରୂପ କୁମାର୍ ରାଠୋର ଅତିଥି ଭାବେ ଯୋଗଦେଇଛନ୍ତି । ଏହି ଏପିସୋଡ଼ରେ ଆଦିତ୍ୟ ନାରାୟଣ ଅତିଥିମାନଙ୍କୁ କହୁଛନ୍ତି ଯେ, “ମୁଁ ଏହି ପ୍ରଶ୍ନ ସାନୁ ଦା, ରୂପ କୁମାର୍ ରାଠୋଡ଼ ଏବଂ ଅନୁରାଧା ଜୀଙ୍କୁ ପଚାରିବାକୁ ଚାହୁଁଛି ଯେ ଆପଣ ପ୍ରତିଯୋଗୀମାନଙ୍କୁ ଯେଉଁ ପ୍ରଶଂସା କରିଛନ୍ତି ତାହା ଆପଣ ନିଜ ହୃଦୟରୁ କରିଛନ୍ତି କି ଆମ ଟିମର କେହି ଏହା କରିବାକୁ କହିଛନ୍ତି ? “କୁମାର୍ ସାନୁ ଉତ୍ତର ଦେଇଛନ୍ତି ଯେ, “ପ୍ରତିଯୋଗୀମାନଙ୍କୁ ଆମେ ହୃଦୟରୁ ସହ ପ୍ରଶଂସା କରିଛୁ ।”

ଖତରୋ କେ ଖିଲାଡି ସିଜିନ୍ ୧୧ରୁ ନିକ୍କି ତାମ୍ବୋଲି ଆଉଟ୍

କେପଟାଉନରେ ଷ୍ଟଣ୍ଟ ରିଅଲିଟି ଶୋ ‘ଖତରୋ କେ ଖିଲାଡି ସିଜିନ୍ ୧୧’ର ସୁଟିଂ ଆରମ୍ଭ ହୋଇଛି । ପ୍ରତିଯୋଗୀମାନେ ଜିତିବା ପାଇଁ ନିଜ ଜୀବନକୁ ମଧ୍ୟ ବାଜି ଲଗାଇ ଦେଉଛନ୍ତି । କିନ୍ତୁ ଏହା ସହିତ ଏଲିମିନେସନକୁ ନେଇ ମଧ୍ୟ ଅନେକ ପ୍ରକାର ଖବର ସାମ୍ନାକୁ ଆସୁଛି । ଖବର ଅନୁଯାୟୀ ନିକ୍କି ତାମ୍ବୋଲି, ବିଶାଲ ଆଦିତ୍ୟ ସିଂ ଏବଂ ଅନୁଷ୍କା ସେନ ବଟମ୍ ଥ୍ରୀରେ ଅଛନ୍ତି । ଅନୁମାନ କରାଯାଉଛି ଯେ ନିକ୍କି ତାମ୍ବୋଲିଙ୍କର ଏଲିମିନେସନ୍ ହୋଇଥାଇପାରେ । କଣ୍ଟେଷ୍ଟାଣ୍ଟ ଆସ୍ତା ଗିଲ୍ ବରୁଣ ସୁଦଙ୍କ ସହ ଏକ ଫୋଟ ସେୟାର୍ କରିଥିଲେ ଯେଉଁଥିରେ ନିକି ତାମ୍ବୋଲି କମେଣ୍ଟ ଦେଇଛନ୍ତି ଯେ, “ମୁଁ ତୁମ ଦୁହିଁଙ୍କ ସହିତ ଆଉଥରେ ମଜା କରିବାକୁ ଅପେକ୍ଷା କରିଛି ଏବଂ ତୁମ ଦୁହିଙ୍କୁ ବହୁତ ମିସ୍ କରୁଛି ।’

କଙ୍ଗନା ରାନୌତଙ୍କ ବଡିଗାର୍ଡଙ୍କ ନାମରେ ରୁଜୁ ହୋଇଛି ବଳାତ୍କାର ମାମଲା

ଡିଏନ୍ ନଗର ‘ପୋଲିସ୍ ଷ୍ଟେସନ୍’ରେ କଙ୍ଗନା ରନୌତଙ୍କ ବଡିଗାର୍ଡ କୁମାର୍ ହେଗଡେଙ୍କ ବିରୋଧରେ ଏଫଆଇଆର୍ ରୁଜୁ ହୋଇଛି । ଖବର ଅନୁଯାୟୀ ହେଗଡେ ତାଙ୍କୁ ବିବାହ କରିବାକୁ ପ୍ରତିଶ୍ରୁତି ଦେଇ ତାଙ୍କୁ ବଳାତ୍କାର କରିଥିବା ମହିଳା ଜଣକ କହିଛନ୍ତି । ଜଣେ ୩୦ବର୍ଷ ବୟସ୍କା ବିୟୁଟିସିଆନଙ୍କ ଦ୍ଵାରା ଏହି ମାମଲା ଦାୟର୍ କରାଯାଇଛି । ଖବର ଅନୁଯାୟୀ ହେଗଡେ ପୀଡିତାଙ୍କୁ ଗତ ବର୍ଷ ‘ଜୁନ୍’ରେ ବିବାହ କରିବାକୁ ପ୍ରତିଶୃତି ଦେଇଥିଲେ ଏବଂ ଉଭୟ ‘ଲିଭ୍-ଇନ୍’ରେ ରହୁଥିଲେ । ରିପୋର୍ଟ ଅନୁଯାୟୀ ଦୁହେଁ ପରସ୍ପରକୁ ୮ବର୍ଷ ଧରି ଜାଣିଛନ୍ତି । ଅଭିଯୋଗରେ ଦର୍ଶାଯାଇଛି ଯେ ପୀଡିତା ଶାରୀରିକ ସମ୍ପର୍କ ରଖିବାକୁ ମନା କରିଦେଇଥିଲେ କିନ୍ତୁ ଅଭିଯୁକ୍ତ ତାଙ୍କୁ ଏପରି କରିବାକୁ ବାଧ୍ୟ କରିଥିଲା । ମୁମ୍ବାଇର ଡିସିପି ଚୈତନ୍ୟ କହିଛନ୍ତି ଯେ, ‘ଡିଏନ୍ ନଗର ‘ପୋଲିସ୍ ଷ୍ଟେସନ୍’ରେ ଏପରି ଏକ ଏଫଆଇଆର୍ ପଞ୍ଜିକୃତ ହୋଇଛି ଏବଂ ପୋଲିସ୍ ଘଟଣାର ତଦନ୍ତ କରୁଛି ।’

Leave a Reply

Your email address will not be published. Required fields are marked *