ବନ କର୍ମଚାରୀଙ୍କ ଏହି କଥା ଶୁଣି ବାଟ ଛାଡିଦେଲା ସିଂହ: ଦେଖନ୍ତୁ ଭିଡିଓ !

ନୂଆଦିଲ୍ଲୀ, ୯/୧୦: ଏବେ ସିଂହର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଗୁଜରାଟର ଗୀର ଜାତୀୟ ଉଦ୍ୟାନର ଜଣେ ବନ କର୍ମଚାରୀଙ୍କ ବାଟରେ ବସିଥିବା ଏହି ସିଂହକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଆରମ୍ଭ ହୋଇଛି । ରିପୋର୍ଟ ମୁତାବକ, ମଧ୍ୟରାତ୍ରିରେ ଜଣେ ବନ କର୍ମଚାରୀ ଘରକୁ ଫେରୁଥିଲେ । ଏହି ସମୟରେ ସେ ରାସ୍ତା ଉପରେ ଏକ ସିଂହ ବସିଥିବା ଦେଖିବାକୁ ପାଇଥିଲେ । ବନ କର୍ମଚାରୀ ଜଣକ ସିଂହକୁ ରାସ୍ତାରେ ଦେଖି କିଛି ସମୟ ପାଇଁ ଭୟଭୀତ ହୋଇଯାଇଥିଲେ । ମାତ୍ର ପ୍ରକୃତିସ୍ଥ ହୋଇ ଉପସ୍ଥିତ ବୁଦ୍ଧି ଖଟାଇ ଏମିତି କଥା କହିଲେ ଯେ ସିଂହଟି ତାଙ୍କୁ ବାଟ ଛାଡ଼ିଦେବା ସହ ଜଙ୍ଗଲ ଅଭିମୁଖେ ଚାଲି ଯାଇଥିଲା ।

ଏହି ଭିଡିଓକୁ ଟୁଇଟରରେ ଭାରତୀୟ ବନ ଅଧିକାରୀ ଡ. ଅଂଶୁମାନ ପୋଷ୍ଟ କରିଛନ୍ତି । ଭିଡିଓ ଶେୟାର କରିବା ସହ ଅଂଶୁମାନ କ୍ୟାପସନରେ ଲେଖିଛନ୍ତି, ‘ବ୍ୟକ୍ତି ସିଂହକୁ କହୁଛନ୍ତି, “ମୁଁ ସାରା ଦିନ ତୁମ ସେବାରେ ରହେ । ବର୍ତ୍ତମାନ ମୋତେ ଘରକୁ ଯିବାକୁ ଦିଅ । ଏତିକି ଶୁଣି ସିଂହ ତାଙ୍କୁ ଯିବାକୁ ଦେଇଥିଲା ।” ଏହି ଭିଡିଓରେ ବ୍ୟକ୍ତି ଜଣକ ଗୁଜୁରାଟୀ ଭାଷାରେ କଥାବାର୍ତ୍ତା କରୁଥିବା ଶୁଣିବାକୁ ମିଳୁଛି ।

ଏହି ଭିଡିଓ ଅକ୍ଟୋବର ୫ରେ ଶେୟାର କରାଯାଇଥିଲା । ଏପର୍ଯ୍ୟନ୍ତ ଏହାକୁ ୧୨ ହଜାରରୁ ଅଧିକ ଲୋକ ଦେଖିଛନ୍ତି । ୯୦୦ରୁ ଅଧିକ ଲାଇକ୍ ଏବଂ ପାଖାପାଖି ୩୦୦ ରି-ଟ୍ୱିଟ୍ କରାଯାଇଛି ।

Be the first to comment

Leave a Reply

Your email address will not be published.


*